ଯବାନଙ୍କୁ ହତ୍ୟା ଘଟଣା: ସ୍ବୀକାର କଲା ମାଓବାଦୀ ସଙ୍ଗଠନ

ମାଲକାନଗିରି,୨୮ା୪ (ଡି.ଏନ୍‌.ଏ.): ଛତିଶଗଡ଼ର ଦାନ୍ତଓ୍ବୋଡା ଜିଲା ଅରଣପୁରଠାରେ ବୁଧବାର ଘଟିଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟଣାକୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ଦର୍ଭା ଡିଭିଜନ କମିଟି ପକ୍ଷରୁ ସ୍ବୀକାର କରାଯାଇଛି। ଜାରି ଏକ ପ୍ରେସ୍‌ ବିଜ୍ଞପ୍ତିରେ ଦର୍ଭା କମିଟି ସଚିବ ସାଇନାଥ କହିଛନ୍ତି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମାଓବାଦୀ ଦଳକୁ କ୍ଷତି ପହଞ୍ଚାଇବା ଲାଗି ଜଳ, ଜମି ଏବଂ ଜଙ୍ଗଲ ପାଇଁ ଲଢେଇ କରୁଥିବା ସଙ୍ଗଠନକୁ ଦମନ କରିବାକୁ ପଦକ୍ଷେପ ନେଉଛନ୍ତି। ଦେଶ ବିରୋଧୀ କର୍ପୋରେଟ ସଂସ୍ଥାକୁ ବସ୍ତରର ପ୍ରାକୃତିକ ସମ୍ପଦ ଲୁଟ୍‌ ପାଇଁ ଯୋଜନା କରାଯାଉଛି। ଏହାକୁ ବିରୋଧ କରି କ୍ରାନ୍ତିକାରୀ ଆନ୍ଦୋଳନ କରୁଥିବା ସଙ୍ଗଠନକୁ ନିର୍ଯାତନା ଦିଆଯାଉଛି। ବସ୍ତର ଅଞ୍ଚଳକୁ ସୈନ୍ୟ ଛାଉଣିରେ ପରିଣତ କରି ଏସ୍‌ଓଜି ଓ କୋବ୍ରା ବାହିନୀ ମୁତୟନ କରି ଡ୍ରୋନ୍‌ ହେଲିକପ୍ଟର ଦ୍ୱାରା ଗ୍ରାମବାସୀଙ୍କୁ ଆକ୍ରମଣ କରାଯାଉଛି। ଏହା ବିରୋଧରେ ମାଓବାଦୀଙ୍କ ସଂଗ୍ରାମ ଜାରି ରହିଛି। ସଙ୍ଗଠନ ସାମନ୍ତବାଦୀ ଦଲାଲ, ପୁଞ୍ଜିପତି ଏବଂ ସାମ୍ରାଜ୍ୟବାଦ ବିରୋଧରେ ଲଢେଇ ଜାରି ରଖିଛି। ୪୦ ଲକ୍ଷ କୋଟି ଟଙ୍କା ଲୁଟ୍‌ କରିଥିବା ପୁଞ୍ଜିପତିଙ୍କୁ ମୋଦି ଓ ଶାହା ସହଯୋଗ କରୁଛନ୍ତି। ପୋଲିସ ଆମ ବିରୋଧୀ ନୁହେଁ। ପେଟପାଟଣା ପାଇଁ ପୋଲିସ ଚାକିରି କରୁଥିବା ଏହି ଯବାନଙ୍କୁ ସରକାର ବ୍ୟବହାର କରୁଛି ା ଏହି ଚାକିରି ତୁରନ୍ତ ଛାଡିବା ପାଇଁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ସୂଚନାଯୋଗ୍ୟ, ଜାରି ବିଜ୍ଞପ୍ତିରେ ମୁଖ୍ୟତଃ ୪ଟି ଦାବି ରହିଛି। ସରକାରଙ୍କ ଦ୍ୱାରା ଦମନ ବଢିଲେ ଜନତାଙ୍କ ପ୍ରତିରୋଧ ବଢିବ, କେନ୍ଦ୍ର, ରାଜ୍ୟ ସରକାରଙ୍କ ଦ୍ୱାରା ଆକାଶମାର୍ଗରୁ ଆକ୍ରମଣ ବନ୍ଦ କରିବା, ଛତିଶଗଡ଼ ବସ୍ତରକୁ ବିଦେଶୀ କମ୍ପାନୀକୁ ହସ୍ତାନ୍ତର ନ କରିବା ଆଦି ଉଲ୍ଲେଖ ରହିଛି ା


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାଇଭେଟ ପାର୍ଟ ବିକ୍ରି କଲେ ମିଳିବ ୧.୨୦ କୋଟି! Reel ଦେଖି ନାବାଳକଙ୍କ ସହ ଭୟଙ୍କର କାଣ୍ଡ, କାଟିଦେଲେ…

ଭୋପାଳ,୧୮।୮: ଭୋପାଳରେ ଛୋଟା ତାଳାବ କୂଳରୁ ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲା। ଏହାପରେ ପୋଲିସ ମୃତ ଯୁବକଙ୍କ ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିଲା। ଧୋବି…

ଦିଗପହଣ୍ଡି ଘୋଡାହାଡ଼ ଡ଼୍ୟାମ ଇକୋ ଟୁରିଜିମ ପ୍ରକଳ୍ପ ନେଇ ଗଞ୍ଜାମ ଜିଲାପାଳଙ୍କ ବଡ଼ ଘୋଷଣା, ବିକାଶ….

ଦିଗପହଣ୍ଡି,୧୮।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ଘୋଡାହାଡ଼ ଡ଼୍ୟାମ ପାର୍ଶ୍ଵରେ ଜଳସମ୍ପଦ ବିଭାଗ ପକ୍ଷରୁ କରାଯାଇଥିବା ପାର୍କ ଏବଂ ବନ ବିଭାଗ ପକ୍ଷରୁ ନିର୍ମାଣ…

ବୟଫ୍ରେଣ୍ଡଙ୍କ ସହ ମୋମୋ ଖାଉଥିଲେ ସ୍ତ୍ରୀ, ହଠାତ୍‌ ପହଞ୍ଚିଗଲେ ସ୍ବାମୀ: ଆଉ ତା’ପରେ ଯାହା ଘଟିଲା…

ଭୋପାଳ,୧୮।୮: ମଧ୍ୟପ୍ରଦେଶର ଭୋପାଳରୁ ଏକ ଅଜବ ପାରିବାରିକ ନାଟକ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଏଠାରେ ଏକ ଅନୈତିକ ସମ୍ପର୍କର ହାଇଭୋଲଟେଜ ଡ୍ରାମା ରାସ୍ତା…

ପୁଣି ଆସୁଛି ବଡ଼ ଲଘୁଚାପ! ପ୍ରବଳରୁ ଅତି ପ୍ରବଳ ବର୍ଷା, ୨୪ ଘଣ୍ଟାରେ…

ଭୁବନେଶ୍ୱର , ୧୮।୮: ଆସୁଛି ଆଉ ଏକ ଲଘୁଚାପ। ଅଗଷ୍ଟ ୨୨ କିମ୍ବା ୨୩ ତାରିଖ ବେଳକୁ ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ…

ବଡ଼ ଘୋଷଣା କଲା ଭାଜପା: ୩ ରାଜ୍ୟ ପାଇଁ…

ନୂଆଦିଲ୍ଲୀ,୧୮।୮: ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ତିନୋଟି ରାଜ୍ୟ ପାଇଁ ନୂତନ ପ୍ରଭାରୀ ନିଯୁକ୍ତ କରିଛନ୍ତି। ଉତ୍ତର ପ୍ରଦେଶ, ପଞ୍ଜାବ…

ପର୍ବପର୍ବାଣୀ ଋତୁ ପୂର୍ବରୁ LPGକୁ ନେଇ ବଡ଼ ନିଷ୍ପତ୍ତି ନେଲେ ସରକାର, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ, ୧୮।୮: ଆସନ୍ତା କିଛି ସପ୍ତାହରେ ଗଣେଶ ଚତୁର୍ଥୀ, ନବରାତ୍ରି, ଦୀପାବଳି ଏବଂ ଏହାପରେ ବିବାହ ଋତୁ ଆରମ୍ଭ ହେବାକୁ ଯାଉଛି। ଏଭଳି ସମୟରେ ରୋଷେଇ ଘରେ…

 କିଏ ଗଠନ କରିଥିଲା ‘ଦିମାଗି ନକ୍ସଲ’ ପାର୍ଟି? ପ୍ରତିଷ୍ଠାତାଙ୍କ ପରିଚୟ ରହସ୍ୟ ହୋଇ ରହିଛି

ଦଳ କିଏ ଗଠନ କରିଥିଲା ‘ଦିମାଗି ନକ୍ସଲ’ ପାର୍ଟି? ପ୍ରତିଷ୍ଠାତାଙ୍କ ପରିଚୟ ରହସ୍ୟ ହୋଇ ରହିଛି ନୂଆଦିଲୀ,୧୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବାଧୀନତା ଦିବସ ଭାଷଣରେ ଉଲ୍ଲେଖ…

ବାନ୍ଦା ଘାଟିରେ ଫସିଲେ ପର୍ଯ୍ୟଟକ: ରାସ୍ତା ଅବସ୍ଥା ଶୋଚନୀୟ

ଦାରିଙ୍ଗବାଡି,୧୮।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତର ବାନ୍ଦା ଘାଟିରେ ପର୍ଯ୍ୟଟକଙ୍କ କାର ଫସିଯାଇଛି। ଲଘୁଚାପ ଜନିତ ବର୍ଷା ଯୋଗୁ ଏବେ ଉକ୍ତ ଘାଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri