ପାଚେରି ଡେଇଁ ବାହାରକୁ ଆସିଲା ସିଂହ ଛୁଆ

ବାରଙ୍ଗ,୮।୧୨(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନ ବିବାଦର ପିଛା ଛାଡୁ ନ ଥିବାବେଳେ ଏବେ ପୁଣି ଏକ ନୂଆ ବିବାଦରେ ଛନ୍ଦି ହୋଇଯାଇଛି। ବୁଧବାର ଲାଳନପାଳନ କେନ୍ଦ୍ରରେ ରହି ବଢୁଥିବା ସିଂହ ଛୁଆ କାମିନୀ ପାଇଁ ଜନ୍ତୁ ବିଭାଗର ଚିନ୍ତା ବଢ଼ିଯାଇଛି। ଲାଳନପାଳନ କେନ୍ଦ୍ର ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଦାୟିତ୍ୱହୀନତା ଓ ପ୍ରାଣୀ ବିଭାଗର ଖାମଖିଆଲ ନୀତି ଯୋଗୁ କାମିନୀ ବଗିଚାରେ ଖେଳୁଥିବାବେଳେ ପାଚେରି ଡେଇଁ ବାହାରକୁ ଚାଲିଯାଇଥିଲା। ଏପରି କି କର୍ମଚାରୀମାନଙ୍କ ନଜରକୁ ଏହା ଆସି ନ ଥିବାବେଳେ ପ୍ରାୟ ୪୫ ମିନିଟ ପରେ ଘଟଣା ବିଷୟରେ ଜାଣି ତାକୁ ଖୋଜି ଉଦ୍ଧାର କରାଯାଇଛି।

ପ୍ରକାଶ ଯେ, ଡାକ୍ତରଖାନା ପଛପଟେ ରହିଛି ଲାଳନପାଳନ କେନ୍ଦ୍ର। ଜଣେ ଅସ୍ଥାୟୀ କର୍ମଚାରୀ ହାତକୁ ଏହା ଟେକିଦେଇ ପ୍ରାଣୀ ବିଭାଗ ଠିକାଦାରି କାମରେ ଲାଗିପଡିଛି। ଏହି କର୍ମଚାରୀ ଜଣଙ୍କ ବୁଧବାର ଦ୍ୱିପ୍ରହର ସମୟରେ ବଜ୍ରକାପ୍ତା ପ୍ରଜନନ କେନ୍ଦ୍ର ସମ୍ମୁଖରେ ଥିବା ଛୋଟ ବଗିଚାରେ ସିଂହ ଛୁଆ କାମିନୀ ଓ ବାଘଛୁଆ ହିମାଂଶୀକୁ ଖେଳିବାକୁ ଛାଡ଼ିଦେଇଥିଲେ। କିଛି ସମୟ ପରେ ଅଳିଆ ପକାଇବାକୁ ସେହି ରାସ୍ତାରେ ଆସୁଥିବା ଏକ ଟ୍ରାକ୍ଟରର ଚକ ଖାଲରେ ପଡ଼ିଯିବାର ଶବ୍ଦ ହୋଇଥିଲା। ଏଥିରେ ଭୟଭୀତ ହୋଇ କାମିନୀ ବଗିଚାର ଛୋଟ ପାଚେରି ଡେଇଁ ବାହାରକୁ ଚାଲିଯାଇଥିବାବେଳେ ହିଂମାଶୀ ରହଣିସ୍ଥାନକୁ ପଳାଇଥିଲା। ଏହି ଦୁଇ ବନ୍ୟପ୍ରାଣୀ ଛୁଆକୁ ଖେଳିବାକୁ ଛାଡ଼ି ନିଜ କାମରେ ଯାଇଥିବା କର୍ମଚାରୀ ଜଣଙ୍କ ଆସି ଦେଖିବାବେଳକୁ ଦୁଇଟିଯାକ ଛୁଆ ବଗିଚାରେ ନ ଥିଲେ। ଏହାପରେ ହିଂମାଶୀକୁ ରହିବାଘରେ ପାଇଥିବାବେଳେ କାମିନୀକୁ ନ ପାଇ ଚିନ୍ତା ବଢିଯାଇଥିଲା। ବହୁ ଖୋଜାଖୋଜି କରି ନିରାଶ ହେବା ପରେ ପ୍ରାଣୀ ବିଭାଗକୁ ଖବର ଦେଇଥିଲେ। ଏହାପରେ ପ୍ରାଣୀ ବିଭାଗର କର୍ମଚାରୀମାନେ ଆସି ଖୋଜିବାର ପ୍ରାୟ ୪୫ମିନିଟ ପରେ ଜନ୍ତୁ ଖାଦ୍ୟସଂଗ୍ରହ ଘର ପଛପଟ ଜଙ୍ଗଲକୁ ସଫା କରି ଏକ ଗଛମୂଳରେ ଲୁଚିଥିବା ସିଂହ ଛୁଆ କାମିନୀକୁ ଉଦ୍ଧାର କରାଯାଇଥିଲା। ଏହି ସମୟରେ ୩ଜଣ ମହିଳା ପର୍ଯ୍ୟଟକ ଭୁଲବଶତଃ ଡାକ୍ତରଖାନା ପାର୍ଶ୍ୱ ରାସ୍ତାରେ ପଶିଯାଇଥିବାବେଳେ ସିଂହଛୁଆଟି ବାହାରେ ଦୌଡ଼ି ଯିବାର ଦେଖି ଭୟରେ ସେଠାରୁ ଆସି କିଛି ଦୂରରେ ଥିବା ଜଣେ କର୍ମଚାରୀଙ୍କୁ ସୂଚନା ଦେଇଥିଲେ। କର୍ମଚାରୀ ଜଣଙ୍କ ମହିଳାଙ୍କ କଥାକୁ ସହଜରେ ବିଶ୍ୱାସ କରି ନ ଥିବାବେଳେ ଶେଷରେ କାମିନୀକୁ ଖୋଜିବାରେ ମହିଳା ପର୍ଯ୍ୟଟକଙ୍କ ସୂଚନା କାମରେ ଲାଗିଥିଲା। ତେବେ ଏକ ବଡ଼ ବିବାଦରୁ ନନ୍ଦନକାନନ ବର୍ତ୍ତିଯାଇଥିବାବେଳେ ଅସ୍ଥାୟୀ କର୍ମଚାରୀଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରିଦେଇ କାମ ସାରିଦେଉଥିବାର ଏହା କୁପରିଣାମ ବୋଲି ଚର୍ଚ୍ଚା ଜୋର ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

କାନ୍ଥରୁ ଲିଭିନି ‘ଶୁଭ ବିବାହ: ଭାଇ ହାତରେ ରାଖୀ ବାନ୍ଧିବାକୁ ଚାହିଁ ରହିଥିଲା ଭଉଣୀ , ହେଲେ ବିଧିର ବିଧାନ କିଛି ଅଲଗା ଫେରୁଛି ଶବ

ଖଲ୍ଲିକୋଟ, ୨୩/୮ (ପ୍ରଶାନ୍ତ କୁମାର ମିଶ୍ର/ବିଦ୍ୟାଧର ସାହୁ): ଗଞ୍ଜାମରେ ସରୁନି ଦାଦନ ଦୁଃଖ। ଭଉଣୀ ହାତରେ ରହିଗଲା ରାଖୀ, ଦୁବାଇରୁ ଆସିଲା ଭାଇଙ୍କ ମୃତଦେହ। ସରକାର ବଦଳୁଛି,…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri