ଷ୍ଟେଜ୍‌ ଉପରେ ହସିହସି ବିଦାୟୀ ଭାଷଣ ଦେଉଥିଲେ ଛାତ୍ରୀ , ହଠାତ୍‌ ଟଳିପଡ଼ିଲେ, ଭାଇରାଲ ହେଉଛି ମୃତ୍ୟୁର ଲାଇଭ୍‌ ଭିଡିଓ…

ମୁମ୍ବାଇ,୬ା୪: ମହାରାଷ୍ଟ୍ରର ଧାରାଶିବ୍‌ରୁ ଏକ ହୃଦୟବିଦାରକ ଭିଡିଓ ସାମ୍ନାକୁ ଆସିଛି। ଏଠାରେ ଛାତ୍ରୀ ଜଣକ ବିଦାୟ ସମାରୋହରେ ମଞ୍ଚ ଉପରେ ଖୁବ୍‌ ହସିହସି ଭାଷଣ ଦେଉଥିଲେ। ହଠାତ୍‌ ଟଳିପଡ଼ିଲେ। ସିନ୍ଦେ କଲେଜ, ପରନ୍ଦାର ଜଣେ ଛାତ୍ରୀ ମଞ୍ଚ ଉପରେ ଭାଷଣ ଦେଉଥିବା ସମୟରେ ଟଲିପଡ଼ିଥିଲେ। ଯାହାର ଏକ ଭିଡିଓ ସାମ୍ନାକୁ ଆସିଛି।

ଭାଷଣ ଦେଉଥିବା ସମୟରେ ତାଙ୍କ ମୁଣ୍ଡ ବୁଲାଉଥିବା ପରି ଭିଡିଓରେ ଜଣାପଡୁଛିି। ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ଡାକ୍ତର ଛାତ୍ରୀ ଜଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଛାତ୍ରୀଙ୍କ ନାମ ବର୍ଷା ଭରତ ଖରାଟ ବୋଲି ଜଣାପଡ଼ଛି। ସେ ବିଏସ୍‌ସି ତୃତୀୟ ବର୍ଷରେ ପଢୁଥିଲେ। କଲେଜରେ ବିଦାୟକାଳୀନ ସମାରୋହରେ ହସି ହସି ନିଜର ଭାବନା ପ୍ରକାଶ କରୁଥିବା ସମୟରେ ଏହି ତାଙ୍କ ମୃତ୍ୟୁର ଲାଇଭ୍‌ ଭିଡିଓ ଭାଇରାଲ ହେବାରେ ଲାଗିଛି।

ଡାକ୍ତରମାନେ କହିଛନ୍ତି, ପିଲାଦିନେ ବର୍ଷାଙ୍କ ଓପନ ହାର୍ଟ ସର୍ଜରୀ ହୋଇଥିଲା। ସେହି ସମୟରେ, ଶିକ୍ଷୟିତ୍ରୀ କହିଥିଲେ ଯେ ବର୍ଷାଙ୍କ ବାପାମାଆ ମଧ୍ୟ ତାଙ୍କୁ କହିଥିଲେ ଯେ, ତାଙ୍କର ଓପନ ହାର୍ଟ ସର୍ଜରୀ ହୋଇଛି। ତାଙ୍କର ହାର୍ଟରୋଗ ଥିଲା। ତଥାପି ଶିକ୍ଷକମାନେ କହିଛନ୍ତି, ସେ ସ୍କୁଲରେ ପଢ଼ୁଥିବା ସମୟରେ ସେମାନେ କେବେ ତାଙ୍କୁ ଅସୁସ୍ଥ ଥିବା ଲକ୍ଷ୍ୟ କରି ନ ଥିଲେ।

ନାଡି ହେଉଛି ସୋଲାପୁର ଜିଲାର ମାଧା ତାଲୁକ ଅନ୍ତର୍ଗତ ପାରାଣ୍ଡିଆ ସହିତ ଲାଗିଥିବା ଏକ ଗ୍ରାମ। ଛାତ୍ରୀଙ୍କ ମାତାପିତା ସେଠାରେ ଚାଷ କାମ କରନ୍ତି। ବର୍ଷାଙ୍କ ଘରେ ଆଉ ଜଣେ ଭଉଣୀ ଏବଂ ଆଉ ଜଣେ ଭାଇ ଅଛନ୍ତି। ବର୍ଷାଙ୍କ ମୃତ୍ୟୁ ପରିବାର ଉପରେ ଦୁଃଖର ପାହାଡ଼ ଆଣିଦେଇଛି।

ନିକଟ ଅତୀତରେ, ଏପରି ଅନେକ ଘଟଣା ସାମ୍ନାକୁ ଆସିବା ଆରମ୍ଭ ହୋଇଛି ଯେଉଁଠାରେ ଲୋକମାନେ ଜିମ୍ରେ ନାଚୁଥିବା, ଗୀତ ଗାଉଥିବା, କଥା ହେଉଥିବା କିମ୍ବା ବ୍ୟାୟାମ କରୁଥିବା ସମୟରେ ହଠାତ୍‌ ପଡ଼ିଯାଇ ପ୍ରାଣ ହରାଇଥାନ୍ତି। ଏପରି ଅଧିକାଂଶ କ୍ଷେତ୍ରରେ, ହୃଦଘାତର ମାମଲା ରହିଛି। ତଥାପି ଧାରାଶିବ ମାମଲାରେ, ବର୍ଷା ନାମକ ଛାତ୍ରୀଙ୍କର ପୂର୍ବରୁ ହୃଦରୋଗ ଥିଲା। ଏହି ଭିଡିଓଟି ଯନ୍ତ୍ରଣାଦାୟକ। ସମସ୍ତଙ୍କୁ ନିଜର ଏବଂ ନିଜ ପରିବାରର ବିଶେଷ ଯତ୍ନ ନେବାକୁ ଅନୁରୋଧ।


Enter your email to get our daily news in your inbox.

All Right Reserved By Dharitri.Com

ଭେନେଜୁଏଲା ଭୂମିକମ୍ପର ଭାରତ ଉପରେ କି ପ୍ରଭାବ ପଡ଼ିବ? ଅଶୋଧିତ ତୈଳ ଯୋଗାଣ ପାଇଁ ଦେଖାଦେଲାଣି ସଙ୍କଟ

କାରାକାସ,୨୬।୬: ଭେନେଜୁଏଲାରେ ଦୁଇଟି ଶକ୍ତିଶାଳୀ ଭୂମିକମ୍ପ କେବଳ ସେଠାରେ ବ୍ୟାପକ କ୍ଷୟକ୍ଷତି ଘଟାଇନାହିଁ ବରଂ ଭାରତର ଅଶୋଧିତ ତୈଳ ଯୋଗାଣ ସମ୍ପର୍କରେ ନୂତନ ଚିନ୍ତା ସୃଷ୍ଟି କରିଛି।…

ହର୍ମୁଜରେ ପୁଣି ଆକ୍ରମଣ, ଜାହାଜକୁ ଟାର୍ଗେଟ କଲା ଇରାନ, ଜାଣନ୍ତୁ କେଉଁ ଜାହାଜ ଉପରେ ହୋଇଛି ଆକ୍ରମଣ

ତେହରାନ,୨୬।୬: ଶାନ୍ତି ଚୁକ୍ତିନାମା ପରେ ହର୍ମୁଜ ପ୍ରଣାଳୀରେ ପୁଣି ଥରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଦେଖାଦେଇଛି। ଇରାନ ଏକ ଜାହାଜକୁ ଟାର୍ଗେଟ କରି ଅଭିଯୋଗ କରିଛି ଯେ ଏହା…

ସାଧାରଣ ପାସ୍‌ପୋର୍ଟ ଫି’ ୨୫୦୦ ଟଙ୍କାକୁ ବୃଦ୍ଧି, ତତ୍କାଳ ପାଇଁ ଦେବାକୁ ପଡ଼ିବ ୫ ହଜାର

ନୂଆଦିଲ୍ଲୀ,୨୬ା୬(ପି.ଟି.): କେନ୍ଦ୍ର ସରକାର ଦେଶରେ ପାସ୍‌ପୋର୍ଟ ପ୍ରସ୍ତୁତି ଏବଂ ଏହାର ନବୀକରଣ (ରି-ଇସ୍ୟୁ) ଫି’ରେ ବଡ଼ଧରଣର ବୃଦ୍ଧି କରିଛନ୍ତି । ୧୯୮୦ ମସିହାର ‘ପାସ୍‌ପୋର୍ଟ ନିୟମାବଳୀ’ରେ ସଂଶୋଧନ…

କ୍ୟାନ୍‌ସର ଔଷଧ, ଟିକା, ଆଣ୍ଟିବାୟୋଟିକ୍‌ରେ ‘କ୍ୟୁଆର୍‌ କୋଡ୍‌’ ବାଧ୍ୟତାମୂଳକ, ଜୁଲାଇ ୧ରୁ ପ୍ରଥମ ପର୍ଯ୍ୟାୟ ନିୟମ ଲାଗୁ

ନୂଆଦିଲ୍ଲୀ,୨୬ା୬(ପି.ଟି.): ଦେଶରେ ନକଲି ଏବଂ ନିମ୍ନମାନର ଔଷଧର ବେଆଇନ କାରବାରକୁ ରୋକିବା ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ବର୍ତ୍ତମାନ ସମସ୍ତ ପ୍ରକାର ଆଣ୍ଟିବାୟୋଟିକ୍‌…

ହଠାତ୍‌ ନାବାଳିକଙ୍କ ହେଲା ପ୍ରସବ ବେଦନା: ମେଡିକାଲ ନେବାରୁ…

ଫୁଲବାଣୀ,୨୬ା୬(ରାକେଶ କୁମାର ରାଉତ):କନ୍ଧମାଳ ଜିଲା ଟିକାବାଲି ବ୍ଲକ ଅଞ୍ଚଳରେ ଜଣେ ନାବାଳିକା କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି I ୧୭ ବର୍ଷୀୟା ଏହି ନାବାଳିକା ଜଣକ ଭୁବନେଶ୍ୱର…

ମା’ଙ୍କୁ କାଠଫାଳିଆରେ ପିଟିପିଟି ଲହୁଲୁହାଣ କଲେ ପୁଅ: ଆଉ ତା’ପରେ ଘଟିଲା…

ଉଦଳା,୨୬।୬(ସନ୍ତୋଷ କୁମାର ବାଛିନି): ଜନ୍ମ କଲା ପୁଅ ସାଜିଲା ଅମଣିଷ। ଅତି ନିର୍ମମ ଭାବେ ମା’ଙ୍କୁ ବାଡେଇ ଲହୁଲୁହାଣ କଲେ ପୁଅ। ନିଶା ଖାଇ ଆସି କାଠ…

ଘରୁ ଡାକି ନେଇ ଯୁବକଙ୍କୁ ହତ୍ୟା ଅଭିଯୋଗ, ଥାନା ଘେରାଉ କଲେ ୨ଶହରୁ ଊର୍ଦ୍ଧ୍ୱ ଗ୍ରାମବାସୀ

ଧାମନଗର,୨୬।୬ (କାଳନ୍ଦି ବେହେରା): ଚାନ୍ଦବାଲି ବ୍ଲକ ଅଧୀନ ଓଳଗ ପଞ୍ଚାୟତର ଷାଠିବାଙ୍କୁଡା ଗାଁରେ ଜଣେ ଯୁବକଙ୍କୁ ଘରୁ ଡାକି ନେଇ ହତ୍ୟା କରାଯାଇଥିବା ନେଇ ପରିବାର ଓ…

ସୁନା ଦର ବୃଦ୍ଧିରୁ ‘ଫିଫା ଟ୍ରଫି’ ମୂଲ୍ୟ ୨ ଗୁଣରୁ ଅଧିକ

ନୂଆଦିଲ୍ଲୀ,୨୬।୬(ପି.ଟି.): ବିଶ୍ୱ ବଜାରରେ ସୁନା ଦରର ପ୍ରବଳ ବୃଦ୍ଧି ଯୋଗୁ ଫିଫା ବିଶ୍ୱକପ୍‌ ଟ୍ରଫିର ଧାତବ ବଜାର ମୂଲ୍ୟରେ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି । ଆର୍ଥିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri