ପରୀ ହତ୍ୟାକାଣ୍ଡ: ମୁଖ୍ୟ ଅଭିଯୁକ୍ତ କୋର୍ଟଚାଲାଣ

ନୟାଗଡ ଅଫିସ,୨୨।୧୨: ନୟାଗଡ଼ ସଦର ଥାନା ଅନ୍ତର୍ଗତ ଯଦୁପୁରର ଶିଶୁକନ୍ୟା ପରୀକୁ ଅପହରଣ ଓ ହତ୍ୟା ମାମଲାରେ ସେହି ଗ୍ରାମର ଜଣେ କଲେଜ ଛାତ୍ରଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଇଛି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଆଇଟି। ଶନିବାରଠାରୁ ଅଟକ ଥିବା ଉକ୍ତ ଛାତ୍ରଙ୍କୁ ଏସ୍‌ଆଇଟି ରବିବାର ଗିରଫ କରିଥିବାବେଳେ ତାଙ୍କ ନାମ ପ୍ରକାଶ କରି ନ ଥିଲା। ସୋମବାର ତାଙ୍କୁ ନୟାଗଡ଼ ପୋକ୍‌ସୋ କୋର୍ଟରେ ହାଜର କରି ୪ ଦିନ ରିମାଣ୍ଡରେ ନେବାକୁ ଏସ୍‌ଆଇଟି ଅନୁମତି ମାଗିଥିଲା। ପୋକ୍‌ସୋ କୋର୍ଟ ବିଚାରପତି ଉଦୟଭାନୁ ଜେନା ଅଭିଯୁକ୍ତଙ୍କୁ ୩ ଦିନ ଅର୍ଥାତ୍‌ ଡିସେମ୍ବର ୨୨ରୁ ୨୪ ଯାଏ ରିମାଣ୍ଡରେ ନେବାକୁ ଏସ୍‌ଆଇଟିକୁ ଅନୁମତି ଦେଇଛନ୍ତି। ଫଳରେ ସୋମବାର ଅଭିଯୁକ୍ତଙ୍କୁ ନୟାଗଡ଼ ସବ୍‌ଜେଲକୁ ପଠାଇ ଦିଆଯାଇଛି। ଅନ୍ୟପକ୍ଷରେ ଛାତ୍ର ଜଣକ ନାବାଳକ ଓ ନିର୍ଦ୍ଦୋଷ ବୋଲି ତାଙ୍କ ମା’ ଗଣମାଧ୍ୟମକୁ କହିଛନ୍ତି।
ସୋମବାର ପ୍ରଥମେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଉକ୍ତ ଛାତ୍ରଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପରେ ତାଙ୍କୁ ଯଦୁପୁର ଗଁାକୁ ନିଆଯାଇ ମା’ ଓ ଭଉଣୀଙ୍କ ସହ କଥାବାର୍ତ୍ତା ହେବାକୁ ସୁଯୋଗ ଦିଆଯାଇଥିଲା। ସନ୍ଧ୍ୟାରେ ପୋକ୍‌ସୋ କୋର୍ଟରେ ହାଜର କରାଯାଇଥିଲା। ଛାତ୍ରଙ୍କୁ ଗଁାକୁ ଆଣିବା ପରେ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ପରୀର ମୃତଦେହ ଜବତ ହୋଇଥିବା ସ୍ଥାନକୁ ଅନୁଧ୍ୟାନ କରିଥିଲେ। ଏହାପରେ ଛାତ୍ରଙ୍କ ଗିରଫଦାରି ନେଇ ନୟାଗଡ଼ରେ ଗଣମାଧ୍ୟମ ପ୍ରତିନିଧିଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତରରେ ବୋଥ୍ରା କହିଛନ୍ତି, ଅଭିଯୁକ୍ତଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ମିଳିବା ପରେ ଗିରଫ କରାଗଲା। ଥରେ ନୁହେଁ, ୧୦ ଥର ପଚରାଉଚୁରା ପରେ ଏସ୍‌ଆଇଟି ଗିରଫ କରିଛି। ପୂର୍ବରୁ ଜିଲା ପୋଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପଚରାଉଚୁରା କରିଥିଲା। ସେ ଆହୁରି କହିଥିଲେ, ଆମେ ତଦନ୍ତର ୨ୟ ପାହାଚରେ ରହିଛୁ। ଆମେ ପ୍ରାଥମିକ ତଦନ୍ତ କରି ଜାଣିଲୁ ଯେ, ବଳାତ୍କାର ଅପରାଧର ମୁଖ୍ୟ କାରଣ। ବଳାତ୍କାର ପରେ ହତ୍ୟା କରାଯାଇଛି। ତଦନ୍ତ ଖୁବ୍‌ କମ୍‌ ଦିନରେ ହୋଇଥିଲେ ମଧ୍ୟ ଏହାକୁ ନେଇ ଆମେ ସନ୍ତୁଷ୍ଟ ଅଛୁ। ଏତିକିରେ ତଦନ୍ତ ଶେଷ ହୋଇନାହିଁ। ଅଭିଯୁକ୍ତଙ୍କୁ ଆଉ କେଉଁମାନେ ସହଯୋଗ କରିଥିଲେ ସେନେଇ ତଦନ୍ତ କରାଯାଉଛି। ତଦନ୍ତ ଶେଷ ହେଲେ ଏସ୍‌ଆଇଟି ପକ୍ଷରୁ ଚାର୍ଜଶିଟ୍‌ ଦାଖଲ କରାଯିବ ବୋଲି ବୋଥ୍ରା କହିଛନ୍ତି। ଅନ୍ୟପକ୍ଷେ ଦୋଷ ମାନିବାକୁ ଧମକଚମକ ଦେବା ଓ ୫ ଲକ୍ଷ ଟଙ୍କା ଲୋଭ ଦେଖାଇବା ନେଇ ବୋଥ୍ରୋଙ୍କ ନାମରେ ଉକ୍ତ ଛାତ୍ର ପୂର୍ବରୁ ଅଭିଯୋଗ କରିଥିଲେ। ଏନେଇ ବୋଥ୍ରା କହିଛନ୍ତି ଯେ, ‘ମୋ ବିରୋଧରେ ବ୍ୟକ୍ତିଗତ ଅଭିଯୋଗ ଆସିଛି। ଆମେ କୋର୍ଟ ନିକଟରେ ଉତ୍ତରଦାୟୀ ଥିବାରୁ ଏବାବଦରେ ନିଜର ପକ୍ଷ ରଖିବୁ’। କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଘଟଣାରେ ଆଇପିସି ଦଫା ୩୭୬(ଏ), ୩୭୬(ଏବି), ୩୬୪, ୩୦୨, ୨୦୧ ଏବଂ ପୋକ୍‌ସୋ ଆକ୍ଟ ସେକ୍ସନ ୬ ଅନୁଯାୟୀ ୧୪/୨୦୨୦ ନମ୍ବରରେ ମାମଲା ରୁଜ କରାଯାଇଛି।
ଅନ୍ୟପକ୍ଷରେ ଛାତ୍ରଙ୍କ ମା’ କହିଛନ୍ତି ଯେ, ‘ସୋମବାର ଏସ୍‌ଆଇଟି ମୋ ପୁଅକୁ ଘରକୁ ଆଣିଥିଲା। ତାକୁ ମାରପିଟ୍‌ କରି ଦୋଷ ମାନିବାକୁ ବାଧ୍ୟ କରାଯାଇଥିବା ସେ କହିଛି। ମୋ ପୁଅ ଯଦି ଦୋଷୀ, ତେବେ ସେ ହତ୍ୟାକାଣ୍ଡ କିପରି ଘଟାଇଲା ତାହା ପ୍ରମାଣ କରିବାର ଥିଲା। କେବଳ ଦୋଷୀ କହି ମୋ ନାବଳକ ପୁଅକୁ ଫସାଇ ଦିଆଗଲା। ତାକୁ ରକ୍ଷା କର’ ବୋଲି ସେ ନିବେଦନ କରିଥିଲେ।
ଛାତ୍ରଙ୍କ ଓକିଲ ଚନ୍ଦ୍ର ବିଜୟୀ ମିଶ୍ରଙ୍କ ସୂଚନା ଅନୁସାରେ, ଏସ୍‌ଆଇଟି ପକ୍ଷରୁ ଛାତ୍ରଙ୍କ ଓସିଫିକେଶନ ଟେଷ୍ଟ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ କରାଯାଇଛି। ଏହି ଟେଷ୍ଟ ଯୋଗୁ ସେ ସାବାଳକ ବୋଲି ଜଣାପଡ଼ିଛନ୍ତି। କିନ୍ତୁ ତାଙ୍କ ଜନ୍ମ ତାରିଖ ହେଉଛି ୬।୨।୨୦୦୩। ଛାତ୍ରଙ୍କ କେତେକ ସାର୍ଟିଫକେଟ୍‌ରେ ଏହି ତାରିଖ ଉଲ୍ଲେଖ ରହିଛି। ଜନ୍ମ ତାରିଖକୁ ହିସାବ କଲେ ଛାତ୍ରଙ୍କୁ ୧୮ ବର୍ଷ ହୋଇନି। ଆମେ ହାଇକୋର୍ଟ ଯିବୁ। କାରଣ ନାବାଳକ ସତ୍ତ୍ୱେ ତାଙ୍କୁ ସାବାଳକ ଦର୍ଶାଯାଇଥିବାବେଳେ ବିନା ଡେମୋରେ କୋର୍ଟଚାଲାଣ କରାଗଲା ବୋଲି ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri