ଆଗକୁ ଆସୁଛି ପାର୍ବଣୟ ଋତୁ: ଦୋଛକିରେ ଜରିମେଢ଼ କାରିଗରଙ୍କ ଜୀବିକା

ଚୌଦ୍ୱାର,୯। ୮(ଡି.ଏନ୍‌.ଏ): ରାଜ୍ୟରେ କରୋନା ସ୍ଥିତି ଭୟଙ୍କର ହେବାରେ ଲାଗିଛି। ସଂକ୍ରମଣ ରୋକିବା ଲାଗି ସରକାର ଲକଡାଉନ, ଶଟ୍‌ଡାଉନ ନୀତି ଆପଣାଉ ଥିବାରୁ ସାଧାରଣ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପ୍ରବାସୀ ଓଡ଼ିଆ ରୋଜଗାର ଆଶାରେ ପୁଣି ଅନ୍ୟ ରାଜ୍ୟକୁ ଯାଉଥିବାବେଳେ ଅନ୍ୟ କେତେଜଣ ଜୀବିକା ପନ୍ଥା ବଦଳାଇବାରେ ଲାଗିଛନ୍ତି। ଏହାକୁ ଲକ୍ଷ୍ୟ ରଖି ସରକାର କିଛିଦିନ ହେବ ନୀତିନିୟମ ଓ କଟକଣା ଉପରେ କିଛି କୋହଳ ମନୋଭାବ ପ୍ରତିପୋଷଣ କରିଛନ୍ତି। ହେଲେ ବିବାହ, ବ୍ରତ, ପୂଜାପାର୍ବଣ, ଜାନିଯାତ୍ରା, ମନ୍ଦିର ମଠ ଉପରେ ଏଯାବତ୍‌ କଟକଣା ଲାଗୁ ରହିଛି। ଏହି ପରିପ୍ରେକ୍ଷୀରେ ବିଶେଷ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି ଜରିମେଢ଼ ତିଆରିରେ ପରିବାର ପ୍ରତିପୋଷଣ କରୁଥିବା କାରିଗର ପରିବାରର ଲୋକେ। ଆଗକୁ ଖୁଦୁରକୁଣୀ, ଗଣେଶ ପୂଜା, ଦୁର୍ଗା ପୂଜା ଭଳି ପାର୍ବଣୟ ଋତୁ ଆସୁଛି। ଠିକଣା ସମୟରେ କାର୍ଯ୍ୟ ସାରିବାକୁ ମେଢ଼ କାରିଗରଙ୍କ ପାଖରେ ବର୍ଷ ଆରମ୍ଭରୁ ମେଢ଼ ତିଆରି ପାଇଁ ବିଭିନ୍ନ ପୂଜା ମଣ୍ଡପରୁ ଆସିଥାଏ ଅଗ୍ରିମ ଟଙ୍କା। ହେଲେ ଚଳିତବର୍ଷ ଏପର୍ଯ୍ୟନ୍ତ କୌଣସିଠାରୁ ଅଗ୍ରିମ ଟଙ୍କା ଆସି ନ ଥିବା କଟକ ଜିଲା ଚୌଦ୍ୱାର ଅଞ୍ଚଳର ଚଷାପଡ଼ା, ପାଇକରାପୁର ଓ ଗୋଡ଼ିପାଟଣାରେ ଜରିମେଢ କାର୍ଯ୍ୟ କରି ପେଟ ପୋଷୁଥିବା ୨୦ରୁ ଊର୍ଦ୍ଧ୍ୱ ପରିବାରର କାରିଗରମାନେ କହିଛନ୍ତି। ତଥାପି କରୋନା ହାରିବ, ଆଉ ଦେବଦେବୀଙ୍କ ପୂଜା ହେବ ବୋଲି କାରିଗରମାନେ ମନରେ ଆଶା ଓ ବିଶ୍ୱାସ ରଖିଛନ୍ତି। ଏହି ଆଶା ନେଇ ପରିବାରର ମହିଳା, ପିଲାଠାରୁ ସମସ୍ତ ସଦସ୍ୟ କାଗଜ ଓ ଜରିରେ ମେଢ଼ ତିଆରି କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ବାଉଁଶ ବତା, କାଗଜ, ଜରି, ନାନା ରଙ୍ଗର ଭେଲବେଟ୍‌ ଚୁମୁକି ଓ ମାଳି ପ୍ରଭୃତି କୋଲକାତାରୁ ଆଣି ଘରେ ରଖିଛନ୍ତି। ହୁଏତ ପୂଜା ପାର୍ବଣ ପାଇଁ ସାମାନ୍ୟ କଟକଣା ହଟିଯାଇପାରେ ବୋଲି ରାମଚନ୍ଦ୍ର ଗିରି, ବିଭୂତି ଭୂଷଣ ରାଉତ, ଆଶିଷ ଗିରି ମେଢ଼ କାରିଗର କୁହନ୍ତି। ଏବେ ମେଢ଼ ସବୁ ପ୍ରାୟ ଚାନ୍ଦିରେ ହେଉଥିଲେ ମଧ୍ୟ ଜରି ମେଢ଼ର ମଧ୍ୟ ଚାହିଦା କମି ନାହଁି ବୋଲି ପାଇକରାପୁରର ପୁରଣା କାରିଗର ରାମଚନ୍ଦ୍ର ଗିରି କୁହନ୍ତି। ୧୯୬୦ରେ ଏହି ମେଢ଼ ମାତ୍ର ୬୦ ଟଙ୍କାରେ ମିଳୁଥିବା ବେଳେ ଏବେ ମେଢ଼ର ମୂଲ୍ୟ ୧୦ହଜାରରୁ ଆରମ୍ଭ କରି ଦେଢ଼ଲକ୍ଷ ଟଙ୍କାରେ ପହଞ୍ଚତ୍ଲାଣି। ବରାଦ ମୁତାବକ ଜରି ଓ କାଗଜ ତିଆରି ମେଢ ତିଆରି କରାଯାଏ। ଏଠି ତିଆରି ହେଉଥିବା ମେଢ଼ର ଚାହିଦା ଥିବାରୁ କଟକ, ଢେଙ୍କାନାଳ, ଭୁବନେଶ୍ୱର, ଖୋର୍ଦ୍ଧା, ଯାଜପୁର, ଚଣ୍ଡିଖୋଲ ସମେତ ରାଜ୍ୟ ବାହାରକୁ ମଧ୍ୟ ମେଢ଼ ଯାଏ। ତେବେ ବର୍ତ୍ତମାନର ସ୍ଥିତି ସଙ୍ଗିନ ଥିବାରୁ ପରିବାର ପ୍ରତିପୋଷଣ ଦୁର୍ବିଷହ ହୋଇପଡ଼ିଛି। କେତେଜଣ କାରିଗର ପେଟ ପୋଷିବା ପାଇଁ କୌଳିକ ବୃତ୍ତିକୁ ଭୁଲି ଅନ୍ୟ ପନ୍ଥା ଆପଣାଇଲେଣି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଯଦି ସରକାରୀ ସହାୟତା ମିଳନ୍ତା, ତାହାହେଲେ ଆଗାମୀ ପିଢି ଏହି କାମକୁ ଆପଣାଇପାରନ୍ତେ ବୋଲି କାରିଗର ସୁସନ୍ଧ୍ୟା ପ୍ରଧାନ, ସୁଧାକର ପାଣୁ କୁହନ୍ତି। ସୂଚନା ଥାଉ କି, ଗତ ୨ ମାସ ତଳେ କଟକ ଏବଂ ଚୌଦ୍ୱାର ଅଞ୍ଚଳର ୭୦ରୁ ଊର୍ଦ୍ଧ୍ୱ ଜରିମେଢ କାରିଗର ସରକାରଙ୍କୁ ସହାୟତା ପାଇଁ ଜିଲାପାଳଙ୍କ ଜରିଆରେ ଏକ ଦାବିପତ୍ର ଦେଇଥିଲେ। କିନ୍ତୁ ଏପର୍ଯ୍ୟନ୍ତ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଦିଲୀପ ପଣ୍ଡା ଓ ଦେବେନ୍ଦ୍ର ରାଉତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାୟଗଡ଼ାରେ ବଲାଙ୍ଗୀର ପୋଲିସର ଚଢ଼ାଉ: ବିପୁଳ ସୁନା-ରୂପା ଅଳଙ୍କାର ଜବତ, ୨ ସନ୍ଦିଗ୍ଧ…

କଲ୍ୟାଣସିଂହପୁର, ୨୬।୮ (ଦୀପକ କୁମାର ପରିଡା): ରାୟଗଡ଼ା ଜିଲାରେ ବଲାଙ୍ଗୀର ଜିଲା ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଚୋରି ସୁନା ଓ ରୂପା ଅଳଙ୍କାର ଜବତ…

ପିଉସାଙ୍କୁ ହତ୍ୟା କରି ପୋଡ଼ି ଦେବା ଘଟଣା: ୨ ମହିଳା ଗିରଫ, ମୋଟ ଗିରଫ ସଂଖ୍ୟା…

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିକନବାଡ଼ି ଗ୍ରାମରେ ଜମି ବିବାଦ ଓ ଗୁଣିଗାରେଡ଼ି ସନ୍ଦେହକୁ ନେଇ ମିଶ୍ର ପ୍ରଧାନଙ୍କୁ ନିର୍ମମ…

ଟ୍ରାକ୍ଟର ଭଡ଼ା ଟଙ୍କାକୁ ନେଇ ଆକ୍ରମଣ-ପ୍ରତିଆକ୍ରମଣ: ୨ ଗିରଫ, ନୋଟିସ ଦେଇ ଛାଡ଼ିଲା…

ଦିଗପହଣ୍ଡି, ୨୬।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ପୋଡ଼ାଖାଲ ଗ୍ରାମ ନିକଟରେ ଟ୍ରାକ୍ଟର ଭଡ଼ା ଟଙ୍କାକୁ ନେଇ ଆକ୍ରମଣ ଓ ପ୍ରତିଆକ୍ରମଣ…

ମା’ ଚାମୁଣ୍ଡେଶ୍ୱରୀ ମନ୍ଦିରର ହେବ ସାମଗ୍ରିକ ବିକାଶ: ପରିଚାଳନା କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଗୃହୀତ

ଦିଗପହଣ୍ଡି, ୨୬।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ କେରାଣ୍ଡିମାଳ ପର୍ବତମାଳାସ୍ଥିତ ଚାଙ୍ଗୁଡ଼ିଦେଇ ପର୍ବତ ଶିଖରରେ ବିରାଜମାନ ମା’ ଚାମୁଣ୍ଡେଶ୍ୱରୀ ମନ୍ଦିର ଉନ୍ନୟନ…

ଫାଷ୍ଟଫୁଡ୍ ଦୋକାନ ଆଢୁଆଳରେ ଚାଲିଥିଲା ବେଆଇନ ମଦ କାରବାର: ଅବକାରୀ ଟିମ୍‌ର ଅତର୍କିତ ଚଢ଼ାଉ, ଧରାପଡ଼ିଲେ…

ଦିଗପହଣ୍ଡି, ୨୬।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଢେପାପେଣ୍ଠ ଗ୍ରାମରେ ଏକ ଫାଷ୍ଟଫୁଡ୍ ଦୋକାନରୁ ବେଆଇନ ବିଦେଶୀ ମଦ ଜବତ ହୋଇଛି। ବ୍ରହ୍ମପୁର…

ରାତି ସାରା ଦୁଇ ଗାଁରେ ହାଇଭୋଲଟେଜ୍ ପ୍ରେମ ଡ୍ରାମା: ନାକେଦମ ହେଲା ନନ୍ଦିପଦା ପୋଲିସ

ହାଟଡିହୀ/ଛେନାପଦୀ, ୨୬/୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇଟି ଭିନ୍ନ ଭିନ୍ନ ଗ୍ରାମରେ ପ୍ରେମ ବ୍ୟାପାରକୁ…

ଡେରା ପକାଇଥିଲେ ବଣୁଆ ହାତୀ, ଗାଧୋଇବାକୁ ଯିବା ବେଳେ ହାବୁଡ଼ରେ ପଡ଼ିଗଲେ ଯୁବକ; ଶୁଣ୍ଢରେ କଚାଡ଼ି…

ପାଟଣା/ଢେଙ୍କିକୋଟ,୨୬।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଧୋବାପିଟଣା ଗ୍ରାମର ଜଣେ ୪୨ ବର୍ଷିୟ ଯୁବକଙ୍କୁ ବୁଧବାର ଅପରାହ୍ନରେ ଏକ ମାଇ ହାତୀ ଶୁଣ୍ଢରେ କଚାଡ଼ି…

ଗୋଧୋଇବାକୁ ଯାଇ ଫେରିଲେନି ରଥ, ସକାଳୁ ପୋଖରୀରୁ ମିଳିଲା…

ଲାଞ୍ଜିଗଡ,୨୬।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଛତ୍ରପୁର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri