କାର୍ଯ୍ୟକ୍ଷମ ହେଉନି ଦୁଗ୍ଧ ଶୀତଳୀକରଣ କେନ୍ଦ୍ର

ଛେଣ୍ଡିପଦା,୧୨।୧୧(ସ୍ବ.ପ୍ର.) ଦୁଗ୍ଧ ଉତ୍ପାଦନ ବଢ଼ାଇବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ସେଥିପାଇଁ ଗ୍ରାମାଞ୍ଚଳର ଦୁଗ୍ଧ ଚାଷୀମାନଙ୍କୁ ଅଧିକରୁ ଅଧିକ ଗୋପାଳନ ପାଇଁ ପ୍ରୋତ୍ସାହିତ କରୁଛନ୍ତି। ବ୍ୟାଙ୍କ ମାଧ୍ୟମରେ ଆବଶ୍ୟକ ଋଣ ଯୋଗାଇ ଦେଉଛନ୍ତି। ହେଲେ ଚାଷୀମାନେ କିପରି ସହଜରେ ଉତ୍ପାଦିତ ଦୁଗ୍ଧ ବ୍ରିକି କରିପାରିବେ ସେ ଦିଗରେ ଯଥେଷ୍ଟ ଧ୍ୟାନ ଦିଆଯାଉ ନାହିଁ। ଏହି କାରଣରୁ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅଞ୍ଚଳର ୨୫ଶହ ଦୁଗ୍ଧ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଥିବା ଅଭିଯୋଗ କରିଛନ୍ତି। ଏଠାରେ ଥିବା ଏକମାତ୍ର ଦୁଗ୍ଧ ଶୀତଳୀକରଣ କେନ୍ଦ୍ର କାର୍ଯ୍ୟକ୍ଷମ ହେଉ ନ ଥିବାରୁ ସମ୍ପୃକ୍ତ ଚାଷୀମାନଙ୍କୁ ଉଚିତ ମୂଲ୍ୟ ମିଳୁନାହିଁ।

ଛେଣ୍ଡିପଦା ବ୍ଲକର ଦୁଗ୍ଧ ଚାଷୀମାନଙ୍କଠାରୁ ଦୈନିକ ଦୁଗ୍ଧ କିଣିବା ପାଇଁ ସଦର ମହକୁମାଠାରେ ଓମଫେଡ ପକ୍ଷରୁ ୧ ହଜାର ଲିଟର କ୍ଷମତା ବିଶିଷ୍ଟ ଶୀତଳୀକରଣ କେନ୍ଦ୍ର ଖୋଲାଯାଇଥିଲା। ଏହି କେନ୍ଦ୍ର ଉପରେ ୧୬ଟି ସମବାୟ ସମିତି ବାମନାଳୀ, ବାଗଡ଼ିଆ, ଖମାରବାଣେଶ୍ୱରୀ, ସାପୋଇନାଳୀ, ଟଙ୍ଗିରୀ, ପୁରୁଣାଗଡ, ଗୋଳାଗାଡିଆ, ତୁକୁଡା, ହରିଡାଗୁଡ, ବଣିଆନଟି, ଶୁଭମ ଆଦିର ଚାଷୀ ନିର୍ଭର କରୁଥିଲେ। ଚାଷୀମାନେ ଉତ୍ପାଦିତ ୧୨୦୦ ଲିଟରରୁ ଅଧିକ ଦୁଗ୍ଧକୁ ସମବାୟ ସମିତି ମାଧ୍ୟମରେ ଆଣି ଦୈନିକ ଏହି ଶୀତଳୀକରଣ କେନ୍ଦ୍ରରେ ଦେଉଥିଲେ। ଏ ବାବଦର ଅର୍ଥ ରାଶି ପ୍ରତ୍ୟେକ ୧୦ ଦିନରେ ସମିତି ବ୍ୟାଙ୍କ ଖାତାକୁ ଓମଫେଡ ପକ୍ଷରୁ ପଠାଯାଉଥିଲା। କିନ୍ତୁ ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବକେୟା ରହିବା ସହିତ ଗାଈଙ୍କ ପାଇଁ ଔଷଧ ନ ଦେଇ ଚାଷୀଙ୍କ ଖାତାରୁ ଟଙ୍କା କଟାଯିବା ଘଟଣାକୁ ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଉକ୍ତ ରାଶି ଆଜି ପର୍ଯ୍ୟନ୍ତ ମିଳି ନ ଥିବାବେଳେ ଶୀତଳୀକରଣ କେନ୍ଦ୍ର ମଧ୍ୟ ବର୍ଷେ ତଳୁ ବନ୍ଦ ହୋଇଯାଇଛି। ଏହାର ନବୀକରଣ ପାଇଁ ନିର୍ମାଣ କରାଯାଇଥିବା ନୂତନ ଗୃହ ୩ ମାସ ତଳୁ ଉଦ୍‌ଘାଟିତ ହୋଇସାରିଛି। ହେଲେ ଶୀତଳୀକରଣ କେନ୍ଦ୍ର କାର୍ଯ୍ୟକ୍ଷମ କରାଯାଉ ନ ଥିବାରୁ ଚାଷୀମାନେ ଦୁଗ୍ଧ ବିକ୍ରି କରିପାରୁ ନାହାନ୍ତି। ଏ ନେଇ ଚାଷୀମାନେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବଙ୍କୁ ଭେଟି ଅଭିଯୋଗ କରିଥିଲେ। ଖୁବ୍‌ଶୀଘ୍ର ଏହା ଖୋଲାଯିବ ବୋଲି ଜିଲାପାଳ କହିଥିବା ଏମ୍‌ପି ଦୁଗ୍ଧ ଚାଷୀଙ୍କୁ ସୂଚନା ଦେଇଥିଲେ। ମାତ୍ର ଦେଢମାସ ବିତିଯାଇଥିଲେ ମଧ୍ୟ ଶୀତଳୀକରଣ କେନ୍ଦ୍ର କର୍ଯ୍ୟକ୍ଷମ ହୋଇପାରି ନାହିଁ। ଏ ସମ୍ପର୍କରେ ଢେଙ୍କାନାଳସ୍ଥିତ ଓମ୍‌ଫେଡ୍‌ ଜିଏମ୍‌ ଅଜିତ ଖେସଙ୍କୁ ବାରମ୍ବାର ଯୋଗାଯୋଗ (ମୋବାଇଲ୍‌ ନଂ. ୭୯୭୮୮୦୧୧୬୦) ସତ୍ତ୍ୱେ ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri