ଖଣି ଖାଦାନରେ କାମ କରୁଛି ଯନ୍ତ୍ର

ଯାଜପୁର ଅଫିସ,୮।୩: ଯାଜପୁର ଜିଲାର ଅଧିକାଂଶ ଖଣି ଖାଦାନରେ ଯନ୍ତ୍ର କାମ କରୁଛି। ଯାନ୍ତ୍ରିକ ବ୍ୟବହାର କାରଣରୁ ଜିଲାର ଖଣି ପ୍ରଭାବିତ ଅଞ୍ଚଳ ଲୋକେ କାମ ପାଉ ନାହାନ୍ତି। ଫଳରେ ସେମାନେ ଆର୍ଥିକ ଅନଟନ ମଧ୍ୟରେ ଦିନ କାଟୁଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ, ସେହି ଶ୍ରମିକଙ୍କ ପରିବାରରେ ଦିନକୁ ଦୁଇଓଳି ଚୁଲି ଜଳୁନାହିଁ। ଭୋକ ଉପାସରେ ସେମାନଙ୍କ ଦିନ କଟୁଛି। ଏହି ସମସ୍ୟାର ଆଶୁ ସମାଧାନ ପାଇଁ ଏକ ଶ୍ରମିକ ଗୋଷ୍ଠୀ ୨୦୧୫ରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇନାହିଁ। ଏହାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇଛି। ଶ୍ରମିକମାନେ ଏବେ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ଖବର ମିଳିଛି।
ରାଜ୍ୟର ଯାଜପୁର, କେନ୍ଦୁଝର ଜିଲାରେ ଲୋକେ ଖଣି ଓ ଶିଳ୍ପାଞ୍ଚଳରେ କାମ କରି ନିଜ ଗୁଜୁରାଣ ମେଣ୍ଟାଇଥାନ୍ତି। ଖଣି ଖନନ ଓ ଶିଳ୍ପକୁ ଆଧାର କରି ଜିଲାର ସୁକିନ୍ଦା ନିର୍ବାଚନ ମଣ୍ଡଳୀର କଅଁସ, ଚିଙ୍ଗୁଡିପାଳ, କାଳିଆପାଣି, ରାହାଁସୋଳ, କାଙ୍କଡପାଳ ସମେତ ଦାନଗଦୀ ବ୍ଲକ ଅଞ୍ଚଳରେ ଏଯାଏ କୌଣସି ଜଳସେଚନର ବ୍ୟବସ୍ଥା କରାଯାଇ ନାହିଁ। ସରକାର ଉପରୋକ୍ତ ସ୍ଥାନକୁ ଅଣକୃଷି ଅଞ୍ଚଳ ଭାବେ ଗ୍ରହଣ କରିଛନ୍ତି। ଖଣି ଖନନ ଓ ଟ୍ରକ ଲୋଡିଂ ପାଇଁ ସ୍ଥାନୀୟ ଅଞ୍ଚଳବାସୀ ସେମାନଙ୍କ ଜମି, ଜଳ, ଜଙ୍ଗଲ, ଭିଟାମାଟି ଓ ଚାଷଜମି ସମର୍ପଣ କରିସାରିଛନ୍ତି। ଖଣି ଖାଦାନ ପୂର୍ବରୁ ଲୋକେ କୃଷି, ପଶୁପାଳନ ଉପରେ ନିର୍ଭରଶୀଳ ଥିଲେ। ଖଣିଜ ଉତ୍ତୋଳନ ହେବା ପରେ ସେଠାରେ କାମ କରି ଜୀବିକା ନିର୍ବାହ କରି ଆସୁଥିଲେ। ଖଣିରେ କାମ କରିବା ବ୍ୟତୀତ ସେମାନଙ୍କ ଅନ୍ୟ କୌଣସି ବିକଳ୍ପ ବୃତ୍ତି ନାହିଁ। ହେଲେ ଖଣିରେ ଯାନ୍ତ୍ରିକ ବ୍ୟବହାର ଯୋଗୁ ଲୋକେ କାମ ହରାଇଛନ୍ତି। ଖଣିକୁ ନେଇ ଗଢି ଉଠିଥିବା ଦୋକାନ ବଜାର, ବ୍ୟବସାୟିକ ସଂସ୍ଥାଗୁଡିକ ଗୁରୁତର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇ ବନ୍ଦ ହେବାକୁ ବସିଛି। ବେକାରି ସମସ୍ୟା ବଢ଼ି ଚାଲିଛି। ଏ ଦିଗରେ ସରକାର କୌଣସି ବିହିତ ପଦକ୍ଷେପ ଗ୍ରହଣ ନ କରିବା କାରଣରୁ ଖଣି ଅଞ୍ଚଳରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ କାମ କରି ଜୀବିକା ନିର୍ବାହ କରୁଥିବା ଶ୍ରମିକମାନଙ୍କ ପରିବାର ସ୍ଥିତି ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ପ୍ରତି ପରିବାରରେ କ୍ଷୁଧାର ଚିତ୍ର ଦେଖିବାକୁ ମିଳୁଛି। କାମଧନ୍ଦା ନ ଥିବା କାରଣରୁ ଲୋକେ ଘର,ପରିବାର ଛାଡି ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଗଲେଣି। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଅଞ୍ଚଳବାସୀ ନିବେଦନ କରି ଆସୁଛନ୍ତି। ବେକାର କାରଣରୁ ଶ୍ରମିକଙ୍କ ମଧ୍ୟରେ ଅପରାଧ ପ୍ରବଣତା ବୃଦ୍ଧି ପାଇଛି। ଜିଲାରେ ଚୋରି, ଡକାୟତି ଆଦି ଅପରାଧ ବଢ଼ିଛି, ଯାହାକି ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ଏଥିସହିତ ସାମାଜିକ ନିରାପତ୍ତା ବିପନ୍ନ ହୋଇଛି ବୋଲି ଅଭିଯୋଗ ହୋଇଛି।
ଲୋକଙ୍କ ଜୀବନ ଜୀବିକାର ସୁରକ୍ଷା ପାଇଁ ସୁପ୍ରିମକୋର୍ଟ ୨୦୧୭-୧୮ ବର୍ଷରେ ଖଣି କାର୍ଯ୍ୟ ଆରମ୍ଭ କରିବାକୁ ରାଜ୍ୟ ସରକାରଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ଏହି ନିର୍ଦ୍ଦେଶନାମା ଆଧାରରେ ପୂର୍ବପରି ଖଣି ଖାଦାନରେ ଲୋକଙ୍କୁ ନିୟୋଜିତ କରିବାକୁ ଦାବି ହୋଇଛି। ୨୦୧୮ ଫେବୃୟାରୀରେ ଅଞ୍ଚଳବାସୀ ଏହି ମର୍ମରେ ମୁଖ୍ୟମନ୍ତ୍ରୀଙ୍କୁ ୧୨ ଦଫା ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଥିଲେ । ଏନେଇ ଉପଯୁକ୍ତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗର ତତ୍କଳୀନ ଅଧୀନସ୍ଥ ସଚିବ ପ୍ରଦୀପ କୁମାର କୁଅଁର ୬ା୩ା୨୦୧୮ରେ ଶ୍ରମ, ପଞ୍ଚାୟତିରାଜ, ଦକ୍ଷତା ବୃଦ୍ଧି, ଜଙ୍ଗଲ ଓ ପରିବେଶ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ପରିବହନ ଆଦି ବିଭାଗର ଯୁଗ୍ମ ସଚିବମାନଙ୍କୁ ନିର୍ଦ୍ଦେଶ ଜାରି କରିଥିଲେ। କିନ୍ତୁ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ସଂପ୍ରତି ଓସ୍ତପାଳ, କଳରଙ୍ଗି, କମର୍ଦ୍ଦା, ସାରୁଆବିଲ, ସୁକିନ୍ଦା କ୍ରୋମାଇଟ, ମହାଗିରି, ଦକ୍ଷିଣ କାଳିଆପାଣି, ସୁକୁରୁଙ୍ଗୀ ଆଦି କ୍ରୋମାଇଟ ଖଣିରେ କମ୍ପାନୀମାନେ ଅଧିକାଂଶ ମେଶିନରେ ଖଣିଜ ଉତ୍ତୋଳନ କରୁଛନ୍ତି। ଏ ସଂକ୍ରାନ୍ତରେ ବେଣାଗାଡିଆ ଗ୍ରାମର ସନ୍ତୋଷ ମହନ୍ତ କୁହନ୍ତି, ଖଣିରେ ମେଶିନ କାମ କରୁ ଥିବାରୁ ଶ୍ରମିକମାନଙ୍କୁ ଆଉ ଗୁରୁତ୍ୱ ଦିଆଯାଉ ନାହିଁ। ପୂର୍ବରୁ ଲୋଡିଂ କାମରେ ଶ୍ରମିକମାନଙ୍କୁ ଖୋଜା ପଡୁଥିଲା। ଏବେ ମେଶିନ ସେହି କାମ କରୁଛି। ୧୫ ଜଣ ଶ୍ରମିକଙ୍କ ସ୍ଥଳେ ମାତ୍ର ୨ରୁ ୩ ଜଣ ଶ୍ରମିକ କାମ କରୁଛନ୍ତି। ବର୍ଷେ ହେଲା କାମ ଅପେକ୍ଷାରେ ମୁଁ ଅଛି । କାମ ନ ଥିବାରୁ ଆର୍ଥିକ ସ୍ଥିତି ଜଟିଳ ହୋଇଛି। ସୁକିନ୍ଦା ଖଣି ଅଞ୍ଚଳ ବିସ୍ଥାପନ ବିରୋଧି ଜନମଞ୍ଚର ଆବାହିକା ସୁକାନ୍ତି ମହାନ୍ତ କୁହନ୍ତି, ଖାଦାନଗୁଡିକରେ ମେଶିନରେ କାମ ଚାଲିଛି। ତେଣୁ ଖଣି ଶ୍ରମିକମାନେ କାମ ନ ପାଇ ଘରେ ବସିଛନ୍ତି। ଏଭଳି ସ୍ଥିତି ଜାରି ରହିଲେ ବେକାର ଖଣି ଶ୍ରମିକମାନଙ୍କୁ ନେଇ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ସଜବାଜ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?