Posted inଜାତୀୟ

ଯୁକ୍ରେନ୍‌ ଫେରନ୍ତାଙ୍କୁ ଏନ୍‌ଏମ୍‌ସିର କ୍ଲିନ୍‌ଚିଟ୍‌

ନୂଆଦିଲ୍ଲୀ,୭ା୯: ଯୁକ୍ରେନ୍‌ରେ ମେଡିକାଲ ଶିକ୍ଷା ଲାଭ କରୁଥିବା ଭାରତୀୟ ଛାତ୍ରୀଛାତ୍ରଙ୍କ ପାଇଁ ନ୍ୟାଶନାଲ ମେଡିକାଲ କମିଶନ(ଏନ୍‌ଏମ୍‌ସି) ପକ୍ଷରୁ ବଡ଼ ଆଶ୍ୱସ୍ତି ମିଳିଛି। ରୁଷିଆ-ଯୁକ୍ରେନ୍‌ ଯୁଦ୍ଧ ପାଇଁ ସେଠାରୁ ଅଧାରୁ ଫେରି ଆସିଥିବା ଛାତ୍ରୀଛାତ୍ରମାନେ ଏବେ ବିଶ୍ୱର ଯେକୌଣସି ସ୍ଥାନରେ ଶିକ୍ଷା ଗ୍ରହଣ ପାଇଁ ଆବେଦନ କରିପାରିବେ। ଏଥିପାଇଁ ଏନ୍‌ଏମ୍‌ସି ମଞ୍ଜୁରୀ ପ୍ରଦାନ କରିଛି। ପୂର୍ବରୁ ବିଦେଶରେ ଶିକ୍ଷାଲାଭ କରୁଥିବା ଛାତ୍ରୀଛାତ୍ରଙ୍କୁ ପାଠ୍ୟକ୍ରମ ଅଧାରୁ ଦେଶ ପରିବର୍ତ୍ତନ କରିବାକୁ ଅନୁମତି ନ ଥିଲା। ବିଶେଷ ସ୍ଥିତିକୁ ଅନୁଧ୍ୟାନ କରି ଏନ୍‌ଏମ୍‌ସି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି। ତେବେ କ୍ରାଇଟେରିଆ ଅଫ୍‌ ସ୍କ୍ରିନିଂ ଟେଷ୍ଟ ରେଗୁଲେଶନ-୨୦୦୨କୁ ଯେଉଁ ପିଲାମାନେ ପୂରଣ କରିପାରୁଥିବେ ସେହିମାନଙ୍କ କ୍ଷେତ୍ରରେ ହିଁ ଉପରୋକ୍ତ ନିର୍ଦ୍ଦେଶ ଲାଗୁ ହୋଇପାରିବ ବୋଲି ଏନ୍‌ଏମ୍‌ସି ସ୍ପଷ୍ଟ କରିଛି।
ପୂର୍ବରୁ ଯେଉଁ ବିଦେଶୀ ଶିକ୍ଷାନୁଷ୍ଠାନରେ ଛାତ୍ରୀଛାତ୍ରମାନେ ମେଡିକାଲ ଶିକ୍ଷା ଲାଭ କରୁଥିଲେ, ସେହିଠାରେ ସେମାନେ ସମ୍ପୂର୍ଣ୍ଣ ପାଠ୍ୟକ୍ରମ ଶେଷ କରିବା ସହ ପ୍ରଶିକ୍ଷଣ ଏବଂ ଇଣ୍ଟର୍ନଶିପ୍‌ ଏବଂ କ୍ଲର୍କଶିପ୍‌ କରିବାକୁ ଅନୁମତି ମିଳୁଥିଲା। ପାଠ୍ୟକ୍ରମ ମଝିରେ ସେମାନଙ୍କୁ ଅନ୍ୟ ସ୍ଥାନରେ ପ୍ରଶିକ୍ଷଣ କିମ୍ବା ଇଣ୍ଟର୍ନଶିପ୍‌ ନେବାକୁ ଅନୁମତି ନ ଥିଲା। ୟୁକ୍ରେନ୍‌ରେ ଯୁଦ୍ଧ ହେବା ପରେ ସେଠାରେ ଶିକ୍ଷା ଗ୍ରହଣ କରୁଥିବା ଭାରତୀୟ ଛାତ୍ରମାନେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବା ପରେ ନିଜର ଭବିଷ୍ୟତକୁ ନେଇ ଅନିଶ୍ଚିତତା ମଧ୍ୟରେ ଗତି କରୁଛନ୍ତି। ଏଭଳି ସ୍ଥିତିରେ ୟୁକ୍ରେନ ପକ୍ଷରୁ ଶିକ୍ଷାନୁଷ୍ଠାନ ପରିବର୍ତ୍ତନ କରିବା ପାଇଁ ଅନୁମତି ଦେବାସମ୍ପର୍କରେ ହୋଇଥିବା ପ୍ରସ୍ତାବକୁ ବୈଦେଶିକ ମନ୍ତ୍ରଣାଳୟ ସହ ଆଲୋଚନା କରି କମିଶନ ଏଭଳି ନିଷ୍ପତ୍ତି ନେଇଛି। ତେବେ ଏହି ନିଷ୍ପତ୍ତି ସାମୟିକ ଭାବେ କାର୍ଯ୍ୟ କରିବାକୁ ଥିବାବେଳେ ମେଡିକାଲ୍‌ ଡ୍ରିଗୀ ପ୍ରମାଣପତ୍ର ମୂଳ ଶିକ୍ଷାନୁଷ୍ଠାନଠାରୁ ମିଳିବ ବୋଲି ଏନ୍‌ଏମ୍‌ସି ସ୍ପଷ୍ଟ କରିଛି। ଇତିମଧ୍ୟରେ ୟୁକ୍ରେନରେ ଥିବା ବିଶ୍ୱବିଦ୍ୟାଳୟଗୁଡ଼ିକ ଖୋଲିଯାଇଥିଲେ ସୁଦ୍ଧା ସେଠାରେ ଲାଗି ରହିଥିବା ବିବାଦୀୟ ସ୍ଥିତି ଯୋଗୁ ପିଲାମାନେ ଯିବାକୁ ଚାହୁଁ ନ ଥିବା ଜଣାପଡ଼ିଛି। ଅଧିକାଂଶ ଛାତ୍ରୀଛାତ୍ର ଅନ୍‌ଲାଇନ୍‌ ମାଧ୍ୟମରେ ଶିକ୍ଷା ଲାଭ କରୁଛନ୍ତି। ତେବେ କେବଳ ଥିଓରି କ୍ଲାସ୍‌କୁ ଅନ୍‌ଲାଇନ୍‌ ମାଧ୍ୟମରେ କରିବାକୁ ଏନ୍‌ଏମ୍‌ସି ଅନୁମତି ଦେଇଥିଲା। ହେଲେ ଏବେ ଛାତ୍ରୀଛାତ୍ରମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ଲାଗୁ କରାଯାଇଥିବାରୁ ସେମାନଙ୍କ ମଧ୍ୟରେ ଊତ୍ସାହ ପରିଲ୍ଲଖିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦% ଭିଭିପିଏଟି ଯାଞ୍ଚ ହେବନାହିଁ

ନୂଆଦିଲ୍ଲୀ,୨୭ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦% ଯାଞ୍ଚ...

୮୮ ଆସନରେ ୬୧% ମତଦାନ

ନୂଆଦିଲ୍ଲୀ,୨୭ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୫ଟା...

ସାରା ଦେଶରେ ୟୁସିସି ଲାଗୁହେବ: ଶାହା

ଗୁନା,୨୭ା୪: କଂଗ୍ରେସ ନିର୍ବାଚନ ଇସ୍ତାହାରରେ ଧର୍ମୀୟ ପର୍ସନାଲ ଲ’କୁ କାଏମ ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ସାରା ଦେଶରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ...

ଭାରତ ଛାଡ଼ିବାକୁ ହ୍ବାଟ୍ସଆପ୍‌ର ଚେତାବନୀ

ନୂଆଦିଲ୍ଲୀ,୨୭ା୪: ଭାରତ ସରକାର ଓ ମେଟା ମାଲିକାନାରେ ଥିବା ମେସେଜିଂ ପ୍ଲାଟ୍‌ଫର୍ମ ହ୍ବାଟ୍ସଆପ୍‌ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ସୂଚନାର ପ୍ରଥମ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri