ଜେଲରେ ବାହୁସ୍ଫୋଟ ମାରି ଧରାପଡ଼ିଲେ ମୁଖ୍ୟ ଅଭିଯୁକ୍ତ: ଲୁଟ୍‌ ଗହଣାରେ ବାନ୍ଧବୀଙ୍କୁ ଖୁସି କରୁଥିଲେ

ଭୁବନେଶ୍ୱର,୧୦।୧(ବ୍ୟୁରୋ): ଲକ୍‌ଡାଉନ୍‌ ସମୟରେ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଲୁଟ୍‌ ପାଇଁ ତୁଳସୀ ଦେଈ ନାମକ ଜଣେ ବୃଦ୍ଧାଙ୍କୁ ହତ୍ୟା କରାଯାଇଥିଲା। ୫ ମାସ ପରେ ଏହି ହୃଦୟବିଦାରକ ଘଟଣାର ମୁଖ୍ୟ ଅଭିଯୁକ୍ତ ଧରାପଡିଛନ୍ତି। ସେ ଅନ୍ୟ ଏକ ଲୁଟ୍‌ ଘଟଣାରେ ଜେଲରେ ଥିବାବେଳେ କଏଦୀଙ୍କୁ ଉକ୍ତ ଲୁଟ୍‌ ଓ ହତ୍ୟା କିପରି ଘଟାଇଥିଲେ କହି ଫସି ଯାଇଛନ୍ତି। ସେ ହେଲେ ଖଣ୍ଡଗିରି ଅଞ୍ଚଳରେ ରହୁଥିବା ଗଞ୍ଜାମ ଜିଲା ପୋଲସରା ଅଞ୍ଚଳର ନାରାୟଣ ମହାନ୍ତି। ଏକଥା କମିଶନରେଟ ପୋଲିସର କାନକୁ ଆସିବା ପରେ ଘଟଣାର ଅଧିକ ଖୋଳତାଡ଼ ଆରମ୍ଭ ହୋଇଛି। ଶନିବାର ଏହି ଘଟଣାରେ ସମ୍ପୃକ୍ତ ସହଯୋଗୀ ସାଗର ପ୍ରଧାନ ଓରଫ ବାବୁଙ୍କୁ ସ୍ପେଶାଲ ସ୍କ୍ବାଡ୍‌ ଓ ନୟାପଲ୍ଲୀ ଥାନା ପୋଲିସ ଗିରଫ କରିଛି। ତାଙ୍କୁ ପଚରାଉଚରା ପରେ ମୁଖ୍ୟ ଅଭିଯୁକ୍ତ ନାରାୟଣଙ୍କ ଅପରାଧ ସମ୍ପର୍କରେ ବହୁ ଚାଞ୍ଚଲ୍ୟକର ତଥ୍ୟ ପାଇଛି। ତାଙ୍କ ନାମରେ ଭୁବନେଶ୍ୱରର ବିଭିନ୍ନ ଥାନାରେ ୨୫ରୁ ଅଧିକ ମାମଲା ରହିଥିବା ନେଇ ପୋଲିସ ସୂଚନା ଦେଇଛି। ଉଭୟ ମିଳିତ ଭାବେ ସୁନା ଅଳଙ୍କାର ଲୁଟ୍‌ କରୁଥିଲେ ଓ ଏମାନଙ୍କର ଅନ୍ୟ କେଉଁ କେଉଁ ଘଟଣାରେ ସମ୍ପୃକ୍ତି ରହିଛି ତାହା ଜାଣିବାକୁ ନାରାୟଣଙ୍କୁ ଶନିବାରଠାରୁ ୨ଦିନିଆ ରିମାଣ୍ଡରେ ଆଣି ମାରାଥନ ଜେରା କରୁଛି ପୋଲିସ। ନାରାୟଣଙ୍କ ଆପରାଧିକ ସାମ୍ରାଜ୍ୟରେ ତାଙ୍କ ବାନ୍ଧବୀଙ୍କ ସମ୍ପୃକ୍ତି ଥିବା ଜାଣିବା ପରେ ପୋଲିସ ତାଙ୍କୁ ଟାର୍ଗେଟ କରିଥିବା ସୂଚନା ମିଳିଛି।

ଗତବର୍ଷ ଜୁଲାଇ ୨୬ ସକାଳ ପ୍ରାୟ ୯ଟାରେ ଅଭିଯୁକ୍ତମାନେ ନୟାପଲ୍ଲୀସ୍ଥିତ ଏନ୍‌-୪ /୨୬୩ରେ ରହୁଥିବା ତୁଳସୀ (୭୦)ଙ୍କ ଘରେ ପଶି ଲୁଟ୍‌ କରିବା ସହ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଅଭିଯୁକ୍ତମାନେ ଏକ କଟୁରିରେ ତୁଳସୀଙ୍କ ମୁଣ୍ଡକୁ ବାରମ୍ବାର ହାଣିବା ସହ କାନ କାଟି ପିନ୍ଧିଥିବା ୧୦ ଭରିର ସୁନାଚେନ ଓ କାନଫୁଲ ଲୁଟିଥିଲେ। ଗୁରୁତର ଆହତ ତୁଳସୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରେ ୫ଦିନ ଧରି ମୃତ୍ୟୁ ସହ ସଂଘର୍ଷ କରି ଶେଷରେ ଆଖି ବୁଜିଥିଲେ। ଏହି ଘଟଣା ସେତେବେଳେ ଚାଞ୍ଚଲ୍ୟ ସୃଷ୍ଟି କରିଥିବାବେଳେ ବରିଷ୍ଠ ନାଗରିକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଘଟଣା ପରେ ମଧ୍ୟ ଅଭିଯୁକ୍ତମାନେ ସହରରେ ବୁଲି ଲୁଟ୍‌ପାଟ୍‌ କରୁଥିଲେ। ଅଗଷ୍ଟ ୮ରେ ଖଣ୍ଡଗିରି ଥାନା ଅଞ୍ଚଳରେ ଏକ ଛିନ୍‌ତାଇ ଘଟଣାରେ ଅଭିଯୁକ୍ତ ନାରାୟଣଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିଲେ ମଧ୍ୟ ଉକ୍ତ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତପୋଲିସ ପୋଲିସ ଜାଣିପାରି ନ ଥିଲା।

ନାରାୟଣ ଓ ସହଯୋଗୀ ସାଗର ମିଳିମିଶି ସହର ସାରା ଲୁଟ୍‌ପାଟ କରିବା ସହ ଆତଙ୍କ ଖେଳାଉଥିଲେ। ଏକାକୀ ଯାଉଥିବା ବା ରହୁଥିବା ମହିଳାଙ୍କୁ ଏମାନେ ଟାର୍ଗେଟ୍‌ କରୁଥିଲେ। ପ୍ରଥମେ ଧମକାଇ ସୁନା ଗହଣା ଦେବାକୁ କହୁଥିଲେ। ନ ମିଳିଲେ ହତ୍ୟା କରିବାକୁ ପଛାଉ ନ ଥିଲେ। ଉଭୟ ଲୁଟ୍‌ ସୁନା ଗହଣା ଓ ଟଙ୍କାରେ ମଉଜମସ୍ତି କରୁଥିଲେ। କଏଦୀଙ୍କ ଆଗରେ ଗର୍ବରେ ଏସବୁ କହି ବାହୁସ୍ଫୋଟ ମାରୁଥିଲେ। ଏମିତିକି ତାଙ୍କ ପ୍ରେମିକାଙ୍କର ମଧ୍ୟ ଏସବୁ କଳା କାରନାମାରେ ସମ୍ପୃକ୍ତି ଥିବା ସେ କହିଥିଲେ। କିଛି ଘଟଣାରେ ଉଭୟ ପ୍ରେମୀଯୁଗଳ ଲୋକଙ୍କୁ ଲୁଟ୍‌ ମଧ୍ୟ କରିଥିଲେ। ଏପଟେ ସହଯୋଗୀ ସାଗରଙ୍କୁ ଉଠାଇ ଆଣି ପଚରାଉଚରା କରିବା ପରେ ଆଉକିଛି କଥା ଜଣାପଡିଥିଲା। ଲୁଟ୍‌ ସୁନା ଉଭୟଙ୍କ ମଧ୍ୟରେ ଅଧା ଅଧା ହେଉଥିଲା। ତେବେ ସୁନା ଅଳଙ୍କାର ନିଜ ବାନ୍ଧବୀଙ୍କୁ ଦେଇ ଖୁସି କରୁଥିଲେ ନାରାୟଣ। ନୟାପଲ୍ଲୀରେ ବୃଦ୍ଧାଙ୍କୁ କଟୁରୀରେ ହାଣି ସୁନା ଗହଣା ଲୁଟ୍‌ ପରେ ତାହାକୁ ମଧ୍ୟ ନିଜ ବାନ୍ଧବୀଙ୍କୁ ଦେଇଥିଲେ ନାରାୟଣ।


Enter your email to get our daily news in your inbox.

All Right Reserved By Dharitri.Com

କେନାଲରୁ ମିଳିଲା ଶୁଭଲକ୍ଷ୍ମୀଙ୍କ ମୃତଦେହ, ହତ୍ୟା ସନ୍ଦେହ, ପଡ଼ୋଶୀ ଘରକୁ ପଶିଲା ସନ୍ଧାନୀ କୁକୁର

ରାଜନଗର, ୪ା୪(ଭାସ୍କର ରାଉତରାୟ): ନିଖୋଜ ଥିବା ଶୁଭଲକ୍ଷ୍ମୀଙ୍କ ମୃତଦେହ ଶୁକ୍ରବାର କେନାଲରୁ ମିଳିଛି। ଗାଁ ନିକଟ କେନାଲରେ ଖୋଜାଖୋଜି ପୂର୍ବରୁ ମୃତଦେହ ଭାସି ଆସିଥିବା ଦେଖିବାକୁ ମିଳିଥିଲା।…

ଠାକୁରଘରେ ପଶିିଯିବାରୁ ଦଳିତ ବୃଦ୍ଧାଙ୍କୁ ଆକ୍ରମଣ, ଥାନାର ଦ୍ୱାରସ୍ଥ ହେବା ପରେ…

ପଟ୍ଟାମୁଣ୍ଡାଇ,୪ା୪(କଳ୍ପତରୁ ନାୟକ): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧିନ ଖଣତା ଗ୍ରାମର ଜଣେ ଦଳିତ ମାନସିକ ବିକାରଗ୍ରସ୍ତ ବୃଦ୍ଧାଙ୍କୁ ଗୁରୁବାର ଆକ୍ରମଣ ହୋଇଛି। ଗ୍ରାମର ଜଣଙ୍କ…

ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…

କୁନି କୁନି ପିଲାଙ୍କୁ ଖଡ଼ିଛୁଆଁଇବେ ମୁଖ୍ୟମନ୍ତ୍ରୀ: ଆଜି ବିଦ୍ୟାଳୟରେ ପ୍ରବେଶ ଉତ୍ସବ

ଭୁବନେଶ୍ୱର,୪ା୪(ସୁଚିସ୍ମିତା ସାହୁ):ଓଡ଼ିଆ ପକ୍ଷ ପାଳନ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ବିଦ୍ୟାଳୟଗୁଡିକରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ଆୟୋଜିତ ହେବ। ରାଜଭବନ ସରକାରୀ…

୪୦ କିମି ବେଗରେ ବହିବ ପବନ, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା: ସତର୍କ ସୂଚନା ଜାରି

ଭୁବନେଶ୍ୱର,୪।୪: ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି ହୋଇଛି। ତେବେ ୨ଦିନ ପରେ ତାପମାତ୍ରା ୨ରୁ ୩ ଡିଗ୍ରୀ…

ଆଜି ରାଜ୍ୟ କ୍ୟାବିନେଟ୍‌: ନିଆଯିବ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୪।୪ (ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଶନିବାର ସନ୍ଧ୍ୟା ୬ଟାରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri