ଯୁଦ୍ଧ ଜାହାଜରେ ବୁଲିଲେ ବିଧାୟକ,ଏମ୍‌ପି

ପାରାଦୀପ,୨୩ା୧୨(ସ୍ବ.ପ୍ର.) : ରାଜ୍ୟର ୧୦୧ ବିଧାୟକ ଓ ଜଣେ ଏମ୍‌ପି ମଙ୍ଗଳବାର ପାରାଦୀପ ଗସ୍ତରେ ଆସି ଭାରତୀୟ ନୌସେନାର ଦ୍ବିତୀୟ ବୃହତ୍‌ ଯୁଦ୍ଧ ଜାହାଜ ଆଇଏନ୍‌ଏସ୍‌ ଜଲାସ୍ବରେ ବୁଲିଛନ୍ତି। ଏହା ନୌସେନା ଇତିହାସରେ ପ୍ରଥମ ବୋଲି କାର୍ଯ୍ୟକ୍ରମ ଶେଷରେ ରିୟଲ ଆଡମିରାଲ୍‌ ସଞ୍ଜୟ ଭଟ୍ଟ ସାୟାନ କହିଛନ୍ତି। ଏଥିରେ ଉଭୟ ଶାସକ ଓ ବିରୋଧୀ ଦଳର ମନ୍ତ୍ରୀ ଓ ବିଧାୟକମାନେ ସାମିଲ ହୋଇଥିଲେ। ୧୯୭୧ରେ ଭାରତ-ପାକିସ୍ତାନ ଯୁଦ୍ଧରେ ଭାରତୀୟ ନୌସେନାର ପ୍ରମୁଖ ଭୂମିକା ଥିଲା। ସେହି ଦିବସ (ଡିସେମ୍ବର ୫)କୁ ନୌସେନା ଦିବସ ଭାବେ ପାଳନ କରାଯାଏ। ଚଳିତ ମାସରେ ଏହା ୫୦ ବର୍ଷ ପୂରଣ କରୁଥିବାରୁ ଏହାକୁ ସ୍ମରଣୀୟ କରିବା ପାଇଁ ନୌସେନା ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଜନପ୍ରତିନିଧିମାନେ ସମୁଦ୍ରରେ ଆଇଏନ୍‌ଏସ୍‌ ଜଲାସ୍ବରେ ବୁଲିବା ସମୟରେ ଯୁଦ୍ଧ ଜାହାଜ ଆଇଏନ୍‌ଏସ୍‌ ଶକ୍ତି, ସାହଦ୍ରୀ ଓ ଶିବଲିକ୍‌ ସାମିଲ ହୋଇଥିଲା। ସମୁଦ୍ରରେ କିପରି ଦେଶକୁ ସୁରକ୍ଷା କରାଯାଏ, ଯୁଦ୍ଧାସ୍ତ୍ର ବ୍ୟବହାର ଓ ଉଦ୍ଧାର କାର୍ଯ୍ୟ କରାଯାଏ ସେସବୁ କୌଶଳ ନୌସେନା ପକ୍ଷରୁ ଜନପ୍ରତିନିଧିମାନଙ୍କୁ ଦେଖାଯାଇଥିଲା। ଶେଷରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିଧାନସଭା ପକ୍ଷରୁ ଏକ ତାରକସି ଫଳକ ଦେଇ ଆଡ୍‌ମିରାଲ ଭଟ୍ଟ ସାୟନଙ୍କୁ ସମ୍ମାନିତ କରିଥିଲେ। ସେହିପରି ନୌସେନା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଫଳକ ଦିଆଯାଇଥିଲା। ପୂର୍ବାହ୍ନରେ ଜନପ୍ରତିନିଧିମାନେ ବସ୍‌ରେ ଭୁବନେଶ୍ୱରରୁ ଆସି ଅଠରବାଙ୍କିସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇଥିଲେ। ସେଠାରୁ ସେମାନଙ୍କୁ ପାରାଦୀପ ବନ୍ଦର ପିଆଇସିଟି (ପାରାଦୀପ ଇଣ୍ଟରନ୍ୟାଶନାଲ କାର୍ଗୋ ଟର୍ମିନାଲ) ବର୍ଥରେ ଥିବା ଜଲାସ୍ବ ପାଖକୁ ଶୋଭାଯାତ୍ରାରେ ନିଆଯାଇଥିଲା। ସମୁଦ୍ରରେ ବୁଲିବା ପରେ ସା ୬ଟାରେ ଜାହାଜ ବର୍ଥକୁ ଫେରିଥିଲା। ପାରାଦୀପ ବନ୍ଦର ଇତିହାସରେ ଏହା ଦ୍ବିତୀୟ ଘଟଣା ବୋଲି କୁହାଯାଇଛି। ଏହାପୂର୍ବରୁ ୧୯୬୨, ଜାନୁୟାରୀ ୩ ରେ ବନ୍ଦରର ଭିତ୍ତିପ୍ରସ୍ତର ପଡ଼ିଥିଲା। ସେତେବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଓ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସହ ୫୦ରୁ ଊଦ୍ଧର୍‌ବ ବିଧାୟକ ସାମିଲ ହୋଇ ପାରାଦୀପ ଗସ୍ତରେ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଲାଇନ୍‌ ପାର ସମୟରେ ବୃଦ୍ଧଙ୍କୁ ଧକ୍କା ଦେଲା ଟ୍ରେନ୍‌, ଚାଲିଗଲା ଜୀବନ

ଲଖନପୁର,୧୫ା୨(ଗୌତମ ସାହୁ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ସୀମାନ୍ତ କନକତୋରା ଗ୍ରାମର ଫଲ୍ଲବ ପଧାନ(୬୨) ନିକଟସ୍ଥ ପଡ଼ୋଶୀ ରାଜ୍ୟ ଏକତାଳ କ୍ରିକେଟ ପଡ଼ିଆ ପାର୍ଶ୍ୱରେ ଯାଇଥିବା ଏନଟିପିସି…

ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମୂର୍ତ୍ତି: ବେଲେଶ୍ୱର ପୀଠରେ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ…

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଆଜି ହେଉଛି ମହାଶିବରାତ୍ରି ପର୍ବ। ତେଣୁ ରବିବାର ଭଞ୍ଜନଗର ଅଞ୍ଚଳର ସମସ୍ତ ଶୈବ ପୀଠରେ ଭଗବାନ ଶିବଠାକୁରଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ…

Mahashivratri 2026: ଜାଗରରେ ମଙ୍ଗଳଙ୍କ ମହାପରିବର୍ତ୍ତନ, ଏହି ୩ରାଶିର ବାଜିବ ଲଟେରୀ!

ମହାଶିବରାତ୍ରି ପର୍ୱକୁ ଭଗବାନ ଶିବଙ୍କ ପୂଜା ଏବଂ ଭକ୍ତିର ସର୍ୱୋତ୍ତମ ଉତ୍ସବ ଭାବରେ ବିବେଚନା କରାଯାଏ। ଏହି ବର୍ଷ ମହାଶିବରାତ୍ରିକୁ ବହୁତ ସ୍ୱତନ୍ତ୍ର ଭାବରେ ବିବେଚନା କରାଯାଏ…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

India vs Pakistan: ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ସବୁଠୁ ବଡ଼ ଭବିଷ୍ୟବାଣୀ! ଜିତିବ ଏହି ଟିମ୍‌ …

କଲମ୍ୱୋ,୧୫ା୨: ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍‌ ୨୦୨୬ର ସବୁଠୁ ହାଇ ଭୋଲଟେଜ୍ ମୁକାବିଲା ଆସନ୍ତାକାଲି ଖେଳାଯିବ । ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ଘମାଘୋଟ୍‌ ଲଢେଇ ହେବାକୁ ଯାଉଛି…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

ମହାଦେବଙ୍କୁ ଆରାଧନା ପାଇଁ ଲାଗିଛି ଲମ୍ବା ଧାଡ଼ି, ସବୁଠି ଶୁଭୁଛି ଓମ୍‌ ନଃ ଶିବାୟ

ବଲାଙ୍ଗୀର,୧୫ା୨(ସୁନିଲ କୁମାର ମହାନ୍ତି): ପବିତ୍ର ମହାଶିବରାତ୍ରି ଅବସରରେ ବଲାଙ୍ଗୀର ଜିଲାର ସମସ୍ତ ଶୈବପୀଠ ରବିବାର ଚଳଚଞ୍ଚଳ ହୋଇଉଠିଛି। ସବୁଠି ଓଁ ନମଃ ଶିବାୟ ଶୁଣିବାକୁ ମିଳୁଛି ।…

ଆଜି ଜାଗର: ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ

ପୁରୁଣା ଭୁବନେଶ୍ୱର,୧୫ା୨(ସୁବାସ ଚନ୍ଦ୍ର ପ୍ରଧାନ): ରବିବାର ମହାଶିବରାତ୍ରି ଓ ଜାଗର ଯାତ୍ରା। ଏନେଇ ଏକାମ୍ର କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି। ମନ୍ଦିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri