ଲଣ୍ଡନ: ନିକଟରେ ଏକ ଇତିହାସ ସହ ଜଡ଼ିତ ସ୍ଥାନ ମିଳିଛି, ଯାହା ୧୧୪ ବର୍ଷର ପୁରୁଣା। ୧୮୮୦ ମସିହାରେ ଖୋଲାଯାଇଥିବା ଏକ ମେଡିକାଲ ଷ୍ଟୋର ୧୯୦୯ ମସିହା ପରେ ବନ୍ଦ ହୋଇଯାଇଥିଲା। ଏହାକୁ ବ୍ରିଟେନରେ ୱିଲିୟମ୍ ୱାଇଟ୍ ନାମକ ଜଣେ ବ୍ୟକ୍ତି ଚଲାଉଥିଲେ। ତାଙ୍କ ମୃତ୍ୟୁ ପରେ ଏହି ଷ୍ଟୋର ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା। ଏବେ ସେହି ଦୋକାନର ତାଲା ଖୋଲାଯାଇଛି। ରିପୋର୍ଟ ମୁତାବକ, ଏହି ମେଡିକାଲ ଷ୍ଟୋରକୁ ୮୦ ବର୍ଷ ପୂର୍ବରୁ ସନ୍ଧାନ କରାଯାଇଥିଲା। ୱାଇଟ୍ଙ୍କ ନାତି ଏହି ଷ୍ଟୋର ବାବଦରେ ୧୯୮୭ରେ ଲୋକଙ୍କୁ କହିଥିଲେ। ଏବେ ଏହାକୁ ଲୋକେ ଦେଖିବା ପାଇଁ ଖୋଲାଯାଇଛି। ଏହି ସ୍ଥାନରେ ତରଳ ଔଷଧରେ ଭର୍ତ୍ତି ଜାର୍, ମାପଚୁପ କରାଯାଉଥିବା ସ୍କେଲ, ପୁରୁଣା ଟାଇପ୍ରାଇଟର ଭଳି ଅନେକ ଜିନିଷ ପଡ଼ି ରହିଛି। ଯେତେବେଳେ ୱାଇଟ୍ଙ୍କ ଘର ବିକ୍ରି ହେଉଥିଲା, ସେତେବେଳେ ଏହି ଅଜ୍ଞାତ ଷ୍ଟୋର ବାବଦରେ ଜଣାପଡ଼ିଲା। ୱାଇଟ୍ଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ଏହି ଷ୍ଟୋରକୁ ବନ୍ଦ କରିଦେଇଥିଲେ। ଏକ ସଂସ୍ଥାକୁ ଯେତେବେଳେ ଏ ବାବଦରେ ଜଣାପଡ଼ିଲା, ସେତେବେଳେ ସେ ଏହି ଷ୍ଟୋରର ବୁଝାଶୁଝା କଲା। ଜଣେ ପ୍ରବକ୍ତା କହିଛନ୍ତି, ଷ୍ଟୋରରୁ ମିଳିଥିବା ସମସ୍ତ ଜିନିଷର ଯାଞ୍ଚ ପରେ ୱାଇଟ୍ ଜଣେ କେମିଷ୍ଟ ଥିବା ଜଣାପଡ଼ିଛି। ସେ ଗ୍ରୋସରି ଜିନିଷ ରଖିଥିଲେ। ଏଥିସହ ଚା’, ତମାଖୁ, ମଦ ଭଳି ଜିନିଷ ମଧ୍ୟ ରଖିଥିଲେ। ହେଲେ ଏବେ ଏହି ଜିନିଷକୁ ବିପଦପୂର୍ଣ୍ଣ ବୋଲି ଅନୁମାନ କରାଯାଇଛି। କାରଣ ବନ୍ଦ ବୋତଲରେ ଥିବା କେମିକାଲ ବର୍ତ୍ତମାନ ସମୟରେ ସମସ୍ତଙ୍କ ପାଇଁ କ୍ଷତି କରିପାରେ। ଷ୍ଟୋରରୁ କିଛି ଜଡ଼ିବୁଟି ମଧ୍ୟ ମିଳିଛି। ଏହି ଷ୍ଟୋର ଖୋଲିବା ପରେ ଅନେକାଂଶରେ ଲୋକେ ଏହାକୁ ଦେଖିବାକୁ ଆସୁଛନ୍ତି।
ପୁଣି ୪ ଗେଟ୍ ଖୋଲିଲା ହୀରାକୁଦ
ସମ୍ବଲପୁର,୧୩ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ପରିମାଣର ବୃଦ୍ଧି ପାଇଛି। ଏହାସହ ଜଳଭଣ୍ଡାରର…
ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ, ସନ୍ଦେହ ଘେରରେ ଘରମାଲିକ
ତୁମୁଡ଼ିବନ୍ଧ,୧୩ା୯(ଦୀପକ କୁମାର ପରାସେଠ): ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ। ଏପରି ଏକ ସମ୍ବେଦନଶୀଳ ତଥା ଅମାନୁଷିକ ଘଟଣା କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ…
‘ଗାଡ଼ି ଗଭୀର ଖାଲ ଆଡ଼କୁ ମାଡ଼ିଚାଲିଛି; ବ୍ରେକ ଲଗାଇବାର ସମୟ ଆସିଯାଇଛି’ AIକୁ ନେଇ ଆମେରିକୀୟ ଆଇନ ପ୍ରଣେତାଙ୍କ ଚେତାବନୀ
ଓ୍ବାଶିଂଟନ,୧୩।୯: ଆମେରିକାର ସିନେଟର ବର୍ନି ସାଣ୍ଡର୍ସ ରବିବାର କହିଛନ୍ତି ଯେ AI (କୃତ୍ରିମ ବୁଦ୍ଧିମତ୍ତା) ବିକାଶର ଗତି ମନ୍ଥର କରିବା ପାଇଁ ଡାରିଓ ଆମୋଡେଇ, ସାମ ଅଲ୍ଟମ୍ୟାନ…
ୟୁଏଇରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ପାଇଁ ଆଣିଛନ୍ତି ଖୁସିଖବର, କହିଲେ ଏଥର ଆମ…
ଭୁବନେଶ୍ୱର,୧୩ା୯: ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ସାରି ରବିବାର ଓଡ଼ିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଆଜି…
ଘର କାମ ସାରି ବାହାରେ ଥିବାବେଳେ ଯୁବକଙ୍କୁଦୁଇ ରାଉଣ୍ଡ ଗୁଳି
ସୋରଡ଼ା, ୧୩।୯ (ରଜନୀ ମହାପାତ୍ର): ଗଞ୍ଜାମ ଜିଲାର ବଡ଼ଗଡ଼ ଥାନା ଅଧୀନ ଯୋଡ଼ାବନ୍ଧ ଛକ ନିକଟରେ ଗୁଳିକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ…
ନୂଆଁଖାଇରେ ସମ୍ବଲପୁରୀ ଲୁଗାର କ୍ରେଜ୍, ବଢ଼ୁଛି ବେପାର: ବଜାରରେ ଜମୁଛି ଭିଡ଼
ଅମରପାଲି, ୧୩/୯ (ପୀତାମ୍ବର ସାହୁ): ନୂଆଁଖାଇ ପର୍ବକୁ ଆଉ କିଛି ଦିନ ବାକି ଥିବାବେଳେ ପଶ୍ଚିମ ଓଡ଼ିଶାର ବଜାରରେ ଦେଖାଦେଇଛି ଉତ୍ସବର ରଙ୍ଗ। ନୂଆଁଖାଇରେ ନୂଆ ପୋଷାକ…
ବିରଳ ପ୍ରଜାତିର ସବୁଜ ଶାମୁକା, ଏଥିରୁ ପ୍ରସ୍ତୁତ ହୁଏ ବିଭିନ୍ନ ରୋଗର ମହୌଷଧି
ମହାକାଳପଡ଼ା,୧୩ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ନୀଳ ଜଳରାଶିର ସାମୁଦ୍ରିକ ବିରଳ ସବୁଜ ଶାମୁକା ଅନ୍ୟତମ। ଗହୀରମଥା ଅଞ୍ଚଳର…
ଚାଲିଗଲେ ହରି ନନା, ହାଣ୍ଡିରେ ରହିଗଲା ସ୍ୱାଦ: ଆଉ ମିଳିବନି…
ବଡ଼ଗାଁ, ୧୩।୯ (ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଓ ଆଖପାଖ ଅଞ୍ଚଳରେ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତି ପାଇଁ ବେଶ୍ ପରିଚିତ ରୋଷେୟା ହରିହର ବିଶି (୬୨)ଙ୍କ…

