Posted inଫୁରସତ

ବିଶ୍ୱର ସବୁଠୁ ଦାମୀ ଭ୍ୟାନିଟି, ଜାଣନ୍ତୁ ଏତିକି ଟଙ୍କାରେ ହୋଇଥିଲା ନିଲାମ

ବିଶ୍ୱରେ ଆଜିକାଲି ପ୍ରତ୍ୟେକ ଜିନିଷ ନିଲାମ ହେଉଛି। ସେଥିମଧ୍ୟରୁ ଏମିତି କିଛି ଜିନିଷ ନିଲାମ ହୁଏ, ଯାହାର ଦାମ୍‌କୁ ନେଇ ପୂରା ଦୁନିଆରେ ଚର୍ଚ୍ଚା ହୋଇଥାଏ। ସେମିତି ଏକ ଜିନିଷ ଲଣ୍ଡନରେ ନିଲାମ ହୋଇଥିଲା। ଯାହା ୧ କୋଟିରୁ ଅଧିକ ଟଙ୍କାରେ ନିଲାମ କରାଯାଇଥିଲା। ଏହା କୌଣସି ବଡ଼ ଜିନିଷ ମଧ୍ୟ ନୁହେଁ। ସାମାନ୍ୟ ଏକ ଭ୍ୟାନିଟି। ୨୦୧୮ରେ ଏହି ନିଲାମ ହୋଇଥିଲା। ୨୦୦୮ରେ ହର୍ମିସ ବର୍କିନ ଏକ ଭ୍ୟାନିଟିକୁ ୨୧୬,୧୪୪ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୧ କୋଟି ୫୮ ଲକ୍ଷ ଟଙ୍କାରୁ ଅଧିକରେ ନିଲାମ ହୋଇଥିଲା। କାରଣ ଏଥିରେ ୧୮ କ୍ୟାରେଟ୍‌ର ସୁନା ଏବଂ ହୀରାର ଲକ୍‌ ଲାଗିଥିଲା। ୩୦ ସେଣ୍ଟିମିଟର ଲମ୍ବା ଏହି ଭ୍ୟାନିଟିରେ ହ୍ବାଇଟ୍‌ ଗୋଲ୍ଡ ବ୍ୟବହାର କରାଯାଇଥିଲା। ୧୯୮୧ ମସିହାରେ ପ୍ରଥମ ଥର ପାଇଁ ଫ୍ରାନ୍ସର ଲଗ୍‌ଜରୀ ଫ୍ୟାଶନ ହାଉସ ହର୍ମିସ ଏହି ଭ୍ୟାନିଟିର ଡିଜାଇନ କରିଥିଲା। ଏହି ଭ୍ୟାନିଟିର ନାଁ ବର୍କିନ। ଅଭିନେତ୍ରୀ ତଥା ଗାୟିକା ଜେନି ବର୍କିନଙ୍କ ନାମ ଅନୁସାରେ ଏହି ବ୍ୟାଗ୍‌ର ନାମ ରଖାଯାଇଥିଲା। ସେତେବେଳେ ଏହି ବ୍ୟାଗ୍‌ ସମଗ୍ର ବିଶ୍ୱରେ ଲୋକପ୍ରିୟ ହୋଇଥିଲା। ୨୦୧୭ରେ ହର୍ମିସ କମ୍ପାନୀର ବ୍ୟାଗ୍‌ ହଂକଂରେ ୩,୮୦,୦୦୦ ଡଲାରରେ ବିକ୍ରି ହୋଇଥିଲା। ସାଧାରଣତଃ ହର୍ମିସ ବ୍ରାଣ୍ଡର ପ୍ରତ୍ୟେକ ଜିନିଷକୁ ସେଲିବ୍ରିଟିମାନେ ବହୁତ ପସନ୍ଦ କରନ୍ତି। ଏହି ବ୍ୟାଗ୍‌ର ଦାମ୍‌ ୬ ଲକ୍ଷରୁ ଆରମ୍ଭ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri