ପ୍ରମାଣ ଅଭାବରୁ ମୁଖ୍ୟ ଅଭିଯୁକ୍ତ ସହ ୩ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୧୮।୯:  ସ୍ବତନ୍ତ୍ର ଫାଷ୍ଟଟ୍ରାକ ପୋକ୍‌ସୋ କୋର୍ଟ ବିଚାରପତି ଗଣେଶ୍ୱର ପତି ଏକ କୁମାରୀ ମାତୃତ୍ୱ ଘଟଣାର ବିଚାର କରିଥିଲେ। ପ୍ରମାଣ ଅଭାବରୁ ସେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୩ ଜଣଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତମାନେ ୩ ଭାଇ। ମୁଖ୍ୟ ଅଭିଯୁକ୍ତ ହେଲେ ବୁଢୁ ଯାନୀ। ତାଙ୍କ ଭାଇ ବାବୁଲା ଯାନୀ ଓ ହରି ଯାନୀ ମଧ୍ୟ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି। ବୁଡୁ ଜଣେ ନାବାଳିକାଙ୍କୁ ବିବାହ ପ୍ରତିଶ୍ରୁୃତି ଦେଇ ବଳାତ୍କାର କରିଥିଲେ। ପରେ ନାନା ଧମକ ଦେଇ ଲଗାତାର ବଳାତ୍କାର କରି ଆସୁଥିଲେ। ନାବାଳିକା ଗର୍ଭବତୀ ହୋଇଥିବା ଜଣାପଡିବାରୁ ପରିବାର ଜାତି କୂଳରେ ଜଣାଇଥିଲେ। ପରେ ଏହାକୁ ନେଇ ଉଭୟ ପକ୍ଷଙ୍କ ଉପସ୍ଥିତିରେ ହୋଇଥିବା ଗାଁ ବୈଠକରେ ବୁଡୁ ନିଜ ଦୋଷ ସ୍ବୀକାର କରିଥିଲେ। ଏ ନେଇ ଥାନାରେ ଅଭିଯୋଗ ନ କରିବାକୁ ବୁଡୁ ଓ ତାଙ୍କର ଦୁଇ ଭାଇ ବାବୁଲା ଓ ହରି ପୀଡ଼ିତାଙ୍କୁ ଧମକ ଦେଇଥିଲେ। ପରେ ପୀଡ଼ିତା ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ବୁଡୁ ସମ୍ପୃକ୍ତ ନାବାଳିକାଙ୍କୁ ବିବାହ କରିବେ ନାହିଁ ବୋଲି କହିବାରୁ ପୀଡ଼ିତା ଏ ନେଇ ଜରଡ଼ା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ.୨/୧୬ ରେ ଏକ ମାମଲା ରୁଜୁ କରି ବୁଡୁ ଓ ତାଙ୍କ ୨ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତତ୍କାଳୀନ ଥାନାଧିକାରୀ ସୁଜିତ ନାୟକ କୋର୍ଟରେ ଉକ୍ତ ମାମଲାର ଚାର୍ଜଶିଟ ଦାଖଲ କରିଥିଲେ। ପରେ ଅଭିଯୁକ୍ତମାନଙ୍କୁ ଜାମିନ ମିଳିଥିଲା। ମାମଲାର ବିଚାର ବେଳେ ଅ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା। ୧୭ଜଣ ସାକ୍ଷୀ ଓ ପୋଲିସ କୋର୍ଟରେ ଦାଖଲ କରିଥିବା ଚାର୍ଜଶିଟକୁ ଆଧାର କରି ପ୍ରମାଣ ମିଳି ନ ଥିବାରୁ ବିଚାରପତି ଅଭିଯୁକ୍ତମାନଙ୍କୁ ନିର୍ଦ୍ଦୋଷ ବୋଲି ରାୟ ପ୍ରକାଶ କରିଛନ୍ତି। ମୁଦୁଲାଙ୍କ ପକ୍ଷରୁ ସୁନୀଲ କୁମାର ସ୍ବାଇଁ ମକଦ୍ଦମା ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଫନୀ’ କ୍ଷତିଗ୍ରସ୍ତଙ୍କୁ ସହାୟତା ରାଶି ପ୍ରଦାନରେ ଅନିୟମିତତା: ତହସିଲ କାର୍ଯ୍ୟାଳୟ ଘେରାଉ

ପଟ୍ଟାମୁଣ୍ଡାଇ ୫।୧୧(ସ୍ବ.ପ୍ର.) ବାତ୍ୟା ‘ଫନୀ’ରେ କେନ୍ଦ୍ରାପଡ଼ା ଜିଲା ବ୍ୟାପକ କ୍ଷତିଗ୍ରସ୍ଥ ହୋଇଥିଲା। ଇତିମଧ୍ୟରେ ବାତ୍ୟାକୁ ୬ ମାସ ବିତିଥିଲେ ସୁଦ୍ଧା ଅଧିକାଂଶ କ୍ଷତିଗ୍ରସ୍ତ ପରିବାର ସହାୟତାରୁ...

ବଡ଼ଝିଅ ଦେଲେ ମୁଖାଗ୍ନି

ମାଲକାନଗିରି,୯।୨ (ଡି.ଏନ୍‌.ଏ.): ପୁଅ ପରି ମଧ୍ୟ ଜଣେ ଝିଅ ସବୁ କିଛି ଦାୟିତ୍ୱ ସୂଚାରୁରୂପେ ତୁଲାଇପାରେ। ଉଡାଜାହାଜରେ ଆକାଶରେ ଉଡିବାଠାରୁ ଆରମ୍ଭ କରି ପାଣିରେ ପହଁରିବା...

ଜମନକିରାକୁ ଚାଲି ଚାଲି ଯାଉଥିବା ଶ୍ରମିକ ଥଇଥାନ

କେନ୍ଦୁଝର,୨।୪(ସ୍ବ.ପ୍ର.): ମୟୁରଭଞ୍ଜ ଜିଲା କରଞ୍ଜିଆ ଗାଁରୁ ସମ୍ବଲପୁର ଜିଲା ଜମନକିରା ଗାଁକୁ ଚାଲି ଚାଲି ଯାଉଥିବା ୩୦ଜଣ ଶ୍ରମିକଙ୍କୁ ସଦର ବ୍ଲକ ନେଲୁଙ୍ଗ ଗାଁର ଗ୍ରାମବାସୀମାନେ...

ପାରାଦୀପ ବନ୍ଦରର ଲଗାତର ୪ର୍ଥ ରେକର୍ଡ

ପାରାଦୀପ,୨।୪(ସ୍ବ.ପ୍ର.): ପାରାଦୀପ ବନ୍ଦର ୨୦୨୦-୨୧ ଆର୍ଥତ୍କ ବର୍ଷରେ ୧୧୪.୫୫ ମିଲିୟନ ଟନ୍‌ ପଣ୍ୟ କାରବାର କରିଛି। ଲଗାତର ୪ର୍ଥ ଆର୍ଥିକ ବର୍ଷରେ ୧୦୦ ମିଲିୟନ ଟନ୍‌ରୁ...

ଅଧିକ କାର୍ଯ୍ୟନିର୍ବାହୀ ଅଧିକାରୀ ନିଯୁକ୍ତି ଦେବାକୁ ଦାବି

ହାଟଡିହୀ, ୧୬ା ୭ (ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଧୀନରେ ରହିଛି ୩୧ଟି ପଞ୍ଚାୟତ । ବିଭିନ୍ନ ଦୃଷ୍ଟି କୋଣରୁ ଏହି ବ୍ଲକ ଏକ...

ବିବାହ ପ୍ରଲୋଭନ ଦେଖାଇ ଯୁବତୀଙ୍କୁ  ବଳାତ୍କାର:ଜେଲ ଗଲେ ପ୍ରେମିକ

ଗଣିଆ,୨୩।୮(ଡି.ଏନ.ଏ.)-ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ବଳାତ୍କାର କରିବା ଅଭିଯୋଗରେ ନୟାଗଡ ଜିଲା ଗଣିଆ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ...

ଡିକି ଭାଙ୍ଗି ୧ ଲକ୍ଷ ଟଙ୍କା ଲୁଟ୍‌ ଅଭିଯୋଗ

ଧର୍ମଶାଳା,୧୨।୯(ଡି.ଏନ୍‌.ଏ.): ଧର୍ମଶାଳା ଥାନା ଅନ୍ତର୍ଗତ ବଡ଼ମଙ୍ଗଳପୁର (ନାଉପାଳ) ଗ୍ରାମର ଜଣେ ବ୍ୟବସାୟୀ ବୁଧବାର ଲୁଟ୍‌ର ଶିକାର ହୋଇଛନ୍ତି। ଦୁର୍ବୃତ୍ତମାନେ ତାଙ୍କ ଗାଡି ଡିକି ଭାଙ୍ଗି ଏକ...

ବୃକ୍ଷରୋପଣକୁ ନେଇ ଅସନ୍ତୋଷ : ଉପଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ୱାର୍ଡବାସୀ

ଚମ୍ପୁଆ, ୮ା୬(ଡି.ଏନ.ଏ)-ୱାର୍ଡର ଜବକାର୍ଡଧାରୀମାନେ କାମ ପାଉ ନ ଥିବା ବେଳେ ଅନ୍ୟ ୱାର୍ଡର ଶ୍ରମିକଙ୍କୁ କାମରେ ନିୟୋଜନକୁ ନେଇ ଚମ୍ପୁଆ ଏନଏସିର ୨ନଂ ୱାର୍ଡବାସୀମାନେ ଉପଜିଲାପାଳଙ୍କ...

Advertisement
Archives

Model This Week