ଆଜି ପ୍ରକାଶ ପାଇବ ମେଧା ତାଲିକା

ଭୁବନେଶ୍ୱର, ୭ା୯(ବ୍ୟୁରୋ): ରାଜ୍ୟର ଡିଗ୍ରୀ କଲେଜଗୁଡ଼ିକରେ ଯୁକ୍ତ୩ ନାମଲେଖା ପାଇଁ ବୁଧବାର ଅପରାହ୍ନ ୨ଟାରେ ପ୍ରଥମ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ବା ମେଧା ତାଲିକା ପ୍ରକାଶ ପାଇବ। ଏହା ସାମ୍ସ ୱେବ୍‌ସାଇଟ samsodisha.gov.inରେ ଉପଲବ୍ଧ ହେବ। ପ୍ରଥମ ପର୍ଯ୍ୟାୟ ନାମଲେଖା ୭ତାରିଖ ଅପରାହ୍ନ ୨ଟାରୁ ୧୧ ତାରିଖ ଅପରାହ୍ନ ୫ଟା ଯାଏ ଚାଲିବ। ରବିବାର ମଧ୍ୟ ନାମଲେଖା ହେବ। ଏହାପରେ ୧୬ତାରିଖ ଅପରାହ୍ନ ୨ଟାରେ ଦ୍ୱିତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ ପ୍ରକାଶ ପାଇବ। ଦ୍ୱିତୀୟ ପର୍ଯ୍ୟାୟରେ ମନୋନୀତ ହୋଇଥିବା ଛାତ୍ରୀଛାତ୍ରମାନେ ୧୬ତାରିଖ ଅପରାହ୍ନ ୨ଟାରୁ ୧୯ତାରିଖ ଅପରାହ୍ନ ୫ଟା ଭିତରେ ନାମ ଲେଖାଇବେ। ଏଥିରେ ମଧ୍ୟ ରବିବାର ନାମଲେଖା ହେବ। ୨୮ତାରିଖ ଅପରାହ୍ନ ୨ଟାରେ ସ୍ପଟ୍‌ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ। ୨୮ତାରିଖ ଅପରାହ୍ନ ୨ଟାରୁ ଅକ୍ଟୋବର ୧ ତାରିଖ ଅପରାହ୍ନ ୫ଟା ମଧ୍ୟରେ ସ୍ପଟ ନାମଲେଖା ହେବ। ସୂଚନାଯୋଗ୍ୟ, ଯୁକ୍ତ୩ ନାମଲେଖା ପାଇଁ ଅଗଷ୍ଟ ୧୧ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ୨୫ ତାରିଖ ପର୍ଯ୍ୟନ୍ତ ଆବେଦନ କରିବାକୁ ସମୟ ଧାର୍ଯ୍ୟ ହୋଇଥିବାବେଳେ ରାଜ୍ୟରେ ବନ୍ୟା ପରିସ୍ଥିତି ପାଇଁ ତାହାକୁ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା।
ସେହିପରି ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ୨ ନାମଲେଖା ପାଇଁ ବୁଧବାର ଅପରାହ୍ନ ୩ଟାରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଏହା ସାମ୍ସ ୱେବ୍‌ସାଇଟ samsodisha.gov.inରେ ଉପଲବ୍ଧ ହେବ। ଦ୍ୱିତୀୟ ପର୍ଯ୍ୟାୟରେ ମନୋନୀତ ହୋଇଥିବା ଛାତ୍ରୀଛାତ୍ରମାନେ ୮ରୁ ୧୦ତାରିଖ ଅପରାହ୍ନ ୫ଟା ଭିତରେ ନାମ ଲେଖାଇବେ। ବଳକା ସିଟ୍‌ରେ ନାମଲେଖା ପାଇଁ ୧୫ ତାରିଖ ଅପରାହ୍ନ ୨ଟାରେ ସ୍ପଟ ମେଧା ତାଲିକା ପ୍ରକାଶ ପାଇବ। ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପରେ ଯେତିକି ସିଟ୍‌ ବଳକା ପଡ଼ିଥିବ ତା’ର ୧୦ ଗୁଣା ସ୍ପଟ ମେଧା ତାଲିକାରେ ପ୍ରକାଶ ପାଇବ। ୧୭ରୁ ୨୦ ତାରିଖ ମଧ୍ୟରେ ସ୍ପଟ ନାମଲେଖା ହେବ। ସୂଚନାଯୋଗ୍ୟ, ଚଳିତବର୍ଷ ଯୁକ୍ତ୨ ନାମଲେଖା ପାଇଁ ୪,୮୦,୭୦୪ ଛାତ୍ରୀଛାତ୍ର ଆବେଦନ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୪,୦୪,୪୦୦ ଛାତ୍ରୀଛାତ୍ର ନାମଲେଖା ପାଇଁ ମନୋନୀତ ହୋଇଥିଲେ। ପ୍ରଥମ ପର୍ଯ୍ୟାୟ ନାମଲେଖା ଅଗଷ୍ଟ ୧୯ରୁ ୩୦ତାରିଖ ମଧ୍ୟରେ ହୋଇଥିଲା। ପୂର୍ବରୁ ୨୫ତାରିଖ ପର୍ଯ୍ୟନ୍ତ ଏହି ନାମଲେଖା ହେବ ବୋଲି ଘୋଷଣା କରାଯାଇଥିଲା। କିନ୍ତୁ ରାଜ୍ୟରେ ବନ୍ୟା ପରିସ୍ଥିତି ପାଇଁ ପ୍ରଥମ ପର୍ଯ୍ୟାୟ ନାମଲେଖା ଅବଧିକୁ ୩୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଏହି ପର୍ଯ୍ୟାୟରେ ମୋଟ ୩ଲକ୍ଷ ୪୪ହଜାର ୩୪୩ ଜଣ ଛାତ୍ରୀଛାତ୍ର ନାମ ଲେଖାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ବିଧାନସଭା ପ୍ରାର୍ଥୀ ତାଲିକା: ରଘୁନାଥ ସାହୁଙ୍କୁ ମିଳିଲା ଏହି ଆସନ

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ତାଲିକାରେ ରହିଛି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାଁ। ସେ ବଡ଼ଚଣାରୁ...

କେନ୍ଦ୍ରାପଡ଼ାରୁ ଗଣେଶ୍ୱର, ବଡ଼ଚଣାରୁ ଲଢ଼ିବେ…

ଭୁବନେଶ୍ୱର,୨୦।୪: ଆଗାମୀ ସାଧାରଣ ନିର୍ବାଚନକୁ ନେଇ ବିଜେଡି ପକ୍ଷରୁ ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ...

ବର୍ଷାଙ୍କୁ ମିଳିଲା ଟିକେଟ୍‌, ଏହି ଠୁ ଲଢିବେ

ଭୁବନେଶ୍ୱର,୨୦।୪: ୬ଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ନିକଟରେ ବିଜୁ ଜନତା ଦଳରେ ଯୋଗ ଦେଇଥିବା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଦଳ...

ସକାଳୁ ନିଆଁବର୍ଷା! ୩୫ ଛୁଇଁଲାଣି ପାରା

ଭୁବନେଶ୍ୱର,୨୦।୪: ଆଜି ବି କଲବଲ କରିବ ତାତି । ସକାଳୁ ଛୁଇଁଲାଣି ୩୫ । ଆଜି ସକାଳ ୮ଟା ସୁଦ୍ଧା ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା...

ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି, ଜାଣନ୍ତୁ କାହାକୁ ମିଳିଲା କେଉଁ ଆସନ

ଭୁବନେଶ୍ୱର,୨୦।୪: ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି। ବଡ଼ଚଣାରୁ ଲଢିବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ସେହିପରି ଚିଲିକାରୁ ରଘୁନାଥ ସାହୁ, କେନ୍ଦ୍ରାପଡ଼ାରୁ ଗଣେଶ୍ବର ବେହେରା,...

ରାଜନୀତିରେ ରାଜାରାଣୀ, ଜୋରଦାର ହେବ ଲଢେଇ

ଭୁବନେଶ୍ୱର,୨୦।୪: ୨୦୨୪ ନିର୍ବାଚନରେ ଓଡିଶା ଦେଖିବାକୁ ଯାଉଛି ଭିନ୍ନ ଧରଣର ଲଢେଇ। କାରଣ ଏଥର ରାଜ୍ୟ ରାଜନୀତିକୁ ଏଣ୍ଟ୍ରି ମାରିଛନ୍ତି ରାଜ ପରିବାର। ମଇଦାନରେ ଜନତା...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ଭୁବନେଶ୍ୱରରେ କାମ ବନ୍ଦ ଘୋଷଣା କଲେ ସଫେଇ କର୍ମଚାରୀ

ଭୁବନେଶ୍ୱର,୨୦।୪: କାମ ବନ୍ଦ କଲେ ସଫେଇ କର୍ମଚାରୀ । ରାଜଧାନୀରେ ଆଉ ସଫେଇ କାମ କରିବେନି ବୋଲି ଘୋଷଣା କରିଛନ୍ତି କର୍ମଚାରୀ। ଭୁବନେଶ୍ୱର ୬୪ ନମ୍ବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri