କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ହେବ ମଠ ପୁନଃ ନିର୍ମାଣ

ପୁରୀ ଅଫିସ, ୧।୮: ଶ୍ରୀମନ୍ଦିର ଐତିହ୍ୟ ସୁରକ୍ଷା କରିଡର୍‌ କାର୍ଯ୍ୟ ଖୁବ୍‌ଶୀଘ୍ର ଆରମ୍ଭ ହେବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ବ୍ରିଜ୍‌ ଆଣ୍ଡ କର୍ପୋରେଶନ ଲିମିଟେଡ୍‌ (ଓବି ଆଣ୍ଡ୍‌ ସିସି)କୁ ଦାୟିତ୍ୱ ଦିଆଯାଇଛି। ଶ୍ରୀମନ୍ଦିରର ୭୫ ମିଟର କରିଡର ଭିତରେ ଥିବା ସମସ୍ତ ମଠକୁ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ପୁନଃନିର୍ମାଣ କରାଯିବ। ପ୍ରାଥମିକ ପର୍ଯ୍ୟାୟରେ ଲଙ୍ଗୁଳି ମଠ, ବଡ଼ଛତା ମଠ ଓ ଛାଉଣି ମଠର ସୌନ୍ଦର୍ଯ୍ୟକରଣ ହେବ। ଏଥିସହ ମଠ ଗାଦିଗୃହ, ମନ୍ଦିର ଓ ଧ୍ୟାନମଣ୍ଡପ ଆଦିକୁ ନୂତନ ରୂପ ଦିଆଯିବ।

ଶନିବାର ଓବି ଆଣ୍ଡ୍‌ ସିସିର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ଜୟକୃଷ୍ଣ ଦାସ, ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମବିଭୂଷଣ ସୁଦର୍ଶନ ସାହୁ ଏବଂ କେତେଜଣ ଅଧିକାରୀ ପୁରୀ ଆସି ଏହି କାର୍ଯ୍ୟର ସମୀକ୍ଷା କରିଛନ୍ତି। ଖୁବଶୀଘ୍ର ଶ୍ରୀମନ୍ଦିର ଐତିହ୍ୟ କରିଡର କାର୍ଯ୍ୟ ଆରମ୍ଭ ହେବ ବୋଲି ଶିଳ୍ପୀ ସାହୁ କହିଛନ୍ତି। ସିଂହଦ୍ୱାର ନିକଟରେ ଥିବା ଲଙ୍ଗୁଳି ମଠ ଓ ସିଂହଦ୍ୱାର ଦୁଇପାଶର୍‌ବରେ ଥିବା ବଡ଼ଛତା ମଠ ଓ ଛାଉଣି ମଠର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ। ମଠ ଦୁଇଟି ମନ୍ଦିର ଆକୃତିର ହେବ। ଶ୍ରୀମନ୍ଦିର ଯେଉଁ ପଥରରେ ନିର୍ମାଣ ହୋଇଛି ସେହି ପଥର ବ୍ୟବହାର କରାଯିବ। ଅନ୍ୟପକ୍ଷରେ ବିଶ୍ୱ ଐତିହ୍ୟ ସହର ପରିକଳ୍ପନା ପାଇଁ ଅବଢ଼ା ଯୋଜନାରେ ୩୫୦୦ କୋଟି ଟଙ୍କାର ଅଟକଳ କରାଯାଇଛି। ସେହି ଅନୁପାତରେ ଐତିହ୍ୟ କରିଡର କାମ ହେବ ବୋଲି ଓବିସିସିର ଏମ୍‌ଡି କହିଛନ୍ତି। ତେବେ ଅବଢ଼ା ଯୋଜନାରେ ୮୦୦ କୋଟି ଟଙ୍କା ବ୍ୟୟରେ ଆରମ୍ଭ ହେବାକୁ ଥିବା ଐତିହ୍ୟ କରିଡର୍‌ କାର୍ଯ୍ୟର ରୂପରେଖ କ’ଣ ହେବ ସେନେଇ ଏବେ ପ୍ରଶ୍ନ ଉଠିଛି। ଏଥିପାଇଁ ପ୍ରାୟ ଦୁଇବର୍ଷ ପୂର୍ବରୁ ଶ୍ରୀମନ୍ଦିର ଚତୁଃପାଶର୍‌ବରେ ଥିବା ମଠଗୁଡ଼ିକୁ ଉଚ୍ଛେଦ କରାଯାଇଥିଲା। ୧୪ରୁ ୧୮ ମାସ ମଧ୍ୟରେ ଉକ୍ତ ମଠଗୁଡ଼ିକର ପୁନରୁଦ୍ଧାର କରାଯିବ ବୋଲି ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଏହି ପ୍ରତିଶ୍ରୁତି ପାଳନ ହୋଇ ନ ଥିବାରୁ ମଠାଧୀଶମାନେ କ୍ଷୋଭ ପ୍ରକାଶ କରିଥିଲେ। ତେବେ ଓବିସିସିର ବୈଷୟିକ ଟିମ୍‌ ସମେତ ସ୍ଥପତି ପୁରୀ ଆସି ବିଭିନ୍ନ ମଠ ଅନୁଧ୍ୟାନ କରିବା ପରେ ଏବେ ମଠଗୁଡ଼ିକର ପୁନରୁଦ୍ଧାର ହେବ ବୋଲି ଆଶା ସଞ୍ଚାର ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri