‘ସୁନା ନୁହେଁ, ପିତ୍ତଳ ଥାଳିରେ ଖାଉଛନ୍ତି ମହାପ୍ରଭୁ’

ପୁରୀ, ୩୦ା୬(ଅଜିତ୍‌ ମହାନ୍ତି): କୋଟି କୋଟି ଓଡ଼ିଆଙ୍କ ମଉଡ଼ମଣି ମହାପ୍ରଭୁ ଶ୍ରୀଜଗନ୍ନାଥ ପିତ୍ତଳ ଥାଳିରେ ଖାଉଛନ୍ତି ଏବଂ ପୁରୁଣା ଅଳଙ୍କାର ପରିଧାନ କରୁଛନ୍ତି। ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ପ୍ରଚୁର ରତ୍ନଅଳଙ୍କାର ଗଚ୍ଛିତ ରହିଥିଲେ ମଧ୍ୟ ଜଗତ ଠାକୁରଙ୍କ ବ୍ୟବହାରରେ ତାହା ଲାଗିପାରୁନାହିଁ। ଏହାଠୁ ବଳି ଦୁଃଖ ନାହିଁ ବୋଲି କହି କ୍ଷୋଭ ପ୍ରକାଶ କରିଛନ୍ତି ବରିଷ୍ଠ ସେବାୟତ ତଥା ମହାପ୍ରଭୁଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର। ଏଥିସହ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇ ରତ୍ନଅଳଙ୍କାର ଯାଞ୍ଚ ଓ ଗଣତି କରାଯିବାକୁ ସେ ଦାବି କରିଛନ୍ତି। ଏକ ବୈଦ୍ୟୁତିକ ଗଣମାଧ୍ୟମକୁ ସ୍ବାଇଁ ମହାପାତ୍ର ଏହି ସୂଚନା ଦେବା ପରେ ଜଗନ୍ନାଥପ୍ରେମୀଙ୍କୁ ଉକ୍ତ ଘଟଣା ବ୍ୟଥିତ କରିଛି। ରତ୍ନଭଣ୍ଡାର ଖୋଲି ରତ୍ନଅଳଙ୍କାର ସମେତ ଅନ୍ୟାନ୍ୟ ସାମଗ୍ରୀ ଆଣି ବିଶ୍ୱନିୟନ୍ତାଙ୍କ ବ୍ୟବହାରରେ ଲଗାଇବା ପାଇଁ ସେମାନେ ମତ ଦେଇଛନ୍ତି।
ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ସ୍ବାଇଁ ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି, ରତ୍ନଭଣ୍ଡାରରେ ପ୍ରଚୁର ସ୍ବର୍ଣ୍ଣ ଅଳଙ୍କାର ରହିଛି। ଏହାସତ୍ତ୍ୱେ ମହାପ୍ରଭୁ ପୁରୁଣା ଅଳଙ୍କାରରେ ସଜେଇ ହେଉଛନ୍ତି। ସେହିପରି ମହାପ୍ରଭୁ ଖାଉଥିବା ପିତ୍ତଳ ଥାଳିକୁ ସୁନା ବୋଲି କୁହାଯାଉଛି। ଏହା ତାଙ୍କୁ ବ୍ୟଥିତ କରୁଛି। ମହାପ୍ରଭୁଙ୍କ ଅଳଙ୍କାର ରତ୍ନଭଣ୍ଡାରରେ ଖତ ଖାଉଛି। ତେଣୁ ରତ୍ନଭଣ୍ଡାର ଖୋଲାଯାଉ। ସରକାର ଚାହିଁଲେ ସେହି ଅଳଙ୍କାରରେ ମହାପ୍ରଭୁଙ୍କ ପାଇଁ ୧୦ରୁ ୧୫ଟି ସୁବର୍ଣ୍ଣ ସେଟ୍‌ ନିର୍ମାଣ କରିପାରିବେ। ସରକାର ଚାହିଁଲେ ସବୁ ହୋଇପାରିବ। ଦାତା ମଧ୍ୟ ଅଳଙ୍କାର ଦେବେ। ମାତ୍ର ସରକାର କାହିଁକି ରତ୍ନଭଣ୍ଡାର ଖୋଲୁନାହାନ୍ତି ତାହା ବୁଝାପଡୁନାହିଁ। ଗଜପତି ମହାରାଜା କହିବା ପରେ ମଧ୍ୟ ସରକାର ଚୁପ୍‌। ରତ୍ନଭଣ୍ଡାର କାନ୍ଥ ଫାଟି ପାଣି ଗଳୁଛି। ଦିନେ ହୁଏତ ଏହା ଭୁଶୁଡ଼ିପଡ଼ିବ। ତେଣୁ ରତ୍ନଭଣ୍ଡାର ମରାମତି କରାଯିବାର ଆବଶ୍ୟକତା ରହିଛି। ସେହିପରି ମହାପ୍ରଭୁଙ୍କ ଅନେକ ବେଶ ମଧ୍ୟରୁ ରଘୁନାଥ ବେଶ ଅନ୍ୟତମ, ଯାହା ଏବେ କରାଯାଉନାହିଁ। ରଘୁନାଥ ବେଶରେ ମହାପ୍ରଭୁଙ୍କୁ କୁଇଣ୍ଟାଲ କୁଇଣ୍ଟାଲ ସୁନାରେ ସଜାଯାଉଥିଲା। ତେବେ ଅନେକ ବର୍ଷ ହେବ ଏହି ବେଶ ହେଉନାହିଁ। ତେଣୁ ରତ୍ନଭଣ୍ଡାର ଖୋଲାଯାଇ କ’ଣ ସବୁ ଅଛି ଓ କିଭଳି ଅବସ୍ଥାରେ ରହିଛି ତାହା ଯାଞ୍ଚ କରାଯିବା ଉଚିତ ବୋଲି ସ୍ବାଇଁ ମହାପାତ୍ର କହିଛନ୍ତି।
ସେହିପରି ବରିଷ୍ଠ ଦଇତାପତି ସେବକ ବିନାୟକ ଦାସ ମହାପାତ୍ର କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥ ଏବେ ସୁନାଥାଳିରେ ଖାଉନାହାନ୍ତି। ମହାପ୍ରଭୁଙ୍କୁ ପିତ୍ତଳ ଥାଳିରେ ଭୋଗ ଲାଗି କରାଯାଉଛି, ଯାହାକୁ ସୁନା ଥାଳି ବୋଲି କୁହାଯାଉଛି। ଭିତର ରତ୍ନଭଣ୍ଡାର ଘରେ ସୁନାଥାଳି ରହିଛି। ତେଣୁ ରତ୍ନଭଣ୍ଡାର ଖୋଲାଯାଉ ବୋଲି ଦାସ ମହାପାତ୍ର କହିଛନ୍ତି। ମହାରାଜା କପିଳେନ୍ଦ୍ର ଦେବ ରାଜ୍ୟ ଜୟ କରି ଯେଉଁ ସୁନା ଅଳଙ୍କାର ସବୁ ଆଣିଥିଲେ, ତାହାକୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ କରିଥିଲେ। ସେହି ସୁନାରେ ମହାପ୍ରଭୁଙ୍କ ଅଳଙ୍କାର ନିର୍ମାଣ କରାଯାଇଥିଲା। ତାହାକୁ ମହାପ୍ରଭୁ ଧାରଣ କରିଛନ୍ତି। ତେବେ ବର୍ତ୍ତମାନ ମହାପ୍ରଭୁଙ୍କ ପାଇଁ ନୂତନ ସୁନା ଅଳଙ୍କାର ସେଟ୍‌ ନିର୍ମାଣ ହେବା ଆବଶ୍ୟକ। ଅଳଙ୍କାର ନିର୍ମାଣ ଲାଗି ଦାତାଙ୍କ ଅଭାବ ନାହିଁ କି ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତି କମ୍‌ ନାହିଁ। ଶ୍ରୀଜଗନ୍ନାଥଙ୍କ ୬୦ ହଜାର ଏକର ଜମି ଲୋକେ ମାଡ଼ି ବସିଛନ୍ତି। ସେହି ସମ୍ପତ୍ତିରୁ ଯଦି କିଛି ଆସିଯାନ୍ତା, ତେବେ ଆଉ ୨- ୩ଟି ଅଙ୍କାର ସେଟ୍‌ ନିର୍ମାଣ ହୋଇପାରନ୍ତା। ତେବେ କାହାର ଉଦ୍ୟମ ତଥା ଆନ୍ତରିକତା ନାହିଁ ବୋଲି ଦାସମହାପାତ୍ର କହିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୨୧ ସୁନାବେଶରେ ମହାପ୍ରଭୁଙ୍କ କିରୀଟର କିଛି ଅଂଶ ଭାଙ୍ଗିଯାଇଥିଲା। ସେହି ଅଂଶକୁ ଲୁଚାଇବାକୁ ମଲ୍ଲୀଫୁଲମାଳ ଦିଆଯାଇଥିଲା। ଅନ୍ୟପକ୍ଷରେ ଗତ ୧୭ ତାରିଖରେ ଏକ ବୈଦ୍ୟୁତିକ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ରତ୍ନଭଣ୍ଡାର ଖୋଲାଯିବା ସପକ୍ଷରେ ମତ ଦେଇଥିଲେ। ଭକ୍ତ ଓ ସେବାୟତମାନଙ୍କ ପକ୍ଷରୁ ମଧ୍ୟ ଏ ନେଇ ଦାବି ହୋଇଆସୁଛି। ତେବେ ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୩।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri