ଅଦାଲତଙ୍କ ବିନା ଆଦେଶରେ ଗର୍ଭପାତ କରାଇପାରିବେ ଡାକ୍ତରୀ ଟିମ୍‌: ହାଇକୋର୍ଟ

କଟକ ଅଫିସ,୧୦।୪: ଗର୍ଭବତୀ ହୋଇଥିବା ଏକ ନାବାଳିକାର ଗର୍ଭପାତ ଲାଗି ଶୁକ୍ରବାର ହାଇକୋର୍ଟ ଏସ୍‌ସିବିର ଏକ ୩ଜଣିଆ ଡାକ୍ତରୀ ଟିମ୍‌ ଗଢ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ନାବାଳିକାର ଗର୍ଭପାତ ହେବା ଜରୁରୀ ବୋଲି ଏହି ଟିମ୍‌ ହୃଦ୍‌ବୋଧ କରିବ ତେବେ ଅଦାଲତଙ୍କ ଆଦେଶକୁ ଅପେକ୍ଷା ନ କରି ଗର୍ଭପାତ କରାଇପାରିବ ବୋଲି ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌. ମୁରଲୀଧର ଓ ବିଚାରପତି ଜଷ୍ଟିସ୍‌ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ମାମଲାର ଶୁଣାଣି କରି ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ତାଙ୍କ ଆବେଦନରେ ଦର୍ଶାଇଥିଲେ, ୧୪ବର୍ଷୀୟ ଝିଅର ଗତ ମାର୍ଚ୍ଚ ୧୬ରେ ଅଲଟ୍ରାସାଉଣ୍ଡ କରିବା ପରେ ସେ ଗର୍ଭବତୀ ଥିବା ଜଣାପଡିଥିଲା। ଗର୍ଭ ନଷ୍ଟ ପାଇଁ ପୁରୀ ହସ୍ପିଟାଲକୁ ଯାଇଥିଲେ। ନାବାଳିକା ୨୧ ସପ୍ତାହର ଗର୍ଭବତୀ ଥିବାରୁ ପୁରୀ ହସ୍ପିଟାଲ ପକ୍ଷରୁ ମାର୍ଚ୍ଚ ୨୬ରେ ଏସ୍‌ସିବିକୁ ପଠାଇ ଦିଆଯାଇଥିଲା। ନାବାଳିକା ଗର୍ଭଧାରଣ କରିବା ୨୦ ସପ୍ତାହରୁ ଊର୍ଦ୍ଧ୍ୱ ସମୟ ହୋଇଯାଇଥିଲା। ତେଣୁ ଗର୍ଭପାତ ଲାଗି ଅଦାଲତଙ୍କ ଅନୁମତି ଆବଶ୍ୟକ ଥିବାରୁ ଏସ୍‌ସିବି ଅଧୀକ୍ଷକଙ୍କ ପକ୍ଷରୁ ଡିଏମ୍‌ଇଟିଙ୍କୁ ଚିଠି ଲେଖାଯାଇଥିଲା। ଏହାପରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୨ ତାରିଖ ମାମଲାର ପରବର୍ତ୍ତୀ ଶୁଣାଣି ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଯାଞ୍ଚ ଅଭାବରୁ ୧.୦୩ କୋଟି ହଡ଼ପ

ଯାଜପୁର ଅଫିସ,୧୬।୧୧: ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ୨୦୧୭-୧୮ ଆର୍ଥିକ ବର୍ଷରେ ୧ କୋଟି ୩ ଲକ୍ଷ ୩୯ ହଜାର ୬୮୮ ଟଙ୍କା...

ଚେତାଶୂନ୍ୟ ସ୍ତ୍ରୀଙ୍କୁ ମୃତ ଭାବି ଜାଳିଦେଇଥିଲେ

ଢେଙ୍କାନାଳ ଅଫିସ,୯।୨: ସ୍ବାମୀଙ୍କ ଚାପୁଡ଼ାରେ ରୋଷେଇ ଘରେ ଚେତାଶୂନ୍ୟ ହୋଇପଡ଼ିଥିଲେ ସ୍ତ୍ରୀ। ସଂଜ୍ଞାହୀନ ସ୍ତ୍ରୀଙ୍କୁ ମୃତ ଭାବି ଚାଳିଆରେ ଲଗାଇ ଦେଇଥିଲେ ନିଅଁା। ପୋଡ଼ିଯାଇ ସ୍ତ୍ରୀ...

ଗାଡ଼ି ଧକ୍କାରେ ହରିଣର ଜୀବନ ଗଲା : ମୃତ ହରିଣ ସହିତ ଗାଡ଼ି ଜବତ

ତେଲକୋଇ,୪।୧୦(ଡି.ଏନ.ଏ.)- କେନ୍ଦୁଝର ଜିଲା ତେଲକୋଇ ବନାଞ୍ଚଳ ଅଧୀନ ହନୁମତିଆ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଜାଇଲୋ ଗାଡି ଧକ୍କାରେ ଏକ ହରିଣର ମୃତ୍ୟୁ ଘଟିଛି । ଦୋବଲାପାଳ...

ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଜେଏସ୍‌ଡବ୍ଲ୍ୟୁର ଘୋଷଣା

ଜଗତ୍‌ସିଂହପୁର ଅଫିସ, ୧୬ା୧୨: ପାରାଦୀପରେ ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପ ନେଇ କମ୍ପାନୀ ପକ୍ଷରୁ ବିଭିନ୍ନ ଘୋଷଣା କରାଯାଇଛି। ଏହି ପ୍ରସ୍ତାବିତ ପ୍ରକଳ୍ପ ପାଇଁ ୮ଟି ରାଜସ୍ବ ଗ୍ରାମ...

ବିଭିନ୍ନ ସ୍ଥାନରେ ଚଢ଼ାଉ: ୧୪ ଗାଡି ଜବତ, ୩୧ ହଜାର ଜରିମାନା ଆଦାୟ

ଭଣ୍ଡାରିପୋଖରୀ,୮।୪(ଡି.ଏନ୍‌.ଏ): କରୋନା (କୋଭିଡ-୧୯)ର ମୁକାବିଲା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍‌ଡାଉନ୍‌ ଠାରୁ ଆରମ୍ଭକରି ସଟ୍‌ଡାଉନ୍‌ ଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି।...

ରେଲୱେ କଲ୍ୟାଣ ମଣ୍ଡପ ପଛପଟୁ ମୃତଦେହ ଉଦ୍ଧାର: ପରିଚୟ ଅସ୍ପଷ୍ଟ

ଜଟଣୀ,୧୮।୧୦(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଟଣୀ ଥାନା ଅନ୍ତର୍ଗତ ରେଳୱେ କଲ୍ୟାଣ ମଣ୍ଡପ ପଛପଟୁ ଶୁକ୍ରବାର ସକାଳେ ଏକ ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ପରିଚୟ ଜଣାପଡ଼ି...

ପିଲାଙ୍କୁ ବହି ବାଣ୍ଟିଲେ ଶିକ୍ଷୟିତ୍ରୀଶିକ୍ଷକ

ପୁରୀ ଅଫିସ,୧୭ା୪: କରୋନା ମୁକାବିଲା ପାଇଁ ଲକ୍‌ଡାଉନ ଅବଧିକୁ ପ୍ରଧାନମନ୍ତ୍ରୀ ମେ’ ୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ରାଜ୍ୟ ସରକାର ମଧ୍ୟ ଜୁନ୍‌ ୧୭ ପର୍ଯ୍ୟନ୍ତ...

କଅଁଲି ବଏସେ ପେଟ୍‌ପୁଷା ଚିନ୍‌ତା

ବିଜେପୁର, ୨୦।୩ (ଡି.ଏନ୍‌.ଏ.)- ଆଝିର୍‌ ଦୁନିଆଁଥି କିଛି ଅସମ୍ଭବ ନୁହେ। ବାହାଜାଂଗଲ ମାଜ୍‌ଲେ ପେଟ୍‌ କେଭେ ଅପୁଷା ନାଇଁ ରହେ। ହେଲେ ଏଛେନ୍‌ ବି ନିଜର୍‌...

Advertisement
Archives

Model This Week