ଯବାନଙ୍କୁ ହତ୍ୟା ଘଟଣା: ସ୍ବୀକାର କଲା ମାଓବାଦୀ ସଙ୍ଗଠନ

ମାଲକାନଗିରି,୨୮ା୪ (ଡି.ଏନ୍‌.ଏ.): ଛତିଶଗଡ଼ର ଦାନ୍ତଓ୍ବୋଡା ଜିଲା ଅରଣପୁରଠାରେ ବୁଧବାର ଘଟିଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟଣାକୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ଦର୍ଭା ଡିଭିଜନ କମିଟି ପକ୍ଷରୁ ସ୍ବୀକାର କରାଯାଇଛି। ଜାରି ଏକ ପ୍ରେସ୍‌ ବିଜ୍ଞପ୍ତିରେ ଦର୍ଭା କମିଟି ସଚିବ ସାଇନାଥ କହିଛନ୍ତି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମାଓବାଦୀ ଦଳକୁ କ୍ଷତି ପହଞ୍ଚାଇବା ଲାଗି ଜଳ, ଜମି ଏବଂ ଜଙ୍ଗଲ ପାଇଁ ଲଢେଇ କରୁଥିବା ସଙ୍ଗଠନକୁ ଦମନ କରିବାକୁ ପଦକ୍ଷେପ ନେଉଛନ୍ତି। ଦେଶ ବିରୋଧୀ କର୍ପୋରେଟ ସଂସ୍ଥାକୁ ବସ୍ତରର ପ୍ରାକୃତିକ ସମ୍ପଦ ଲୁଟ୍‌ ପାଇଁ ଯୋଜନା କରାଯାଉଛି। ଏହାକୁ ବିରୋଧ କରି କ୍ରାନ୍ତିକାରୀ ଆନ୍ଦୋଳନ କରୁଥିବା ସଙ୍ଗଠନକୁ ନିର୍ଯାତନା ଦିଆଯାଉଛି। ବସ୍ତର ଅଞ୍ଚଳକୁ ସୈନ୍ୟ ଛାଉଣିରେ ପରିଣତ କରି ଏସ୍‌ଓଜି ଓ କୋବ୍ରା ବାହିନୀ ମୁତୟନ କରି ଡ୍ରୋନ୍‌ ହେଲିକପ୍ଟର ଦ୍ୱାରା ଗ୍ରାମବାସୀଙ୍କୁ ଆକ୍ରମଣ କରାଯାଉଛି। ଏହା ବିରୋଧରେ ମାଓବାଦୀଙ୍କ ସଂଗ୍ରାମ ଜାରି ରହିଛି। ସଙ୍ଗଠନ ସାମନ୍ତବାଦୀ ଦଲାଲ, ପୁଞ୍ଜିପତି ଏବଂ ସାମ୍ରାଜ୍ୟବାଦ ବିରୋଧରେ ଲଢେଇ ଜାରି ରଖିଛି। ୪୦ ଲକ୍ଷ କୋଟି ଟଙ୍କା ଲୁଟ୍‌ କରିଥିବା ପୁଞ୍ଜିପତିଙ୍କୁ ମୋଦି ଓ ଶାହା ସହଯୋଗ କରୁଛନ୍ତି। ପୋଲିସ ଆମ ବିରୋଧୀ ନୁହେଁ। ପେଟପାଟଣା ପାଇଁ ପୋଲିସ ଚାକିରି କରୁଥିବା ଏହି ଯବାନଙ୍କୁ ସରକାର ବ୍ୟବହାର କରୁଛି ା ଏହି ଚାକିରି ତୁରନ୍ତ ଛାଡିବା ପାଇଁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ସୂଚନାଯୋଗ୍ୟ, ଜାରି ବିଜ୍ଞପ୍ତିରେ ମୁଖ୍ୟତଃ ୪ଟି ଦାବି ରହିଛି। ସରକାରଙ୍କ ଦ୍ୱାରା ଦମନ ବଢିଲେ ଜନତାଙ୍କ ପ୍ରତିରୋଧ ବଢିବ, କେନ୍ଦ୍ର, ରାଜ୍ୟ ସରକାରଙ୍କ ଦ୍ୱାରା ଆକାଶମାର୍ଗରୁ ଆକ୍ରମଣ ବନ୍ଦ କରିବା, ଛତିଶଗଡ଼ ବସ୍ତରକୁ ବିଦେଶୀ କମ୍ପାନୀକୁ ହସ୍ତାନ୍ତର ନ କରିବା ଆଦି ଉଲ୍ଲେଖ ରହିଛି ା


Enter your email to get our daily news in your inbox.

All Right Reserved By Dharitri.Com

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ

ସମ୍ବଲପୁର,୨୬ା୪(ଭବାନୀ ଶଙ୍କର ଭୋଇ):ରାଜ୍ୟରେ କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନିଜର କର୍ମୀମାନଙ୍କ ଭିତରେ ଉତ୍ସାହ...

ବାପାଙ୍କ ବଦଳରେ ଲଢିବେ ଝିଅ: ୨୭ରେ ଘୋଷଣା କରିପାରେ କଂଗ୍ରେସ

କଟକ,୨୬।୪(ଶିଳ୍ପା ପ୍ରିୟଦର୍ଶିନୀ):କଂଗ୍ରେସ ପକ୍ଷରୁ ଆସନ୍ତା ୨୭ ତାରିଖରେ ବାଲିଯାତ୍ରା ଉପର ପଡ଼ିଆରେ ଏକ ବଡ଼ ସଭା ହେବ ଏବଂ ସେଥିରେ ଦଳ ମହମ୍ମଦ ମୋକିମଙ୍କ ବଡ଼...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ ମହିଳା

ଖୋର୍ଦ୍ଧା,୨୬ା୪(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତା ମେ’୨୫ତାରିଖରେ ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ।...

୮ ବର୍ଷ ହେଲା ସରୁନି ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟ

କୋଣାର୍କ,୨୬।୪(ଜ୍ୟୋତିରାଜ ମହାନ୍ତି): କୋଣାର୍କ ନିକଟସ୍ଥ ସୁତନ ପଞ୍ଚାୟତର ୬ଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ୨୦୧୬ରେ ଓପିଟିସିଏଲ୍‌ ମାଧ୍ୟମରେ ଆରମ୍ଭ ହୋଇଥିବା ସୁତନ ୩୩...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri