Posted inଜାତୀୟ

ୟୁଟ୍ୟୁବରଙ୍କ ଉପରେ ଲଗାମ ଲଗାଇବାକୁ ଅଣ୍ଟା ଭିଡିଲେ ସରକାର, ଆଣିବେ ବିଲ୍‌

ନୂଆଦିଲ୍ଲୀ,୨୭।୭: ୟୁଟ୍ୟୁବରଙ୍କ ଉପରେ ଲଗାମ ଲଗାଇବା ପାଇଁ ଅଣ୍ଟା କଷିଲେଣି ମୋଦି ସରକାର। ଏନେଇ ସବୁ ପ୍ରସ୍ତୁତି ମଧ୍ୟ ଶେଷ କରି ସାରିଲେଣି। ଏଥିପାଇଁ ମୋଦି ସରକାର ନୂଆ ବିଲ୍‌ ଆଣିବାକୁ ଯାଉଛନ୍ତି। ଯେଉଁମାନେ ନିୟମିତ ଭାବେ ସୋସିଆଲ ମିଡିଆରେ ଭିଡିଓ ଅପଲୋଡ କରନ୍ତି, ପୋଡକାଷ୍ଟ ତିଆରି କରନ୍ତି କିମ୍ବା ଅନଲାଇନ କଣ୍ଟେଣ୍ଟ ଆଫେୟାର୍ସ ବିଷୟରେ ନ୍ୟୁଜ ଲେଖିଥାନ୍ତି ସେମାନଙ୍କୁ ଡିଜିଟାଲ ନ୍ୟୁଜ ବ୍ରଡକାଷ୍ଟର ଭାବେ ତାଲିକା ଭୁକ୍ତ କରିବାକୁ ସରକାର ଚିନ୍ତା କରୁଛନ୍ତି।

ନଭେମ୍ବର ୨୦୨୩ରେ ଯେତେବେଳେ ଏହି ବିଲ ସର୍ବସାଧାରଣଙ୍କ ପରାମର୍ଶ ପାଇଁ ପ୍ରକାଶ ପାଇଥିଲା, ସେତେବେଳେ ଏହା ପ୍ରସାରଣକାରୀମାନଙ୍କୁ ଗୋଟିଏ ଆଇନ ଅଧୀନରେ ସମସ୍ତ ନିୟମକୁ ଏକାଠି କରିବାର ବ୍ୟବସ୍ଥା କରିଥିଲା। ତେବେ ଅନଲାଇନ ନ୍ୟୁଜ କଣ୍ଟେଣ୍ଟ କ୍ରିଏଟର୍ସ, ଯେଉଁମାନେ ଲିଗେସି ମିଡିଆ କିମ୍ବା ପଞ୍ଜୀକୃତ ଡିଜିଟାଲ ମିଡିଆ ସହିତ ଜଡ଼ିତ ନୁହଁନ୍ତି, ଷ୍ଟ୍ରିମିଂ ପ୍ଲାଟଫର୍ମ (‘ଓଟିଟି ବ୍ରଡକାଷ୍ଟ ସର୍ଭିସ’) ଉପରେ ଲାଗୁ ହୋଇଥିବା ନିୟମକୁ ସମାନ ଭାବେ ପାଳନ କରିପାରିବେ କି ନାହିଁ ସେନେଇ ଆଲୋଚନା ହେଉଛି। ୨୦୨୪ ସଂସ୍କରଣରେ ଡିଜିଟାଲ ନ୍ୟୁଜ ବ୍ରଡକାଷ୍ଟର୍ସ ନାମରେ ଏକ ନୂଆ ବର୍ଗ ପ୍ରଚଳନ କରି ସେମାନଙ୍କୁ ଆଇନ ପରିସରଭୁକ୍ତ କରିବାକୁ ପ୍ରସ୍ତାବ ଦିଆଯାଇଛି।

ଏହି ନୂଆ ଡ୍ରାଫ୍ଟରେ ‘ଅଡିଓ, ଭିଜୁଆଲ କିମ୍ବା ଅଡିଓ-ଭିଜୁଆଲ କଣ୍ଟେଣ୍ଟ, ଚିହ୍ନ, ଲେଖା, ପିକଚର’ ବ୍ୟତୀତ ‘ଟେକ୍ସଟ’ ସମେତ ‘ସମ୍ବାଦ ଓ ସାମ୍ପ୍ରତିକ ବ୍ୟାପାର କାର୍ଯ୍ୟକ୍ରମ’କୁ ମଧ୍ୟ ବ୍ୟାଖ୍ୟା କରାଯାଇଛି। ‘ପ୍ରୋଗ୍ରାମ’ ଏବଂ ‘ବ୍ରଡକାଷ୍ଟ’ର ସଂଜ୍ଞାକୁ ମଧ୍ୟ ସଂଶୋଧନ କରାଯାଇ ଯଥାକ୍ରମେ ‘ଟେକ୍ସଟ’ ଏବଂ ‘ଟେକ୍ଚୁଆଲ ପ୍ରୋଗ୍ରାମ’କୁ ଅନ୍ତର୍ଭୁକ୍ତ କରାଯାଇଛି।

ସଂକ୍ଷିପ୍ତରେ କହିବାକୁ ଗଲେ ସୋସିଆଲ ମିଡିଆ, ୱେବସାଇଟ, ନ୍ୟୁଜ ଲେଟର, ପୋଡକାଷ୍ଟରେ ଭିଡିଓ ଏବଂ କମେଣ୍ଟ୍ରି ଆଦି ସମସ୍ତ ଖବର ଓ ଖବର ସମ୍ବନ୍ଧୀୟ ଅନଲାଇନ ବିଷୟବସ୍ତୁ ଏହି ବିଲ ଅଧୀନରେ ଅନ୍ତର୍ଭୁକ୍ତ। ତେବେ ଏହି ବିଲକୁ ବିଚାର ବିମର୍ଶ ପାଇଁ ରଖାଯାଇଛି ଏବଂ ଏହାକୁ ସଂସଦରେ ଆଗତ କରିବା ପୂର୍ବରୁ କ୍ୟାବିନେଟର ଅନୁମୋଦନ ନେବାକୁ ପଡିବ ।

ଏହି ପ୍ରସ୍ତାବିତ ବ୍ୟବସ୍ଥାଗୁଡ଼ିକ ଏକ ବ୍ୟାପକ ଆଭିମୁଖ୍ୟର ଏକ ଅଂଶ । ଯାହା ଷ୍ଟ୍ରିମିଂ ସେବା ଏବଂ ଡିଜିଟାଲ ନ୍ୟୁଜ ବ୍ରଡକାଷ୍ଟର ସହିତ ଜଡିତ ମଧ୍ୟସ୍ଥି ଏବଂ ସୋସିଆଲ ମିଡିଆ ମଧ୍ୟସ୍ଥିମାନଙ୍କ ପାଇଁ ନୂତନ ଦାୟିତ୍ୱ ମଧ୍ୟ ଆଣିଥାଏ ଏବଂ ୨୦୨୩ ରେ ପ୍ରସାରିତ ଶେଷ ସଂସ୍କରଣଠାରୁ ଏକ ବଡ଼ ପରିବର୍ତ୍ତନରେ, ଅନଲାଇନ ବିଜ୍ଞାପନକୁ ଲକ୍ଷ୍ୟ କରି ବ୍ୟବସ୍ଥା ଅଟେ ।


Enter your email to get our daily news in your inbox.

All Right Reserved By Dharitri.Com

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଲିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡି ରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ…

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

୨୦୨୭ ବିଜୟର ସ୍କ୍ରିପ୍ଟ ପ୍ରସ୍ତୁତ କଲାଣି ଭାଜପା: ଚକ୍ରବ୍ୟୁହରେ ଫସିବେ ବିରୋଧୀ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା) ସୋମବାର ନୂଆ ଟିମ୍‌ ଘୋଷଣା କରିଛି। ଏଥିରେ ଉତ୍ତର ପ୍ରଦେଶର ୮ ଜଣ ନେତା ପଦବୀ ପାଇଛନ୍ତି। ଏହା ମାଧ୍ୟମରେ…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri