ଚାପରୁ ବର୍ଷା

ଯୁଦ୍ଧ, ଅନ୍ତର୍ଜାତୀୟ ରାଜନୀତି ଓ ଅର୍ଥନୈତିକ ଅସ୍ଥିରତା ପୃଥିବୀକୁ ଯେତିକି ଆକ୍ତାମାକ୍ତା କରୁଛି, ତା’ଠାରୁ ଅଧିକ କ୍ଷତାକ୍ତ କଲାଣି ଜଳବାୟୁ ପରିବର୍ତ୍ତନଜନିତ ଅସ୍ବାଭାବିକତା। ଥଣ୍ଡା ଜଳବାୟୁରେ ବଢ଼ି ଆସିଥିବା ୟୁରୋପ ମହାଦେଶବାସୀ ୪୦ରୁ ଊର୍ଦ୍ଧ୍ୱ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରାକୁ ଦେଖି ସେମାନଙ୍କ ମୁଣ୍ଡ ବିଗିଡ଼ିଗଲାଣି। ଅତ୍ୟଧିକ ଗରମ ସହି ନ ପାରି ଲୋକଙ୍କ ମୃତ୍ୟୁଖବର ନିୟମିତ ଆସିଲାଣି। ଜଙ୍ଗଲ ନିଆଁ ଓ ଦୁର୍ଭିକ୍ଷଜନିତ ଯନ୍ତ୍ରଣା ବଢ଼ିଲାଣି। ସ୍ପେନ, ଫ୍ରାନ୍ସ ଓ ଗ୍ରୀସ୍‌ ଭଳି ଦେଶରେ ବିନାଶକାରୀ ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡ଼ିଛି। ଭିନ୍ନ ପାଣିପାଗ ଶୈଳୀ ଯୋଗୁ ଏହି ମହାଦେଶରେ ବ୍ୟାପକ ସ୍ଥାନାନ୍ତରଣ, ନଦୀଗୁଡ଼ିକ ଶୁଖିଯିବା ଏବଂ କୃଷି ଅମଳ ବାଧାପ୍ରାପ୍ତ ହେବା ଭଳି ସ୍ଥିତି ଉପୁଜିଛି। ଏହି ସନ୍ଧିକ୍ଷଣରେ ଭାରତ କଥା ଦେଖିଲେ ଜଳବାୟୁର ବ୍ୟାପକ ପରିବର୍ତ୍ତନ ସିଧାସଳଖ ଅନୁଭୂତ ହେଲାଣି। ଏଠାରେ ମୌସୁମୀ ବର୍ଷା ଅପେକ୍ଷା ଲଘୁଚାପଜନିତ ବୃଷ୍ଟି ଗୋଟେ ଗୋଟେ ଅଞ୍ଚଳକୁ ବୁଡ଼ାଇ ଦେଉଛି। ଆଶ୍ଚର୍ଯ୍ୟର କଥା ଯେ ସ୍ବାଭାବିକ ମୌସୁମୀ ଦେଖିବାକୁ ମିଳୁନାହିଁ। ଏଥିରୁ ବୁଝିବାକୁ ହେବ ଯେ, ଲଘୁଚାପରେ ବର୍ଷା କେବଳ ନୁହେଁ, ସବୁ କଥା ‘ଚାପ’ରେ ହେଉଛି। ଯେଉଁ ସମୟରେ ଯେଉଁଭଳି ଭାବେ ଋତୁର ପ୍ରଭାବ ଅନୁଭୂତ ହେବା କଥା, ତାହା ଦେଖାଯାଉ ନାହିଁ। କହିବାକୁ ଗଲେ ପ୍ରକୃତି ବିଗିଡ଼ି ନାହିଁ। ମଣିଷ ପାଇଁ ତାହାର ପ୍ରଭାବ ବଦଳୁଥିବାରୁ ସମସ୍ୟା ଆମର, ପ୍ରକୃତିର ନୁହେଁ।
ଅନ୍ତର୍ଜାତୀୟ ସ୍ତରରୁ ଜାତୀୟ ଓ ଆଞ୍ଚଳିକ ସ୍ତରକୁ ଓହ୍ଲାଇକରି ଦେଖିଲେ ମଣିଷର କାର୍ଯ୍ୟକଳାପ ସବୁ ପ୍ରକାର ଅସ୍ବାଭାବିକତା ପାଇଁ ଦାୟୀ ବୋଲି ଜୋର ଦେଇ କହିହେବ। ଆମେ ଓଡ଼ିଶାରେ ମନୁଷ୍ୟକୃତ ଧ୍ୱଂସାତ୍ମକ ପରିଣତିକୁ ମର୍ମେ ମର୍ମେ ଅନୁଭବ କରୁଛେ। ଜଙ୍ଗଲକ୍ଷୟ, ଭୂତଳ ବିଦାରି ଅତ୍ୟଧିକ ଖଣିଜ ପଦାର୍ଥ ଉତ୍ତୋଳନ ଯୋଗୁ ଜୀବଜନ୍ତୁଙ୍କ ବାସସ୍ଥଳୀ ନଷ୍ଟ ହେବାରୁ ସେମାନେ ରାସ୍ତାକୁ ଆସି ସେମାନଙ୍କ ଖାଦ୍ୟ ମାଗିବା ଦୃଶ୍ୟ ଦେଖିବାକୁ ମିଳିଲାଣି। ସୁନ୍ଦରଗଡ଼ କୋଇଡ଼ା ବନାଞ୍ଚଳ ଅନ୍ତର୍ଗତ ପାନ୍‌ପୋଶିଆ-ଯୋଡ଼ିପଡ଼ା ରାସ୍ତାରେ ଏକ ଦନ୍ତାହାତୀ ଟ୍ରକ୍‌କୁ ଅଟକାଇ ଖାଦ୍ୟ ମାଗୁଥିବା ଛବି ସୋସିଆଲ ମିଡିଆରେ ଘୂରୁଥିବା ଲକ୍ଷ୍ୟ କରାଯାଇଛି। ହାତୀଟିକୁ ଯିଏ ଖାଇବାକୁ ଦେଉଛି ସେ ତାହାକୁ ଗ୍ରହଣ କରୁଛି, କିଛି ନ ମିଳିଲେ କ୍ଷତି କରୁ ନ ଥିବା ଲକ୍ଷ୍ୟ କରାଯାଉଛି। ଏହା ଦ୍ୱାରା ଟ୍ରାଫିକ୍‌ ଜାମ୍‌ ହେଉଥିବା ଦୃଶ୍ୟ ନଜରକୁ ଆସିଛି । ଏଥିରୁ ଅନେକ ବିଷୟ ଆଲୋଚନା ପରିସରକୁ ଆସିପାରେ। ହାତୀ ବାସସ୍ଥଳୀରେ ମଣିଷର ବାସଭବନ, ହୋଟେଲ, ଶିଳ୍ପ ଗଢ଼ି ଉଠିବା ପରେ ସେ ବେଘର ହୋଇ ରାସ୍ତାକୁ ଓହ୍ଲାଇ ଆସିିବା ସ୍ବାଭାବିକ। କହିବାକୁ ଗଲେ ଖାଦ୍ୟ ମାଗୁଥିବା ହାତୀ ଭଳି ସବୁ ଶାନ୍ତ ନୁହନ୍ତି, ଯେଉଁ ଗଜମାନେ ରାଗିଯାଉଛନ୍ତି ସେମାନେ ମଣିଷର ଧନଜୀବନ ନେଇଯାଉଛନ୍ତି। ସେମାନଙ୍କୁ ରଗେଇବା ପାଇଁ ମଣିଷ ହିଁ ଦାୟୀ। ଏଭଳି ସ୍ଥିତିରେ ପହଞ୍ଚତ୍ବାଯାଏ କଥା କାହିଁକି ଯାଉଛି ତାହା ଉପରେ ବନବିଭାଗ ସମେତ ସ୍ଥାନୀୟ ପ୍ରଶାସନ ଓ ଅଧିବାସୀମାନେ ହେଜିବା ଦରକାର। ପରିବେଶ ଅବକ୍ଷୟ, ଖାଦ୍ୟ ସଙ୍କଟ ଏବଂ ମଣିଷ-ପଶୁ ସଂଘର୍ଷର ଗୁରୁତର ଦିଗକୁ ଅନିଷା କରିବାର ସମୟ ଆସିଲାଣି। ମଣିଷ ଭାବୁଛି କଳେବଳେ କୌଶଳେ ଜନ୍ତୁମାନଙ୍କୁ କରାୟତ୍ତ କରିଦେବ। କିନ୍ତୁ ବୁଝିବା ଦରକାର ଯେ, ଏସବୁ ଅସଙ୍ଗତିକୁ ଆଉ ଶୀଘ୍ର ଦୂର କରିବା କଷ୍ଟକର ହୋଇପଡ଼ିବ। ବିଶ୍ୱବ୍ୟାପୀ ଚାଲିଥିବା ଯୁଦ୍ଧକୁ ହୁଏତ ଗୋଟିଏ ସମୟ ଆସିପାରେ ଆଲୋଚନା ମାଧ୍ୟମରେ ବନ୍ଦ କରାଯାଇପାରିବ। କିନ୍ତୁ ପ୍ରକୃତି ଓ ପରିବେଶକୁ ଯେତେ ମାତ୍ରାରେ ନଷ୍ଟ କରି କରିଦିଆଗଲାଣି ସେଥିରେ ପୂର୍ଣ୍ଣଚ୍ଛେଦ ଲାଗି ନ ପାରେ। ଏହାର ରାଶି ରାଶି ଉଦାହରଣ ଉତ୍ତର ଭାରତର ଚାରିଧାମ ଅଞ୍ଚଳଠାରୁ ଦକ୍ଷିଣ ଭାରତର ଓ୍ବାୟନାଡ୍‌ ପର୍ଯ୍ୟନ୍ତ ପ୍ରକୃତି ସତର୍କବାଣୀ ଦେଇଚାଲିଛି ଏବଂ ପ୍ରତ୍ୟେକ ଥର ତାହା ଅଧିକରୁ ଅଧିକ ବିଷମ ହେଉଛି। ସରକାରୀ ଅନୁମୋଦନ ସହିତ ଆରାବଳିରୁ ଆଣ୍ଡାମାନ ନିକୋବରକୁ ଖିନ୍‌ଭିନ୍‌ କରିବା କାର୍ଯ୍ୟ ଜୋରସୋରରେ ଆରମ୍ଭ ହୋଇସାରିଲାଣି।
ଏବେ ସରକାରୀ ନୀତିରେ ଆମୂଳଚୂଳ ପରିବର୍ତ୍ତନ ଜରୁରୀ। ଜନସାଧାରଣଙ୍କ ସଚେତନତା ଓ ଚାପ ବୃଦ୍ଧି ସହିତ ସରକାରୀ ନୀତି ଓ ଶିଳ୍ପପତିଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ମଣିଷ ଜୀବନକୁ ଭବିଷ୍ୟତରେ ସହଜ ଓ ସୁନ୍ଦର କରିପାରିବ ବୋଲି ବିଶ୍ୱାସ କରାଯାଏ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍ ଆକ୍ରମଣରେ ଥରିଲା ରୁଷିଆ, ହଜାରେରୁ ଅଧିକ ଡ୍ରୋନ୍‌ ମାଡ଼ କଲା ୟୁକ୍ରେନ

ମସ୍କୋ,୨୦ା୯: ରୁଷିଆ ଉପରେ ୟୁକ୍ରେନ୍‌ ବଡ଼ଧରଣର ଡ୍ରୋନ୍‌ ଆକ୍ରମଣ କରିଛି । ରୁଷିଆର ଅଧିକାରୀଙ୍କ ଦାବି ଅନୁସାରେ, ବିଭିନ୍ନ ଅଞ୍ଚଳରେ ୧,୧୦୦ରୁ ଅଧିକ ୟୁକ୍ରେନୀୟ ଡ୍ରୋନ୍‌ ଉଡ଼ିଥିଲା।…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ସକାଳୁ ସକାଳୁ ବର୍ଷାକୁ ନେଇ ବଡ଼ ଅପଡେଟ୍‌: ଜାରି ହେଲା ଆଲର୍ଟ, ଓଡ଼ିଶାର ଏହି ଜିଲାରେ…

ଭୁବନେଶ୍ୱର,୨୦ା୯(ସୌମ୍ୟରଞ୍ଜନ ରାଉତ): ଉତ୍ତର ଆଣ୍ଡାମାନ ସାଗର ଓ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଶନିବାର ସାରେ ଲଘୁଚାପର ରୂପ ନେଇଛି। ପଶ୍ଚିମ ଓ ଉତ୍ତର ପଶ୍ଚିମ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶରେ ୭ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇ…

ଦିଲ୍ଲୀ ଗଣବଳାତ୍କାରକୁ ନେଇ ବର୍ଷିଲେ ରାହୁଲ-ପ୍ରିୟଙ୍କା, ପୋଲିସକୁ ଟାର୍ଗେଟ୍‌ କରି କହିଲେ ପ୍ରତିଦିନ…

ନୂଆଦିଲ୍ଲୀ,୧୯ା୯: ଦିଲ୍ଲୀର ସ୍ବରୂପ ନଗରରେ ଜଣେ ନାବାଳିକାଙ୍କୁ ପ୍ରଥମେ ବଳାତ୍କାର ଏବଂ ପରେ ନିର୍ମମ ଭାବରେ ହତ୍ୟା କରାଯାଇଛି। ଏହି ମାମଲାରେ ପୋଲିସ ୧୯ ବର୍ଷୀୟ ଯୁବକ…

ନୂଆ ଆଇନରେ ସ୍ବାକ୍ଷର କଲେ ଟ୍ରମ୍ପ: ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧୯।୯: ରୁଷିଆ ଓ ଇରାନ ବିରୋଧରେ ଆମେରିକାର ନୂଆ ପଦକ୍ଷେପକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଜୋର ଧରିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲିଣ୍ଡସେ ଓ.…

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?