ଚେହେରା ଅନୁଯାୟୀ ବିନ୍ଦି

ବିନ୍ଦି! ନାରୀଙ୍କୁ ଦେଇଥାଏ ଏକ ଆକର୍ଷଣୀୟ ଲୁକ୍‌। ପାରମ୍ପରିକ ପୋଷାକରେ ତ ଏହା ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ। ତେବେ ବିଭିନ୍ନ ପ୍ରକାରର ବିନ୍ଦି ଦେଖିବାକୁ ମିଳୁଥିବା ବେଳେ ସବୁପ୍ରକାରର ବିନ୍ଦି କିନ୍ତୁ ସମସ୍ତଙ୍କ ଚେହେରାକୁ ମାନି ନ ଥାଏ। ତେଣୁ କେଉଁ ଚେହେରା ପାଇଁ କେଉଁ ବିନ୍ଦି ପରଫେକ୍ଟ ହୋଇଥାଏ, ଆସନ୍ତୁ ଜାଣିବା ସେ ସମ୍ପର୍କରେ…

* ଗୋଲାକାର ଚେହେରା: ଯେଉଁ ନାରୀଙ୍କର ଗୋଲ ମୁହଁ ବା ଗୋଲାକାର ଚେହେରା ଥାଏ, ସେମାନେ ମଥାରେ କେବେ ବି ଗୋଲ ବିନ୍ଦି ଲଗାଇବା ଠିକ୍‌ ନୁହେଁ। କାରଣ ଗୋଲ ବିନ୍ଦି ସେମାନଙ୍କ ମୁହଁକୁ ଆହୁରି ଗୋଲ ଏବଂ ଛୋଟ କରି ଦେଇଥାଏ। ସେଥିପାଇଁ ସେମାନେ ଟିକେ ଲମ୍ବା ବାଲା ବିନ୍ଦି ପିନ୍ଧିବା ଆବଶ୍ୟକ।

* ଅଣ୍ଡାକୃତି ଚେହେରା: ଏଭଳି ଚେହେରା ଥିବା ନାରୀ ଯେ କୌଣସି ଷ୍ଟାଇଲ୍‌ର ବିନ୍ଦି ପିନ୍ଧିପାରିବେ। କିନ୍ତୁ ବେଶୀ ଲମ୍ବା ବିନ୍ଦି ଏମାନଙ୍କୁ ସେତେ ଭଲ ମାନେନାହିଁ। ତା’ଛଡ଼ା ପିନ୍ଧୁଥିବା ଲିପ୍‌ଷ୍ଟିକ୍‌ର କଲର୍‌କୁ ମ୍ୟାଚିଂ କରି ବିନ୍ଦି ପିନ୍ଧିଲେ ଏମାନଙ୍କ ଚେହେରା ବେଶ୍‌ ଆକର୍ଷଣୀୟ ଦେଖାଯାଇଥାଏ।

* ସ୍କୋୟାର୍‌ ଚେହେରା: ଏହି ଚେହେରା ଥିବା ନାରୀମାନଙ୍କୁ ଗୋଲ ବିନ୍ଦି ଅଥବା ଭି ଶେପ୍‌ର ବିନ୍ଦି ବେଶ୍‌ ଭଲ ମାନିଥାଏ।

* ବଡ଼ ଚେହେରା: ଯେଉଁ ନାରୀଙ୍କର ମୁହଁ ଗୋଲାକାର ହେବା ସଙ୍ଗେସଙ୍ଗେ ଟିକେ ବଡ଼ ଦେଖାଯାଉଥିବ, ସେମାନେ ଟିକେ ବଡ଼ ସାଇଜ୍‌ର ଗୋଲ ବିନ୍ଦି ମଥାରେ ଲଗାଇଲେ ଲୁକ୍‌ ବେଶ୍‌ ସୁନ୍ଦର ଲାଗିଥାଏ।

* ଛୋଟ ମଥା ଥିବା ଚେହେରା: ଛୋଟ ମଥା ଥିବା ଚେହେରାକୁ ତ୍ରିକୋଣ ଆକୃତିର ଚେହେରା ବୋଲି ବି କୁହାଯାଇଥାଏ। ତେବେ ଏହି ଟାଇପ୍‌ର ଚେହେରାକୁ ଯେ କୌଣସି ଷ୍ଟାଇଲ୍‌ର ବିନ୍ଦି ପିନ୍ଧିଲେ ବେଶ୍‌ ଭଲ ମାନିଥାଏ।

* ହାର୍ଟ ଶେପ୍‌ ଚେହେରା: ଏହି ଚେହେରାକୁ ଛୋଟ ବିନ୍ଦି ବେଶ୍‌ ଭଲ ମାନିଥାଏ। କାରଣ ଏହି ଟାଇପ୍‌ର ଚେହେରା ଥିବା ନାରୀଙ୍କର ମଥା ଟିକେ ବଡ଼ ରହିଥାଏ।

ଅବସର ଅନୁସାରେ ବିନ୍ଦି ଚୟନ
– ଯଦି ଆପଣ ଅଫିସ୍‌କୁ ଶାଢି ପିନ୍ଧିକି ଯାଉଛନ୍ତି, ତା’ହେଲେ ହାଲ୍‌କା ମେକ୍‌ଅପ୍‌ ସାଙ୍ଗକୁ ମଥାରେ ଗୋଟିଏ ଛୋଟ ବିନ୍ଦି ଲଗାଇଲେ ପ୍ରୋଫେଶନାଲ୍‌ ଲୁକ୍‌ ମିଳିଥାଏ।
– ପାର୍ଟି, ଫଙ୍କସନ୍‌କୁ ଯଦି ଆପଣ କିଛି ସିମ୍ପଲ୍‌ ଆଉଟ୍‌ଫିଟ୍‌ ପିନ୍ଧି ଯିବାକୁ ଯୋଜନା କରିଛନ୍ତି, ତା’ହେଲେ ସେ କ୍ଷେତ୍ରରେ ମଥାରେ ଭର୍ଟିକାଲ୍‌ ଶେପ୍‌ର ବିନ୍ଦି ପିନ୍ଧିଲେ ଲୁକ୍‌ ବେଶ୍‌ ଆକର୍ଷଣୀୟ ଲାଗିବ।
– କିନ୍ତୁ ହେଭି ଓ୍ବାର୍କ ହୋଇଥିବା ଆଉଟ୍‌ଫିଟ୍‌ ସାଙ୍ଗକୁ ମଥାରେ ଛୋଟ ଏକ ସିମ୍ପଲ ବିନ୍ଦିଟିଏ ପିନ୍ଧିଲେ ବି ଲୁକ୍‌ ଖୁବ୍‌ ସୁନ୍ଦର ଲାଗିଥାଏ।
– ବାହାଘର ଭଳି ଫଙ୍କସନ୍‌ରେ ଆପଣ ଚାହିଁଲେ ଟିକେ ବଡ଼ ସାଇଜ୍‌ର ଡିଜାଇନ୍‌ର ବିନ୍ଦି ପିନ୍ଧି ନିଜକୁ ସଜାଇ ପାରିବେ।

ଜରୁରୀ ସୂଚନା
– ସବୁବେଳେ ଭଲ କମ୍ପାନୀର ବିନ୍ଦି ଲଗାଇବା ଉଚିତ୍‌। କାରଣ ଆଜିକାଲି ମାର୍କେଟ୍‌ରେ ଖୁବ୍‌ ଶସ୍ତାରେ ବି ବିନ୍ଦି ମିଳିଯାଉଛି; କିନ୍ତୁ ଏହାକୁ ଲଗାଇଲେ ଆଲର୍ଜି ପରି ସମସ୍ୟା ଦେଖାଯାଉଛି।
– ଗୋଟିଏ ବିନ୍ଦିକୁ ବହୁତ ଦିନ ପର୍ଯ୍ୟନ୍ତ ମଥାରେ ପିନ୍ଧିବା ଠିକ୍‌ ନୁହେଁ। କାରଣ ଏହାଦ୍ୱାରା ସେଠାରେ ଇନ୍‌ଫେକ୍ସନ ହୋଇଯିବାର ସମ୍ଭାବନା ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଟିଟାନ୍‌ରେ ଜୀବର ସମ୍ଭାବନା

ଟିଟାନ୍‌ ହେଉଛି ଶନିର ବୃହତ୍ତମ ଉପଗ୍ରହ। ଏହାର ବ୍ୟାସ ହେଉଛି ୫୧୫୦ କିମି ଏବଂ ଏହା ହେଉଛି ସୌରଜଗତର ଦ୍ୱିତୀୟ ବୃହତ୍ତମ ଗ୍ରହ। ସୌରଜଗତର ବୃହତ୍ତମ...

ଜୋରରେ ହସିଲେ ହୋଇପାରେ ପକ୍ଷାଘାତ

ଓ୍ବାଶିଂଟନ, ୮।୭: କୁହାଯାଏ ହସ ସମସ୍ତ ଶାରୀରିକ ରୋଗରୁ ମୁକ୍ତି ଦେଇଥାଏ। ତେଣୁ ପୃଥିବୀର ବିଭିନ୍ନ ସ୍ଥାନରେ ରହିଛି ଲାଫିଙ୍ଗ୍‌ କ୍ଲବ୍‌। ହସିବା ଯୋଗୁ ରୋଗପ୍ରତିରୋଧକ...

ଫୂର୍ତ୍ତି ରହିବେ କିପରି

ଯେ କୌଣସି କାମ ହେଉନା କାହିଁକି, ତାକୁ କରିବା ପାଇଁ ଯଦି ଆପଣ ଉଭୟ ଶାରୀରିକ ଓ ମାନସିକ ସ୍ତରରେ ସବୁବେଳେ ପ୍ରସ୍ତୁତ ରହୁଛନ୍ତି, ତା’ହେଲେ...

ମହିଳାଙ୍କ ପାଇଁ ମହୌଷଧି କସୁରୀ ମେଥି

ମହିଳାଙ୍କ ନିକଟରେ ରକ୍ତହୀନତା ବା ଏନିମିଆ ଓ ଗର୍ଭଧାରଣ ସମୟରେ ହରମୋନରେ ଅସନ୍ତୁଳନ ଭଳି ଅନେକ ସମସ୍ୟା ଦେଖାଦେଇଥାଏ। ହେଲେ କସୁରୀ ମେଥି ମହିଳାଙ୍କ ଶରୀରରେ...

ଆତ୍ମବିଶ୍ୱାସ ଫେରିପାଇବାକୁ ହେଲେ କ’ଣ କରିବେ..

* କୌଣସି କାର୍ଯ୍ୟରେ ଅସଫଳ ହେବା ପରେ ଭାଙ୍ଗି ନ ପଡି ସେଥିରୁ ଉଚିତ ଶିକ୍ଷା ଲାଭ କରି ଆଗକୁ ବଢିବା ଲାଗି ଚେଷ୍ଟା କରନ୍ତୁ...

ମଟନ୍‌, ଚିକେନ୍‌ ଠାରୁ ସ୍ବାସ୍ଥ୍ୟକର ଏହିସବୁ ପରିବା: ସ୍ବାଦ ବି ଭାରି ବଢ଼ିଆ

ପନିପରିବାରେ ପ୍ରୋଟିନ ଏବଂ ଅନ୍ୟ ଜରୁରୀ ମିନେରାଲ୍ସ ରହିଥାଏ। ହେଲେ ଏମିତି କିଛି ପନିପରିବା ଅଛି, ଯେଉଁଥିରେ ଭିଟାମିନ ଭରପୂର ମାତ୍ରାରେ ରହିଥାଏ। କିନ୍ତୁ ତାହା...

ଫ୍ଲୋରାଲ୍‌ ଫ୍ୟାଶନ

ଖରାଦିନେ ଫ୍ୟାଶନେବଲ୍‌ ଦେଖାଯିବା ପାଇଁ ସବୁଠାରୁ ଷ୍ଟାଇଲିଶ୍‌ ପ୍ରିଣ୍ଟ ହେଉଛି ଫ୍ଲୋରାଲ୍‌। ତା’ଛଡ଼ା ଏହି ପ୍ରିଣ୍ଟ୍‌ର ଆଉଟ୍‌ଫିଟ୍‌ ରିଫ୍ରେଶିଙ୍ଗ୍‌ ଲୁକ୍‌ ଦେବା ସହ ସବୁ ପ୍ରକାରର...

ନୂଆ ଟ୍ରେଣ୍ଡ: ମଙ୍ଗଳସୂତ୍ର ବ୍ରେସ୍‌ଲେଟ୍‌

ଶଙ୍ଖା, ସିନ୍ଦୂର ଭଳି ମଙ୍ଗଳସୂତ୍ରକୁ ମଧ୍ୟ ବିବାହିତା ନାରୀର ଗୋଟିଏ ଲକ୍ଷଣ ଭାବେ ବିବେଚନା କରାଯାଇଥାଏ। କଳାମାଳିରେ ଗୁନ୍ଥା ଏହି ମଙ୍ଗଳସୂତ୍ରଟି ବିବାହିତାଙ୍କ ପାଇଁ ସବୁଠୁ...

Advertisement
Archives

Model This Week