ଝିଅକୁ ଅଣ୍ଟାରେ ବାନ୍ଧି କୂଅକୁ ଡେଇଁଲେ ମା’

ମାଲକାନଗିରି,୬ା୩: ମାଲକାନଗିରି ଜିଲା ମାଥିଲି ଥାନା ଅଧୀନ ଚେଡେଙ୍ଗା ପଞ୍ଚାୟତର କଉଡ଼ିଗୁଡ଼ା ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ୪ ବର୍ଷର ଶିଶୁକନ୍ୟାକୁ ଧରି ମା’ କୂଅକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ମା’ ଓ ଶିଶୁକନ୍ୟାଙ୍କ ମୃତଦେହ କୂଅରୁ ଜବତ କରାଯାଇଛି। ମୃତକ ହେଲେ ଗ୍ରାମର ହରି ଖରାଙ୍କ ସ୍ତ୍ରୀ ମୋତି (୩୫) ଓ ତାଙ୍କ ଶିଶୁ କନ୍ୟା ରଜନ୍ତୀ।
ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ଘରେ ପରିବାରର ସମସ୍ତେ ଶୋଇଥିବା ବେଳେ ରାତି ଅଧରେ ଉଠି ମୋତି ଝିଅକୁ ଧରି ବାହାରକୁ ଚାଲିଯାଇଥିଲେ। ଶନିବାର ସକାଳେ କୂଅପାଣି ଗୋଳିଆ ହୋଇଥିବା ଏବଂ ଭିତରେ ମୃତଦେହ ଭାସୁଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ। ଖବର ପାଇ ମାଥିଲି ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚତ୍ କୂଅରୁ ମା’ ଝିଅଙ୍କ ମୃତଦେହ ଜବତ କରିଥିଲେ। ତେବେ ମୃତ୍ୟୁର କାରଣ ଜଣାପଡି ନାହିଁ। ସେ ଝିଅକୁ ଅଣ୍ଟାରେ ଗାମୁଛାରେ ବାନ୍ଧି କୂଅକୁ ଡେଇଁ ପଡିଥିବା ଜଣାପଡିଛି। ପୋଲିସ ଘଟଣାର ଖୋଳତାଡ଼ ଆରମ୍ଭ କରିଛି। ମୃତଦେହ ଜବତ ସମୟରେ ତହସିଲଦାର ପୁରୁଷୋତ୍ତମ ମିର୍ଦ୍ଧା ଉପସ୍ଥିତ ଥିଲେ। ମାଥିଲି ଡାକ୍ତରଖାନାରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୪୮ ଘଣ୍ଟା ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୨୦।୭(ବ୍ୟୁରୋ): ରାଜ୍ୟର ବିଭିନ୍ନ ଜିଲାରେ ଆସନ୍ତା ୪୮ଘଣ୍ଟା ପ୍ରବଳ ବର୍ଷା ହେବ। ସୋମବାର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ସ୍ବଳ୍ପ...

ନଦୀ କୂଳରେ ଗୋମାଂସ ପକାଇବାକୁ ନେଇ ଉତ୍ତେଜନା

ଯାଜପୁର ଟାଉନ ୧୪।୮(ଡି.ଏନ୍‌.ଏ.): ଯାଜପୁର ସହର ନିକଟସ୍ଥ ବୈତରଣୀ ନଦୀ କୂଳରେ ଗୋମାଂସ ପକାଇବାକୁ ନେଇ ବୁଧବାର ପ୍ରବଳ ଉତ୍ତେଜନା ଦେଖାଦେଇଛି। ଏହି ଘଟଣାକୁ କେନ୍ଦ୍ରକରି...

ଆଜି ବିଶ୍ୱ ଐତିହ୍ୟ ଦିବସ: ଐତିହ୍ୟର ସଂରକ୍ଷଣ ସୃଷ୍ଟିକରିଛି ଚ୍ୟାଲେଞ୍ଜ

ଭୁବନେଶ୍ୱର, ୧୮ା୪(ବ୍ୟୁରୋ): ଐତିହ୍ୟର ଗନ୍ତାଘର ଓଡ଼ିଶା। କୋଣାର୍କର ସୂର୍ଯ୍ୟମନ୍ଦିର ହେଉ କି ରାଜ୍ୟରେ ରହିଥିବା ବହୁ ପୁରାତନ ରାଜପ୍ରାସାଦ, ସବୁଠି ଦେଖିବାକୁ ମିଳିଥାଏ ଉତ୍କଳୀୟ ଐତିହ୍ୟ...

କାଠ ବୋଝେଇ ଟ୍ରାକ୍ଟର ଜବତ: ଜଣେ ଗିରଫ

ଠାକୁରମୁଣ୍ଡା, ୩୧।୩ (ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ସାତକୋଶିଆ ରେଞ୍ଜ ଅନ୍ତର୍ଗତ ନୋଦା ଗ୍ରାମରୁ ବୁଧବାର ଏକ ଶାଳ କାଠ ବୋଝେଇ ଟ୍ରାକ୍ଟର ଜବତ...

ସ୍ତ୍ରୀଙ୍କୁ ହତ୍ୟା କରି ଫେରାର ଥିଲେ ସ୍ବାମୀ: ବିସ୍ଫୋରକ, ବାରୁଦ ସାମଗ୍ରୀ ବୋଝେଇ ଗାଡ଼ି ସହ ପଡିଲେ ଧରା

ଯୋଡ଼ା,୧୭।୭(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହର ଉପକଣ୍ଠ ଦେଇ ଯାଇଥିବା ୫୨୦ ନଂ. ଜାତୀୟ ରାଜପଥର ରଣାଶାଳ ଘାଟି ନିକଟରୁ ଗୁରୁବାର ଯୋଡ଼ା ପୋଲିସ ବିସ୍ଫୋରକ...

କରୋନା ମୁକାବିଲା ପାଇଁ ସ୍ବତନ୍ତ୍ର ଅଧିକାରୀ ନିଯୁକ୍ତ

ଶେରଗଡ,୧୩ା୫(ଡି.ଏନ୍‌.ଏ.)- ଶେରଗଡ଼ ବ୍ଲକରେ କରୋନା ମୁକାବିଲା ପାଇଁ ଜଣେ ସ୍ବତନ୍ତ୍ର ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। ସେ ହେଲେ ଓଡ଼ିଶା ପ୍ରଶାସନିକ ସେବାର ଭୂବନ କୁମାର ଶତପଥୀ।...

ଓଡ଼ିଶାକୁ ଜଗନ୍ନାଥ ଭରସା: ନିରଞ୍ଜନ

ଭୁବନେଶ୍ୱର, ୨୬ା୫ (ବ୍ୟୁରୋ): ରାଜ୍ୟ ସ୍ଥିତିକୁ ଦେଖିଲେ ବର୍ତ୍ତମାନ ବହୁତ ବିଚଳିତ ଏବଂ ବ୍ୟସ୍ତ ଲାଗୁଛି। ସରକାର କିଭଳି କରୋନାକୁ ମୁକାବିଲା କରିବାକୁ ଚାହୁଁଛନ୍ତି, ତାହା...

ବରଗଡ଼ରେ ଭାରତ ବନ୍ଦର ପ୍ରଭାବ: ଦୋକାନ ବଜାର ବନ୍ଦ, ଯାତାୟାତ ଠପ୍‌

ବରଗଡ଼ ଅଫିସ, ୨୩।୨- ସୁପ୍ରିମକୋର୍ଟଙ୍କ ସଂରକ୍ଷଣ ରାୟକୁ କେନ୍ଦ୍ର କରି ରବିବାର ଭୀମ ଆର୍ମି ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ବରଗଡ଼ରେ...

Advertisement


Archives

Model This Week