ଆଗକୁ ଆସୁଛି ପାର୍ବଣୟ ଋତୁ: ଦୋଛକିରେ ଜରିମେଢ଼ କାରିଗରଙ୍କ ଜୀବିକା

ଚୌଦ୍ୱାର,୯। ୮(ଡି.ଏନ୍‌.ଏ): ରାଜ୍ୟରେ କରୋନା ସ୍ଥିତି ଭୟଙ୍କର ହେବାରେ ଲାଗିଛି। ସଂକ୍ରମଣ ରୋକିବା ଲାଗି ସରକାର ଲକଡାଉନ, ଶଟ୍‌ଡାଉନ ନୀତି ଆପଣାଉ ଥିବାରୁ ସାଧାରଣ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପ୍ରବାସୀ ଓଡ଼ିଆ ରୋଜଗାର ଆଶାରେ ପୁଣି ଅନ୍ୟ ରାଜ୍ୟକୁ ଯାଉଥିବାବେଳେ ଅନ୍ୟ କେତେଜଣ ଜୀବିକା ପନ୍ଥା ବଦଳାଇବାରେ ଲାଗିଛନ୍ତି। ଏହାକୁ ଲକ୍ଷ୍ୟ ରଖି ସରକାର କିଛିଦିନ ହେବ ନୀତିନିୟମ ଓ କଟକଣା ଉପରେ କିଛି କୋହଳ ମନୋଭାବ ପ୍ରତିପୋଷଣ କରିଛନ୍ତି। ହେଲେ ବିବାହ, ବ୍ରତ, ପୂଜାପାର୍ବଣ, ଜାନିଯାତ୍ରା, ମନ୍ଦିର ମଠ ଉପରେ ଏଯାବତ୍‌ କଟକଣା ଲାଗୁ ରହିଛି। ଏହି ପରିପ୍ରେକ୍ଷୀରେ ବିଶେଷ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି ଜରିମେଢ଼ ତିଆରିରେ ପରିବାର ପ୍ରତିପୋଷଣ କରୁଥିବା କାରିଗର ପରିବାରର ଲୋକେ। ଆଗକୁ ଖୁଦୁରକୁଣୀ, ଗଣେଶ ପୂଜା, ଦୁର୍ଗା ପୂଜା ଭଳି ପାର୍ବଣୟ ଋତୁ ଆସୁଛି। ଠିକଣା ସମୟରେ କାର୍ଯ୍ୟ ସାରିବାକୁ ମେଢ଼ କାରିଗରଙ୍କ ପାଖରେ ବର୍ଷ ଆରମ୍ଭରୁ ମେଢ଼ ତିଆରି ପାଇଁ ବିଭିନ୍ନ ପୂଜା ମଣ୍ଡପରୁ ଆସିଥାଏ ଅଗ୍ରିମ ଟଙ୍କା। ହେଲେ ଚଳିତବର୍ଷ ଏପର୍ଯ୍ୟନ୍ତ କୌଣସିଠାରୁ ଅଗ୍ରିମ ଟଙ୍କା ଆସି ନ ଥିବା କଟକ ଜିଲା ଚୌଦ୍ୱାର ଅଞ୍ଚଳର ଚଷାପଡ଼ା, ପାଇକରାପୁର ଓ ଗୋଡ଼ିପାଟଣାରେ ଜରିମେଢ କାର୍ଯ୍ୟ କରି ପେଟ ପୋଷୁଥିବା ୨୦ରୁ ଊର୍ଦ୍ଧ୍ୱ ପରିବାରର କାରିଗରମାନେ କହିଛନ୍ତି। ତଥାପି କରୋନା ହାରିବ, ଆଉ ଦେବଦେବୀଙ୍କ ପୂଜା ହେବ ବୋଲି କାରିଗରମାନେ ମନରେ ଆଶା ଓ ବିଶ୍ୱାସ ରଖିଛନ୍ତି। ଏହି ଆଶା ନେଇ ପରିବାରର ମହିଳା, ପିଲାଠାରୁ ସମସ୍ତ ସଦସ୍ୟ କାଗଜ ଓ ଜରିରେ ମେଢ଼ ତିଆରି କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ବାଉଁଶ ବତା, କାଗଜ, ଜରି, ନାନା ରଙ୍ଗର ଭେଲବେଟ୍‌ ଚୁମୁକି ଓ ମାଳି ପ୍ରଭୃତି କୋଲକାତାରୁ ଆଣି ଘରେ ରଖିଛନ୍ତି। ହୁଏତ ପୂଜା ପାର୍ବଣ ପାଇଁ ସାମାନ୍ୟ କଟକଣା ହଟିଯାଇପାରେ ବୋଲି ରାମଚନ୍ଦ୍ର ଗିରି, ବିଭୂତି ଭୂଷଣ ରାଉତ, ଆଶିଷ ଗିରି ମେଢ଼ କାରିଗର କୁହନ୍ତି। ଏବେ ମେଢ଼ ସବୁ ପ୍ରାୟ ଚାନ୍ଦିରେ ହେଉଥିଲେ ମଧ୍ୟ ଜରି ମେଢ଼ର ମଧ୍ୟ ଚାହିଦା କମି ନାହଁି ବୋଲି ପାଇକରାପୁରର ପୁରଣା କାରିଗର ରାମଚନ୍ଦ୍ର ଗିରି କୁହନ୍ତି। ୧୯୬୦ରେ ଏହି ମେଢ଼ ମାତ୍ର ୬୦ ଟଙ୍କାରେ ମିଳୁଥିବା ବେଳେ ଏବେ ମେଢ଼ର ମୂଲ୍ୟ ୧୦ହଜାରରୁ ଆରମ୍ଭ କରି ଦେଢ଼ଲକ୍ଷ ଟଙ୍କାରେ ପହଞ୍ଚତ୍ଲାଣି। ବରାଦ ମୁତାବକ ଜରି ଓ କାଗଜ ତିଆରି ମେଢ ତିଆରି କରାଯାଏ। ଏଠି ତିଆରି ହେଉଥିବା ମେଢ଼ର ଚାହିଦା ଥିବାରୁ କଟକ, ଢେଙ୍କାନାଳ, ଭୁବନେଶ୍ୱର, ଖୋର୍ଦ୍ଧା, ଯାଜପୁର, ଚଣ୍ଡିଖୋଲ ସମେତ ରାଜ୍ୟ ବାହାରକୁ ମଧ୍ୟ ମେଢ଼ ଯାଏ। ତେବେ ବର୍ତ୍ତମାନର ସ୍ଥିତି ସଙ୍ଗିନ ଥିବାରୁ ପରିବାର ପ୍ରତିପୋଷଣ ଦୁର୍ବିଷହ ହୋଇପଡ଼ିଛି। କେତେଜଣ କାରିଗର ପେଟ ପୋଷିବା ପାଇଁ କୌଳିକ ବୃତ୍ତିକୁ ଭୁଲି ଅନ୍ୟ ପନ୍ଥା ଆପଣାଇଲେଣି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଯଦି ସରକାରୀ ସହାୟତା ମିଳନ୍ତା, ତାହାହେଲେ ଆଗାମୀ ପିଢି ଏହି କାମକୁ ଆପଣାଇପାରନ୍ତେ ବୋଲି କାରିଗର ସୁସନ୍ଧ୍ୟା ପ୍ରଧାନ, ସୁଧାକର ପାଣୁ କୁହନ୍ତି। ସୂଚନା ଥାଉ କି, ଗତ ୨ ମାସ ତଳେ କଟକ ଏବଂ ଚୌଦ୍ୱାର ଅଞ୍ଚଳର ୭୦ରୁ ଊର୍ଦ୍ଧ୍ୱ ଜରିମେଢ କାରିଗର ସରକାରଙ୍କୁ ସହାୟତା ପାଇଁ ଜିଲାପାଳଙ୍କ ଜରିଆରେ ଏକ ଦାବିପତ୍ର ଦେଇଥିଲେ। କିନ୍ତୁ ଏପର୍ଯ୍ୟନ୍ତ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଦିଲୀପ ପଣ୍ଡା ଓ ଦେବେନ୍ଦ୍ର ରାଉତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଇଞ୍ଚପୁର ପଞ୍ଚାୟତରେ କରୋନା ଟିକାର ଶୁଭାରମ୍ଭ

ଗଞ୍ଜାମ, ୩୦।୩(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ କାଇଞ୍ଚପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର କରୋନା ଟୀକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ଖଣ୍ଡଦେଉଳି ମେଡିକାଲ ଡାକ୍ତର...

ରକ୍ତତୀର୍ଥ ଇରମରେ ଶହୀଦ ସ୍ମୃତିଦିବସ; ଶହୀଦମାନଙ୍କ ଆତ୍ମବଳି ଦାନର ପଟାନ୍ତର ନାହିଁ: ଜିଲା ପ୍ରକଳ୍ପ ନିର୍ଦ୍ଦେଶକ

ବାସୁଦେବପୁର,୨୮।୯(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁରର ରକ୍ତତୀର୍ଥ ଇରମଠାରେ ୭୭ତମ ଶହୀଦ ସ୍ମୃତିଦିବସ ପର୍ଯ୍ୟଟନ ଉନ୍ନୟନ ପରିଷଦ ଶହୀଦ ସ୍ମୃତି କମିଟି ଆନୁକୂଲ୍ୟରେ ଶନିବାର ଆୟୋଜିତ ହୋଇଯାଇଛି।...

ବିଗ୍‌ବଜାର ପକ୍ଷରୁ ପ୍ଲାଷ୍ଟିକ ସଚେତନତା: ‘ପ୍ଲାଷ୍ଟିକ ଭରୋ-ରିସାଇକେଲ କରୋ’ ଆରମ୍ଭ

ଭୁବନେଶ୍ୱର,୧୨।୯(ବ୍ୟୁରୋ): ଫ୍ୟୁଚର ଗ୍ରୁପର ରିଟେଲ ଚେନ୍‌ ବିଗ୍‌ବଜାର ପକ୍ଷରୁ ଭୁବନେଶ୍ୱରରେ ପ୍ଲାଷ୍ଟିକ ସଚେତନତା କାର୍ଯ୍ୟକ୍ରମ ‘ପ୍ଲାଷ୍ଟିକ ଭରୋ-ରିସାଇକେଲ କରୋ’ଆରମ୍ଭ ହୋଇଛି। ୟୁନାଇଟେଡ ନେଶନ୍ସ ଡେଭଲପମେଣ୍ଟ ପ୍ରୋଗ୍ରାମ...

ଏସ୍‌ସିବିରେ ଶଢୁଛି ମୃତଦେହ

କଟକ ଅଫିସ, ୧୫ା୬: ୬ ମାସ ହେବ ଏସ୍‌ସିବି ଶବଗୃହରେ ମୃତଦେହ ଶଢୁଛି। ଶବଗୃହରେ ଥିବା ୬ଟିଯାକ ଫ୍ରିଜର ଏକସଙ୍ଗେ ଅଚଳ ହୋଇପଡ଼ିବାରୁ ଏଭଳି ପରିସ୍ଥିତି...

୧୦ବର୍ଷ ପରେ କାକଟପୁରକୁ ମନ୍ତ୍ରୀପଦ:ପ୍ରଥମ ଥର ବିଜୟୀ ହୋଇ ତୁଷାରକାନ୍ତି ହେଲେ ମନ୍ତ୍ରୀ, କର୍ମୀ ମନାଇଲେ ଉତ୍ସବ

କାକଟପୁର,୨୯।୫(ଡି.ଏନ୍‌.ଏ.): କାକଟପୁର ନିର୍ବାଚନମଣ୍ଡଳୀର ବିଧାୟକ ଭାବେ ପ୍ରଥମ ଥର ଲାଗି ଇଂ ତୁଷାରକାନ୍ତି ବେହେରା ନିର୍ବାଚିତ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ରାଷ୍ଟ୍ରମନ୍ତ୍ରୀ...

କିଣା ଆଓ୍ବାର୍ଡ: ଭାଜପା

ଭୁବନେଶ୍ବର,୭।୯(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ମିଳିବା ପରେ ସେ ଭୁବନେଶ୍ୱର ଫେରିଛନ୍ତି। ତାଙ୍କୁ ସ୍ବାଗତ କରିବା ଲାଗି ହଜାର ହଜାର ସଂଖ୍ୟାରେ...

ଛତିଶଗଡ଼ ପୋଲିସର ଦାଦାଗିରି ଅଭିଯୋଗ: ଧାରଣାରେ ବସିଲେ ସୀମାନ୍ତବାସୀ

ଲଖନପୁର,୧୧।୧୨(ଡି.ଏନ୍‌.ଏ): ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ସୀମାନ୍ତବର୍ତ୍ତୀ କନକତୋର ବାବୁଖାରୀ ନିକଟରୁ ଗତ ଶନିବାର ଛତିଶଗଡ଼ ପୋଲିସ ବଳପୂର୍ବକ ଏକ ଧାନ ବୋଝେଇ ଗାଡ଼ି ସହ...

ମାର୍ଥାପୁରରେ ଦଳିତ ପରିବାରଙ୍କୁ ଆକ୍ରମଣ ଘଟଣା: ଏସଡିପିଓ, ତହସିଲଦାରଙ୍କ ଯୁଗ୍ମ ତଦନ୍ତ ,୬ ଲକ୍ଷ ଟଙ୍କା କ୍ଷତିପୁରଣ ସୁପାରିଶ

ଯାଜପୁର ଅଫିସ,୨୦।୮- ଯାଜପୁରରୋଡ ଥାନା ମାର୍ଥାପୁର ଗ୍ରାମରେ ଏକ ଦଳିତ ପରିବାରଙ୍କୁ ମରଣାନ୍ତକ ଆକ୍ରମଣ ଓ ଘରପୋଡି ଅଭିଯୋଗ ଘଟଣା ଏବେ ଭିନ୍ନ ମୋଡ ନେଇଛି।...

Advertisement
Archives

Model This Week