ପାଚେରି ଡେଇଁ ବାହାରକୁ ଆସିଲା ସିଂହ ଛୁଆ

ବାରଙ୍ଗ,୮।୧୨(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନ ବିବାଦର ପିଛା ଛାଡୁ ନ ଥିବାବେଳେ ଏବେ ପୁଣି ଏକ ନୂଆ ବିବାଦରେ ଛନ୍ଦି ହୋଇଯାଇଛି। ବୁଧବାର ଲାଳନପାଳନ କେନ୍ଦ୍ରରେ ରହି ବଢୁଥିବା ସିଂହ ଛୁଆ କାମିନୀ ପାଇଁ ଜନ୍ତୁ ବିଭାଗର ଚିନ୍ତା ବଢ଼ିଯାଇଛି। ଲାଳନପାଳନ କେନ୍ଦ୍ର ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଦାୟିତ୍ୱହୀନତା ଓ ପ୍ରାଣୀ ବିଭାଗର ଖାମଖିଆଲ ନୀତି ଯୋଗୁ କାମିନୀ ବଗିଚାରେ ଖେଳୁଥିବାବେଳେ ପାଚେରି ଡେଇଁ ବାହାରକୁ ଚାଲିଯାଇଥିଲା। ଏପରି କି କର୍ମଚାରୀମାନଙ୍କ ନଜରକୁ ଏହା ଆସି ନ ଥିବାବେଳେ ପ୍ରାୟ ୪୫ ମିନିଟ ପରେ ଘଟଣା ବିଷୟରେ ଜାଣି ତାକୁ ଖୋଜି ଉଦ୍ଧାର କରାଯାଇଛି।

ପ୍ରକାଶ ଯେ, ଡାକ୍ତରଖାନା ପଛପଟେ ରହିଛି ଲାଳନପାଳନ କେନ୍ଦ୍ର। ଜଣେ ଅସ୍ଥାୟୀ କର୍ମଚାରୀ ହାତକୁ ଏହା ଟେକିଦେଇ ପ୍ରାଣୀ ବିଭାଗ ଠିକାଦାରି କାମରେ ଲାଗିପଡିଛି। ଏହି କର୍ମଚାରୀ ଜଣଙ୍କ ବୁଧବାର ଦ୍ୱିପ୍ରହର ସମୟରେ ବଜ୍ରକାପ୍ତା ପ୍ରଜନନ କେନ୍ଦ୍ର ସମ୍ମୁଖରେ ଥିବା ଛୋଟ ବଗିଚାରେ ସିଂହ ଛୁଆ କାମିନୀ ଓ ବାଘଛୁଆ ହିମାଂଶୀକୁ ଖେଳିବାକୁ ଛାଡ଼ିଦେଇଥିଲେ। କିଛି ସମୟ ପରେ ଅଳିଆ ପକାଇବାକୁ ସେହି ରାସ୍ତାରେ ଆସୁଥିବା ଏକ ଟ୍ରାକ୍ଟରର ଚକ ଖାଲରେ ପଡ଼ିଯିବାର ଶବ୍ଦ ହୋଇଥିଲା। ଏଥିରେ ଭୟଭୀତ ହୋଇ କାମିନୀ ବଗିଚାର ଛୋଟ ପାଚେରି ଡେଇଁ ବାହାରକୁ ଚାଲିଯାଇଥିବାବେଳେ ହିଂମାଶୀ ରହଣିସ୍ଥାନକୁ ପଳାଇଥିଲା। ଏହି ଦୁଇ ବନ୍ୟପ୍ରାଣୀ ଛୁଆକୁ ଖେଳିବାକୁ ଛାଡ଼ି ନିଜ କାମରେ ଯାଇଥିବା କର୍ମଚାରୀ ଜଣଙ୍କ ଆସି ଦେଖିବାବେଳକୁ ଦୁଇଟିଯାକ ଛୁଆ ବଗିଚାରେ ନ ଥିଲେ। ଏହାପରେ ହିଂମାଶୀକୁ ରହିବାଘରେ ପାଇଥିବାବେଳେ କାମିନୀକୁ ନ ପାଇ ଚିନ୍ତା ବଢିଯାଇଥିଲା। ବହୁ ଖୋଜାଖୋଜି କରି ନିରାଶ ହେବା ପରେ ପ୍ରାଣୀ ବିଭାଗକୁ ଖବର ଦେଇଥିଲେ। ଏହାପରେ ପ୍ରାଣୀ ବିଭାଗର କର୍ମଚାରୀମାନେ ଆସି ଖୋଜିବାର ପ୍ରାୟ ୪୫ମିନିଟ ପରେ ଜନ୍ତୁ ଖାଦ୍ୟସଂଗ୍ରହ ଘର ପଛପଟ ଜଙ୍ଗଲକୁ ସଫା କରି ଏକ ଗଛମୂଳରେ ଲୁଚିଥିବା ସିଂହ ଛୁଆ କାମିନୀକୁ ଉଦ୍ଧାର କରାଯାଇଥିଲା। ଏହି ସମୟରେ ୩ଜଣ ମହିଳା ପର୍ଯ୍ୟଟକ ଭୁଲବଶତଃ ଡାକ୍ତରଖାନା ପାର୍ଶ୍ୱ ରାସ୍ତାରେ ପଶିଯାଇଥିବାବେଳେ ସିଂହଛୁଆଟି ବାହାରେ ଦୌଡ଼ି ଯିବାର ଦେଖି ଭୟରେ ସେଠାରୁ ଆସି କିଛି ଦୂରରେ ଥିବା ଜଣେ କର୍ମଚାରୀଙ୍କୁ ସୂଚନା ଦେଇଥିଲେ। କର୍ମଚାରୀ ଜଣଙ୍କ ମହିଳାଙ୍କ କଥାକୁ ସହଜରେ ବିଶ୍ୱାସ କରି ନ ଥିବାବେଳେ ଶେଷରେ କାମିନୀକୁ ଖୋଜିବାରେ ମହିଳା ପର୍ଯ୍ୟଟକଙ୍କ ସୂଚନା କାମରେ ଲାଗିଥିଲା। ତେବେ ଏକ ବଡ଼ ବିବାଦରୁ ନନ୍ଦନକାନନ ବର୍ତ୍ତିଯାଇଥିବାବେଳେ ଅସ୍ଥାୟୀ କର୍ମଚାରୀଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରିଦେଇ କାମ ସାରିଦେଉଥିବାର ଏହା କୁପରିଣାମ ବୋଲି ଚର୍ଚ୍ଚା ଜୋର ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ ମହିଳା

ଖୋର୍ଦ୍ଧା,୨୬ା୪(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତା ମେ’୨୫ତାରିଖରେ ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ।...

୮ ବର୍ଷ ହେଲା ସରୁନି ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟ

କୋଣାର୍କ,୨୬।୪(ଜ୍ୟୋତିରାଜ ମହାନ୍ତି): କୋଣାର୍କ ନିକଟସ୍ଥ ସୁତନ ପଞ୍ଚାୟତର ୬ଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ୨୦୧୬ରେ ଓପିଟିସିଏଲ୍‌ ମାଧ୍ୟମରେ ଆରମ୍ଭ ହୋଇଥିବା ସୁତନ ୩୩...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri