Posted inଜାତୀୟ

ବିଶ୍ୱାସଙ୍କ ପରି ଦୁନିଆର ସବୁଠାରୁ ଲକି ମଣିଷ ଫ୍ରାନୋ ସେଲାକ: ପ୍ଲେନକ୍ରାଶ୍‌, ବସ୍‌ ଦୁର୍ଘଟଣା ପରି ୭ଥର ମୃତ୍ୟୁମୁଖରୁ ଫେରିଛନ୍ତି

ନୂଆଦିଲ୍ଲୀ,୧୩।୬: କ୍ରୋଏସିଆର ଜଣେ ସଙ୍ଗୀତ ଶିକ୍ଷକ ଫ୍ରାନୋ ସେଲାକଙ୍କ ଜୀବନ ଏକ ଫିଲ୍ମ କାହାଣୀଠାରୁ କମ ନୁହେଁ। ୧୯୨୯ ମସିହାରେ ଜନ୍ମ ହୋଇଥିବା ସେଲାକ ସାତ ଥର ମୃତ୍ୟୁକୁ ଜୟ କରିଛନ୍ତି ଅର୍ଥାତ୍‌ ମୃତ୍ୟୁମୁଖରୁ ଫେରି ଆସିଛନ୍ତି। ଶେଷରେ ଲଟେରୀରେ ପ୍ରାୟ ୧୦ କୋଟି ଟଙ୍କା (୧ ମିଲିୟନ ଡଲାର) ଜିତି ଦୁନିଆରେ ଚର୍ଚ୍ଚିତ ହୋଇଛନ୍ତି।

ସେଲାକଙ୍କ ଅସାଧାରଣ ଜୀବନ ଯାତ୍ରା ଆରମ୍ଭ ହୋଇଥିଲା ୧୯୫୭ ମସିହାରେ। ସେ ଏକ ବସେରେ ଯାତ୍ରା କରୁଥିବା ବେଳେ ବସଟିି ନଦୀକୁ ଖସି ପଡି ଅନ୍ୟ ଯାତ୍ରୀଙ୍କ ମଧ୍ୟରେ ଅନେକେ ମୃତ୍ୟୁ ବରଣ କରିଥିଲେ, କିନ୍ତୁ ସେଲାକ ବଞ୍ଚିଯାଇଥିଲେ। ଏହା ପରେ ଆହୁରି ଛଅଟି ଭୟଙ୍କର ଦୁର୍ଘଟଣାରୁ ସେ ଅଳ୍ପେ ଅଳ୍ପେ ବଞ୍ଚିଥିଲେ। ୧୯୬୨ ମସିହାରେ ଏକ ଟ୍ରେନ ଦୁର୍ଘଟଣାରେ ସେ ନଦୀକୁ ଖସି ପଡି ୧୯୬୩ ରେ ଏକ ବିମାନ ଦୁର୍ଘଟଣାରୁ ବଞ୍ଚିଥିଲେ। ଦୁଇଥର ତାଙ୍କ ଗାଡିରେ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା, ଏକ ବସ ତାଙ୍କୁ ଧକ୍କା ଦେଇଥିଲା ଓ ୧୯୯୬ ରେ ଖାଇକୁ ଖସି ପଡିବାବେଳେ ସେ ଗଛରେ ଝୁଲି ପଡି ବଞ୍ଚିଥିଲେ।

ଏହି ସବୁ ଦୁର୍ଘଟଣା ପରେ ୨୦୦୩ ମସିହାରେ ସେଲାକଙ୍କ ଭାଗ୍ୟ ବଦଳିଗଲା। ସେ କ୍ରୋଏସିଆର ଲଟେରୀରେ ପ୍ରାୟ ୧୦ କୋଟି ଟଙ୍କା ଜିତିଥିଲେ। ଏହି ଟଙ୍କାରେ ସେ ଏକ ଆଲିଶାନ ଘର କିଣିଥିଲେ, କିନ୍ତୁ ୨୦୧୦ ମସିହାରେ ସେ ତାହା ବିକ୍ରି କରି ଏକ ସାଧାରଣ ଜୀବନଯାପନ ବାଛିଥିଲେ। ଅଧିକାଂଶ ଟଙ୍କା ସେ ବନ୍ଧୁ ଓ ପରିବାରକୁ ଦେଇ ଦେଇଥିଲେ। ନିଜ ବାକି ଟଙ୍କାରେ ସେ ଏକ ହିପ ଅପରେସନ କରିଥିଲେ ଓ ଭାର୍ଜିନ ମେରୀଙ୍କ ପାଇଁ ଏକ ଧର୍ମାସ୍ଥଳୀ ତିଆରି କରି ନିଜର କୃତଜ୍ଞତା ପ୍ରକାଶ କରିଥିଲେ।

୨୦୧୬ ମସିହାରେ ୮୬ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ଜୀବନ ଏକ ପ୍ରେରଣାଦାୟୀ ଉଦାହରଣ ଯେ ଜୀବନରେ ଅସମ୍ଭବ ପରିସ୍ଥିତିରୁ ମଧ୍ୟ ଆଶା ଓ ସଫଳତା ଖୋଜି ପାଇପାରେ।

 


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଶସ୍ତା ହେଲା ସୁନା-ରୂପା: ୧.୨୫ ଲକ୍ଷ ତଳକୁ ଖସିଲା ସୁନା, ୧.୫୦ ଲକ୍ଷ ତଳେ କାରବାର କରୁଛି…

ନୂଆଦିଲ୍ଲୀ,୨୪।୧୧: ସୁନା ଏବଂ ରୂପା ଦରରେ ପୁଣି ଥରେ ବିକ୍ରି ଚାପ ଦେଖିବାକୁ ମିଳିଛି। ଦେଶର ପ୍ରମୁଖ ଫ୍ୟୁଚର ବଜାର ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ସୁନା…

ଇଂଲଣ୍ଡର ଷ୍ଟାର୍ ଅଲରାଉଣ୍ଡରଙ୍କ ପାଇଁ ନିୟମ ଭାଙ୍ଗିଲା ବିସିସିଆଇ! ଆଇପିଏଲ୍ ୨୦୨୭ ନିଲାମୀରେ ଏଣ୍ଟ୍ରି, ଜାଣନ୍ତୁ କେତେ…

ନୂଆଦିଲ୍ଲୀ,୨୪।୧୧: ଆସନ୍ତା ଡିସେମ୍ବର ୧୬ ତାରିଖରେ ଗୋଆଠାରେ ଆଇପିଏଲ୍ ୨୦୨୭ ପାଇଁ ମିନି ନିଲାମୀ ଅନୁଷ୍ଠିତ ହେବାକୁ ଯାଉଛି। ଏହା ପୂର୍ବରୁ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ…

ମାତ୍ର ୧୪.୨ ଓଭରରେ ୨୫୦ ରନ୍‌ ଚେଜ କରି ଇତିହାସ ରଚିଲା ଭାରତ; ଭାଙ୍ଗିଲା ୨୩ ବର୍ଷ ପୁରୁଣା ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୪।୧୧: ଦୋହାରେ ଖେଳାଯାଉଥିବା ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ ରେ ଇଣ୍ଡିଆ-ଏ ର ମୁକାବିଲା ୟୁଏଇ-ଏ (UAE-A) ସହିତ ହୋଇଥିଲା। ଏହି ମୁକାବିଲାରେ ୟୁଏଇ ପ୍ରଥମେ…

ରାହୁଲଙ୍କୁ ବଡ଼ ଝଟ୍‌କା! ସିଟ୍‌ ସେୟାରିଂ ନ ହେଉଣୁ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କଲା ଏସପି, କଂଗ୍ରେସର ବଢିଲା ଟେନଶନ

ନୂଆଦିଲ୍ଲୀ,୨୪।୧୧: ଉତ୍ତରପ୍ରଦେଶ ବିଧାନସଭା ନିର୍ୱାଚନ ପାଇଁ ସମାଜବାଦୀ ପାର୍ଟି ନିଜର ପ୍ରାର୍ଥୀମାନଙ୍କର ପ୍ରଥମ ତାଲିକା ଘୋଷଣା କରିଛି। ଏହି ତାଲିକାରେ ୫ ଜଣ ପ୍ରାର୍ଥୀଙ୍କ ନାମ ସାମିଲ…

ଅତାବିରାକୁ ପଶିଲା ମହାବଳ: ଅତାବିରା ଜାଙ୍ଗେଡ଼ ଅଞ୍ଚଳରେ କୋକୁଆ ଭୟ, ରାତିରେ ଘରୁ ନବାହାରିବାକୁ…

ଅତାବିରା, ୨୪।୧୧ (ଯୁଧିଷ୍ଠିର ମହାପାତ୍ର): ଡେବ୍ରିଗଡ଼ ଅଭୟାରଣ୍ୟରେ ଥିବା ମହାବଳ ବାଘ ମଙ୍ଗଳବାର ଭୋରରୁ ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଜାଙ୍ଗେଡ଼ ଗ୍ରାମ ଅଞ୍ଚଳକୁ ପଶିଆସିଥିବା…

୨ଟି ମ୍ୟାଚ୍‌ର ପ୍ରତିଶୋଧ, ପ୍ଲାନ କରି କଲେ ୨୦୪ ରନ୍‌; ବୈଭବ ଖୋଲିଲେ ଗୁମର

ନୂଆଦିଲ୍ଲୀ,୨୪।୧୧: ଇଣ୍ଡିଆ-ଏ (India-A) ପାଇଁ ବୈଭବ ସୂର୍ଯ୍ୟବଂଶୀ ୨୦୪ ରନ୍‌ର ବିସ୍ଫୋରକ ପାଳି ଖେଳିଛନ୍ତି। ମଙ୍ଗଳବାର (୨୪ ନଭେମ୍ୱର) ୨୦୨୬ ରାଇଜିଂ ଷ୍ଟାର ଏସିଆ କପ୍‌ରେ ଇଣ୍ଡିଆ-ଏ…

ୟୁପି ରାଜନୀତିରେ ହଲଚଲ: ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ବଡ଼ ବୟାନ ଦେଲା ଭାଜପା

ନୂଆଦିଲ୍ଲୀ,୨୪।୧୧: ୟୁପି ବିଧାନସଭା ନିର୍ୱାଚନ ୨୦୨୭: ‘କୌଣସି ବ୍ୟକ୍ତି ନୁହେଁ, ପଦ୍ମ ଫୁଲ ହେବ ମୁଖ୍ୟମନ୍ତ୍ରୀ ଚେହେରା’; ବଡ଼ ବୟାନ ଦେଲେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ର୍ମୌଯ୍ୟ…

ଥାନାଧିକାରୀ ବଦଳୁଛନ୍ତି, କିନ୍ତୁ ଧରାପଡ଼ୁନାହାନ୍ତି ଅଭିଯୁକ୍ତ: ୫ କୋଟିର ଜାଲି ଗ୍ୟାରେଣ୍ଟି ଦେଇ ଚମ୍ପଟ ମାରିଛନ୍ତି ଲିଜଧାରୀ

ହାଟଡିହୀ, ୨୪।୧୧ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅନ୍ତର୍ଗତ ଗିରିଗାଁ ବୈତରଣୀ ବାଲି ଘାଟ ନିଲାମରେ ୫.୧୫ କୋଟି ଟଙ୍କାର ଜାଲି ବ୍ୟାଙ୍କ ଗ୍ୟାରେଣ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?