ଗୋପରେ ବଢୁଛି ବିକଳ୍ପ

ପରିବର୍ତ୍ତନ କେବେହେଲେ ଡେଙ୍ଗୁରାପିଟି ଆସେନାହିଁ। ଜନ ଆନ୍ଦୋଳନ ଆରମ୍ଭ ହେଲେ ସେହି ପରିବର୍ତ୍ତନ ଜୁଆର ଭଳି ମାଡ଼ିଆସେ। ଆଜି ଭାରତବର୍ଷରେ ଏକ ଭିନ୍ନ ଏବଂ ପରିବର୍ତ୍ତିତ ଛବି ସୃଷ୍ଟି କରିଛନ୍ତି ବାଙ୍କିପୁର ଓ ଦାତିଆ ଭୋଟଦାତା। ଏହି ଝର୍କାରୁ ଦେଖିଲେ କେବଳ ଗୁଜରାଟର ମାଜଲପୁର ବାଦ୍‌ ପଡ଼ିଛି। ଅବଶ୍ୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ବିହାରର ବାଙ୍କିପୁର। ଦୀର୍ଘ ୩୦ ବର୍ଷ ଧରି ପ୍ରଥମେ ପିତା ନବୀନ କିଶୋର ପ୍ରସାଦ ସିହ୍ନା ଓ ପରବର୍ତ୍ତୀ ସମୟରେ ପୁତ୍ର ନୀତୀନ ନବୀନ ଏହି ନିର୍ବାଚନମଣ୍ଡଳୀକୁ ରଖି ଆସିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତବଛା ପ୍ରାର୍ଥୀ ଭାବେ ନୀତୀନ ନବୀନ ରାଷ୍ଟ୍ରୀୟ ଭାଜପାର ଅଧ୍ୟକ୍ଷ ୨୦ ଜାନୁଆରୀ ୨୦୨୬ରେ ହୋଇଛନ୍ତି। ପରବର୍ତ୍ତୀ ସମୟରେ ରାଜ୍ୟ ସଭାକୁ ନିର୍ବାଚିତ ହେବା ପରେ ନୀତୀନ ନବୀନ ନିଜର ବିଧାନସଭା ନିର୍ବାଚନମଣ୍ଡଳୀ ବାଙ୍କିପୁର ଛାଡ଼ିବା ପରେ ସେହି ଆସନରେ ଉପନିର୍ବାଚନ ହୋଇଥିଲା, ଯାହାର ଫଳାଫଳ ୩ ଅଗଷ୍ଟ ୨୦୨୬ରେ ପ୍ରକାଶ ପାଇଛି। ଏହି ବିଧାନସଭା ଆସନର ଗୁରୁତ୍ୱକୁ ହ୍ରାସ କରିବା ପାଇଁ ଅନେକ ଉଦ୍ୟମ ନିଶ୍ଚିତ ଭାବେ ଆରମ୍ଭ ହୋଇ ସାରିବଣି। କିନ୍ତୁ ଏହା ଭବିଷ୍ୟତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପଥ ଦେଖାଇଲା। ଗତାନୁଗତିକ ଭାବେ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ଓ ଭାଜପା ମଧ୍ୟରେ ଲଢ଼େଇ ହେବ ବୋଲି ଅଧିକାଂଶ ଗଣମାଧ୍ୟମରେ ପ୍ରଚାରିତ ହୋଇଥିଲା। ଫଳ ପ୍ରକାଶ ପାଇଲାବେଳକୁ ସେହି ସବୁ ପ୍ରଚାର ଉଦ୍ଦେଶ୍ୟମୂଳକ ବୋଲି ବୁଝାପଡ଼ିଲା। ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ତୃତୀୟ ଯୋଦ୍ଧା ଭାବେ ଦିଶୁଥିବା ଜନ ସୁରାଜ ପାର୍ଟି (ଜେଏସ୍‌ପି) ମୁଖ୍ୟ ତଥା ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ନିରୋଜ କୁମାର ସିହ୍ନାଙ୍କୁ ୧୯,୩୨୪ ଭୋଟ୍‌ ବ୍ୟବଧାନରେ ପରାସ୍ତ କରି ଐତିହାସିକ ବିଜୟ ଲାଭ କରିଛନ୍ତି। ଏହି ତିନୋଟି ନିର୍ବାଚନ ପ୍ରମାଣ କରୁଛି ଯେ, କାଗଜ ବାଲଟ୍‌ ହେଉ ବା ଇଭିଏମ୍‌, ଜନସାଧାରଣ ଯେତେବେଳେ ମୁହଁ ମୋଡ଼ିବେ, ସେତେବେଳେ କୌଣସି କାରସାଦି କାମ ଦେବନାହିଁ। ମଧ୍ୟପ୍ରଦେଶର ଦାତିଆ ବିଧାନସଭା ନିର୍ବାଚନମଣ୍ଡଳୀକୁ ପୂର୍ବରୁ କଂଗ୍ରେସ ଜିତିଥିଲା। ଏଥରକ ମଧ୍ୟ କଂଗ୍ରେସ ପୁନର୍ବାର ସେହି ଆସନକୁ ଫେରିପାଇଛି। ମଧ୍ୟପ୍ରଦେଶର ରାଜନୈତିକ ବାତାବରଣ ସମ୍ପର୍କରେ ଅନେକ କିଛି ଇଙ୍ଗିତ କରୁଛି। ଏଥିସହିତ ଗୁଜରାଟର ମଞ୍ଜଲପୁର ବିଧାନସଭା ଆସନରେ ପୂର୍ବତନ ବିଧାୟକଙ୍କ ମୃତ୍ୟୁ ଯୋଗୁ ହୋଇଥିବା ଉପନିର୍ବାଚନରେ କେବଳ ଭାଜପା ତା’ର ସ୍ଥିତି ବଞ୍ଚାଇ ରଖିପାରିଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ବିହାରର ବାଙ୍କିପୁର। ଗତ ୩୦ଦିନ ମଧ୍ୟରେ ଅନେକ କେନ୍ଦ୍ରମନ୍ତ୍ରୀ, ବିହାର ମୁଖ୍ୟମନ୍ତ୍ରୀ, ରାଜ୍ୟର ମନ୍ତ୍ରୀ ଓ ବଡ଼ ନେତାମାନେ ବାଙ୍କିପୁରରେ ଡେରା ପକାଇ ବସିଥିଲେ। ଧନ, କଳବଳ, କୌଶଳ ବ୍ୟବହୃତ ହେବା ସତ୍ତ୍ୱେ ଭାଜପାର ପରାଜୟ ସେହି ଦଳ ପାଇଁ ବଡ଼ ଧକ୍କା ହୋଇଛି। ୨୦୨୫ ବିହାର ବିଧାନସଭା ନିର୍ବାଚନରେ ୨୪୩ ଆସନ ମଧ୍ୟରୁ ଜେଏସ୍‌ପି ୨୩୮ ସିଟ୍‌ରେ ପ୍ରାର୍ଥୀ ଦେଇଥିଲେ ମଧ୍ୟ କେହି ଖାତା ଖୋଲିପାରି ନ ଥିଲେ। ଏହା ପରେ ସମାଲୋଚକମାନେ ମତ ଦେଇଥିଲେ ଯେ ପ୍ରଶାନ୍ତ କିଶୋର ନିଜେ ରଣକ୍ଷେତ୍ରକୁ ନ ଆସିବା ତାଙ୍କର ସବୁଠାରୁ ବଡ଼ ଭୁଲ୍‌ ଥିଲା, କାରଣ ଯିଏ ନିଜେ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ଅମଙ୍ଗ, ସେହି ନେତାଙ୍କ ଉପରେ ଲୋକଙ୍କ ଆସ୍ଥା ଆସିବା ସମ୍ଭବପର ନୁହେଁ। ହୁଏତ ଏହାକୁ ହୃଦୟଙ୍ଗମ କରି ପ୍ରଶାନ୍ତ ଏହି ଉପନିର୍ବାଚନରେ ପ୍ରାର୍ଥୀ ହେଲେ। ଗତ ନିର୍ବାଚନରେ ଦଳର ପରାଜୟରେ ବିଚଳିତ ନ ହୋଇ ପ୍ରଶାନ୍ତ ନିଜ ରଣନୀତିରେ ଆଗେଇ ଚାଲିଲେ। ତେବେ ନୂଆଦିଲ୍ଲୀର ଯନ୍ତରମନ୍ତରରୁ ଆରମ୍ଭ ହୋଇଥିବା ଛାତ୍ର ଆନ୍ଦୋଳନର ପ୍ରଭାବ ବିହାର ଉପନିର୍ବାଚନକୁ ପ୍ରଭାବିତ କରିଥାଇପାରେ। ଏଠାରେ ମନେରଖିବାକୁ ହେବ ଯେ ଦିଲ୍ଲୀ ଛାତ୍ର ଆନ୍ଦୋଳନ ଆରମ୍ଭ ହେବାର କିଛିଦିନ ପରେ ବିହାରରେ ତା’ର ପ୍ରଭାବ ପଡ଼ିଲା। ୨୫ ଜୁଲାଇ ଦିନ ବିହାରରେ ଆନ୍ଦୋଳନ ଅତ୍ୟନ୍ତ ତୀବ୍ର ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶ କ୍ରମେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ହେଲା ଏବଂ ସତ୍‌ସହିତ ମୋଦି ନିଜେ ସେହି ରାତିଠାରୁ ଇନ୍‌ଷ୍ଟାଗ୍ରାମରେ ନିଜର କଥା କହିବାକୁ ଆରମ୍ଭ କଲେ। ଦେଖିବାକୁ ଗଲେ ଦିଲ୍ଲୀର ଯନ୍ତରମନ୍ତରକୁ ବାଦ୍‌ ପକାଇଲେ ମହାରାଷ୍ଟ୍ର ଓ ବିହାରରେ ଛାତ୍ର ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଥିଲା। ଏହି ଦୁଇଟିଯାକ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଥିବା ସତ୍ତ୍ୱେ ଯୁବବର୍ଗର ଏଭଳି ଶକ୍ତିଶାଳୀ ପ୍ରତିବାଦ ଉପନିର୍ବାଚନ ଫଳାଫଳକୁ ପ୍ରଭାବିତ କଲାଭଳି ଜଣାପଡୁଛି।
ବିହାର ଓ ମଧ୍ୟପ୍ରଦେଶର ଫଳାଫଳ ଅସନ୍ତା ୨୦୨୯ ଲୋକ ସଭା ନିର୍ବାଚନ ପାଇଁ ପ୍ରାକ୍‌ ସୂଚକ ଭାବେ ଧରାଯାଇପାରେ। ଯୁବ ଓ ଛାତ୍ର ସମାଜର ଅସନ୍ତୋଷ ଘନୀଭୂତ ହେଉଛି ବୋଲି ଯନ୍ତରମନ୍ତରରେ ଜଣାପଡ଼ିଲା। ପ୍ରତିକ୍ରିୟା ପ୍ରଦର୍ଶନ କରିବାକୁ ଯାଇ କେନ୍ଦ୍ର ସରକାର ଯେଉଁଭଳି ଭାବେ ପୋଲିସକୁ ବ୍ୟବହାର କରି ଏହି ପିଲାମାନଙ୍କୁ ମାଡ଼ ମାରିବା ସହ ମାମଲା ରୁଜୁ କରିବା ଏବଂ ଦଳୀୟ କର୍ମୀ ପଠାଇ ସେମାନଙ୍କ ମା’ବାପାଙ୍କ ମଧ୍ୟରେ ଭୟ ସୃଷ୍ଟି କରାଇବାର ଉଦ୍ୟମ ଆରମ୍ଭ ହେଲା, ତାହା ଭାଜପା ବିରୋଧୀ ମନୋଭାବ ସୃଷ୍ଟି କରିଛି ବୋଲି ବିଶେଷକରି ବାଙ୍କିପୁର ଆସନର ଫଳ ପ୍ରମାଣ କରୁଛି। ବିହାର ଉପନିର୍ବାଚନ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗକୁ ଦର୍ଶାଇଛି। ଭାଜପାକୁ ହରାଇବାକୁ ଯାଇ ସାଧାରଣ ଭୋଟର ନିଶ୍ଚିତ ଭାବେ ଏକ ବିଧିବଦ୍ଧ ଏବଂ ପ୍ରତିଷ୍ଠିତ ବିରୋଧୀ ଦଳକୁ ଭୋଟ ଦେବେ ବୋଲି କହିହେବ ନାହିଁ। ଅର୍ଥାତ୍‌ ସୁପରିଚିତ ବିକଳ୍ପ ବା ଟିନା (ଦେୟାର ଇଜ୍‌ ନୋ ଅଲ୍ଟରନେଟିଭ) ଫ୍ୟାକ୍ଟର ଆଉ କାମ ଦେବ ନାହିଁ। ଅନ୍ୟ ଶବ୍ଦରେ କହିବାକୁ ଗଲେ ଭାଜପାଠାରୁ ମୁହଁ ମୋଡ଼ିଥିବା ଭୋଟର ସ୍ବାଭାବିକ ଭାବେ କଂଗ୍ରେସ କିମ୍ବା ଆର୍‌ଜେଡିକୁ ଯିବେ ବୋଲି କୌଣସି ନିଶ୍ଚିତତା ନାହିଁ। ଯେଉଁଠି ଏକ ଗ୍ରହଣୀୟ ପ୍ରାର୍ଥୀ ମିଳିବେ ସେହି ବ୍ୟକ୍ତି ସେହି ନିର୍ବାଚନମଣ୍ଡଳୀରେ ବିକଳ୍ପ ହୋଇଯିବେ। ଏଭଳି ପରିସ୍ଥିତିରେ ଏକ ପ୍ରତିଷ୍ଠିତ ଚିହ୍ନ, ଦଳୀୟ କର୍ମୀଙ୍କ ପ୍ରଭାବର ଗୁରୁତ୍ୱ ହ୍ରାସ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି। ଏହି ପ୍ରଚ୍ଛଦପଟରେ ଦେଶବ୍ୟାପୀ ମୁଣ୍ଡ ଟେକିଥିବା ଯୁବ ଓ ଛାତ୍ର ଅସନ୍ତୋଷ କେଉଁଠାରେ ଦୃଶ୍ୟମାନ ହୋଇଥାଇପାରେ କିମ୍ବା ଅନ୍ୟ କେଉଁଠାରେ ଅଦୃଶ୍ୟ ରହିଥାଇପାରେ, କିନ୍ତୁ ଏହାର ପ୍ରତିଫଳନ ୨୦୨୯ରେ କିଭଳି ରୂପ ନେଇପାରେ ତାହା ଦେଖିବାକୁ ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ସଚେତନତା ବଢ଼ିଲେ ରୋକି ହେବ ଏଡ୍‌ସ ମହାମାରୀ’

ଭଞ୍ଜନଗର,୧୯ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶନିବାର ଏଡ୍‌ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌)…

ବିରାଟ କୋହଲିଙ୍କ କ୍ରେଜ ଦେଖିଛନ୍ତି? ମାତ୍ର ୨୪ ଘଣ୍ଟା ମଧ୍ୟରେ ବିକ୍ରି ହୋଇଯାଇଥିଲା ପ୍ରଥମ ଦିନିକିଆ ମ୍ୟାଚ ପାଇଁ ୫୦,୦୦୦ ଟିକେଟ

ନୂଆଦିଲ୍ଲୀ,୧୯।୯: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ ତିନୋଟି ODI (ଏକଦିବସୀୟ) ଏବଂ ପାଞ୍ଚୋଟି T20I ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଭାରତ ଗସ୍ତ କରୁଛି। ଏହି ଗସ୍ତ ସେପ୍ଟେମ୍ବର…

ପ୍ରେମୀଯୁଗଳଙ୍କୁ ଗଛରେ ବାନ୍ଧି ମାଡ଼: ଲୁଚିକି ମହିଳାଙ୍କ ଘରକୁ ଆସିଥିବାବେଳେ ଘଟିଲା…

ବାରିପଦା/ ଝାରପୋଖରିଆ,୧୯ା୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ/ସୁଧୀର କୁମାର ମହାନ୍ତ):ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଞ୍ଚଳରେ ପ୍ରେମ ସମ୍ପର୍କରୁ ନେଇ ଏକ ଅଶୋଭନୀୟ ଘଟଣା ଘଟିଛି। ଜଣେ ବିବାହିତା…

ଦିଲ୍ଲୀ ଗଣବଳାତ୍କାରକୁ ନେଇ ବର୍ଷିଲେ ରାହୁଲ-ପ୍ରିୟଙ୍କା, ପୋଲିସକୁ ଟାର୍ଗେଟ୍‌ କରି କହିଲେ ପ୍ରତିଦିନ…

ନୂଆଦିଲ୍ଲୀ,୧୯ା୯: ଦିଲ୍ଲୀର ସ୍ବରୂପ ନଗରରେ ଜଣେ ନାବାଳିକାଙ୍କୁ ପ୍ରଥମେ ବଳାତ୍କାର ଏବଂ ପରେ ନିର୍ମମ ଭାବରେ ହତ୍ୟା କରାଯାଇଛି। ଏହି ମାମଲାରେ ପୋଲିସ ୧୯ ବର୍ଷୀୟ ଯୁବକ…

AIର ଅଗ୍ରଗତି ଯୋଗୁ ୨୦୩୦ ସୁଦ୍ଧା ବିଶ୍ୱର ଅନ୍ତ ଘଟିବ? ଏକ ବହୁରାଷ୍ଟ୍ରୀୟ କମ୍ପାନୀର ସିଇଓ ଜେନସେନ ହୁଆଙ୍ଗଙ୍କ ବଡ଼ ଦାବି

ଓ୍ବାଶିଂଟନ,୧୯।୯: ଆଜିର ବିଶ୍ୱରେ AI ଉନ୍ନତିର ଦ୍ରୁତ ଗତିକୁ ନେଇ ଲୋକମାନେ ବିଭକ୍ତ; କେତେକ ଏହାକୁ ଧୀର କରିବାକୁ ଚାହୁଁଥିବା ବେଳେ, ଅନ୍ୟ ବିଶେଷଜ୍ଞମାନେ ଯୁକ୍ତି ବାଢ଼ନ୍ତି…

କଦଳୀ ଭେଳାରେ ମା’ ମନସାଙ୍କୁ ପୂଜା କରନ୍ତି ବଙ୍ଗୀୟ ସମ୍ପ୍ରଦାୟ, ଏହା ପଛର କାରଣ ଜାଣିଲେ…

ମହାକାଳପଡ଼ା, ୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ବିଧି ଓ ପରମ୍ପରା ଅନୁସାରେ ବଙ୍ଗୀୟ ଶ୍ରଦ୍ଧାଳୁମାନେ କଦଳୀ ଭେଳାରେ ମା’ ମନସା ଦେବୀଙ୍କୁ ପୂଜା କଲେ ସନ୍ତୁଷ୍ଟ ହୋଇ ସର୍ପ…

ନୂଆ ଆଇନରେ ସ୍ବାକ୍ଷର କଲେ ଟ୍ରମ୍ପ: ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧୯।୯: ରୁଷିଆ ଓ ଇରାନ ବିରୋଧରେ ଆମେରିକାର ନୂଆ ପଦକ୍ଷେପକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଜୋର ଧରିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲିଣ୍ଡସେ ଓ.…

ମମତାଙ୍କ କୋଳ ଶୂନ୍ୟ କରିଦେଲା ଋଷିକୁଲ୍ୟା: ଖେଳିଗଲା ଶୋକର ଛାୟା

ପୁରୁଷୋତ୍ତମପୁର,୧୯।୯ (ସବିତା ମିଶ୍ର): ଗଣେଶ ମୂର୍ତ୍ତି ବିସର୍ଜନବେଳେ ଋଷିକୁଲ୍ୟା ନଦୀରେ ଭାସିଯାଇ ନିଖୋଜ ହୋଇଥିବା ଛାତ୍ର ସୁମିତ କୁମାର ମିଶ୍ରଙ୍କ ମୃତଦେହ ଶନିବାର ଉଦ୍ଧାର ହୋଇଛି। ପୁରୁଷୋତ୍ତମପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?