ଯାଜପୁର ଜିଲାପାଳଙ୍କ ଉପରେ ଲୋକାୟୁକ୍ତ କ୍ଷୁବ୍ଧ

ଯାଜପୁର ଅଫିସ,୨୨।୨: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ବିଭିନ୍ନ କଳାପଥର ଖାଦାନଗୁଡିକର ଏରିଆ ଚିହ୍ନଟ କରି ପିଲର ପୋତାରେ ଆର୍ଥିକ ଅନିୟମିତତା ଅଭିଯୋଗ ଉପରେ ଲୋକାୟୁକ୍ତ ଜିଲାପାଳଙ୍କ ଆଚରଣକୁ ଭର୍ତ୍ସନା କରିଛନ୍ତି। ୧୨୪୯/୨୦୨୦ ନମ୍ବର ମାମଲାରେ ଗତ ୧୮ ତାରିଖରେ ହୋଇଥିବା ନିର୍ଦ୍ଦେଶ ପତ୍ରରେ ଲୋକାୟୁକ୍ତ ଅଧ୍ୟକ୍ଷ ଜଷ୍ଟିସ ଅଜିତ୍‌ ସିଂ କ୍ଷୋଭ ପ୍ରକାଶ କରିଛନ୍ତି। ଯାଜପୁର ଜିଲାପାଳଙ୍କୁ ଜବାବ ଦାଖଲ କରିବାକୁ ନୋଟିସ ହୋଇଥିଲେ ହେଁ ତାହାର ଅନୁପାଳନ ହୋଇନାହିଁ ବୋଲି ଉକ୍ତ ନିର୍ଦ୍ଦେଶ ପତ୍ରରେ ଦର୍ଶାଯାଇଛି। ଜିଲାପାଳଙ୍କୁ ସବିଶେଷ ତଥ୍ୟ ସହ ଜବାବ ଦେବାକୁ ଲୋକାୟୁକ୍ତ ଅଧ୍ୟକ୍ଷ ଏକ ସୁଯୋଗ ଦେଇଛନ୍ତି। ଏହାସହ ସ୍ପଷ୍ଟ କରିଛନ୍ତି ଯେ, ପରବର୍ତ୍ତୀ ଶୁଣାଣି ଅର୍ଥାତ୍‌ ଆସନ୍ତା ମାର୍ଚ୍ଚ ୮ ସୁଦ୍ଧା ଜିଲାପାଳଙ୍କ ଦ୍ୱାରା ଉତ୍ତର ଦାଖଲ କରା ନ ଗଲେ ତାହାକୁ ଗମ୍ଭୀରତାର ସହ ଗ୍ରହଣ କରାଯିବ। ସେହିପରି ଧର୍ମଶାଳା ତହସିଲଦାରଙ୍କ ଦ୍ୱାରା ଦାଖଲ ହୋଇଥିବା ଉତ୍ତର ରହସ୍ୟାତ୍ମକ ଓ ଅନିର୍ଦ୍ଦିଷ୍ଟ ଅଟେ। ଏହାକୁ ରେକର୍ଡରେ ନିଆଯାଉଛି ବୋଲି ଲୋକାୟୁକ୍ତ ଅଧ୍ୟକ୍ଷ ତାଙ୍କ ନିର୍ଦ୍ଦେଶରେ ପ୍ରକାଶ କରିଛନ୍ତି।
କଳାପଥର ଚୋରା କାରବାରକୁ ରୋକିବାକୁ ଖାଦାନ ଚିହ୍ନଟ କରି ପିଲର ପୋତିବା ଓ ପରିବହନ ଖର୍ଚ୍ଚ ବାବଦକୁ ଧର୍ମଶାଳା ତହସିଲ ପକ୍ଷରୁ ୧,୮୦,୧୮୦ ଟଙ୍କା ଖର୍ଚ୍ଚ ହୋଇଥିଲା। ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ମାନବାଧିକାର କର୍ମୀ ସର୍ବେଶ୍ୱର ବେହୁରା ଲୋକାୟୁକ୍ତଙ୍କ ନିକଟରେ ୨ା୧୧ା୨୦୨୦ରେ ଏକ ମାମଲା ରୁଜୁ କରିଥିଲେ। ଏହିକ୍ରମରେ ଯାଜପୁର ଜିଲାପାଳ, ଉପଜିଲାପାଳ ଓ ଧର୍ମଶାଳା ତହସିଲଦାରଙ୍କୁ ଜବାବ ଦାଖଲ କରିବାକୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଥିଲେ। ଧର୍ମଶାଳା ତହସିଲଦାର ୧୦ା୨ା୨୦୨୦ରେ ଦାଖଲ କରିଥିବା ଉତ୍ତରରେ ଦର୍ଶାଯାଇଛି ଯେ, ୨୦୧୮ରେ ପିଲର ପୋତିବାକୁ ଜାରକାସ୍ଥିତ ଗାୟତ୍ରୀ ମାର୍ବଲ ମାଲିକ ସୁକାନ୍ତ ମହାନ୍ତିଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଏହାର ଖର୍ଚ୍ଚ ବାବଦକୁ ୧୯ା୧୧ା୨୦୧୮ରେ ତାଙ୍କୁ ଚେକ୍‌ ଜରିଆରେ ପ୍ରାପ୍ୟ ପ୍ରଦାନ କରାଯାଇଛି। ତେବେ ସମ୍ପୃକ୍ତ ରାଜସ୍ବ ନିରୀକ୍ଷକ(ଆର୍‌ଆଇ) ଓ ରାଜସ୍ବ ପର୍ଯ୍ୟବେକ୍ଷକ(ଆରଏସ୍‌)ଙ୍କ କ୍ଷେତ୍ର ତଦନ୍ତ ରିପୋର୍ଟରେ ଖାଦାନଗୁଡିକରେ ପୋତା ଯାଇଥିବା ପିଲର ପ୍ରାୟ ଧ୍ୱଂସ ହୋଇଯାଇଛି। ଏହି ରିପୋର୍ଟକୁ ଲୋକାୟୁକ୍ତ ରହସ୍ୟାତ୍ମକ ବୋଲି ବିବେଚନା କରିଛନ୍ତି।
ଲଘୁ ଖଣିଜ ଦ୍ରବ୍ୟ ବେଆଇନ ଖନନ ଯୋଗୁ ବ୍ୟାପକ ରାଜସ୍ବ ହାନି ଏବଂ ଡଙ୍କାରୀ ପାହାଡ ଗୁମର ଖୋଲିଲା ପରେ କାର୍ଯ୍ୟାନୁଷ୍ଠାନ କେବେ ସମ୍ପର୍କରେ ୨୦ା୧୧ା୨୦୧୯ରେ ବିଧାୟକ ବିଷ୍ଣୁଚରଣ ସେଠୀ, ସୁକାନ୍ତ ନାୟକ, ମୁକେଶ ମହାଲିଙ୍ଗ ଓ ମୋହନ ଚରଣ ମାଝୀ ମୁଲତବୀ ପ୍ରସ୍ତାବ ଆଣିଥିଲେ। ଏନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ୯ ଦଫା ଉତ୍ତର ରଖିଥିଲେ। ଏଥିରେ ଜିଲା, ସବ୍‌ଡିଭିଜନ ଓ ତହସିଲସ୍ତରରେ ସ୍କ୍ବାଡ୍‌ ବା ଟାସ୍କଫୋର୍ସ ଗଠନ କରାଯାଇ ବେଆଇନ ଚାଲାଣକାରୀଙ୍କ ଉପରେ ଚଢାଉ କରାଯାଉଛି, ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ ହେଉଛି ବୋଲି ଦର୍ଶାଇଥିଲେ। ଗୃହ ବିଭାଗର ଅନୁମୋଦନ କ୍ରମେ ୮ ଜିଲାର ୮ ସମ୍ବେଦନଶୀଳ ତହସିଲ ଓ ୨ ସବ୍‌ଡିଭିଜନ ଅଞ୍ଚଳରେ ୧ ସେକ୍ସନ ଏପିଆର ପୋଲିସ ଫୋର୍ସ ମୁତୟନ କରାଯାଇଥିବା ମନ୍ତ୍ରୀ ଉତ୍ତରରେ ଦର୍ଶାଇଥିଲେ। ସେହିପରି ୨୦୧୮-୧୯ ଆର୍ଥିକ ବର୍ଷରେ ୫ କୋଟି, ୨୦୧୯-୨୦ ବର୍ଷରେ ୪ କୋଟି ୬୩ ଲକ୍ଷ ୬୮ ହଜାର ୫୦୦ ଟଙ୍କା ବଜେଟ ମଞ୍ଜୁର କରାଯାଇ ସମସ୍ତ ଜିଲାପାଳଙ୍କୁ ଦିଆଯାଇଛି। ଖଣିଜ ପଦାର୍ଥ ଉତ୍ସର ପିଲର ସ୍ଥାପନ ପାଇଁ ରାଜ୍ୟ ସରକାରଙ୍କ ଇସ୍ପାତ ଓ ଖଣି ବିଭାଗ ତରଫରୁ ୧ କୋଟି ୮୬ ଲକ୍ଷ ଟଙ୍କା ପ୍ରଦାନ ହୋଇଛି ଏବଂ ତଦାରଖ ପାଇଁ ଲଘୁ ଖଣିଜ ପଦାର୍ଥ ନିର୍ଦ୍ଦେଶାଳୟ ଖୋଲାଯିବା ନେଇ ମନ୍ତ୍ରୀ ତାଙ୍କ ଉତ୍ତରରେ ପ୍ରକାଶ କରିଥିଲେ। କିନ୍ତୁ ଯାଜପୁର ଜିଲାରେ ମନ୍ତ୍ରୀଙ୍କ ଉପରୋକ୍ତ ଉତ୍ତର ଅନୁସାରେ ପ୍ରାୟ କାର୍ଯ୍ୟକାରୀ ହେଉ ନ ଥିବା ଆବେଦନକାରୀ ବେହୁରା ପ୍ରକାଶ କରିଛନ୍ତି।
ଏ ସଂକ୍ରାନ୍ତରେ ଧର୍ମଶାଳା ତହସିଲଦାର ପ୍ରଶାନ୍ତ ସାମନ୍ତରାୟଙ୍କୁ ପଚାରିବାରେ ସେ କହିଛନ୍ତି, ପିଲର ପୋତା ସଂକ୍ରାନ୍ତରେ ଲୋକାୟୁକ୍ତଙ୍କ ନିକଟରେ ଉତ୍ତର ରଖାଯାଇଛି। ଲୋକାୟୁକ୍ତଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ଅନୁସାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।
ଏ ସଂକ୍ରାନ୍ତରେ ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ପଚାରିବାରେ ସେ କହିଛନ୍ତି, ପିଲର ପୋତା ମାମଲା ସମ୍ପର୍କରେ ତାଙ୍କୁ କିଛି ଜଣା ନାହିଁ। ସେ ଲୋକାୟୁକ୍ତଙ୍କଠାରୁ କୌଣସି ନୋଟିସ ଏଯାଏ ପାଇନାହାନ୍ତି। କୌଣସି ସୂଚନା ବିନା ସେ କିଛି କହିପାରିବେ ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ଆଉ ୭ ଦିନ ପରେ ଘଟିବାକୁ ଯାଉଛି ଏମିତି: ୪ ରାଶିଙ୍କ ଜୀବନରେ ପୁଣି ଫେରିବ ପୁରୁଣା ପ୍ରେମ! ଶୁକ୍ର କରିବେ…

୨ ସେପ୍ଟେମ୍ବର ୨୦୨୬ରେ ଶୁକ୍ର ତୁଳା ରାଶିରେ ପ୍ରବେଶ କରିବେ। ପ୍ରେମ ଓ ସମ୍ପର୍କର କାରକ ଶୁକ୍ରଙ୍କ ନିଜ ରାଶିରେ ପ୍ରବେଶକୁ ଜ୍ୟୋତିଷ ଦୃଷ୍ଟିରୁ ବେଶ ବିଶେଷ…

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ପୁଟିନଙ୍କ ବଡ଼ ପ୍ରତିଶ୍ରୁତି: ସଙ୍କଟ ସମୟରେ ଭାରତକୁ ଯୋଗାଇବ…ବିଶ୍ୱରେ ହଇଚଇ

ନୂଆଦିଲ୍ଲୀ,୨୫।୮: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ମସ୍କୋରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଜୟଶଙ୍କର ରାଷ୍ଟ୍ରପତି ପୁଟିନଙ୍କୁ…

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri