ଯୁକ୍ତ୨ ପିଲାଙ୍କ ଲାଗି ବାୟୋମେଟ୍ରିକ ବାଧ୍ୟତାମୂଳକ

ଭୁବନେଶ୍ୱର, ୭।୯(ବ୍ୟୁରୋ): ରାଜ୍ୟର ସବୁ ଉଚ୍ଚ ମାଧ୍ୟମିକ ସ୍କୁଲରେ ଯୁକ୍ତ୨ ଛାତ୍ରୀଛାତ୍ରଙ୍କ ଲାଗି ବାୟୋମେଟ୍ରିକ ବାଧ୍ୟତାମୂଳକ ହେବ। ଏନେଇ ଗଣଶିକ୍ଷା ବିଭାଗ ଯୋଜନା କରୁଥିବା ସୂଚନା ମିଳିଛି। ତେବେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୬୫୦ଟି କଲେଜରେ ପାଇଲଟ୍‌ ପ୍ରକଳ୍ପ ଭାବେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡ଼ିଛି।
ଏଣିକି ଜୁନିୟର କଲେଜରେ ଶ୍ରେଣୀରେ ଅଧ୍ୟାପକମାନେ ଉପସ୍ଥାନ ନେବା ପୂର୍ବରୁ ଛାତ୍ରୀଛାତ୍ର ବାୟୋମେଟ୍ରିକରେ ନିଜର ଉପସ୍ଥାନ ଦେବେ। ସେହିପରି ଯେତେବେଳେ କଲେଜ ଛାଡ଼ିବେ କିମ୍ବା ଛୁଟି ପରେ ପୁଣିି ବାୟୋମେଟ୍ରିକରେ ଉପସ୍ଥାନ ଦେବେ। ଫଳରେ ଛାତ୍ରୀଛାତ୍ରମାନେ ଦୈନିକ କଲେଜରେ କେତେ ସମୟ ଉପସ୍ଥିତ ରହୁଛନ୍ତି ଏବଂ କେତୋଟି କ୍ଲାସ୍‌ କରୁଛନ୍ତି ସେସବୁର ରିପୋର୍ଟ ରହିବ। ଏଥିସହ ପ୍ରତିବର୍ଷ ପରୀକ୍ଷା ପୂର୍ବରୁ ପିଲାଙ୍କ ଉପସ୍ଥାନ ବାୟୋମେଟ୍ରିକ ମାଧ୍ୟମରେ ସ୍ପଷ୍ଟ କରାଯିବ। ସର୍ବନିମ୍ନ ୭୫ ପ୍ରତିଶତରୁ କମ୍‌ ଉପସ୍ଥାନ ରହିଲେ ପିଲାଙ୍କୁ ପରୀକ୍ଷା ଲାଗି ଅନୁମତି ଦିଆଯିବ ନାହିଁ। ଏହାବ୍ୟତୀତ ପ୍ରତିମାସରେ ପିଲାଙ୍କ ଉପସ୍ଥାନ କେତେ ରହିଥିଲା, ତାହା କଲେଜ ନୋଟିସ୍‌ ବୋର୍ଡରେ ଦର୍ଶାଯିବ। ପ୍ରତି ୬ମାସର ଉପସ୍ଥାନକୁ ନେଇ ସମୀକ୍ଷା କରାଯିବ ଏବଂ ପିଲାଙ୍କ ଉପସ୍ଥାନ ଯଦି ୭୫ପ୍ରତିଶତରୁ କମ୍‌ ରହେ ତେବେ ଅଭିଭାବକଙ୍କୁ ଅବଗତ କରାଯିବ।
ସୂଚନାଯୋଗ୍ୟ, ଗତ କିଛିବର୍ଷ ହେବ ରାଜ୍ୟରେ ଉଚ୍ଚ ମାଧ୍ୟମିକ ସ୍କୁଲଗୁଡ଼ିକରେ ଛାତ୍ରୀଛାତ୍ରଙ୍କ ଉପସ୍ଥାନକୁ ନେଇ ସମସ୍ୟା ସୃଷ୍ଟି ହୋଇଛି। ବିଶେଷକରି କଳା ବିଭାଗର ପିଲାଙ୍କ ଉପସ୍ଥାନ ବର୍ଷକୁ ୪୦ପ୍ରତିଶତ ରହୁଥିବା ବେଳେ ବିଜ୍ଞାନ ବିଭାଗର ପିଲାଙ୍କ ଦ୍ୱିତୀୟ ବର୍ଷରେ ଉପସ୍ଥାନ ଅତ୍ୟନ୍ତ କମ ରହୁଛି। ବିଜ୍ଞାନ ବିଭାଗର ପିଲାମାନେ କୋଚିଂ ପ୍ରତି ଗୁରୁତ୍ୱ ଦେଉଥିବାରୁ ପ୍ରାୟ ୫୭ ପ୍ରତିଶତ ପିଲା ଯୁକ୍ତ୨ ଦ୍ୱିତୀୟ ବର୍ଷରେ କଲେଜ ଆସୁନାହାନ୍ତି। କେବଳ ପ୍ରାକ୍ଟିକାଲ କ୍ଲାସକୁ ବାଦ୍‌ ଦେଲେ ଥିଓରି କ୍ଲାସରେ ପିଲାଙ୍କ ଉପସ୍ଥାନ ସଂଖ୍ୟା ଆଶାତୀତ କମ୍‌ ରହୁଥିବା ଜଣାପଡ଼ିଛି। ଫଳରେ ଫର୍ମପୂରଣ ସମୟରେ ବିଭିନ୍ନ ସମସ୍ୟା ହେଉଛି। ଏପରି ସମସ୍ୟାରେ ରୋକ୍‌ ଲଗାଇବା ଲାଗି ପ୍ରଥମ କରି ପିଲାଙ୍କ ଲାଗି ବାୟୋମେଟ୍ରିକ ବ୍ୟବସ୍ଥା ଆରମ୍ଭ ହେଉଥିବା ଜଣାପଡ଼ିଛି।
ରାଜ୍ୟରେ ପ୍ରାୟ ୨,୦୬୫ଟି ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ଘରୋଇ କଲେଜ ରହିଛି। ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା, କଟକ, ଗଞ୍ଜାମ, ବରଗଡ଼, ଭଦ୍ରକ, ବୌଦ୍ଧ, ଦେବଗଡ଼, ପୁରୀ, କନ୍ଧମାଳ, କେନ୍ଦ୍ରାପଡ଼ା ଜିଲାରେ ପିଲାଙ୍କ ଲାଗି ବାୟୋମେଟ୍ରିକ ବ୍ୟବସ୍ଥା କଲେଜରେ ରହିବ। ୨୦୨୩ରୁ ଏହି ବ୍ୟବସ୍ଥା ରାଜ୍ୟର ସବୁ କଲେଜରେ ଆରମ୍ଭ ହେବ ବୋଲି ଜଣାପଡ଼ିଛି।
ଏଠାରେ ଉଲ୍ଲେଖଯୋଗ୍ୟ, ଗତ ୫ବର୍ଷ ହେବ ସବୁ ଜୁନିୟର କଲେଜରେ ଅଧ୍ୟାପକ, କର୍ମଚାରୀଙ୍କ ଲାଗି ବାୟୋମେଟ୍ରିକ ବ୍ୟବସ୍ଥା କରାଯାଇଛି। କୋଭିଡ୍‌ ଲାଗି ଗତ ୨ବର୍ଷ ହେବ ଏହି ବ୍ୟବସ୍ଥାକୁ ବନ୍ଦ କରାଯାଇଥିଲା। ପୁଣି ଏବେ ତାହାକୁ ଆରମ୍ଭ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ବଦଳିଲେ ଓଡ଼ିଶାର ରାଜ୍ୟପାଳ: ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେଲେ…

ଭୁବନେଶ୍ୱର,୧୨।୧୦: ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୩୬ ଦିନ ଜେଲରୁ ରହିବା ପରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କଲେ ଏହି ଖେଳାଳି, ପ୍ରଥମ ମ୍ୟାଚରେ ଶତକ ମାରି କାନ୍ଦି ପକାଇଲେ…

ନୂଆଦିଲ୍ଲୀ,୧୨।୧୦: ରଣଜୀ ଟ୍ରଫିର ନୂଆ ସିଜନ ଅକ୍ଟୋବର ୧୧ରୁ ଆରମ୍ଭ ହୋଇଛି। ବଙ୍ଗଳା ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବଙ୍ଗଳା ଦଳ ଦିଲ୍ଲୀ ଉପରେ ଚାପ…

୧୩ରୁ ୨୨ ଯାଏ ୧୦ ଟ୍ରେନ୍‌ ବାତିଲ, କେଉଁ କେଉଁ ଟ୍ରେନ୍‌ ହେଲା ବାତିଲ୍‌ ଜାଣନ୍ତୁ…

ଜୟପୁର,୧୨ା୧୦(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ମାଳିଗୁଡ଼ା ଓ ଛତ୍ରୀପୁଟ ରେଳ ଷ୍ଟେଶନ ମଧ୍ୟରେ ଭୂସ୍ଖଳନ ଯୋଗୁ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଲଓ୍ବେ ରାୟଗଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?