ମୁଖ୍ୟ ଆକର୍ଷଣ ସାଜିବ ୩୫ କିଲୋ ଲଡୁ

ଜଟଣୀ,୨୬।୮(ଡି.ଏନ୍‌.ଏ.):ଆଉ ଦିନ କେଇଟା ପରେ ଗଣେଶ ପୂଜା। ଏହି ପୂଜା ପାଳନକୁ ନେଇ ଖୋର୍ଦ୍ଧାର ଜଟଣୀ ସହର ଚଳଚଞ୍ଚଳ ହୋଇପଡ଼ିଛି। ଦୁଇ ବର୍ଷର ବ୍ୟବଧାନ ପରେ ଭକ୍ତଙ୍କ ଗହଣରେ ପୂଜା ହେଉଥିବାରୁ ଏକାଠି ହେବେ ଭକ୍ତ ଏବଂ ଭଗବାନ। ସହରର କୋଣ ଅନୁକୋଣରେ ଥିବା ବିଭିନ୍ନ ପୂଜା ମଣ୍ଡପରେ ଗଣେଶପୂଜା ପାଇବେ। ଚଳିତ ପାର୍ବଣକୁ ସରସ ସୁନ୍ଦର ସହ ଅଧିକ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ସଂଗଠନ, ଅନୁଷ୍ଠାନ ପକ୍ଷରୁ ରାଜ୍ୟ ତଥା ବାହାର ରାଜ୍ୟରୁ କାରିଗର ଆଣି ତୋରଣ ସାଜସଜ୍ଜା ସହ ଶିଳ୍ପୀ ମୂର୍ତ୍ତି ଗଢ଼ିବାରେ ଲାଗିଛନ୍ତି। ଦୀର୍ଘ ୪୦ବର୍ଷରୁ ଊର୍ଦ୍ଧ୍ୱ ସମୟଧରି ସାର୍ବଜନୀନ ଗଣେଶ ପୂଜା କରି ଆସୁଥିବା ଗୋପବନ୍ଧୁ ଛକ ବ୍ୟବସାୟୀ ସଂଘ ପକ୍ଷରୁ ଚଳିତଥର ଅଧିକ ଆକର୍ଷଣୀୟ କରିବା ପାଇଁ ଜୋର୍‌ଦାର ପ୍ରସ୍ତୁତି ଚଳାଇଛନ୍ତି। କଟକ ବିଭିନ୍ନ ଆଲୋକିତ ଲାଇଟ୍‌ ଏବଂ ଚୌଦ୍ୱାରର ମେଢ଼ ଦର୍ଶକଙ୍କୁ ଆକୃଷ୍ଟ ବୋଲି ଆୟୋଜକ ବ୍ୟବସାୟୀ ସଂଘ ସଦସ୍ୟ କହିଛନ୍ତି। ୫୬ ଫୁଟ ଉଚ୍ଚର ଦୁଇଟି ଡିଜିଟାଲ ଚାଇନା ଗଟେ ଏବଂ ନଟରାଜ ଲାଇଟ ଗେଟ୍‌ ବ୍ୟବସାୟୀ ସଂଘର ଶୋଭାକୁ ଦ୍ୱିଗୁଣିତ କରିବା ନେଇ କମିଟି ଆଶା ରଖିଛନ୍ତି। ୭ଲକ୍ଷରୁ ୮ଲକ୍ଷ ଅର୍ଥ ଚଳିତ ପୂଜାରେ ଖର୍ଚ୍ଚ ହେବାକୁ ଥିବା ସମୟରେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଅନେକ ଦୃଷ୍ଟିହୀନ କଳାକାରଙ୍କ ଦ୍ୱାରା ଭଜନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିଦିନ ସାରେ ଆୟୋଜିତ କରାଯିବ ବୋଲି କମିଟି ସଭାପତି ସୁରେନ୍ଦ୍ର କୁମାର ସାହୁ କହିଛନ୍ତି। ଉକ୍ତ ମଣ୍ଡପରେ ୮ଫୁଟ ଉଚ୍ଚର ପ୍ରଭୁ ଗଜାନନଙ୍କ ସହିତ ମାତା ଲକ୍ଷ୍ମୀ ଏବଂ ଦେବୀ ସରସ୍ବତୀ ପୂଜା ପାଇବେ। ଗଣେଶ ଚତୁର୍ଥୀ ଏବଂ ପୂର୍ଣ୍ଣମୀ ଭସାଣି ଦିନ କମିଟି ପକ୍ଷରୁ ପ୍ରଭୁଙ୍କ ନିକଟରେ ବିଭିନ୍ନ ଫଳମୂଳ ଏବଂ ମିଷ୍ଠାନ୍ନ ଭୋଗ ଲାଗି କରାଯାଇଥଏ। ଅନ୍ୟ ଦିନରେ ଠାକୁରଙ୍କ ନିକଟରେ ଖେଚୁଡ଼ି ଭୋଗ ଲାଗି ହୋଇଥାଏ। ଯାହା ମାନସିକ ଦାତା ଏବଂ ପୂଜା କମିଟି ବହନ କରିଥାନ୍ତି। ଉକ୍ତ ପ୍ରସାଦ ଶ୍ରଦ୍ଧାଳୁ ଏବଂ ବ୍ୟବସାୟୀଙ୍କ ମଧ୍ୟରେ ବଣ୍ଟା ଯାଇଥାଏ। ଅନ୍ୟପଟେ ଚଳିତ ବର୍ଷ ପ୍ରଭୁ ଗଜାନନଙ୍କ ହାତରେ ୩୫କିଲୋର ସୁସ୍ବାଦୁ ଦେଶୀ ଘିଅରେ ପ୍ରସ୍ତୁତ ଲଡ଼ୁ ଶୋଭା ପାଇବ। ପ୍ରତି ବର୍ଷପରି ଏକ ମନୋରମ କାର୍ଯ୍ୟକ୍ରମ ଜରିଆରେ ନିଲାମ ହୋଇଥାଏ। ଏହି ମଣ୍ଡପରେ ନିଲାମରେ ଲଡ଼ୁ ପାଇବା ନିମନ୍ତେ ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ଅଂଶଗ୍ରହଣ କରଥାନ୍ତି ବୋଲି ଆୟୋଜକ କମିଟି ସଦସ୍ୟ କହିଛନ୍ତି। ପୂଜା ସମୟରେ ବିଶେଷକରି ସାରେ ଦର୍ଶକଙ୍କ ଭିଡ଼ ବେଶି ପରିଲକ୍ଷିତ ହେବା ଲକ୍ଷ୍ୟରେ ଭିଡ଼ ଏବଂ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୂଜା କମିଟି ପକ୍ଷରୁ ଏକ ୧୨ଜଣିଆ କମିଟି ଗଠନ କରାଯିବା ନେଇ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଜ୍ଞାନେଶ କୁମାରଙ୍କ ତଣ୍ଟି କାଟିଦେବି’: ବିବାଦୀୟ ବୟାନକୁ ନେଇ ରାଜନୀତିରେ ଚହଳ , ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୭।୯: ଭାରତୀୟ ନିର୍ବାଚନ ଆୟୋଗ (ECI)କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଦେଶର ରାଜନୀତି ସରଗରମ ରହିଛି। ଏହାରି ମଧ୍ୟରେ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ…

ନାଇରା ଛକ ନିକଟରେ ଦବିଲା ହାଇଓ୍ବା, ଯାତାୟାତ ବାଧାପ୍ରାପ୍ତ

ଗୁଡାରି,୨୭।୯(ପ୍ରମୋଦ କୁମାର ପତି ): ନାଇରା-ଗୁଡାରି ରାସ୍ତାର ନାଇରା ଛକ ନିକଟରେ ଏକ ହାଇୱା ଦବି ଯିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ରାସ୍ତା ଖରାପ…

ହିମନ୍ତ ବିଶ୍ୱ ଶର୍ମାଙ୍କୁ ଅଲ୍ଟିମେଟମ ଦେଲେ ଅଭିଜିତ, ଏମିତି ନ କଲେ ଆସାମରେ ହେବ…

ନୂଆଦିଲ୍ଲୀ,୨୭।୯: ଗୁଆହାଟୀରେ କକ୍ରୋଚ ଜନତା ପାର୍ଟି (CJP)ର ସହ-ସଂସ୍ଥାପକ ଆଶୁତୋଷ ରାଙ୍କାଙ୍କ ସମେତ ଅନ୍ୟ କିଛି କର୍ମୀଙ୍କୁ ଆସାମ ପୋଲିସ ଅଟକ ରଖିବା ପରେ CJP ସଂସ୍ଥାପକ…

ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଇଁ ବଡ଼ ଖବର: ଏବେ ବର୍ଷକୁ ୧୩ ନୁହେଁ, ୧୨ ଥର କରିବାକୁ ପଡ଼ିବ ରିଚାର୍ଜ

ନୂଆଦିଲ୍ଲୀ,୨୭।୯: ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଇଁ ଏକ ଅତ୍ୟନ୍ତ ଖୁସିର ଖବର ସାମ୍ନାକୁ ଆସିଛି। କେନ୍ଦ୍ର ସରକାର ଏବଂ ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (TRAI) ଦେଶର…

‘ତାଙ୍କ ମୃତ୍ୟୁ ପାଇଁ ପ୍ରାର୍ଥନା କରିବି…’, ମୁଖ୍ୟମନ୍ତ୍ରୀଙ୍କୁ ନେଇ ବିବାଦୀୟ ବୟାନ ଦେଲେ ବିଧାୟକ, ଚାରିଆଡ଼େ ଚର୍ଚ୍ଚା

କୋଲକାତା,୨୭।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ନେଇ ଆମଜନତା ଉନ୍ନୟନ ପାର୍ଟି (AJUP) ଅଧ୍ୟକ୍ଷ ତଥା ନଓଦା ବିଧାୟକ ହୁମାୟୁନ କବୀରଙ୍କ ଏକ ବିବାଦୀୟ ବୟାନ ସାମ୍ନାକୁ…

ନଦୀ ସ୍ରୋତରେ ଭାସିଯାଇ ଥିଲେ ବୃଦ୍ଧ, ୧୦ ଘଣ୍ଟା ପରେ ଜୀବିତ ହେଲେ ଉଦ୍ଧାର

ହିଞ୍ଜିଳିକାଟୁ,୨୭।୯(ଦ୍ବିତୀକୃଷ୍ଣ ପଣ୍ଡା): ରଖେ ହରି ତ, ମାରେ କି’ଏ। ଏଭଳି ଏକ ଘଟଣାଟି ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଖଣ୍ଡରା ଗ୍ରାମ ନିକଟ ଘୋଡ଼ାହାଡ଼ ନଦୀରେ ଘଟିଛି।…

ରାଜକୁମାର ବୁଧଙ୍କ ବଡ଼ ନକ୍ଷତ୍ର ପରିବର୍ତ୍ତନ: ପହିଲାଠୁ କନ୍ୟା ସମେତ ୪ ରାଶି ହେବେ ଧନବାନ୍‌, ପଛକୁ ପଛ ଲାଗିବ ଲଟେରୀ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ନକ୍ଷତ୍ର ପରିବର୍ତ୍ତନକୁ ବେଶ ପ୍ରଭାବଶାଳୀ ବୋଲି ମନାଯାଏ। ଦ୍ରିକ ପଞ୍ଚାଙ୍ଗ ଅନୁସାରେ ବୁଦ୍ଧି, ବାଣୀ, ଯୋଗାଯୋଗ ଓ ବ୍ୟବସାୟର କାରକ ବୁଧ…

ଅଶ୍ଳେଷା ନକ୍ଷତ୍ରରେ ଗୁରୁ ବୃହସ୍ପତିଙ୍କ ପ୍ରବେଶ: ୬ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ଧନବର୍ଷା ଯୋଗ! ଘରକୁ ଆସିବ ଖୁସିଖବର

ଭୁବନେଶ୍ୱର: ଜ୍ୟୋତିଷ ଗଣନା ଅନୁସାରେ ଦେବଗୁରୁ ବୃହସ୍ପତି ଆସନ୍ତା ଅକ୍ଟୋବର ୮ ତାରିଖ ସନ୍ଧ୍ୟା ୭ଟା ୦୩ ମିନିଟରେ ଅଶ୍ଳେଷା ନକ୍ଷତ୍ରର ଚତୁର୍ଥ ପଦରେ ପ୍ରବେଶ କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?