‘ବର୍ନିଂ ଆର୍ଥ’ର ରୂପକାର

ଭାରତୀୟ ବଂଶୋଦ୍ଭବ ଇତିହାସକାର ସୁନୀଲ ଅମ୍ରିତଙ୍କୁ ୨୦୨୫ ବ୍ରିଟିଶ ଏକାଡେମୀ ବୁକ୍‌ ପ୍ରାଇଜ୍‌ର ବିଜେତା ଘୋଷଣା କରାଯାଇଛି। ତାଙ୍କ ପୁସ୍ତକ ‘ଦ ବର୍ନିଂ ଆର୍ଥ: ଆନ୍‌ ଏନ୍‌ଭାଇରନ୍‌ମେଣ୍ଟାଲ ହିଷ୍ଟ୍ରି ଅଫ୍‌ ଦ ଲାଷ୍ଟ୍‌ ଫାଇଭ୍‌ ହଣ୍ଡ୍ରେଡ୍‌ ଇୟର୍ସ’ରେ ମାନବ ଉଚ୍ଚାକାଂକ୍ଷା କିପରି ଗ୍ରହକୁ ରୂପାନ୍ତରିତ କରିଛି ଓ ଗ୍ରହ କିପରି ମାନବ ଇତିହାସକୁ ଗଢ଼ିଛି ତାହାର ଏକ ବିସ୍ତୃତ ବର୍ଣ୍ଣନା କରାଯାଇଛି।
ବିଚାରକମାନେ ଏହାକୁ ଭବ୍ୟ ଓ ସୁନ୍ଦର ବ୍ୟାଖ୍ୟାନର ଏକ ପ୍ରାମାଣିକ ଦସ୍ତାବିଜ ବୋଲି ଅଭିହିତ କରିଛନ୍ତି। ବ୍ରିଟିଶ ଏକାଡେମୀ ବୁକ୍‌ ପ୍ରାଇଜ୍‌ର ଅଧ୍ୟକ୍ଷା ରେବେକା ଇୟର୍ଲେ ପୁସ୍ତକ ସମ୍ପର୍କରେ କହିଛନ୍ତି, ଏବର ଜଳବାୟୁ ପରିବର୍ତ୍ତନଜନିତ ସଙ୍କଟର ମୂଳ ବୁଝିବାକୁ ଚାହୁଁଥିବା ଯେକୌଣସି ବ୍ୟକ୍ତିଙ୍କ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେହେଉଛି।
୨୦୧୩ ମସିହାରୁ ବାର୍ଷିକ ପ୍ରଦାନ କରାଯାଉଥିବା ବ୍ରିଟିଶ ଏକାଡେମୀର ଅଣ-କାଳ୍ପନିକ(ନନ୍‌-ଫିକ୍ସନ) ପୁସ୍ତକ ପୁରସ୍କାରର ସୁନୀଲ ହେଉଛନ୍ତି ୧୩ତମ ବିଜେତା। ଏହା ଏପରି କାର୍ଯ୍ୟକୁ ସ୍ବୀକୃତି ଦିଏ ଯାହା ସତ୍ୟ ଓ ଯୁକ୍ତିମୂଳକ ଘଟଣା ଉପରେ ଆଧାରିତ ହୋଇଥାଏ। ତାଙ୍କ ପୁସ୍ତକ ମହାଦେଶ ଓ ଶତାବ୍ଦୀକୁ ଅତିକ୍ରମ କରିବାର ତଥ୍ୟ ଗୁନ୍ଥିରଖିଛି। ପେରୁର ପର୍ତ୍ତୁଗୀଜ ରୁପା ଖଣିରୁ ଦକ୍ଷିଣ ଆଫ୍ରିକାର ବ୍ରିଟିଶ ସୁନା କ୍ଷେତ୍ର, ଔପନିବେଶିକ ରେଳପଥରୁ କେନ୍ଦ୍ରୀୟ ଏସିଆର ତୈଳ ପାଇପ୍‌ଲାଇନ ପର୍ଯ୍ୟନ୍ତ ବିଷୟ ପୁସ୍ତକରେ ଏଭଳି ଦର୍ଶାଯାଇଛି ଯେ କିପରି ଉତ୍ତୋଳନ ଓ ସାମ୍ରାଜ୍ୟ ଆଧୁନିକ ବିଶ୍ୱକୁ ଗଢ଼ିଛି ତାହା ସୁସ୍ପଷ୍ଟ ହୋଇଛି। ତାଙ୍କ ଲେଖାରେ ସେ ମାନବ ଇତିହାସକୁ ପୃଥିବୀର ଇତିହାସରୁ ଅଲଗା କରାଯାଇପାରେ ନାହିଁ ବୋଲି ବର୍ଣ୍ଣନା କରିଛନ୍ତି। ସେ କହନ୍ତି ପରିବେଶଗତ ରୂପାନ୍ତର ସବୁବେଳେ ରାଜନୈତିକ, ଶକ୍ତି, ଲାଭ, ଅସମାନତା ଦ୍ୱାରା ଚାଳିତ, ଯାହା ଆମ ସମାଜକୁ ବ୍ୟାଖ୍ୟା କରେ। ପ୍ରଗତିର ଅନୁସରଣ କିପରି ମଣିଷ ଓ ଗ୍ରହ ଉଭୟକୁ ପୁନର୍ଗଠନ କରିଛି ତାହା ସେ ପ୍ରକାଶ କରିଛନ୍ତି। ଏଭଳି ଏକ ଗବେଷଣାତ୍ମକ ପୁସ୍ତକ ରଚନା କରି ସେ ବ୍ରିଟିଶ ଏକାଡେମୀ ବୁକ୍‌ ପ୍ରାଇଜ୍‌ ପାଇବାକୁ ଯାଉଥିବାରୁ ତାଙ୍କ ବ୍ୟକ୍ତିତ୍ୱ ଚର୍ଚ୍ଚାକୁ ଆସିଛି।
ସୁନୀଲ ୪ ସେପ୍ଟେମ୍ବର ୧୯୭୯ରେ କେନିଆର ନାଇରୋବିଠାରେ ଭାରତୀୟ ମାତାପିତାଙ୍କଠାରୁ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଜଣେ ବ୍ୟାଙ୍କର ଥିବା ବେଳେ ମାତା ଚକ୍ଷୁ ବିଶେଷଜ୍ଞ। ୧୯୮୦ରେ ମାତାପିତା ସିଙ୍ଗାପୁର ପଳାଇଯିବା ପରେ ସେ ସେଠାରେ ବଢ଼ିଥିଲେ। ୨୦୦୦ ମସିହାରେ କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟରୁ ବି.ଏ. ଏବଂ ୨୦୦୫ରେ ସେହି ଶିକ୍ଷାନୁଷ୍ଠାନରୁ ପିଏଚ୍‌.ଡି. ଡିଗ୍ରୀ ଅର୍ଜନ କରିଥିଲେ। ତାଙ୍କ ଗବେଷଣାତ୍ମକ ସନ୍ଦର୍ଭକୁ ଇଂଲିଶ୍‌ ଅର୍ଥନୈତିକ ଐତିହାସିକ ଏମା ରୋଥ୍‌ସଚାଇଲ୍‌ଡ ମୂଲ୍ୟାୟନ କରି ଉଚ୍ଚପ୍ରଶଂସା କରିଥିଲେ। ସୁନୀଲ ୨୦୦୬ରୁ ୨୦୧୫ ଯାଏ ୟୁନିଭର୍ସିଟି ଅଫ୍‌ ଲଣ୍ଡନ ଅଧୀନ ବିର୍‌କବେକ୍‌ଠାରେ ମଡର୍ନ ଏସିଆନ୍‌ ହିଷ୍ଟ୍ରି ପଢ଼ାଇଥିଲେ। ୨୦୧୫ରେ ସେ ଆମେରିକା ଯାଇ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ସାଉଥ୍‌ ଏସିଆନ୍‌ ହିଷ୍ଟ୍ରିର ପ୍ରଫେସର ହୋଇଥିଲେ। ତାଙ୍କ ଶିକ୍ଷାଦାନ ପରିସର ବିଶ୍ୱସ୍ତର ଛୁଇଁବାରେ ଲାଗିଲା ଯେବେ ସେ ପର୍ଯ୍ୟାୟକ୍ରମେ ୨୦୨୦ରୁ ୨୦୨୫ ଯାଏ ୟେଲ୍‌’ର ହ୍ବିଇଟ୍‌ନି ଆଣ୍ଡ୍‌ ବେଟ୍‌ଟି ମ୍ୟାକ୍‌ମିଲାନ ସେଣ୍ଟର ଫର୍‌ ଇଣ୍ଟରନ୍ୟାଶନାଲ ଆଣ୍ଡ୍‌ ଏରିଆ ଷ୍ଟଡିଜ୍‌ର ହେନ୍‌ରି ଆର୍‌. ଲୁସେ’ର ନିର୍ଦ୍ଦେଶକ ହୋଇପାରିଲେ। ସେ ବର୍ତ୍ତମାନ ୟେଲ ବିଶ୍ୱବିଦ୍ୟାଳୟରେ ରେନୁ ଆଣ୍ଡ୍‌ ଆନନ୍ଦ ଧାୱନ ପ୍ରଫେସରଶିପ୍‌ ଅଫ୍‌ ହିଷ୍ଟ୍ରୀ ପଦବୀଧାରୀ ହୋଇଥିବା ବେଳେ ସ୍କୁଲ୍‌ ଅଫ୍‌ ଏନ୍‌ଭାଇରନ୍‌ମେଣ୍ଟରେ ଶିକ୍ଷାଦାନ କରୁଛନ୍ତି।
‘ଦ ବର୍ନିଂ ଆର୍ଥ’ ପୂର୍ବରୁ ସେ ‘କ୍ରସିଂ ଦ ବେ ଅଫ୍‌ ବେଙ୍ଗଲ’ ଓ ‘ଅନରୁଲି ୱାଟର୍ସ’ ପାଇଁ ପ୍ରସିଦ୍ଧି ଅର୍ଜନ କରିଥିଲେ। ତାଙ୍କ ଲେଖାରେ ଦେଶାନ୍ତରଣ, ସାମ୍ରାଜ୍ୟ ଓ ମୌସୁମୀ ବର୍ଷାର ଗଭୀର ଅଧ୍ୟୟନ ଥିବା ଲକ୍ଷ୍ୟ କରାଯାଇଥାଏ। ଗୋଟେ ନୂଆ ବିଷୟକୁ ଲୋକଲୋଚନକୁ ଆଣିବା ପାଇଁ ସେ କରିଥିବା ଅନ୍ବେଷଣ ହିଁ ତାଙ୍କୁ ସ୍ବତନ୍ତ୍ର ଲେଖକ ସ୍ତରକୁ ଉନ୍ନୀତ କରିପାରିଛି। ସେଥିପାଇଁ ସେ ମାକାର୍ଥର ଜିନିୟସ ଫେଲୋଶିପ, ୨୦୨୪ ଫୁକୁଓକା ଏକାଡେମିକ ପ୍ରାଇଜ୍‌ ଏବଂ ୨୦୨୫ ଟୋୟନବି ପ୍ରାଇଜ୍‌ ଭଳି ଉଚ୍ଚ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ବର୍ତ୍ତମାନ ବିଶ୍ୱ ଜଳବାୟୁ ପରିବର୍ତ୍ତନଜନିତ ସଙ୍କଟ ଦେଇ ଆଉଟୁପାଉଟୁ ହେଉଥିବା ବେଳେ ସେ କହିନ୍ତି, ଏହି ସମସ୍ୟାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ କୌଣସି ପ୍ରସଙ୍ଗ ହୁଏତ ନାହିଁ। ଐତିହାସିକ ଦୃଷ୍ଟିକୋଣରୁ ଦେଖିଲେ ଆମେ ଏହି ସ୍ଥାନରେ କିପରି ପହଞ୍ଚତ୍ଲୁ ତାହା ବୁଝିବାରେ ସାହାଯ୍ୟ କରିବ ଏବଂ ଆମେ ଯେଉଁ ଜଟିଳତାରେ ଛନ୍ଦି ହୋଇଛୁ ସେଥିରୁ କିପରି ମୁକ୍ତ ହୋଇପାରିବୁ ତାହାର ବିଶ୍ଳେଷଣ କରିବାର ସମୟ ଆସିଥିବା ପୁସ୍ତକ ମାଧ୍ୟମରେ ସେ କହିବାକୁ ଚାହିଁଛନ୍ତି। ସେ ପାଠକଙ୍କୁ ପରିବେଶଗତ ପରିବର୍ତ୍ତନ ଓ ମାନବ ସଂଘର୍ଷ ମଧ୍ୟରେ ସଂଯୋଗ ଦେଖିବାକୁ ଆହ୍ବାନ ଦେଇଛନ୍ତି। ସେ ଯୁକ୍ତି କରନ୍ତି ଯେ ଯୁଦ୍ଧ କେବଳ ଭୂମି ପାଇଁ ନୁହେଁ, ବରଂ ଜଙ୍ଗଲ, ତୈଳ, ଜଳ ଓ ଶ୍ରମ ଭଳି ସମ୍ପଦ ନିମନ୍ତେ ମଧ୍ୟ ଲଢ଼ାଯାଏ। ଯୁଦ୍ଧ ଓ ହିଂସା ପରିବେଶଗତ ସଙ୍କଟର ମୂଳରେ ରହିଛି।
କୁହାଯାଇପାରେ, ୪୭ ବର୍ଷ ବୟସରେ ସୁନୀଲ ଏକ ପିଢ଼ିର ଇତିହାସକାରଙ୍କ ମଧ୍ୟରେ ଠିଆ ହୋଇଛନ୍ତି, ଯାହାଙ୍କର କାର୍ଯ୍ୟ ଅଭିଲେଖାଗାର (ଆର୍କାଇଭସ୍‌) ଓ ସକ୍ରିୟ ଅଭିଯାନ (ଆକ୍ଟିଭିଜମ୍‌) ମଧ୍ୟରେ ସେତୁ ସୃଷ୍ଟି କରେ। ତାଙ୍କୁ ସମ୍ମାନିତ କରି ବ୍ରିଟିଶ ଏକାଡେମୀ ବୁକ୍‌ ପ୍ରାଇଜ୍‌ ସ୍ବୀକାର କରୁଛି ଯେ ଆମେ କେଉଁଠାକୁ ଯାଉଛୁ ତାହା ଜାଣିବା ପାଇଁ ପ୍ରଥମେ ଆମେ ଆମ ପାଦ ତଳେ ଥିବା ଭୂମି ସହିତ ମେଳ ଖାଇବା ଆବଶ୍ୟକ।
ସୁନୀଲଙ୍କ ବ୍ୟକ୍ତିଗତ ଜୀବନକୁ ସନ୍ଧାନ କଲେ ସହଧର୍ମିଣୀ ରୁଥ୍‌ କୋଫେ ଓ ଦୁଇ ସନ୍ତାନଙ୍କ ସହ କନେକ୍ଟିକଟ୍‌ ହାମେଦେନ୍‌କୁ ଯିବାକୁ ପଡ଼ିବ।

Dharitri – Odisha’s No.1 Trusted Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

ଅଢ଼େଇ ବର୍ଷ ଯାଏ କଲବଲ କରିବେ ଶନି! ୩ ରାଶିରେ ସାଢେ ସାତ ଚାଲି; ଭାରି ଖରାପ…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମ ଏବଂ ନ୍ୟାୟର କାରକ ଗ୍ରହ ବୋଲି ଧରାଯାଏ। ଶନିଙ୍କ ଗତି ଧୀମା ହୋଇଥିବାରୁ କୌଣସି ରାଶିରେ ତାଙ୍କର ଗୋଚର (ଚଳନ) ଦୀର୍ଘ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri