ଦାରିଙ୍ଗବାଡି, ୨।୭, (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଘଟିଯାଇଛି ବଡ଼ ଅଘଟଣ ଜଣେ ଯୁକ୍ତ ୨ ପଢୁଥିବା ଛାତ୍ରୀ ପାଠ ପଢିବାକୁ ରାଜି ନ ହେବା ସହ ବାହାରକୁ ରୋଜଗାର କରିବାକୁ ଯିବାକୁ ଅଡ଼ି ବସିଥିଲେ। ଏଥିରେ ପରିବାର ଲୋକ ରାଜି ନହେବାରୁ ନାବାଳିକା ଜଣଙ୍କ ନେଲେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ। ଏଭଳି ଘଟଣା ଘଟିଛି ଉକ୍ତ ଥାନା ବୁଡାଙ୍ଗପିପିଲି ଗ୍ରାମରେ। ଉକ୍ତ ଗ୍ରାମର ଅମିନ ପ୍ରଧାନଙ୍କ ଝିଅ ପୂର୍ଣ୍ଣିମା (୧୭) ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ଆଇଆଇସି ସଂଗ୍ରାମ କେଶରୀ ଜେନା କହିଛନ୍ତି। ସେ କହିଛନ୍ତି ଯେ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଘର ଲୋକ ପାଠପଢା କଥା କହିବାରୁ ସେ ବିରୋଧ କରି ବୁଧବାର ରାତ୍ରିଠାରୁ ଘରୁ ବାହାରି ପଳାଇଥିଲେ ଗୁରୁବାର ସକାଳୁ ଘର ଠାରୁ କିଛି ଦୂରରେ ଏକ ପିଜୁଳି ଘଛରେ ଦଉଡି ସାହାଯ୍ୟରେ ଝୁଲି ଆତ୍ମହତ୍ୟା କରିଥିଲେ। ପରିବାର ପକ୍ଷରୁ ମୃତକଙ୍କ ଭାଇ ଇସାକ ପ୍ରଧାନ ଏନେଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ ଅପମୃତ୍ୟୁ (୧୦ /୨୬ )ମାମଲା ରୁଜୁ କରି ମୃତ ଦେହ ଜବତ କରି ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ପୋଲିସ କହିଛି।

