Posted inଜାତୀୟ

ସିଦ୍ଦାରାମାୟାଙ୍କ ବିରୋଧରେ ଥିବା ଅଭିଯୋଗର ତଦନ୍ତ କରିବ ଲୋକାୟୁକ୍ତ

ବେଙ୍ଗାଲୁରୁ, ୨୬ା୯: ମହୀଶୂର ଅର୍ବାନ ଡେଭେଲପ୍‌ମେଣ୍ଟ ଅଥରିଟି (ଏମ୍‌ୟୁଡିଏ) ଜମି ଦୁର୍ନୀତି ମାମଲାରେ କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟାଙ୍କ ବିରୋଧରେ ଥିବା ଅଭିଯୋଗ ଉପରେ ଲୋକାୟୁକ୍ତ ତଦନ୍ତ ନେଇ ବୁଧବାର ବେଙ୍ଗାଲୁରୁର ଏକ ସ୍ବତନ୍ତ୍ର ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ୩ ମାସ ମଧ୍ୟରେ ଏହି ମାମଲାର ରିପୋର୍ଟ ଦାଖଲ କରିବାକୁ ସ୍ବତନ୍ତ୍ର କୋର୍ଟଙ୍କ ଜଜ୍‌ ସନ୍ତୋଷ ଗଜାନନ୍‌ ଭଟ୍ଟ କର୍ନାଟକ ଲୋକାୟୁକ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଆବଶ୍ୟକ ସ୍ଥଳେ ଏଫ୍‌ଆଇଆର୍‌ ରୁଜୁ କରିବା ପାଇଁ ଲୋକାୟୁକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଲୋକାୟୁକ୍ତ ତଦନ୍ତକୁ ସେ ଭୟ କରୁନାହାନ୍ତି ବୋଲି ସିଦ୍ଦାରାମାୟା କହିଛନ୍ତି। ସମସ୍ତ ପ୍ରକାର ତଦନ୍ତକୁ ସାମ୍‌ନା କରିବା ସହ ଆଇନଗତ ଲଢ଼େଇ ଲଢ଼ିବାକୁ ସେ ପ୍ରସ୍ତୁତ ବୋଲି ବୁଧବାର ସିଦ୍ଦାରାମାୟା ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି। ପୂର୍ବରୁ ସିଦ୍ଦାରାମାୟାଙ୍କ ବିରୋଧରେ ତଦନ୍ତ ପାଇଁ କର୍ନାଟକ ରାଜ୍ୟପାଳ ଥାଓ୍ବରଚନ୍ଦ ଗେହଲଟ୍‌ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହାକୁ ବିରୋଧ କରି ସିଦ୍ଦାରାମାୟାଙ୍କ ପକ୍ଷରୁ କରାଯାଇଥିବା ଆବେଦନକୁ ମଙ୍ଗଳବାର କର୍ନାଟକ ହାଇକୋର୍ଟ ଖାରଜ କରିଦେଇଥିଲେ। ସୂଚନାଯୋଗ୍ୟ, ଏମ୍‌ୟୁଡିଏର ପ୍ରମୁଖ ସ୍ଥାନରେ ଥିବା ୧୪ଟି ଜମିକୁ ସିଦ୍ଦାରାମାୟାଙ୍କ ସ୍ତ୍ରୀଙ୍କୁ ଆବଣ୍ଟନ କରାଯାଇଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାବା ସିଦ୍ଦିକ୍‌ଙ୍କ ହତ୍ୟା ମାମଲାରେ ବଡ଼ ଖୁଲାସା: ସୁଟରମାନେ ଅଟୋରେ ଆସି…

ମୁମ୍ବାଇ,୧୩ା୧୦: ମୁମ୍ବାଇରେ ଏନ୍‌ସିପିର ବରିଷ୍ଠ ନେତା ବାବା ସିଦ୍ଦିକ୍‌ଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବାବା ସିଦ୍ଦିକ୍‌ଙ୍କ ଉପରକୁ ତିନି ରାଉଣ୍ଡ ଗୁଳି ଚାଳନା କରାଯାଇଥିଲା।...

ଗୁଳିମାଡରେ ଜୀବନ ହାରିଲେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକ

ମୁମ୍ବାଇ,୧୨।୧୦: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନସିପିର ଅଜିତ ପାୱାର ଦଳର ସଦସ୍ୟ ବାବା ସିଦ୍ଦିକଙ୍କ ମୁମ୍ବାଇର ବାନ୍ଦ୍ରାଠାରେ ଗୁଳିମାଡ ପରେ ତାଙ୍କର ମୃତ୍ୟୁ ଘଟିଛି।...

ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକଙ୍କୁ ମୁମ୍ବାଇରେ ଗୁଳିମାଡ଼

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନସିପିର ଅଜିତ ପାୱାର ଦଳର ସଦସ୍ୟ ବାବା ସିଦ୍ଦିକଙ୍କୁ ମୁମ୍ବାଇର ବାନ୍ଦ୍ରା ଠାରେ ଗୁଳିମାଡ ହୋଇଛି। ଗମନ ପରେ...

ତୀର ମାରି ରାବଣ ଦହନ କଲେ ପ୍ରଧାନମନ୍ତ୍ରୀ-ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୨।୧୦: ଦିଲ୍ଲୀର ମାଧବ ଦାସ ପାର୍କରେ ରାବଣ ପୋଡି ଆୟୋଜିତ ହୋଇଯାଇଛି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ...

ନିର୍ମାଣ କାମ ବେଳେ ଭୁଶୁଡ଼ିଲା କାନ୍ଥ: ଚାଲିଗଲା ୭ ଶ୍ରମିକଙ୍କ ଜୀବନ

ମେହସଣା(ଗୁଜରାଟ),୧୨।୧୦: ଗୁଜରାଟ ମେହସଣା ଜିଲାରେ ଶନିବାର ଏକ ଅଘଟଣ ଘଟିଛି। ଏକ ଘରୋଇ କମ୍ପାନୀର କାନ୍ଥ ଭୁଶୁଡ଼ି ୭ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏପରିକି କାନ୍ଥ...

ଭାଜପାକୁ ନେଇ ଏମିତି ବୟାନ ଦେଲେ ଖାର୍ଗେ, ରାଗିବେ ମୋଦି

ନୂଆଦିଲ୍ଲୀ,୧୨।୧୦: କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ହରିୟାଣା ବିଧାନସଭା ନିର୍ବାଚନକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏହି ସମୟରେ ସେ ଭାଜପା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

କଂଗ୍ରେସକୁ କଡ଼ା ଟାର୍ଗେଟ୍‌ କଲେ ଓଓ୍ବାଇସି, ଯଦି ଆମେ ନିର୍ବାଚନ…

ଚଣ୍ଡିଗଡ଼,୧୨ା୧୦: ହରିୟାଣା ବିଧାନସଭା ନିର୍ବାଚନର ଫଳାଫଳ ଆସିଛି। ହରିୟାଣାର ଲୋକମାନେ ବିଶ୍ୱାସ କରୁଥିଲେ ଯେ, ହରିୟାଣାରେ କଂଗ୍ରେସ ସରକାର ଗଠନ ହେବ, କିନ୍ତୁ ତାହା ହୋଇ...

‘ଗୋଟିଏ ସମ୍ପ୍ରଦାୟର ଲୋକେ ରଚୁଛନ୍ତି ଷଡଯନ୍ତ୍ର’, ଟ୍ରେନ ଦୁର୍ଘଟଣାକୁ ନେଇ ଏମିତି କହିଲେ ଗିରିରାଜ

ନୂଆଦିଲ୍ଲୀ,୧୨।୧୦: କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ହରିୟାଣାରେ କଂଗ୍ରେସର ପରାଜୟକୁ ନେଇ ଲୋକ ସଭାରେ ବିରୋଧୀଦଳର ନେତା ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, କଂଗ୍ରେସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri