‘ଗଣତନ୍ତ୍ରର ରକ୍ଷାକବଚ ଗଣମାଧ୍ୟମ’

ଯାଜପୁର ଅଫିସ, ୭।୬ : ଗଣମାଧ୍ୟମ ହେଉଛି ଏକ ଜାଗ୍ରତ ପ୍ରହରୀ । ସମ୍ପ୍ରତି ଗଣତନ୍ତ୍ର ପାଇଁ ଗଣମାଧ୍ୟମ ରକ୍ଷାକବଚ ସାଜିଛି। ସୁଦୃଢ଼ ଗଣତାନ୍ତ୍ରିକ ରାଷ୍ଟ୍ର ଗଠନରେ ଯୁବପିଢ଼ିଙ୍କୁ ଗଣମାଧ୍ୟମ ସଚେତନ କରି ଆସୁଛି ବୋଲି ମଙ୍ଗଳବାର ଧରିତ୍ରୀର ୫୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ଯାଜପୁର ଜିଲା ବରୁଣେଶ୍ୱର ମହାବିଦ୍ୟାଳୟଠାରେ ଆୟୋଜିତ ଆନ୍ତଃ କଲେଜ ବକ୍ତୃତା ପ୍ରତିଯୋଗିତାରେ ଯୋଗଦେଇଥିବା ବକ୍ତା ଓ ପ୍ରତିଯୋଗୀମାନେ ଏଭଳି ମତବ୍ୟକ୍ତ କରିଛନ୍ତି।
ଧରିତ୍ରୀର ଯାଜପୁର ଜିଲା ପ୍ରତିନିଧି ହର୍ଷବର୍ଦ୍ଧନ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ବିଭିନ୍ନ କଲେଜରୁ ୧୬୦ ଛାତ୍ରୀଛାତ୍ର ଯୋଗଦେଇଥିଲେ। ‘ଗଣମାଧ୍ୟମ, ଗଣତନ୍ତ୍ର, ଯୁବପିଢ଼ି’ ଶୀର୍ଷକ ବକ୍ତୃତା ପ୍ରତିଯୋଗିତାରେ ବରୁଣେଶ୍ୱର ମହାବିଦ୍ୟାଳୟର ଛାତ୍ରୀ ଶାନ୍ତା କୁମାରୀ ନନ୍ଦ ପ୍ରଥମ, ଏନ୍‌ସି କଲେଜର ଛାତ୍ରୀ କବିତା ରଣା ଓ ବରୁଣେଶ୍ୱର କଲେଜର ଛାତ୍ରୀ ସୌଭାଗ୍ୟଲକ୍ଷ୍ମୀ କର ଯୁଗ୍ମ ଭାବେ ଦ୍ୱିତୀୟ ଏବଂ ଏନ୍‌ସି କଲେଜର ଛାତ୍ର ଦେବରାଜ ନାୟକ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ଶ୍ରୀହରି ଧଳ ଓ ବିରଜା ମହିଳା କଲେଜର ପ୍ରାଧ୍ୟାପକ ଅଖିଳମୋହନ ପାଢ଼ୀ ବିଚାରକ ଦାୟିତ୍ୱ ତୁଲାଇଥିଲେ। ବରୁଣେଶ୍ୱର ମହାବିଦ୍ୟାଳୟର ଅଧ୍ୟକ୍ଷ ବଟକୃଷ୍ଣ ମହାପାତ୍ର ସଭାପତିତ୍ୱ କରି ଭାରତୀୟ ଗଣତନ୍ତ୍ରର ସ୍ବରୂପ ସମ୍ପର୍କରେ ଛାତ୍ରୀଛାତ୍ରମାନଙ୍କୁ ଉଦ୍‌ବୋଧନ ଦେଇଥିଲେ। ଦୈନିକ ଧରିତ୍ରୀର ସାମାଜିକ ପ୍ରତିବଦ୍ଧତା ସମ୍ପର୍କରେ ଆଲୋକପାତ କରି ଅଧ୍ୟକ୍ଷ ମହାପାତ୍ର ଆହୁରି କହିଲେ, ଏହି ଖବରକାଗଜ ଓଡ଼ିଶାର ଆଗଧାଡ଼ିରେ ରହିଛି। ନିରପେକ୍ଷତା ଦିଗରେ ଧରିତ୍ରୀ ପ୍ରଶଂସନୀୟ। ସ୍ତମ୍ଭକାର ହରେକୃଷ୍ଣ ପଣ୍ଡା ଅତିଥି ଭାବେ ଯୋଗଦେଇ ଆମ ଦେଶର ଗଣତନ୍ତ୍ର ସର୍ବୋତ୍କୃଷ୍ଟ ଓ ଏହାର ହୃତ୍‌ପିଣ୍ଡ ହେଉଛି ସମ୍ବିଧାନ। ସମ୍ବିଧାନର ସୁପରିଚାଳନା ପାଇଁ ଯେଉଁ ତିନୋଟି ସ୍ତମ୍ଭ ରହିଛି ତାହା ଠିକ୍‌ ଭାବେ କାର୍ଯ୍ୟକରୁଛି କି ନାହିଁ ଗଣମାଧ୍ୟମ ଜାଗ୍ରତ ପ୍ରହରୀ ଭାବେ ତାହାକୁ ଜଗି ରହିଥାଏ। ସମ୍ବିଧାନକୁ ମାନି ଚଳିବା ଆମ ସମସ୍ତଙ୍କ ପରମ କର୍ତ୍ତବ୍ୟ ବୋଲି ସେ କହିଥିଲେ। କଲେଜର ଗ୍ରନ୍ଥାଗାରିକ ରବୀନ୍ଦ୍ର କୁମାର ପରିଡ଼ା ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହିତ ସାହିତ୍ୟ ସଂସ୍କୃତି କ୍ଷେତ୍ରରେ ଏହି କଲେଜ ଏବେ ଜିଲାର ଅଗ୍ରଭାଗରେ ରହିପାରିଛି ବୋଲି କହିଥିଲେ। ଧରିତ୍ରୀର ଜିଲା ପ୍ରତିନିଧି ବେହେରା ଧରିତ୍ରୀର ସୁବର୍ଣ୍ଣ ଜୟନ୍ତୀ ପାଳନ କରିବାକୁ ଯାଉଥିବା ସମ୍ପର୍କରେ ସୂଚନା ଦେଇଥିଲେ। ଏହାସହ ଧରିତ୍ରୀ ଜିଲାରେ ଥିବା ବିଭିନ୍ନ ସମସ୍ୟା, ପ୍ରାକୃତିକ ସମ୍ପଦର ସୁରକ୍ଷା, ପ୍ରଶାସନିକ ଅବ୍ୟବସ୍ଥା ସମ୍ପର୍କରେ ଅବିଳମ୍ବେ ଖବର ପରିବେଷଣ କରି ପ୍ରଶାସନିକ ଦୃଷ୍ଟି ଆକର୍ଷଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିଛି ବୋଲି ବର୍ଣ୍ଣନା କରିଥିଲେ। ସମସ୍ୟାଗୁଡ଼ିକର ସମାଧାନ ଦିଗରେ ସରକାର କିପରି ତତ୍ପରତା ପ୍ରକାଶ କରିଛନ୍ତି ତା’ର ନମୁନା ଦର୍ଶାଇଥିଲେ।
ଏହି କାର୍ଯ୍ୟକ୍ରମରେ ଶିକ୍ଷକ ନେତା ପୀତାମ୍ବର ସ୍ବାଇଁ, ଶିକ୍ଷକ ରବୀନ୍ଦ୍ର ଦାଶ, ଖବରଦାତା ସମରଜିତ ମହାନ୍ତି, ଧରିତ୍ରୀର ପ୍ରୀତିପୁର ପ୍ରତିନିଧି ସୁଶାନ୍ତ ବେଉରିଆଙ୍କ ସମେତ କଲେଜର ରଶ୍ମିରଞ୍ଜନ ଦାସ, ନଳିନୀକାନ୍ତ ଜେନା, ମିହିରବିକାଶ ମହାନ୍ତି, ଜାହାଙ୍ଗୀର ଖାନ, ନୃସିଂହଚରଣ ଧଳ, ଦେବାଶିଷ ମିଶ୍ର, କୃଷ୍ଣଚନ୍ଦ୍ର ଜେନା, ଚିନ୍ମୟ ବେହେରା, ଉମେଶ କୁମାର ସାମଲ ପ୍ରମୁଖ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri