ଖଣି ଖାଦାନରେ କାମ କରୁଛି ଯନ୍ତ୍ର

ଯାଜପୁର ଅଫିସ,୮।୩: ଯାଜପୁର ଜିଲାର ଅଧିକାଂଶ ଖଣି ଖାଦାନରେ ଯନ୍ତ୍ର କାମ କରୁଛି। ଯାନ୍ତ୍ରିକ ବ୍ୟବହାର କାରଣରୁ ଜିଲାର ଖଣି ପ୍ରଭାବିତ ଅଞ୍ଚଳ ଲୋକେ କାମ ପାଉ ନାହାନ୍ତି। ଫଳରେ ସେମାନେ ଆର୍ଥିକ ଅନଟନ ମଧ୍ୟରେ ଦିନ କାଟୁଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ, ସେହି ଶ୍ରମିକଙ୍କ ପରିବାରରେ ଦିନକୁ ଦୁଇଓଳି ଚୁଲି ଜଳୁନାହିଁ। ଭୋକ ଉପାସରେ ସେମାନଙ୍କ ଦିନ କଟୁଛି। ଏହି ସମସ୍ୟାର ଆଶୁ ସମାଧାନ ପାଇଁ ଏକ ଶ୍ରମିକ ଗୋଷ୍ଠୀ ୨୦୧୫ରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇନାହିଁ। ଏହାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇଛି। ଶ୍ରମିକମାନେ ଏବେ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ଖବର ମିଳିଛି।
ରାଜ୍ୟର ଯାଜପୁର, କେନ୍ଦୁଝର ଜିଲାରେ ଲୋକେ ଖଣି ଓ ଶିଳ୍ପାଞ୍ଚଳରେ କାମ କରି ନିଜ ଗୁଜୁରାଣ ମେଣ୍ଟାଇଥାନ୍ତି। ଖଣି ଖନନ ଓ ଶିଳ୍ପକୁ ଆଧାର କରି ଜିଲାର ସୁକିନ୍ଦା ନିର୍ବାଚନ ମଣ୍ଡଳୀର କଅଁସ, ଚିଙ୍ଗୁଡିପାଳ, କାଳିଆପାଣି, ରାହାଁସୋଳ, କାଙ୍କଡପାଳ ସମେତ ଦାନଗଦୀ ବ୍ଲକ ଅଞ୍ଚଳରେ ଏଯାଏ କୌଣସି ଜଳସେଚନର ବ୍ୟବସ୍ଥା କରାଯାଇ ନାହିଁ। ସରକାର ଉପରୋକ୍ତ ସ୍ଥାନକୁ ଅଣକୃଷି ଅଞ୍ଚଳ ଭାବେ ଗ୍ରହଣ କରିଛନ୍ତି। ଖଣି ଖନନ ଓ ଟ୍ରକ ଲୋଡିଂ ପାଇଁ ସ୍ଥାନୀୟ ଅଞ୍ଚଳବାସୀ ସେମାନଙ୍କ ଜମି, ଜଳ, ଜଙ୍ଗଲ, ଭିଟାମାଟି ଓ ଚାଷଜମି ସମର୍ପଣ କରିସାରିଛନ୍ତି। ଖଣି ଖାଦାନ ପୂର୍ବରୁ ଲୋକେ କୃଷି, ପଶୁପାଳନ ଉପରେ ନିର୍ଭରଶୀଳ ଥିଲେ। ଖଣିଜ ଉତ୍ତୋଳନ ହେବା ପରେ ସେଠାରେ କାମ କରି ଜୀବିକା ନିର୍ବାହ କରି ଆସୁଥିଲେ। ଖଣିରେ କାମ କରିବା ବ୍ୟତୀତ ସେମାନଙ୍କ ଅନ୍ୟ କୌଣସି ବିକଳ୍ପ ବୃତ୍ତି ନାହିଁ। ହେଲେ ଖଣିରେ ଯାନ୍ତ୍ରିକ ବ୍ୟବହାର ଯୋଗୁ ଲୋକେ କାମ ହରାଇଛନ୍ତି। ଖଣିକୁ ନେଇ ଗଢି ଉଠିଥିବା ଦୋକାନ ବଜାର, ବ୍ୟବସାୟିକ ସଂସ୍ଥାଗୁଡିକ ଗୁରୁତର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇ ବନ୍ଦ ହେବାକୁ ବସିଛି। ବେକାରି ସମସ୍ୟା ବଢ଼ି ଚାଲିଛି। ଏ ଦିଗରେ ସରକାର କୌଣସି ବିହିତ ପଦକ୍ଷେପ ଗ୍ରହଣ ନ କରିବା କାରଣରୁ ଖଣି ଅଞ୍ଚଳରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ କାମ କରି ଜୀବିକା ନିର୍ବାହ କରୁଥିବା ଶ୍ରମିକମାନଙ୍କ ପରିବାର ସ୍ଥିତି ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ପ୍ରତି ପରିବାରରେ କ୍ଷୁଧାର ଚିତ୍ର ଦେଖିବାକୁ ମିଳୁଛି। କାମଧନ୍ଦା ନ ଥିବା କାରଣରୁ ଲୋକେ ଘର,ପରିବାର ଛାଡି ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଗଲେଣି। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଅଞ୍ଚଳବାସୀ ନିବେଦନ କରି ଆସୁଛନ୍ତି। ବେକାର କାରଣରୁ ଶ୍ରମିକଙ୍କ ମଧ୍ୟରେ ଅପରାଧ ପ୍ରବଣତା ବୃଦ୍ଧି ପାଇଛି। ଜିଲାରେ ଚୋରି, ଡକାୟତି ଆଦି ଅପରାଧ ବଢ଼ିଛି, ଯାହାକି ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ଏଥିସହିତ ସାମାଜିକ ନିରାପତ୍ତା ବିପନ୍ନ ହୋଇଛି ବୋଲି ଅଭିଯୋଗ ହୋଇଛି।
ଲୋକଙ୍କ ଜୀବନ ଜୀବିକାର ସୁରକ୍ଷା ପାଇଁ ସୁପ୍ରିମକୋର୍ଟ ୨୦୧୭-୧୮ ବର୍ଷରେ ଖଣି କାର୍ଯ୍ୟ ଆରମ୍ଭ କରିବାକୁ ରାଜ୍ୟ ସରକାରଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ଏହି ନିର୍ଦ୍ଦେଶନାମା ଆଧାରରେ ପୂର୍ବପରି ଖଣି ଖାଦାନରେ ଲୋକଙ୍କୁ ନିୟୋଜିତ କରିବାକୁ ଦାବି ହୋଇଛି। ୨୦୧୮ ଫେବୃୟାରୀରେ ଅଞ୍ଚଳବାସୀ ଏହି ମର୍ମରେ ମୁଖ୍ୟମନ୍ତ୍ରୀଙ୍କୁ ୧୨ ଦଫା ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଥିଲେ । ଏନେଇ ଉପଯୁକ୍ତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗର ତତ୍କଳୀନ ଅଧୀନସ୍ଥ ସଚିବ ପ୍ରଦୀପ କୁମାର କୁଅଁର ୬ା୩ା୨୦୧୮ରେ ଶ୍ରମ, ପଞ୍ଚାୟତିରାଜ, ଦକ୍ଷତା ବୃଦ୍ଧି, ଜଙ୍ଗଲ ଓ ପରିବେଶ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ପରିବହନ ଆଦି ବିଭାଗର ଯୁଗ୍ମ ସଚିବମାନଙ୍କୁ ନିର୍ଦ୍ଦେଶ ଜାରି କରିଥିଲେ। କିନ୍ତୁ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ସଂପ୍ରତି ଓସ୍ତପାଳ, କଳରଙ୍ଗି, କମର୍ଦ୍ଦା, ସାରୁଆବିଲ, ସୁକିନ୍ଦା କ୍ରୋମାଇଟ, ମହାଗିରି, ଦକ୍ଷିଣ କାଳିଆପାଣି, ସୁକୁରୁଙ୍ଗୀ ଆଦି କ୍ରୋମାଇଟ ଖଣିରେ କମ୍ପାନୀମାନେ ଅଧିକାଂଶ ମେଶିନରେ ଖଣିଜ ଉତ୍ତୋଳନ କରୁଛନ୍ତି। ଏ ସଂକ୍ରାନ୍ତରେ ବେଣାଗାଡିଆ ଗ୍ରାମର ସନ୍ତୋଷ ମହନ୍ତ କୁହନ୍ତି, ଖଣିରେ ମେଶିନ କାମ କରୁ ଥିବାରୁ ଶ୍ରମିକମାନଙ୍କୁ ଆଉ ଗୁରୁତ୍ୱ ଦିଆଯାଉ ନାହିଁ। ପୂର୍ବରୁ ଲୋଡିଂ କାମରେ ଶ୍ରମିକମାନଙ୍କୁ ଖୋଜା ପଡୁଥିଲା। ଏବେ ମେଶିନ ସେହି କାମ କରୁଛି। ୧୫ ଜଣ ଶ୍ରମିକଙ୍କ ସ୍ଥଳେ ମାତ୍ର ୨ରୁ ୩ ଜଣ ଶ୍ରମିକ କାମ କରୁଛନ୍ତି। ବର୍ଷେ ହେଲା କାମ ଅପେକ୍ଷାରେ ମୁଁ ଅଛି । କାମ ନ ଥିବାରୁ ଆର୍ଥିକ ସ୍ଥିତି ଜଟିଳ ହୋଇଛି। ସୁକିନ୍ଦା ଖଣି ଅଞ୍ଚଳ ବିସ୍ଥାପନ ବିରୋଧି ଜନମଞ୍ଚର ଆବାହିକା ସୁକାନ୍ତି ମହାନ୍ତ କୁହନ୍ତି, ଖାଦାନଗୁଡିକରେ ମେଶିନରେ କାମ ଚାଲିଛି। ତେଣୁ ଖଣି ଶ୍ରମିକମାନେ କାମ ନ ପାଇ ଘରେ ବସିଛନ୍ତି। ଏଭଳି ସ୍ଥିତି ଜାରି ରହିଲେ ବେକାର ଖଣି ଶ୍ରମିକମାନଙ୍କୁ ନେଇ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ସଜବାଜ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri