ଝିଅଙ୍କୁ ମା’ ଦେଲେ ଏମିତି ଇଞ୍ଜେକ୍ସନ, କାରଣ ଜାଣିଲେ…

ଲଣ୍ଡନ,୧୮ା୬: ବ୍ରିଟେନର ଏକ ରିୟାଲିଟି ଟିଭି ଶୋ’ ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ଅସମଡାଡ୍‌ ନାମକ ଏହି ଶୋ’ର ତୃତୀୟ ସିଜନ ଆରମ୍ଭ ହୋଇଛି। ତେବେ ଏହାର ବିଷୟବସ୍ତୁକୁ ନେଇ ଶୋ’ଟି ବିବାଦୀୟ ହୋଇଛି। ଏହି ଶୋ’ରେ ମା’ ଏବଂ ଝିଅଙ୍କ ଯୋଡ଼ି ଦେଖିବାକୁ ମିଳିଥିଲା। ଯେଉଁମାନେ କି ପରସ୍ପର ଅତି ନିକଟତର। ଏଥର ଏହି ଶୋ’ରେ ଜଣେ କିନ୍ନର କପଲ ଏବଂ ତାଙ୍କ ମା’ ଚର୍ଚ୍ଚାରେ ରହିଛନ୍ତି।

ଶୋ’ର ପ୍ରୋମୋରେ ଲରେନ ନାମକ ଜଣେ ମହିଳା କହିଛନ୍ତି, ତାଙ୍କ ମା’ଙ୍କ ଯୋଗୁ ତାଙ୍କୁ ଏକ ଅଦ୍ଭୁତ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଲା। ଲରେନ କହିଛନ୍ତି, ତାଙ୍କ ମା ଚାହାନ୍ତି ସେ ବି ଜଣେ ମା’ ହୁଅନ୍ତୁ। କିନ୍ତୁ ଲରେନ୍‌ ଏନେଇ ପ୍ରସ୍ତୁତ ନୁହଁ। ଯେତେବେଳେ ଲରେନଙ୍କ ମା’ ହୃଦୟଙ୍ଗମ କଲେ ଯେ ତାଙ୍କ ଝିଅ ସନ୍ତାନ ପ୍ରସବ ପାଇଁ ଆଗ୍ରହୀ ନୁହନ୍ତି ସେତେବେଳେ ସେ ତାଙ୍କୁ ସ୍ପର୍ମ ବା ଶୁକ୍ରାଣୁ ଇଞ୍ଜେକ୍‌ସନ ଦେଇଥିଲେ। ଏହାକୁ ନେଇ ଲରେନ୍‌ କୁହନ୍ତି, ମୋ’ ମା’ ପ୍ରାୟତଃ କୁହନ୍ତି, ମୋ ପିଲାଙ୍କୁ ସେ ଦେଖିବେ। ତାଙ୍କ ସହ ଖେଳିବେ। ଏ ବିଷୟରେ ଆମେ ଅଧିକାଂଶ ସମୟ କଥାବାର୍ତ୍ତା ହେଉ। ବୋଧ ହୁଏ ଏହି କାରଣରୁ ତାଙ୍କ ମନରେ ଶୁକ୍ରାଣୁ ଇଞ୍ଜେକ୍‌ସନର ଧାରଣା ଆସିଥିଲା। ଏ ବିଷୟରେ ମୋ’ ସାଥୀ ଜାଣିବା ପରେ ବହୁତ ରାଗିବେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା ସମ୍ବଲପୁର, ପୁରୀ ମେୟର ପଦର ସଂରକ୍ଷଣ ଚିଠା

ଭୁବନେଶ୍ୱର,୨୯ା୭(ସୁନିତ୍‌ ମିଶ୍ର): ରାଜ୍ୟ ସରକାରଙ୍କ ପକ୍ଷରୁ ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରକ୍ରିୟା ତ୍ୱରାନ୍ବିତ କରାଯାଇଛି। ଏନେଇ ନିକଟରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ…

ଧର୍ମେନ୍ଦ୍ରଙ୍କୁ ସ୍ବାଗତ କଲେ ଭାଜପାର ଏସବୁ ନେତା: ବିରୋଧୀ କହିଲେ ବରାଦିଆ

ଭୁବନେଶ୍ୱର,୨୯।୭ (ସୁନିତ୍‌ ମିଶ୍ର):ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ କକ୍‌ରୋଚ୍‌ ଜନତା ପାର୍ଟି(ସିଜେପି)ର ପ୍ରବଳ ବିରୋଧ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ସମ୍ବଲପୁର ଏମ୍‌ପି ଧର୍ମେନ୍ଦ୍ର…

ଇଣ୍ଡିଆନ ଆଇଡଲ ବିଜେତା ଜ୍ୟୋତିର୍ମୟୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ: ଦେଲେ ଏତିକି ଟଙ୍କା ପୁରସ୍କାର ରାଶ

ଭୁବନେଶ୍ୱର, ୨୯ା୭ (ବନ୍ଦନା ସେଠୀ): ଇଣ୍ଡିଆନ ଆଇଡଲ ସିଜିନ-୧୬ର ବିଜେତା ଓଡ଼ିଆ ଝିଅ ଜ୍ୟୋତିର୍ମୟୀ ନାୟକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ତାଙ୍କ ସରକାରୀ ବାସଭବନରେ…

କୁତ୍ରିମ ସୂର୍ଯ୍ୟ ନିର୍ମାଣ ପାଇଁ ଚାଇନା ହେଉଛି ସଜବାଜ: ବିଶ୍ୱର ସର୍ବବୃହତ୍‌ ଚୁମ୍ବକ ପ୍ରସ୍ତୁତି ଶେଷ

ବେଜିଂ,୨୯ା୭:ଚାଇନା ଏହାର ‘କୃତ୍ରିମ ସୂର୍ଯ୍ୟ’ ନିର୍ମାଣ କାର୍ଯ୍ୟକ୍ରମ ପାଇଁ ବିଶ୍ୱର ସର୍ବବୃହତ୍‌ ସୁପରକଣ୍ଡକ୍ଟିଂ ଫ୍ୟୁଜନ୍‌ ଚୁମ୍ବକ ତିଆରି ଓ ପରୀକ୍ଷା ଶେଷ କରିଛି। ଆଣବିକ ଫ୍ୟୁଜନ୍‌ ଜରିଆରେ…

ସ୍କୁଲ ମଧ୍ୟାହ୍ନଭୋଜନରେ ମଲା ଅସରପା, ଝିଟିପିଟି

ମହାକାଳପଡ଼ା, ୨୯ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣି ପଞ୍ଚାୟତ ବଡ଼ତୋଟା ଛପାଲି ଅମ୍ବିକା ସୁନ୍ଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟାହ୍ନଭୋଜନରେ ମଲା ଅସରପା…

ପାର୍କିଂ ଶୁଳ୍କକୁ ନେଇ ଗୋଷ୍ଠୀ ସଂଘର୍ଷ, ପଇସା ମାଗିବାରୁ ୩ ଯୁବକ…

ଛତ୍ରପୁର, ୨୮।୭ (ଦିଲ୍ଲୀପ ସାମଲ/ ଦ୍ୱାରକା ପଟ୍ଟନାୟକ) : ସ୍ଥାନୀୟ ତାମ୍ପରା ବୋଟିଂ କ୍ଲବ ନିକଟ ପାର୍କିଂରେ ପଇସାକୁ କେନ୍ଦ୍ର କରି ଯୁବକଙ୍କ ଭିତରେ ବଚ୍‌ସାରୁ ଗଣ୍ଡଗୋଳ…

୩ ବରିଷ୍ଠ ଅଧିକାରୀଙ୍କୁ ହାଇକୋର୍ଟରୁ ମିଳିଲା ଅନ୍ତରୀଣ ସୁରକ୍ଷା

କଟକ,୨୯୭(କାର୍ତ୍ତିକ ସାହୁ): ପାଠ୍ୟପୁସ୍ତକ ମୁଦ୍ରଣ ତ୍ରୁଟି ମାମଲାରେ ଆଗୁଆ ଜାମିନ ଆବେଦନ କରିଥିବା ୬ ଜଣଙ୍କ ମଧ୍ୟରୁ ହାଇକୋର୍ଟ ୩ ଜଣଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି।…

ଗଭୀର ଅବପାତ: କାଲିଠୁ ୩ ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା, ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୨୮ା୭ (ବନ୍ଦନା ସେଠୀ) – ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ କେନ୍ଦ୍ରୀଭୂତ ଗଭୀର ଅବପାତ ମଙ୍ଗଳବାର ବାରିପଦାଠାରୁ ୧୦ କି.ମି.…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri