Posted inଫୁରସତ

ଆଲିଙ୍ଗନ କରି ପର୍ଯ୍ୟଟକଙ୍କୁ ସ୍ବାଗତ କରୁଛି ସିଂହ

ସିଂହର ଗର୍ଜନରେ ଦେହ ଥରିଯାଏ। ପାଖରେ ଦେଖିଲେ ତ ମୃତ୍ୟୁକୁ ସାମ୍‌ନାରେ ଦେଖିଲା ପରି ମନେ ହୁଏ। କିନ୍ତୁ କ୍ରିମିଆ ପେନିନସୁଲାରେ ଥିବା ଟାଇଗର୍‌ ସଫାରୀରେ ଦେଖିବାକୁ ମିଳେ ଏମିତି ଏକ ଦୃଶ୍ୟ ଯାହା ଅଦ୍ଭୁତ ଓ ବେଶ୍‌ ଭୟଙ୍କର ଲାଗିବ। କାରଣ ସଫାରୀରେ ଗଲାବେଳେ ସଫାରୀ ଗାଡି ଭିତରକୁ ଚାଲି ଆସନ୍ତି ବିରାଟକାୟ ସିଂହ। ପର୍ଯ୍ୟଟକଙ୍କୁ ଆଲିଙ୍ଗନ କରି କୁକୁର ବିଲେଇ ପରି ତାଙ୍କ ସହ ଘସି ହୁଅନ୍ତି। ଜିଭରେ ଚାଟି ଗେଲ କରନ୍ତି। ଏତେ ବଡ ସିଂହକୁ ଏତେ ପାଖରେ ପାଇ ପର୍ଯ୍ୟଟକ ଭୟରେ ଶିହରୀ ଉଠନ୍ତି, ହେଲେ ଯେବେ ସିଂହ କିଛି କ୍ଷତି ନ କରି ସ୍ନେହରେ ଆଲିଙ୍ଗନ କରି ଗେଲ ହୁଏ ମନରେ ଦମ୍ଭ ଆସେ। ଭୟ ଦୂରେଇଯାଏ। ୩୦ ହେକ୍ଟର ପରିମିତ ଅଞ୍ଚଳରେ ପରିବ୍ୟାପ୍ତ ଏହି ସଫାରୀ ପାର୍କରେ ସିଂହଙ୍କର ବ୍ରିଡ କରାଯାଏ। ଆଉ ଛୋଟବେଳୁ ସିଂହଙ୍କୁ ଏଭଳି ତାଲିମ ଦିଆଯାଏ ଯେ, ଏମାନେ ମଣିଷର କିଛି କ୍ଷତି କରନ୍ତି ନାହିଁ। ବରଂ ମଣିଷଙ୍କ ସହ ବେଶ୍‌ ସହଜରେ ମିଶନ୍ତି ଓ ବନ୍ଧୁ ଭଳି ବ୍ୟବହାର କରନ୍ତି। ତେଣୁ ପାର୍କ ଭିତରକୁ ଗାଡି ପ୍ରବେଶ କରିବା ଦେଖିବାମାନେ ସିଂହମାନେ ଗାଡି ଭିତରକୁ ଚାଲି ଆସି ପର୍ଯ୍ୟଟକଙ୍କୁ ଆଲିଙ୍ଗନ କରି ସ୍ବାଗତ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏକମାତ୍ର ନଦୀ, ଯାହାର ବାଲିରୁ ମିଳେ ସୁନା! ଓଡ଼ିଶାରେ ବି ବୋହୁଛି…

ନୂଆଦିଲ୍‌ଲୀ,୨୬।୯: ଭାରତରେ ନଦୀଗୁଡ଼ିକୁ କେବଳ ଜଳର ଉତ୍ସ ଭାବେ ଗ୍ରହଣ କରାଯାଏ ନାହିଁ, ବରଂ ଦେଶର ଅର୍ଥନୀତି ଏବଂ ଲୋକଙ୍କ ଦୈନନ୍ଦିନ ଜୀବନରେ ମଧ୍ୟ ଏଗୁଡ଼ିକର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?