ଜ୍ୱାଇଁଙ୍କ ସନ୍ତାନକୁ ଜନ୍ମ ଦେଲେ ଶାଶୁ , ଝିଅ କହିଲେ ଏମିତି..

ଜ୍ୱାଇଁଙ୍କ ସନ୍ତାନକୁ ଜନ୍ମ ଦେଲେ ଶାଶୁ । ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବିି ସତ। ଏପରି ଏକ ଘଟଣା ଘଟିଛି ଆମେରିକାର ସିକାଗୋରେ। ସେଠାରେ ରହୁଥିବା ଜୁଲି ତାଙ୍କ ନାତିଙ୍କୁ ଜନ୍ମ ଦେଇଛନ୍ତି। ଜୁଲିଙ୍କ ଝିଅ ବ୍ରିଆନାଙ୍କ ଗର୍ଭଧାରଣରେ ବିଭିନ୍ନ ସମସ୍ୟା ହେଉଥିଲା। ଏପରିକି ସେ କେବେ ମାତୃତ୍ୱ ଲାଭ କରିପାରିବେନି ବୋଲି ଆଶଙ୍କା କରି ଦୁଃଖରେ ଭାଙ୍ଗି ପଡିଥିଲେ। ତେବେ ଝିଅ ମୁହଁରେ ହସଟିକେ ଦେଖିବା ପାଇଁ ତାଙ୍କ ମା’ ଏଭଳି ଦୃଢ ନିଷ୍ପତ୍ତି ନେବାକୁ ମନସ୍ଥ କରିଥିଲେ। ସେ ସରୋଗେସି କୌଶଳ ଆପଣାଇ ୫୧ ବର୍ଷରେ ନାତିଙ୍କୁ ଜନ୍ମ ଦେଇଥିଲେ।
ସୂଚନାଯୋଗ୍ୟ, ବ୍ରିଏନା ମା’ ହେବାକୁ ଅନେକ ଚେଷ୍ଟା କରିଥିଲେ। ଚାରି ବର୍ଷ ମଧ୍ୟରେ ସେ ଦୁଇଥର ଗର୍ଭବତୀ ମଧ୍ୟ ହୋଇଥିଲେ। ଯଦିଓ ଉଭୟ ଥର ସେ ନିଜ ପିଲାକୁ ବଞ୍ଚାଇ ପାରି ନ ଥିଲେ। ପରେ ତାଙ୍କୁ ଅସ୍ତ୍ରୋପଚାର କରିବାକୁ ପଡିଲା ଏବଂ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଏପରି ହୋଇଗଲା ଯେ, ତାଙ୍କ ପାଇଁ ଗର୍ଭଧାରଣ କଷ୍ଟକର ହୋଇଗଲା।

ଏହି ଚାରି ବର୍ଷ ମଧ୍ୟରେ, ବ୍ରିଆନା ମଧ୍ୟ ଆଇଭିଏଫ୍‌ ଟେକ୍ନୋଲୋଜି ବ୍ୟବହାର କରିଥିଲେ, କିନ୍ତୁ ଏହା ସତ୍ତ୍ୱେ କୌଣସି ସୁଫଳ ମିଳି ନ ଥିଲା। ସେ ନିରାଶ ହୋଇଗଲେ। ସେ ଅନୁଭବ କଲେ ଯେ, କେବେବି ଆଉ ମା’ ଡାକ ଶୁଣିପାରିବେନି। ଏହି ସମୟରେ ଡାକ୍ତର ତାଙ୍କୁ ସରୋଗେସି ବିଷୟରେ ପରାମର୍ଶ ଦେଇଥିଲେ। ପରେ ତାଙ୍କ ମା’ ମଧ୍ୟ ସରୋଗେସି ମଦର ପାଇଁ ରାଜି ହୋଇଗଲେ।

ବ୍ରିଆନା ନିଜ ଏବଂ ତାଙ୍କ ପରିବାର ସମ୍ବନ୍ଧୀୟ ଇନଷ୍ଟାଗ୍ରାମ ପୃଷ୍ଠାରେ ଆଇଭିଏଫ ସରୋଗେସି ଡାଏରୀ ନାମରେ ଅପଡେଟ ପ୍ରଦାନ କରନ୍ତି। ତେବେ ଚଳିତ ମାସ ଆରମ୍ଭରେ ସେ କହିଥିଲେ ଯେ, ତାଙ୍କର ଏକ ପୁଅ ଜନ୍ମ ହୋଇଛି ଏବଂ ସେ ବହୁତ ଖୁସି ଅନୁଭବ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିରେ ଉଡ଼ି ପାରୁଥିବା ସାଟେଲାଇଟ ପ୍ରସ୍ତୁତ କରିବ ନାସା

ଆମେରିକାର ସ୍ପେସ୍‌ ଏଜେନ୍ସି ନାସା ଖୁବ୍‌ଶୀଘ୍ର ଏକ ସାଟେଲାଇଟ ବା ଉପଗ୍ରହ ପ୍ରସ୍ତୁତ କରିବ। ଯାହାକି ପାଣିରେ ଉଡ଼ିପାରିବ। ଯଦି ନାସା ଏହିପରି ସାଟେଲାଇଟ୍‌ ତିଆରି...

ଚାଇନାର ବିସ୍ତାରବାଦୀ ନୀତି, ନେପାଳରେ ଅତିକ୍ରମଣ ଜାରି…

କାଠମାଣ୍ଡୁ, ୧୨।୩ : ଚାଇନା ଏହାର ବିସ୍ତାରବାଦୀ ନୀତି ପାଇଁ ପୁଣିଥରେ ଚର୍ଚ୍ଚାରେ ରହିଛି। ବର୍ତ୍ତମାନ ନେପାଳ ସରକାରଙ୍କ ପକ୍ଷରୁ ଏକ ରିପୋର୍ଟରେ ଚାଇନା ଉପରେ...

କାର୍‌ କିଣିବା ନିଶା : ଜାଗୁଆର କିଣିବା ପାଇଁ ବାପା ମନା କରିବାରୁ କେନାଲ୍‌ରେ ବିଏମ୍‌ଡବ୍ଲ୍ୟୁ ଭସାଇଦେଲେ ଯୁବକ

ହରିୟାଣାର ଜଣେ ଯୁବକଙ୍କ ଅଜବ ନିଶା ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଯୁବକ ଜଣକଙ୍କର କାର୍‌ କିଣିବାରେ ଭାରି ନିଶା। ଗୋଟିଏ ପରେ ଗୋଟିଏ ଦାମୀ...

ଆକାଶ ଗଙ୍ଗାରୁ ଆସୁଛି ରହସ୍ୟମୟ ସିଗ୍‌ନାଲ୍‌, ପଠାଉଛନ୍ତି କି ଏଲିଅନ୍‌…

ଓ୍ବାଶିଂଟନ,୭।୭: ଆକାଶଗଙ୍ଗାରୁ ଲଗାତାର ପୃଥିବୀକୁ ରହସ୍ୟମୟ ସିଗ୍‌ନାଲ୍‌ ଆସୁଛି। ଏହାକୁ କିଏ ପଠାଉଛି ସେ ନେଇ ମହାକାଶ ବିଜ୍ଞାନୀମାନେ ନାନା ପରୀକ୍ଷା ନିିରୀକ୍ଷା ଜାରି ରଖିଛନ୍ତି।...

ଦଲାଇ ଲାମାଙ୍କ ଉତ୍ତରାଧିକାରୀ ପ୍ରକ୍ରିୟାରେ ଚାଇନାର ହସ୍ତକ୍ଷେପ: ବୌଦ୍ଧ ସଂଗଠନ ପକ୍ଷରୁ ନିନ୍ଦା…

ତିବ୍ଦତ,୨୧।୧ : ଦଲାଇ ଲାମାଙ୍କ ଉତ୍ତରାଧିକାରୀ ପ୍ରକ୍ରିୟାରେ ହସ୍ତକ୍ଷେପ କରୁଥିବାରୁ ଚାଇନାକୁ ବୌଦ୍ଧ ସଂଗଠନ ପକ୍ଷରୁ ନିନ୍ଦା କରାଯାଇଛି। ଜାପାନର ବିଶ୍ୱ ବୌଦ୍ଧ ଫେଡେରେଶନ ଏକ...

ଚାଇନା ସହିତ ଆମେ ବିବାଦ ଚାହୁଁନାହୁଁ: ବାଇଡେନ

ନ୍ୟୁୟର୍କ,୨୭।୧୦: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଦେଶର ବରିଷ୍ଠ ସାମରିକ ପରାମର୍ଶଦାତାଙ୍କୁ ଭେଟିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଚାଇନା ସହିତ ଆମେରିକା କଦାପି ବିବାଦ...

କ୍ଷେତରୁ ଖୋଳି ନେଇଗଲେ ପିଆଜ

ମଣ୍ଡସୋର: ହୁ ହୁ ହୋଇ ବଢ଼ିଚାଲିଛି ପିଆଜ ଦର। ରୋଷେଇଘରେ ସବୁଠୁ ବେଶି ଖୋଜା ପଡୁଥିବା ଏହି ଅତ୍ୟାବଶ୍ୟକ ପରିବା ୧୫୦ ଟଙ୍କା ଛୁଇଁଲାଣି। ଏପରି...

ଅଲମ୍ପିକ୍‌ରେ କରୋନା…

ଟୋକିଓ,୧୭।୭: ଜାପାନର ଟୋକିଆ ଅଲମ୍ପିକ୍‌ରେ କରୋନା ସଂକ୍ରମଣ ଆରମ୍ଭ ହୋଇଛି। ଜୁଲାଇ ୨୩ରୁ ଟୋକିଓରେ ୨୦୨୦ ଅଲମ୍ପିକ୍‌ ହେବାକୁ ଯାଉଛି। ଏହା ପୂର୍ବରୁ ସ୍ଥାନୀୟ କ୍ରୀଡ଼ା...

Advertisement
Archives

Model This Week