ଫେରିଯିବ ମୌସୁମୀ

ଭୁବନେଶ୍ୱର,୨୮।୯(ବ୍ୟୁରୋ): ଦକ୍ଷିଣ-ପଶ୍ଚିମ ମୌସୁମୀ ସୋମବାର ଉତ୍ତର ଭାରତର ରାଜସ୍ଥାନଠାରୁ ଅପସାରଣ ଆରମ୍ଭ କରିବ। ଅକ୍ଟୋବର ପ୍ରଥମ ସପ୍ତାହର ଶେଷ ଭାଗରେ ମୌସୁମୀ ଓଡ଼ିଶାରୁ ବିଦାୟ ନେବ। ରାଜ୍ୟରେ ଆଉ ମୌସୁମୀ ବର୍ଷାର ସମ୍ଭାବନା ନାହିଁ। ସ୍ଥାନୀୟ ଜଳବାୟୁ ଆଧାରରେ କାଁ ଭାଁ କେଉଁଠି ଅଳ୍ପ ବର୍ଷା ହୋଇପାରେ। ମୌସୁମୀ ଏବେ ବଙ୍ଗୋପସାଗର ଉପରେ ରହିଛି। ତାମିଲନାଡୁ ଉପକୂଳ ଦେଇ ଧୀରେ ଧୀରେ ଏହା ଅପସରି ଯିବ।
ଚଳିତବର୍ଷ ମୌସୁମୀ ବର୍ଷା ସ୍ବାଭାବିକ ରହିଛି। ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜୁନ୍‌ ପହିଲାରୁ ସେପ୍ଟେମ୍ବର ୨୭ ମଧ୍ୟରେ ଦେଶରେ ୯% ଅଧିକ ବର୍ଷା ହୋଇଛି। ଏହି ସମୟ ମଧ୍ୟରେ ଦେଶରେ ସ୍ବାଭାବିକ ଭାବେ ୮୬୯.୪ ମିଲିମିଟର ବର୍ଷା ହେବାକୁ ଥିବାବେଳେ ହୋଇଛି ୯୫୧.୩ ମିଲିମିଟର ବର୍ଷା। ଏହି ସମୟ ମଧ୍ୟରେ ଓଡ଼ିଶାରେ ୧% କମ୍‌ ବର୍ଷା ହୋଇଛି। ଜୁନ୍‌ ପହିଲାରୁ ସେପ୍ଟେମ୍ବର ୨୭ ମଧ୍ୟରେ ରାଜ୍ୟରେ ସ୍ବାଭାବିକ ଭାବେ ୧୧୪୦.୭ ମିଲିମିଟର ହେବା ସ୍ଥଳେ ହୋଇଛି ୧୧୩୧.୯ ମିଲିମିଟର ବର୍ଷା। ରାଜ୍ୟର ୨୪ ଜିଲାରେ ସ୍ବାଭାବିକ ବର୍ଷା ହୋଇଥିବା ବେଳେ ୨ ଜିଲା କୋରାପୁଟ(୪୪%), ଝାରସୁଗୁଡ଼ା(୨୬%)ରେ ଅଧିକ ଓ ୪ ଜିଲାରେ କମ୍‌ ବର୍ଷା ହୋଇଛି। ଗଜପତି ଜିଲାରେ ସ୍ବାଭାବିକଠାରୁ ୨୪% କମ୍‌ ବର୍ଷା ହୋଇଥିବାବେଳେ ଖୋର୍ଦ୍ଧାରେ ୨୮%, ବାଲେଶ୍ୱର ୨୪% ଏବଂ ପୁରୀରେ ୨୫% କମ୍‌ ବର୍ଷା ହୋଇଛି। ଜୁନ୍‌ ପହିଲାରୁ ସେପ୍ଟେମ୍ବର ୨୭ ମଧ୍ୟରେ ବାଲେଶ୍ୱରରେ ସ୍ବାଭାବିକ ଭାବେ ୧୨୨୪.୪ ମିଲିମିଟର ବର୍ଷା ହେବା ପରିବର୍ତ୍ତେ ହୋଇଛି ୯୨୫.୧ ମିଲିମିଟର, ଗଜପତିରେ ୯୭୦.୯ ମିଲିମିଟର ପରିବର୍ତ୍ତେ ୭୩୯.୪ ମିଲିମିଟର, ଖୋର୍ଦ୍ଧାରେ ୧୦୯୬.୮ ମିଲିମିଟର ପରିବର୍ତ୍ତେ ୭୮୬.୭ ମିଲିମିଟର ଏବଂ ପୁରୀରେ ୯୯୦.୯ ମିଲିମିଟର ସ୍ଥାନରେ ୭୪୦.୭ ମିଲିମିଟର ବର୍ଷା ହୋଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ଜୁନ୍‌ ୧୧ରେ ରାଜ୍ୟକୁ ପ୍ରବେଶ କରିଥିଲା। ଜୁନ୍‌ରେ ସାଧାରଣ ବୃଷ୍ଟିପାତଠାରୁ ୯.୩ ପ୍ରତିଶତ ଅଧିକ ବର୍ଷା ହୋଇଥିବାବେଳେ ଜୁଲାଇରେ ୩୪.୯ ପ୍ରତିଶତ କମ୍‌ ବର୍ଷା ହୋଇଥିଲା। ଚାଷ କାର୍ଯ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଥିଲା। ତେବେ ଅଗଷ୍ଟରେ ୪୫.୨ ପ୍ରତିଶତରୁ ଅଧିକ ବର୍ଷା ହୋଇଥିଲା। ଯେଉଁ ଜିଲାଗୁଡିକରେ ଜୁଲାଇ ମାସରେ ନିଅଣ୍ଟିଆ ବର୍ଷା ହୋଇଥିଲା ତାହା ଅଗଷ୍ଟରେ ଭରଣା ହୋଇଥିଲା। ଅଗଷ୍ଟରେ ୧୭ ଜିଲାରେ ସାଧାରଣ ବୃଷ୍ଟିପାତ (୧୯ ପ୍ରତିଶତ)ଠାରୁ ଅଧିକ ହୋଇଥିବା ବେଳେ ୧୨ ଜିଲାରେ ସ୍ବାଭାବିକ ବର୍ଷା ହୋଇଛି। ସେଥିରୁ ୬ ଜିଲାରେ ସାଧାରଣ ବୃଷ୍ଟିପାତଠାରୁ ୧୦୫ ପ୍ରତିଶତରୁ ୧୭୬ ପ୍ରତିଶତ ପର୍ଯ୍ୟନ୍ତ ଅଧିକ ବୃଷ୍ଟିପାତ ହୋଇଛି। କେବଳ ନୂଆପଡା ଜିଲାରେ ୩୧.୯ ପ୍ରତିଶତ କମ୍‌ ବର୍ଷା ହୋଇଥିଲା। ଅଗଷ୍ଟରେ ୪ଟି ଲଘୁଚାପ ହୋଇଥିଲା। ଲଘୁଚାପ ଜନିତ ବର୍ଷା ଯୋଗୁ ରାଜ୍ୟରେ ମଧ୍ୟମ ଧରଣର ବନ୍ୟା ହୋଇଥିଲା। ଏହି ବନ୍ୟାରେ ଯାଜପୁର, ପୁରୀ, କେନ୍ଦ୍ରାପଡ଼ା, ଭଦ୍ରକ ଜିଲା ଅଧିକ ପ୍ରଭାବିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶୁଣାଣି ଚାଲିଥିବା ବେଳେ କୋର୍ଟ ଛାତରୁ ଡେଇଁ ପଡ଼ିଲେ ଅଭିଯୁକ୍ତ

ଝାରସୁଗୁଡ଼ା,୧୬।୪: ଝାରସୁଗୁଡ଼ା ଜିଲା ଦୌରାଜଜଙ୍କ ଅଦାଲତର ଦ୍ୱିତୀୟ ମହଲାରୁ ମଙ୍ଗଳବାର ଜଣେ ଅଭିଯୁକ୍ତ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ବେଲପାହାଡ଼ ଥାନା...

ଭିଡିଓ କଲ୍‌ରେ ଲୋକଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ, ନେଲେ ଏସବୁର ଅପ୍‌ଡେଟ୍‌…

ଭୁବନେଶ୍ବର,୧୬।୪ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଏସ୍‌ କଲ୍‌ ପରେ ଏବେ ଭିଡିଓ କଲ୍‌ ଯୋଗେ ଲୋକଙ୍କ ସହ କଥା ହୋଇଛନ୍ତି। ମଙ୍ଗଳବାର ସେ ଭିଡିଓ...

ଦଳରେ ଅଣଦେଖା! ବିଶେଶ୍ୱର ଟୁଡୁଙ୍କୁ ଟିକେଟ ଦେଇନି ଭାଜପା

ଭୁବନେଶ୍ବର,୧୬।୪: ରାଜ୍ୟରେ ଆଉ ୨୧ ବିଧାନସଭା ଆସନ ଲାଗି ଭାଜପା ପକ୍ଷରୁ ମଙ୍ଗଳବାର ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏଥିରେ ଦଳ ରାଉରକେଲାରୁ ବରିଷ୍ଠ ନେତା...

ଦ୍ୱିତୀୟ ସ୍ଥାନରେ ଓଡ଼ିଆ ପୁଅ ଅନିମେଶ ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର,୧୬।୪: ୟୁପିଏସସି ସିଭିଲ୍‌ ସର୍ଭିସେସ୍‌ର ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। ୨୦୨୩ ଆଇଏଏସ୍‌ ଫଳାଫଳ ଅନୁଯାୟୀ ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର ହୋଇଛନ୍ତି । ଦ୍ୱିତୀୟ ସ୍ଥାନରେ...

ଦଳରେ ମିଶୁମିଶୁ ମିଳିଗଲା ଟିକେଟ

ଭୁବନେଶ୍ୱର,୧୨।୪: ଭାଜପା ମଙ୍ଗଳବାର ୨୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ କୋରାପୁଟ ଜିଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ କୈଳାଶ...

ଏଥର ବି ଝୁଲି ରହିଲା କଟକର ୨ ଆସନ

ଭୁବନେଶ୍ୱର,୧୬।୪: ଓଡ଼ିଶାରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଭାରତୀୟ ଜନତା ପାର୍ଟି (ଭାଜପା)। ଏଥର...

ଭାଜପା ପ୍ରାର୍ଥୀ ତାଲିକାରେ ଆଉ ୨୧ ଜଣଙ୍କ ନାଁ: ୨ଟି ସ୍ଥାନରେ ବଦଳିଲେ ପ୍ରାର୍ଥୀ

ଭୁବନେଶ୍ୱର,୧୬।୪: ମଙ୍ଗଳବାର ଭାଜପା ଆଉ ୨୧ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ୨ ବିଧାନସଭା ପ୍ରାର୍ଥୀଙ୍କୁ ଭାଜପା ବଦଳାଇଛି। ରଣପୁର ଏବଂ ପଟାଙ୍ଗୀ...

ଭାଜପା ପ୍ରାର୍ଥୀ ତାଲିକା: ରାଉଲକେଲାରୁ ଲଢିବେ ଦିଲ୍ଲୀପ ରାୟ

କରିଛି। ରାଉଲକେଲାରୁ ଭାଜପା ଦିଲ୍ଲୀପ ରାୟଙ୍କୁ ଟିକେଟ୍‌ ଦେଇଛି। ଦିଲ୍ଲୀପ ରାୟ ଭାଜପାରୁ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡି ସାରଦା ପ୍ରସାଦ ନାୟକଙ୍କୁ ଟିକେଟ୍‌ ଦେଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri