‘ଗଣତନ୍ତ୍ରର ରକ୍ଷାକବଚ ଗଣମାଧ୍ୟମ’

ଯାଜପୁର ଅଫିସ, ୭।୬ : ଗଣମାଧ୍ୟମ ହେଉଛି ଏକ ଜାଗ୍ରତ ପ୍ରହରୀ । ସମ୍ପ୍ରତି ଗଣତନ୍ତ୍ର ପାଇଁ ଗଣମାଧ୍ୟମ ରକ୍ଷାକବଚ ସାଜିଛି। ସୁଦୃଢ଼ ଗଣତାନ୍ତ୍ରିକ ରାଷ୍ଟ୍ର ଗଠନରେ ଯୁବପିଢ଼ିଙ୍କୁ ଗଣମାଧ୍ୟମ ସଚେତନ କରି ଆସୁଛି ବୋଲି ମଙ୍ଗଳବାର ଧରିତ୍ରୀର ୫୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ଯାଜପୁର ଜିଲା ବରୁଣେଶ୍ୱର ମହାବିଦ୍ୟାଳୟଠାରେ ଆୟୋଜିତ ଆନ୍ତଃ କଲେଜ ବକ୍ତୃତା ପ୍ରତିଯୋଗିତାରେ ଯୋଗଦେଇଥିବା ବକ୍ତା ଓ ପ୍ରତିଯୋଗୀମାନେ ଏଭଳି ମତବ୍ୟକ୍ତ କରିଛନ୍ତି।
ଧରିତ୍ରୀର ଯାଜପୁର ଜିଲା ପ୍ରତିନିଧି ହର୍ଷବର୍ଦ୍ଧନ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ବିଭିନ୍ନ କଲେଜରୁ ୧୬୦ ଛାତ୍ରୀଛାତ୍ର ଯୋଗଦେଇଥିଲେ। ‘ଗଣମାଧ୍ୟମ, ଗଣତନ୍ତ୍ର, ଯୁବପିଢ଼ି’ ଶୀର୍ଷକ ବକ୍ତୃତା ପ୍ରତିଯୋଗିତାରେ ବରୁଣେଶ୍ୱର ମହାବିଦ୍ୟାଳୟର ଛାତ୍ରୀ ଶାନ୍ତା କୁମାରୀ ନନ୍ଦ ପ୍ରଥମ, ଏନ୍‌ସି କଲେଜର ଛାତ୍ରୀ କବିତା ରଣା ଓ ବରୁଣେଶ୍ୱର କଲେଜର ଛାତ୍ରୀ ସୌଭାଗ୍ୟଲକ୍ଷ୍ମୀ କର ଯୁଗ୍ମ ଭାବେ ଦ୍ୱିତୀୟ ଏବଂ ଏନ୍‌ସି କଲେଜର ଛାତ୍ର ଦେବରାଜ ନାୟକ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ଶ୍ରୀହରି ଧଳ ଓ ବିରଜା ମହିଳା କଲେଜର ପ୍ରାଧ୍ୟାପକ ଅଖିଳମୋହନ ପାଢ଼ୀ ବିଚାରକ ଦାୟିତ୍ୱ ତୁଲାଇଥିଲେ। ବରୁଣେଶ୍ୱର ମହାବିଦ୍ୟାଳୟର ଅଧ୍ୟକ୍ଷ ବଟକୃଷ୍ଣ ମହାପାତ୍ର ସଭାପତିତ୍ୱ କରି ଭାରତୀୟ ଗଣତନ୍ତ୍ରର ସ୍ବରୂପ ସମ୍ପର୍କରେ ଛାତ୍ରୀଛାତ୍ରମାନଙ୍କୁ ଉଦ୍‌ବୋଧନ ଦେଇଥିଲେ। ଦୈନିକ ଧରିତ୍ରୀର ସାମାଜିକ ପ୍ରତିବଦ୍ଧତା ସମ୍ପର୍କରେ ଆଲୋକପାତ କରି ଅଧ୍ୟକ୍ଷ ମହାପାତ୍ର ଆହୁରି କହିଲେ, ଏହି ଖବରକାଗଜ ଓଡ଼ିଶାର ଆଗଧାଡ଼ିରେ ରହିଛି। ନିରପେକ୍ଷତା ଦିଗରେ ଧରିତ୍ରୀ ପ୍ରଶଂସନୀୟ। ସ୍ତମ୍ଭକାର ହରେକୃଷ୍ଣ ପଣ୍ଡା ଅତିଥି ଭାବେ ଯୋଗଦେଇ ଆମ ଦେଶର ଗଣତନ୍ତ୍ର ସର୍ବୋତ୍କୃଷ୍ଟ ଓ ଏହାର ହୃତ୍‌ପିଣ୍ଡ ହେଉଛି ସମ୍ବିଧାନ। ସମ୍ବିଧାନର ସୁପରିଚାଳନା ପାଇଁ ଯେଉଁ ତିନୋଟି ସ୍ତମ୍ଭ ରହିଛି ତାହା ଠିକ୍‌ ଭାବେ କାର୍ଯ୍ୟକରୁଛି କି ନାହିଁ ଗଣମାଧ୍ୟମ ଜାଗ୍ରତ ପ୍ରହରୀ ଭାବେ ତାହାକୁ ଜଗି ରହିଥାଏ। ସମ୍ବିଧାନକୁ ମାନି ଚଳିବା ଆମ ସମସ୍ତଙ୍କ ପରମ କର୍ତ୍ତବ୍ୟ ବୋଲି ସେ କହିଥିଲେ। କଲେଜର ଗ୍ରନ୍ଥାଗାରିକ ରବୀନ୍ଦ୍ର କୁମାର ପରିଡ଼ା ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହିତ ସାହିତ୍ୟ ସଂସ୍କୃତି କ୍ଷେତ୍ରରେ ଏହି କଲେଜ ଏବେ ଜିଲାର ଅଗ୍ରଭାଗରେ ରହିପାରିଛି ବୋଲି କହିଥିଲେ। ଧରିତ୍ରୀର ଜିଲା ପ୍ରତିନିଧି ବେହେରା ଧରିତ୍ରୀର ସୁବର୍ଣ୍ଣ ଜୟନ୍ତୀ ପାଳନ କରିବାକୁ ଯାଉଥିବା ସମ୍ପର୍କରେ ସୂଚନା ଦେଇଥିଲେ। ଏହାସହ ଧରିତ୍ରୀ ଜିଲାରେ ଥିବା ବିଭିନ୍ନ ସମସ୍ୟା, ପ୍ରାକୃତିକ ସମ୍ପଦର ସୁରକ୍ଷା, ପ୍ରଶାସନିକ ଅବ୍ୟବସ୍ଥା ସମ୍ପର୍କରେ ଅବିଳମ୍ବେ ଖବର ପରିବେଷଣ କରି ପ୍ରଶାସନିକ ଦୃଷ୍ଟି ଆକର୍ଷଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିଛି ବୋଲି ବର୍ଣ୍ଣନା କରିଥିଲେ। ସମସ୍ୟାଗୁଡ଼ିକର ସମାଧାନ ଦିଗରେ ସରକାର କିପରି ତତ୍ପରତା ପ୍ରକାଶ କରିଛନ୍ତି ତା’ର ନମୁନା ଦର୍ଶାଇଥିଲେ।
ଏହି କାର୍ଯ୍ୟକ୍ରମରେ ଶିକ୍ଷକ ନେତା ପୀତାମ୍ବର ସ୍ବାଇଁ, ଶିକ୍ଷକ ରବୀନ୍ଦ୍ର ଦାଶ, ଖବରଦାତା ସମରଜିତ ମହାନ୍ତି, ଧରିତ୍ରୀର ପ୍ରୀତିପୁର ପ୍ରତିନିଧି ସୁଶାନ୍ତ ବେଉରିଆଙ୍କ ସମେତ କଲେଜର ରଶ୍ମିରଞ୍ଜନ ଦାସ, ନଳିନୀକାନ୍ତ ଜେନା, ମିହିରବିକାଶ ମହାନ୍ତି, ଜାହାଙ୍ଗୀର ଖାନ, ନୃସିଂହଚରଣ ଧଳ, ଦେବାଶିଷ ମିଶ୍ର, କୃଷ୍ଣଚନ୍ଦ୍ର ଜେନା, ଚିନ୍ମୟ ବେହେରା, ଉମେଶ କୁମାର ସାମଲ ପ୍ରମୁଖ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?