ଯୁକ୍ତ୨ ପିଲାଙ୍କ ଲାଗି ବାୟୋମେଟ୍ରିକ ବାଧ୍ୟତାମୂଳକ

ଭୁବନେଶ୍ୱର, ୭।୯(ବ୍ୟୁରୋ): ରାଜ୍ୟର ସବୁ ଉଚ୍ଚ ମାଧ୍ୟମିକ ସ୍କୁଲରେ ଯୁକ୍ତ୨ ଛାତ୍ରୀଛାତ୍ରଙ୍କ ଲାଗି ବାୟୋମେଟ୍ରିକ ବାଧ୍ୟତାମୂଳକ ହେବ। ଏନେଇ ଗଣଶିକ୍ଷା ବିଭାଗ ଯୋଜନା କରୁଥିବା ସୂଚନା ମିଳିଛି। ତେବେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୬୫୦ଟି କଲେଜରେ ପାଇଲଟ୍‌ ପ୍ରକଳ୍ପ ଭାବେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡ଼ିଛି।
ଏଣିକି ଜୁନିୟର କଲେଜରେ ଶ୍ରେଣୀରେ ଅଧ୍ୟାପକମାନେ ଉପସ୍ଥାନ ନେବା ପୂର୍ବରୁ ଛାତ୍ରୀଛାତ୍ର ବାୟୋମେଟ୍ରିକରେ ନିଜର ଉପସ୍ଥାନ ଦେବେ। ସେହିପରି ଯେତେବେଳେ କଲେଜ ଛାଡ଼ିବେ କିମ୍ବା ଛୁଟି ପରେ ପୁଣିି ବାୟୋମେଟ୍ରିକରେ ଉପସ୍ଥାନ ଦେବେ। ଫଳରେ ଛାତ୍ରୀଛାତ୍ରମାନେ ଦୈନିକ କଲେଜରେ କେତେ ସମୟ ଉପସ୍ଥିତ ରହୁଛନ୍ତି ଏବଂ କେତୋଟି କ୍ଲାସ୍‌ କରୁଛନ୍ତି ସେସବୁର ରିପୋର୍ଟ ରହିବ। ଏଥିସହ ପ୍ରତିବର୍ଷ ପରୀକ୍ଷା ପୂର୍ବରୁ ପିଲାଙ୍କ ଉପସ୍ଥାନ ବାୟୋମେଟ୍ରିକ ମାଧ୍ୟମରେ ସ୍ପଷ୍ଟ କରାଯିବ। ସର୍ବନିମ୍ନ ୭୫ ପ୍ରତିଶତରୁ କମ୍‌ ଉପସ୍ଥାନ ରହିଲେ ପିଲାଙ୍କୁ ପରୀକ୍ଷା ଲାଗି ଅନୁମତି ଦିଆଯିବ ନାହିଁ। ଏହାବ୍ୟତୀତ ପ୍ରତିମାସରେ ପିଲାଙ୍କ ଉପସ୍ଥାନ କେତେ ରହିଥିଲା, ତାହା କଲେଜ ନୋଟିସ୍‌ ବୋର୍ଡରେ ଦର୍ଶାଯିବ। ପ୍ରତି ୬ମାସର ଉପସ୍ଥାନକୁ ନେଇ ସମୀକ୍ଷା କରାଯିବ ଏବଂ ପିଲାଙ୍କ ଉପସ୍ଥାନ ଯଦି ୭୫ପ୍ରତିଶତରୁ କମ୍‌ ରହେ ତେବେ ଅଭିଭାବକଙ୍କୁ ଅବଗତ କରାଯିବ।
ସୂଚନାଯୋଗ୍ୟ, ଗତ କିଛିବର୍ଷ ହେବ ରାଜ୍ୟରେ ଉଚ୍ଚ ମାଧ୍ୟମିକ ସ୍କୁଲଗୁଡ଼ିକରେ ଛାତ୍ରୀଛାତ୍ରଙ୍କ ଉପସ୍ଥାନକୁ ନେଇ ସମସ୍ୟା ସୃଷ୍ଟି ହୋଇଛି। ବିଶେଷକରି କଳା ବିଭାଗର ପିଲାଙ୍କ ଉପସ୍ଥାନ ବର୍ଷକୁ ୪୦ପ୍ରତିଶତ ରହୁଥିବା ବେଳେ ବିଜ୍ଞାନ ବିଭାଗର ପିଲାଙ୍କ ଦ୍ୱିତୀୟ ବର୍ଷରେ ଉପସ୍ଥାନ ଅତ୍ୟନ୍ତ କମ ରହୁଛି। ବିଜ୍ଞାନ ବିଭାଗର ପିଲାମାନେ କୋଚିଂ ପ୍ରତି ଗୁରୁତ୍ୱ ଦେଉଥିବାରୁ ପ୍ରାୟ ୫୭ ପ୍ରତିଶତ ପିଲା ଯୁକ୍ତ୨ ଦ୍ୱିତୀୟ ବର୍ଷରେ କଲେଜ ଆସୁନାହାନ୍ତି। କେବଳ ପ୍ରାକ୍ଟିକାଲ କ୍ଲାସକୁ ବାଦ୍‌ ଦେଲେ ଥିଓରି କ୍ଲାସରେ ପିଲାଙ୍କ ଉପସ୍ଥାନ ସଂଖ୍ୟା ଆଶାତୀତ କମ୍‌ ରହୁଥିବା ଜଣାପଡ଼ିଛି। ଫଳରେ ଫର୍ମପୂରଣ ସମୟରେ ବିଭିନ୍ନ ସମସ୍ୟା ହେଉଛି। ଏପରି ସମସ୍ୟାରେ ରୋକ୍‌ ଲଗାଇବା ଲାଗି ପ୍ରଥମ କରି ପିଲାଙ୍କ ଲାଗି ବାୟୋମେଟ୍ରିକ ବ୍ୟବସ୍ଥା ଆରମ୍ଭ ହେଉଥିବା ଜଣାପଡ଼ିଛି।
ରାଜ୍ୟରେ ପ୍ରାୟ ୨,୦୬୫ଟି ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ଘରୋଇ କଲେଜ ରହିଛି। ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା, କଟକ, ଗଞ୍ଜାମ, ବରଗଡ଼, ଭଦ୍ରକ, ବୌଦ୍ଧ, ଦେବଗଡ଼, ପୁରୀ, କନ୍ଧମାଳ, କେନ୍ଦ୍ରାପଡ଼ା ଜିଲାରେ ପିଲାଙ୍କ ଲାଗି ବାୟୋମେଟ୍ରିକ ବ୍ୟବସ୍ଥା କଲେଜରେ ରହିବ। ୨୦୨୩ରୁ ଏହି ବ୍ୟବସ୍ଥା ରାଜ୍ୟର ସବୁ କଲେଜରେ ଆରମ୍ଭ ହେବ ବୋଲି ଜଣାପଡ଼ିଛି।
ଏଠାରେ ଉଲ୍ଲେଖଯୋଗ୍ୟ, ଗତ ୫ବର୍ଷ ହେବ ସବୁ ଜୁନିୟର କଲେଜରେ ଅଧ୍ୟାପକ, କର୍ମଚାରୀଙ୍କ ଲାଗି ବାୟୋମେଟ୍ରିକ ବ୍ୟବସ୍ଥା କରାଯାଇଛି। କୋଭିଡ୍‌ ଲାଗି ଗତ ୨ବର୍ଷ ହେବ ଏହି ବ୍ୟବସ୍ଥାକୁ ବନ୍ଦ କରାଯାଇଥିଲା। ପୁଣି ଏବେ ତାହାକୁ ଆରମ୍ଭ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡା ନିଯୁକ୍ତ

ଭୁବନେଶ୍ୱର,୪।୯(ବ୍ୟୁରୋ): ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡାଙ୍କୁ ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ ନିଯୁକ୍ତି ଦେଇଛନ୍ତି।...

ଦିଲ୍ଲୀରେ ଓଡ଼ିଆ ଡାକ୍ତରଙ୍କ କରୋନାରେ ମୃତ୍ୟୁ: ପତ୍ନୀ, ଦୁଇ ଝିଅ ମଧ୍ୟ ସଂକ୍ରମିତ

ଭୁବନେଶ୍ୱର, ୨୦।୬(ବ୍ୟୁରୋ)-  ଦିଲ୍ଲୀରେ ଜଣେ ଓଡ଼ିଆ ଡାକ୍ତରଙ୍କ କରୋନାରେ ମୃତ୍ୟୁ ଘଟିଛି। ସେ ହେଲେ ୩୯ ବର୍ଷୀୟ ଡା. ଅଶ୍ୱିନୀ କୁମାର ପ୍ରତାପ। ତାଙ୍କ ଘର...

କ୍ୟାମ୍ପସ୍‌ ହାଲଚାଲ୍‌: ପରୀକ୍ଷାଠୁ ପିକ୍‌ନିକ୍‌ ଯାଏ ଚାଲିଛି ଚର୍ଚ୍ଚା

କଟକ ଅଫିସ,୯ା୧୨- ସୋସିଆଲ ମିଡ଼ିଆ ସହ ଅଧିକ ମାତ୍ରାରେ ଜଡ଼ିତ ଯୁବପିଢ଼ି। ଏହି ଜରିଆରେ ଯୁବପିଢିଙ୍କ ପାଖରେ ଦେଶବିଦେଶର ଖବର ସବୁବେଳେ ମହଜୁଦ। ଘଟଣା ହେଉ...

ଆଜି ସରୁଛି ଗୋବିନ୍ଦଙ୍କ ରିମାଣ୍ଡ ଅବଧି

ଭବାନୀପାଟଣା,୨୪।୧୦(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେଗାଁ ଥାନା ମହାଲିଙ୍ଗ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ରିମାଣ୍ଡ ଅବଧି...

ଅମାନିଆଙ୍କୁ ସାବାଡ଼ କଲା ପୋଲିସ: ଅପରାହ୍ନ ୧ଟା ସୁଦ୍ଧା ୮୪୭ ବାଇକ୍‌ ଜବତ

ଭୁବନେଶ୍ୱର,୬।୪(ବ୍ୟୁରୋ): କରୋନା (କୋଭିଡ୍‌-୧୯)ର ମୁକାବିଲା ପାଇଁ କେନ୍ଦ୍ର ସରକାର ୨୧ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହାକୁ ଆହୁରି କଡ଼ାକଡ଼ି କରିବା ପାଇଁ ରାଜ୍ୟ ସରକାର ୪୮...

ରାଜଧାନୀରେ ବର୍ଷକରେ ୧୨.୯୬ କୋଟି ଠକେଇ

ଭୁବନେଶ୍ୱର,୩୧।୧୨(ବ୍ୟୁରୋ): ରାଜଧାନୀରେ ସାଇବର ଠକେଇରେ ରୋକ ଲଗାଯାଇପାରୁ ନାହିଁ। ଲୋକଙ୍କୁ ବିଭିନ୍ନ ଜରିଆରେ ସଚେତନ କରାଯାଉଥିଲେ ମଧ୍ୟ ସାଇବର ଅପରାଧୀଙ୍କ ଜାଲରେ ପଡ଼ି ବହୁ ଟଙ୍କା ହରାଉଛନ୍ତି।...

୧୩ରୁ ବିଧାନସଭାର ଶୀତକାଳୀନ ଅଧିବେଶନ: ଏଥର ରହିଛି ୩୦ଟି କାର୍ଯ୍ୟଦିବସ

ଭୁବନେଶ୍ୱର, ୧୧।୧୧(ବ୍ୟୁରୋ): ଆସନ୍ତା ୧୩ ତାରିଖରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ପ୍ରଥମ ଦିନରେ ୨୦୧୯-୨୦ ବର୍ଷ ପାଇଁ ଅତିରିକ୍ତ ବଜେଟ୍‌ ଆଗତ ହେବାର...

ମେଲାଣି ନେଲେ ମା’

ଭୁବନେଶ୍ୱର, ୧୦ା୧୦(ବ୍ୟୁରୋ): ଆନନ୍ଦ ଉତ୍ସବର ଅନ୍ତ ଘଟାଇ ବିଦାୟ ନେଇଛନ୍ତି ମା’ ଜଗଜ୍ଜନନୀ। ଆତସବାଜି, ଢୋଲ, ମର୍ଦ୍ଦଳ, ଘଣ୍ଟ, ଘଣ୍ଟି ସହ ନାଚ ଗୀତର ରୋଶଣିରେ...

Advertisement
Archives

Model This Week