Posted inଫୁରସତ

ବ୍ୟକ୍ତିଙ୍କ କାନ ହେଉଥିଲା କୁଣ୍ଡେଇ, ଡାକ୍ତରଙ୍କ ନିକଟକୁ ଯିବାରୁ ଯାହା ବାହାରିଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସୋସିଆଲ ମିଡିଆରେ ଅନେକ କଥା ଭାଇରାଲ ହୋଇଥାଏ। ଯାହା ଜାଣି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ଆଜିକାଲି ସୋସିଆଲ ମିଡିଆରେ ଚାଇନାର ଗୁଆଙ୍ଗଜୋ ପ୍ରଦେଶର ଏକ ଅଦ୍ଭୁତ ଘଟଣା ଚର୍ଚ୍ଚାକୁ ଆସିଛି। ଏଠାରେ ରହୁଥିବା ଜଣେ ବ୍ୟକ୍ତି ହଠାତ୍‌ ତାଙ୍କ କାନ କୁଣ୍ଡେଇ ହେବା ଆରମ୍ଭ ହେଲା। ସେ ଭାବିଲେ ଏହା ଏକ ସାଧାରଣ କଥା, କିନ୍ତୁ ଏହି କୁଣ୍ଡେଇବା ବନ୍ଦ ହେଲାନାହିଁ। ଏଭଳି ପରିସ୍ଥିତିରେ ସେ ଡାକ୍ତରଖାନା  ଦୌଡ଼ିଥିଲେ। କିନ୍ତୁ ଡାକ୍ତର ଯାହା ବାହାର କଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏହା କିପରି ଘଟିଲା ଡାକ୍ତର ମଧ୍ୟ ଜାଣିପାରିଲେନି।

ବ୍ୟକ୍ତି ଜଣକ କହିଛନ୍ତି, ଯେତେବେଳେ ସେ ରାତିରେ ଶୋଇବାକୁ ଯାଆନ୍ତି, ସେତେବେଳେ ସେ ସମ୍ପୂର୍ଣ୍ଣ ଭଲ ଥିଲେ। କିନ୍ତୁ ସେ ସକାଳେ ଉଠିବା ମାତ୍ରେ ତାଙ୍କ କାନ କୁଣ୍ଡେଇ ହେବାକୁ ଲାଗିଲା। ଧୀରେ ଧୀରେ କୁଣ୍ଡେଇ ବଢ଼ିବାରେ ଲାଗିଲା। ରାତିରେ ଶୋଇବା ସମୟରେ ଏକ କୀଟ ତାଙ୍କ କାନରେ ପ୍ରବେଶ କରିଥିବା ସେ ସନ୍ଦେହ କରିଥିଲେ। ଏପରି ପରିସ୍ଥିତିରେ ସେ ତୁରନ୍ତ ଡାକ୍ତରଖାନା ଯାଇଥିଲେ। ଯେଉଁଠାରେ ଟୁ ବୋ ନାମକ ଜଣେ ଡାକ୍ତର ତାଙ୍କୁ ପରୀକ୍ଷା କରିଥିଲେ ଏବଂ ପରେ ଯାହା ପ୍ରକାଶ କରିଥିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା।

ଡାକ୍ତର ଟୁ ବୋଙ୍କ ଅନୁଯାୟୀ, ପୀଡ଼ିତଙ୍କ କାନରେ ଏକ ଜୀବନ୍ତ ଝିଟିପିଟି ବୁଲୁଥିଲା। ଏପରି ପରିସ୍ଥିତିରେ ଡାକ୍ତର ଇଞ୍ଜେକ୍ସନ ଦେଇ ତୁରନ୍ତ ଝିଟିପିଟିକୁ ଚେତାଶୂନ୍ୟ କରିଦେଇଥିଲେ। ବିଳମ୍ବ ନ କରି ଜୀବନ୍ତ ଝିଟିପିଟି ତାଙ୍କ କାନରୁ ବାହାର କରାଯାଇଥିଲା। ଡାକ୍ତରଙ୍କ କହିବାନୁସାରେ, ଯଦି ବିଳମ୍ବ ହୋଇଥାନ୍ତା, ତେବେ ଝିଟିପିଟିଟି ତାଙ୍କ ମସ୍ତିଷ୍କରେ ପହଞ୍ଚି ପାରିଥାନ୍ତା। ତାଙ୍କ ଜୀବନ ବିପଦରେ ପଡ଼ିଥାନ୍ତା ।

ଆଶ୍ଚର୍ଯ୍ୟଜନକ କଥା ହେଲା, ଝିଟିପିଟିର ଲାଞ୍ଜ ନ ଥିଲା। ଡାକ୍ତର ଭାବିଥିଲେ କାନରେ ରହିଯାଇଥିବ। ମାତ୍ର ପୁଣି କାନକୁ ଯାଞ୍ଚ କରିଥିଲେ। କିନ୍ତୁ ଲାଞ୍ଜ ମିଳି ନ ଥିଲା। ୨ ଦିନ ହସ୍ପିଟାଲରେ ରହିବା ପରେ ଉକ୍ତ ବ୍ୟକ୍ତିଙ୍କୁ ଡିସ୍‌ଚାର୍ଜ କରାଯାଇଥିଲା। ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାତରେ ପଡ଼ିଗଲା ହାତୀଛୁଆ, ଜଗି ରହି ଚିତ୍କାର କରୁଥିଲା ମା’, ଆଉ ତା’ ପରେ…

ସୁନ୍ଦରଗଡ଼,୧୩ା୮(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସଦର ରେଞ୍ଜ ଅନ୍ତର୍ଗତ ହମିରପୁର ପଞ୍ଚାୟତର ଗୋପପୁର ଜଙ୍ଗଲରେ ଗାତରେ ପଡ଼ିଥିବା ଏକ ହାତୀଛୁଆକୁ ଗୁରୁବାର ସକାଳେ ଜଙ୍ଗଲ ବିଭାଗ ଦ୍ବାରା ଉଦ୍ଧାର…

ବୈଶିଙ୍ଗା-ରୁପ୍‌ସା ମୁଖ୍ୟ ରାସ୍ତାରେ ଚଳାଚଳ ବନ୍ଦ

ବୈଶିଙ୍ଗା,୧୩ା୮(ରତନ ଦାଶ): ମୟୂରଭଞ୍ଜ ଜିଲାର ବେତନଟୀ ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ବୁଧବାରଠାରୁ ମୂଷଳ ଧାରାରେ ଲଘୁଚାପ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଜୀବନ…

ଜନସାଧାରଣଙ୍କ ପାଇଁ ବଡ଼ ଘୋଷଣା କଲେ ପ୍ରଶାନ୍ତ କିଶୋର, ନିଜ ବାସଭବନରେ ନ ରହି….

ପାଟନା,୧୩।୮: ବାଙ୍କୀପୁର ବିଧାନସଭା ଉପନିର୍ବାଚନ ଜିତିବା ପରେ ଜନ ସୁରାଜର ସଂସ୍ଥାପକ ତଥା ନବନିର୍ବାଚିତ ବିଧାୟକ ପ୍ରଶାନ୍ତ କିଶୋର ଜନସାଧାରଣଙ୍କ ସ୍ୱାର୍ଥରେ ଏକ ବଡ଼ ଘୋଷଣା କରିଛନ୍ତି…

ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ଆଣିବ ବଡ଼ ଖୁସି: ଅକ୍ଟୋବର ପର୍ଯ୍ୟନ୍ତ ଏହି ୩ ରାଶିଙ୍କୁ ମିଳିବ ଭାଗ୍ୟର ସାଥ୍‌

ଅଗଷ୍ଟ ମାସରେ ଶନିଦେବଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଗୋଚର ହେବାକୁ ଯାଉଛି। ଜ୍ୟୋତିଷ ଅନୁସାରେ ଏହି ଗୋଚରର ପ୍ରଭାବ ବେଶ ଗୁରୁତ୍ୱପୂର୍ଣ୍ଣ ରହିପାରେ। ବର୍ତ୍ତମାନ ଶନି ମୀନ ରାଶିରେ…

ମନର କଥା କହିଦେଲେ ପ୍ରୀତି ଜିଣ୍ଟା: ଅମିରଙ୍କ ସହ…

ଫରହାନ ଅଖତରଙ୍କ ନିର୍ଦ୍ଦେଶିତ ପ୍ରଥମ ଚଳଚ୍ଚିତ୍ର ‘ଦିଲ ଚାହତା ହୈ’ ୨୫ ବର୍ଷ ପୂରଣ କରିଛି। ଏହି ଚଳଚ୍ଚିତ୍ରଟି ରୌପ୍ୟ ଜୟନ୍ତୀ ପାଳନ କରିବା ସହିତ ପୁଣି…

ପୌରପରିଷଦର ଅଧ୍ୟକ୍ଷା ଭାବେ ପୁନଃ ଅବସ୍ଥାପିତ ହେବେ ଶାନ୍ତି ମଞ୍ଜରୀ ଦେଇ, ଗୃହ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶକ ଚିଠି ଲେଖି…

ଦେବଗଡ଼,୧୩ା୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରପରିଷଦର ଅଧ୍ୟକ୍ଷା ଭାବେ ପୁନଃ ଅବସ୍ଥାପିତ ହେବେ ଶାନ୍ତି ମଞ୍ଜରୀ ଦେଇ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ପୁନଃ ଅବସ୍ଥାପିତ ପାଇଁ ଚିଠି…

ଆରଜି କର ମାମଲାରେ ବଡ଼ ଆକ୍ସନ, TMCର ପୂର୍ବତନ ବିଧାୟକ ନିର୍ମଳ ଘୋଷ ଗିରଫ

କୋଲକାତା,୧୩।୮: ଆରଜି କର ବଳାତ୍କାର ଏବଂ ହତ୍ୟା ମାମଲାରେ ତୃଣମୂଳ କଂଗ୍ରେସ (ଟିଏମସି)ର ପୂର୍ବତନ ବିଧାୟକ ନିର୍ମଳ ଘୋଷଙ୍କୁ ଗିରଫ କରାଯାଇଛି । ଅଗଷ୍ଟ ୯ ତାରିଖରେ…

ହସ୍ପିଟାଲ୍‌ର ଶୌଚାଳୟରୁ ମିଳିଲା ନର୍ସଙ୍କ ମୃତଦେହ; କବାଟ ଭାଙ୍ଗି ଶବ ଉଦ୍ଧାର, ନାଇଟ୍ ସିଫ୍ଟ…

କୋଲକାତା,୧୩।୮: ପଶ୍ଚିମବଙ୍ଗର କୋଲକାତାସ୍ଥିତ ନୀଲରତନ ସରକାର (NRS) ମେଡିକାଲ କଲେଜ ଏବଂ ହସ୍ପିଟାଲରୁ ଏକ ରହସ୍ୟଜନକ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ବୁଧବାର ରାତିରେ ଡ୍ୟୁଟିରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri