ପୁଣି ସ୍ଥିତି ଜାହିର କଲେ ମାଓବାଦୀ, ରାଜପଥରେ ମାରିଲେ ଲାଲ୍‌ ବ୍ୟାନର

ଦାରିଙ୍ଗବାଡ଼ି,୧୪ା୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ୫୯ନଂ ଜାତୀୟ ରାଜପଥର ସିମନବାଡ଼ି ପଞ୍ଚାୟତ ଅଞ୍ଚଳରେ ମାଓବାଦୀ ପକ୍ଷରୁ ଲାଲ ବ୍ୟାନର ସହ ଏକାଧିକ ପୋଷ୍ଟର ଛଡ଼ାଯାଇଛି। ଫଳରେ ଅଞ୍ଚଳରେ ପୁଣି ମାଓବାଦୀଙ୍କ ଉପସ୍ଥିତ ଜାହିରକୁ ନେଇ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। ଦୀର୍ଘଦିନ ପରେ ପୁଣି ମାଓବାଦୀଙ୍କ ଏଭଳି ବ୍ୟାନର ଓ ପୋଷ୍ଟର ଲଗାଯାଇଛି। ଉକ୍ତ ଲାଲ ବ୍ୟାନରରେ ସିପିଆଇ ମାଓବାଦୀ ପୂର୍ବ ଡିଭିଜୋନାଲ ବ୍ୟୁରୋ ଆହ୍ବାନ କରିଛନ୍ତି ଯେ, ୧୨ଦଫା ଦାବି ନେଇ ଚଳିତ ୮ ଠାରୁ ୧୪ପର୍ଯ୍ୟନ୍ତ ଜନ ଅଧିକାର ଅଭିଯାନ କରିବା ସହ ୧୨ଦଫା ଦାବିକୁ ନେଇ ଆସନ୍ତା ୧୫ରେ ୭ଟି ଜିଲା ତଥା କନ୍ଧମାଳ, ଗଞ୍ଜାମ, ଗଜପତି, ନୟାଗଡ଼, ରାୟଗଡ଼ା, କଳାହାଣ୍ଡି ଓ ବୌଦ୍ଧ ଜିଲାରେ ୨୪ଘଣ୍ଟିଆ ବନ୍ଦ ପାଳନ ପାଇଁ ଆହ୍ବାନ ଦିଆଯାଇଛି। ବ୍ୟାନରରେ ଆହୁରି ଉଲ୍ଲେଖ ରହିଛି, ଏହି ଆହ୍ବାନକୁ ବାଘୁଆ ଡିଭିଜନାଲ କମିଟି, ଭାରତର କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ ) ବୋଲି ଉଲ୍ଲେଖ ରହିଛି। ସେମାନଙ୍କ ଦାବି ମଧ୍ୟରେ ସମସ୍ତ ଆଦିବାସୀ, ଚାଷୀ ମୂଲିଆ,ଦଳିତ, ଗରିବ ପରିବାରଙ୍କୁ ଆସନ୍ତା ୬ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଗାଇ ଦେବାକୁ ଦାବି ରହିଛି। ସେହିପରି ପିଡିଏସ୍‌ ଚାଉଳ ସମେତ ଡାଲି, ତେଲ, ଲୁଣ ଆଦି ତୁରନ୍ତ ଯୋଗାଇଦେବା ସହ ଦରଦାମ ବୃଦ୍ଧି ରୋକିବା ପାଇଁ ପଦକ୍ଷେପ ନେବାକୁ ଉଲ୍ଲେଖ ରହିଛି। ସେହିପରି ସବୁ ଗାଁକୁ ପକ୍କା ରାସ୍ତା ନିର୍ମାଣ ସହ ବିଶୁଦ୍ଧ ପିଇବାପାଣି, ବିଦ୍ୟୁତ ଆଦି ଯୋଗାଇବାକୁ ଦାବିରେ ଜଣାଯାଇଛି। ସେହିପରି ସମସ୍ତ ପଞ୍ଚାୟତରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଖୋଲାଯିବା ସହ ପିଲା ଅଭାବ ଦର୍ଶାଇ ଯେଉଁ ସବୁ ବିଦ୍ୟାଳୟକୁ ବନ୍ଦ କରିଦିଆଯାଇଛି ତାକୁ ପୁନର୍ବାର ଖୋଲାଯିବାକୁ ଦାବି କରାଯାଇଛି। ସେହିପରି ସ୍ବାସ୍ଥ୍ୟକେନ୍ଦ୍ର ମଧ୍ୟ ସମସ୍ତ ପଞ୍ଚାୟତରେ ଖୋଲିବାକୁ ଜଣାଯାଇଛି। ସମସ୍ତ ପରିବାରଙ୍କୁ ୧୦୦ ୟୁନିଟ୍‌ ବିଦ୍ୟୁତ ମାଗଣା ଯୋଗାଇଦେବାକୁ ଦାବି ରହିଛି। ଦଳିତ ଓ ଆଦିବାସୀ ଛାତ୍ରୀଛାତ୍ରଙ୍କୁ ମାସିକ ଅତି କମ୍‌ରେ ୩ ହଜାର ଟଙ୍କା ଷ୍ଟାଇପେଣ୍ଡ ବାବଦକୁ ଦିଆଯିବା ସହ ଭିନ୍ନକ୍ଷମ, ବିଧବା, ବୃଦ୍ଧ ବୃଦ୍ଧାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ବାବଦକୁ ମାସକୁ ୩ ହଜାର ଟଙ୍କା ଦେବାକୁ କୁହାଯାଇଛି। ପେସା ଆଇନକୁ କାର୍ଯ୍ୟକାରୀ କରାଯିବା ସହ ଆଦିବାସୀ, ଦଳିତ ଓ ମାନଙ୍କୁ ଅନ୍ୟ ପାରମ୍ପରିକ ବନବାସୀଙ୍କୁ ୧୫ ଏକର ଜଙ୍ଗଲ ଜମିପଟ୍ଟା ଯୋଗାଇଦେବାକୁ ଆଦି ଦାବି ରହିଛି। ଖବର ଲେଖିବା ସୁଦ୍ଧା ଦାରିଙ୍ଗବାଡ଼ି ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାରିନି।

ସୂଚନାଯୋଗ୍ୟ, ଜିଲାର ମାଓବାଦୀ ଉପଦ୍ରବ ସମ୍ପର୍କରେ ସମୀକ୍ଷା କରିବାକୁ ଗୋଟିଏ ଦିନ ପୂର୍ବରୁ ଡିଜିପି ସୁନୀଲ ବଂଶଲ କନ୍ଧମାଳ ଆସି ସମୀକ୍ଷା କରି ଫେରିଥିବା ବେଳେ ଏକାଧିକ ବରିଷ୍ଠ ଅଧିକାରୀମାନେ ମଧ୍ୟ ମାଓବାଦୀ ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରି ଫେରିଛନ୍ତି। ଅନ୍ୟପକ୍ଷରେ ଡିଜିପି ଆସିବାର ୨୪ ଘଣ୍ଟା ନ ପୂରୁଣୁ ମାଓବାଦୀ ପକ୍ଷରୁ ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ନିଜ ଉପସ୍ଥିତି ଜାହିର କରି ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଥିବା ଏବେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?