ଔଷଧୀୟ ଗୁଣରେ ପରିପୂର୍ଣ୍ଣ ବଟବୃକ୍ଷ ଏବେ ଅସୁରକ୍ଷିତ

ଯାଜପୁର,୯ା୧୦(ହର୍ଷବର୍ଦ୍ଧନ ବେହେରା):ସାମାନ୍ୟ ପବନରେ ଶତାଧିକ ବର୍ଷ ପୁରୁଣା ଗଛଗୁଡିକ ଟଳି ପଡୁଛି। ସେଥିମଧ୍ୟରୁ ଔଷଧୀୟ ଗୁଣରେ ପରିପୂର୍ଣ୍ଣ ତଥା ଜାତୀୟ ବୃକ୍ଷ ଏବଂ ଜୈବ ବିବିଧତାର ଉତ୍ସ ବଟବୃକ୍ଷ ବିଲୁପ୍ତ ହେବାକୁ ବସିଲାଣି। ବଟବୃକ୍ଷକୁ ସୁରକ୍ଷିତ ରଖୁଥିବା ତାର ଓହଳଗୁଡିକୁ ନିଜର ସ୍ବାର୍ଥ ସାଧନ ପାଇଁ କାଟି ଦିଆଯାଉଥିବାରୁ ବୃକ୍ଷର ଚାରି ପାର୍ଶ୍ୱରେ ଦୁର୍ବଳ ହୋଇ ଧରାଶାୟୀ ହେଉଥିବା ମତପ୍ରକାଶ ପାଇଛି। ଏହାସହ ବାତ୍ୟା, ବନ୍ୟା ଏବଂ କାଳବୈଶାଖୀ ଯୋଗୁ ଶତାଧିକ ବଟବୃକ୍ଷର ମୃତ୍ୟୁ ହୋଇଛି। ବେଳହୁଁ ବଞ୍ଚିଥିବା ବଟବୃକ୍ଷଗୁଡିକର ସୁରକ୍ଷା ଏବଂ ନୂତନ ଚାରା ରୋପଣ କରିବା ଦିଗରେ ଲୋକେ ସଚେତନ ନ ହେଲେ ଏହା ଯେ କେବଳ ଭବିଷ୍ୟତ ବଂଶଧର ପାଇଁ ଏକ ଛବି ହୋଇ ରହିଯିବ ସେଥିରେ ତିଳେମାତ୍ର ସନ୍ଦେହ ନାହିଁ ବୋଲି ମତପ୍ରକାଶ ପାଉଛି।
ଯାଜପୁର ଜିଲାର ପଡୋଶୀ ଢେଙ୍କାନାଳ ସୀମାନ୍ତବର୍ତ୍ତୀ ଅଞ୍ଚଳକୁ ଲାଗି ରହିଥିବା ମାତ୍ରାଧିକ କଳାପଥର ଖାଦାନ ଓ ଏଥିପାଇଁ ବିସ୍ଫୋରଣ ଯୋଗୁ ସବୁଜ ବଳୟ ନଷ୍ଟ ହେବା ସହ ବନ୍ୟଜନ୍ତୁମାନଙ୍କ ଆବାସସ୍ଥଳୀ ସଙ୍କୁଚିତ ହେବାରେ ଲାଗିଛି। ଏହି କ୍ରମରେ ୪୯୮୩ ବର୍ଗ କିମି.ପରିମିତ କଟକ ଫରେଷ୍ଟ ଡିଭିଜନ ଅନ୍ତର୍ଗତ ଜଙ୍ଗଲ ବିପଦରେ ପଡିଛି। ଏହି ଡିଭିଜନ ଅଧୀନରେ ସମୁଦାୟ ୩୬୫୨୮.୪୭୮୮ ହେକ୍ଟର ଜଙ୍ଗଲ ମଧ୍ୟରୁ ୨୪୭୪ ହେକ୍ଟର ସଂରକ୍ଷିତ ଜଙ୍ଗଲ ରହିଛି। ତେବେ ଏହା କାଗଜକଲମରେ ସଂରକ୍ଷିତ ରହିଥିବାବେଳେ ଏଥିରୁ ଅଧିକାଂଶ ଜଙ୍ଗଲ ପଥର ଖାଦାନରେ ବ୍ୟବହୃତ ହେଉଛି। ଏଥିଯୋଗୁ ଶତାଧିକ ବଟବୃକ୍ଷଗୁଡିକୁ କାଟି ସଫା କରାଯାଉଥିବା ମତପ୍ରକାଶ ପାଇଛି। ଜଙ୍ଗଲ ବିଭାଗ କର୍ତ୍ତୃପକ୍ଷ ବଟବୃକ୍ଷଗୁଡିକୁ ସୁରକ୍ଷା ଦେବା ପରିବର୍ତ୍ତେ ବେଆଇନ ଖାଦାନ ମାଲିକଙ୍କ କଥାରେ ରହୁଛନ୍ତି। ଏଥିଯୋଗୁ ସଂରକ୍ଷିତ ଏବଂ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯାଉ ନାହିଁ ବୋଲି ଚର୍ଚ୍ଚା ହେଉଛି। ଏଭଳି ବିଭାଗୀୟ ଆନ୍ତରିକତା ଅଭାବ ଯୋଗୁ କଟକ ଫରେଷ୍ଟ ଡିଭିଜନ(ସମଗ୍ର ଯାଜପୁର ଜିଲା, କେନ୍ଦ୍ରାପଡ଼ା ଜିଲାର କେନ୍ଦ୍ରାପଡ଼ା, ମାର୍ଶାଘାଇ, ଗରଡପୁର ଓ ଡେରାବିଶ ବ୍ଲକ, ଜଗତ୍‌ସିଂପୁର ଜିଲାର ଜଗତ୍‌ସିଂହପୁର, ତିର୍ତ୍ତୋଲ, ରଘୁନାଥପୁର ଓ ବିରିଡି ବ୍ଲକ) ଅଞ୍ଚଳରେ ବଟବୃକ୍ଷଗୁଡିକ ଅସୁରକ୍ଷିତ ବୋଲି କୁହାଯାଉଛି। ଯାଜପୁର ଜିଲାର ଅଧିକାଂଶ ଅଞ୍ଚଳ ବୈତରଣୀ, ବ୍ରାହ୍ମଣୀ, ଖରସ୍ରୋତା, ବିରୂପା, ଗେଙ୍ଗୁଟି ଆଦି ନଦୀ କୋଳରେ ରହିଛି। ନଦୀକୂଳରେ ରହିଥିବା ସହସ୍ରାଧିକ ବଟବୃକ୍ଷ ସାମାନ୍ୟ ପବନରେ ଧରାଶାୟୀ ହୋଇ ପଡୁଛି। ଅନ୍ୟପକ୍ଷେ ଗାଁ ମୁଣ୍ଡରେ ଅତୀତରେ ଥିବା ବଟବୃକ୍ଷକୁ କାଟି କଂକ୍ରିଟକରଣ କରାଯାଇ ବସଷ୍ଟାଣ୍ଡ କିମ୍ବା ରାସ୍ତା ତିଆରି କରାଯାଉଛି। ସରକାର ପିଆଶାଳ, ଶାଳ, ଶାଗୁଆନ ଆଦି ମୂଲ୍ୟବାନ ଗଛ ଉପରେ ଅଧିକ ଗୁରୁତ୍ୱ ଦେଇ ଚାରା ରୋପଣ କରୁଥିବାବେଳେ ଔଷଧୀୟ ଗୁଣରେ ପରିପୂର୍ଣ୍ଣ ତଥା ପଥଚାରୀଙ୍କୁ ଆଶ୍ରୟ ଦେଉଥିବା ବଟବୃକ୍ଷକୁ ହେୟ ମନେ କରାଯାଉଛି।
ବଟବୃକ୍ଷକୁ ନେଇ ଅନେକ ପୌରାଣିକ କିମ୍ବଦନ୍ତୀ ରହିଛି। ହିନ୍ଦୁ ଧର୍ମଶାସ୍ତ୍ରରେ ବଟବୃକ୍ଷର ପତ୍ରରେ ଭଗବାନ କୃଷ୍ଣ ଆଶ୍ରୟ ନେଇଥିଲେ। ଭଗବଦ୍‌ ଗୀତାରେ ବଟବୃକ୍ଷକୁ ଭିନ୍ନ ଭାବେ ଚିତ୍ରଣ କରାଯାଇଛି। ଅନ୍ୟବୃକ୍ଷ ତୁଳନାରେ ଏହି ବୃକ୍ଷ ଅଧିକ ସମୟ ବଞ୍ଚିଥାଏ। ଏହାର ଆୟତନ ଅଧିକ ଓସାର ଓ ଘଞ୍ଚ ହୋଇଥିବାରୁ ଅନ୍ୟମାନଙ୍କୁ ଛାୟା ପ୍ରଦାନ କରିଥାଏ। ବଟବୃକ୍ଷର ଚେରଗୁଡିକ ଉପରକୁ ଲମ୍ବିଥିବାବେଳେ ଏହାର ଶାଖାପ୍ରଶାଖା ତଳକୁ ଲମ୍ବିଥାଏ। ହେଲେ ଅନେକ ସ୍ଥାନରେ ସେହି ଶାଖାପ୍ରଶାଖାକୁ କାଟି ଦିଆଯାଉଥିବାରୁ ବଟବୃକ୍ଷର ଶକ୍ତି ହ୍ରାସ ପାଇଥାଏ। ଫଳରେ ଭାରସାମ୍ୟ ହରାଇ ଅକାଳରେ ବଟବୃକ୍ଷ ଟଳିପଡିଥାଏ। ବଟବୃକ୍ଷକୁ ଇଂଲିଶରେ ବାନିୟନ, ସଂସ୍କୃତରେ ବଟବୃକ୍ଷ, ତେଲୁଗୁରେ ମେରି ବୃକ୍ସମୁ, ତାମିଲରେ ଆଲାମରାମ ବୋଲି କୁହାଯାଏ। ବିଶ୍ୱାସ କରାଯାଏ ଯେ, ଭଗବାନ ବୁଦ୍ଧ ବଟବୃକ୍ଷ ତଳେ ତପସ୍ୟା କରିଥିଲେ। ଯେଉଁ ବଟବୃକ୍ଷ ତଳେ ସେ ତପସ୍ୟା କରିଥିଲେ ତାକୁ ବୁଦ୍ଧି ବୋଲି ନାମିତ କରାଯାଇଛି। ଏଥିରେ ସେ ମୋକ୍ଷପ୍ରାପ୍ତି ଲାଭ କରିଥିଲେ। ବଟବୃକ୍ଷର ଆହୁରି ଉପାଦେୟତା ଗୁଣ ରହିଛି। ଏହି ବୃକ୍ଷର ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ଔଷଧୀୟ ଗୁଣରେ ପରିପୂର୍ଣ୍ଣ। ଏହାର ରସ ବିଭିନ୍ନ ଚର୍ମରୋଗର ନିରାକରଣ କରିଥାଏ। ସେହିପରି ଏହାର ମଞ୍ଜି ଓ ଛାଲି ଡାଇବେଟିସ ରୋଗକୁ ଭଲ କରିଥାଏ। ଡାଇରିଆ, ଦାନ୍ତରୋଗରେ ବଟବୃକ୍ଷର ବିଭିନ୍ନ ଅଙ୍ଗ କାମକୁ ଆସିଥାଏ। ବଟବୃକ୍ଷର ରସକୁ କ୍ଷୀରରେ ମିଶାଇ ଖାଇଲେ ମଳକଣ୍ଟକ ରୋଗ ଉପଶମ ହୋଇଥାଏ। ଏପରି ଔଷଧୀୟ ଗୁଣରେ ପରିପୂର୍ଣ୍ଣ ବଟବୃକ୍ଷର ରକ୍ଷଣାବେକ୍ଷଣ କରିବା ପାଇଁ ସରକାର ଆଦୌ ଗୁରୁତ୍ୱ ଦେଉନାହାନ୍ତି। ଏପରି କି ବଟବୃକ୍ଷର ଡାଳପତ୍ର ହେଉଛି ହାତୀଙ୍କ ମୁଖ୍ୟ ଖାଦ୍ୟ। ଜଙ୍ଗଲରେ ବଟବୃକ୍ଷ ଲୁପ୍ତ ହୋଇପଡୁଥିବାରୁ ହାତୀମାନେ ଖାଦ୍ୟ ଅନ୍ବେଷଣରେ ଗ୍ରାମାଭିମୁଖୀ ହେଉଛନ୍ତି। ଫଳରେ ମଣିଷ ଓ ହାତୀଙ୍କ ମଧ୍ୟରେ ସଂଘର୍ଷ ଘଟୁଛି। ଏଥିରେ ଅନେକ ଧନଜୀବନ ହାନି ହେଉଛି। ହାତୀ ମୃତ୍ୟୁସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ବୋଲି ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?