ପ୍ରତିଶ୍ରୁତି ରକ୍ଷା ପାଇଁ ଅଣ୍ଟା ଭିଡ଼ିଲେ ବିଡିଓ: ଉଠା ଦୋକାନୀଙ୍କୁ ମିଳିବ ନ୍ୟାୟ

ଦାରିଙ୍ଗବାଡି,୧୪।୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିରେ ଉଠା ଦୋକାନୀଙ୍କ ତହସିଲ କାର୍ଯ୍ୟାଳୟ ଘେରାଉ ଘଟଣା ପରେ ସ୍ଥାନୀୟ ପ୍ରଶାସନ ଥଇଥାନ ପାଇଁ ପଦକ୍ଷେପ ଜୋରଦାର ଆରମ୍ଭ ହୋଇଯାଇଛି। ସ୍ଥାନୀୟ ବିଡ଼ିଓ ପ୍ରୀତିରଞ୍ଜନ ରଥ ନିଜେ ଉଠା ଦୋକାନୀଙ୍କ ପାଇଁ ଥଇଥାନ ପାଇଁ ନିଆଯାଇଥିବା ଜମିରେ ପୂର୍ବ ନିର୍ଦ୍ଧାରିତ ପରିକଳ୍ପନାକୁ କାର୍ଯ୍ୟକାରୀ ପାଇଁ ଅଣ୍ଟା ଭିଡ଼ିଛନ୍ତି। ସେ ପିଣ୍ଡି ନିର୍ମାଣ ଓ ପୂର୍ବରୁ ରହିଥିବା ପିଣ୍ଡି ଉପରେ ଦୋକାନ ଗୃହ ନିର୍ମାଣ, ପିଇବା ପାଣି ପାଇଁ ଆରଓ ସ୍ଥାପନ, ବିଦ୍ୟୁତ ସଂଯୋଗ ପାଇଁ ସ୍ଥାନ ନିରୂପଣ ସହ ଡ୍ରେନେଜ ବ୍ୟବସ୍ଥା ପାଇଁ ନିଜେ ଉପସ୍ଥିତ ରହି ତଦାରଖ କରିଛନ୍ତି। ବିଡ଼ିଓ ଏହି ସମସ୍ତ କାର୍ଯ୍ୟକୁ ଆସନ୍ତା ୧୫ ଦିନ ମଧ୍ୟରେ ସାରିବାକୁ କନିଷ୍ଠ ଯନ୍ତ୍ରୀ ଧୀରେନ ସେଠୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟରେ ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କ ସହ ସ୍ଥାନୀୟ ସରପଞ୍ଚ ଚନ୍ଦ୍ରିକା ମଲିକ, କନିଷ୍ଠ ଯନ୍ତ୍ରୀ ଧୀରେନ ସେଠୀ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରୋଶନ ରଥ ପ୍ରମୁଖ ଉପସ୍ଥିତ ରହିଥିଲେ।

ଏନେଇ ବିଡ଼ିଓ ରଥ ପ୍ରତିକ୍ରିୟାରେ କହିଛନ୍ତି, ଦାରିଙ୍ଗବାଡି ବଜାରରେ କୌଣସି ପନିପରିବା ଦୋକାନ ଖୋଲିବାକୁ ଦିଆଯିବ ନାହିଁ। ସମସ୍ତ ପନିପରିବା ଏହି ସ୍ବତନ୍ତ୍ର ମାର୍କେଟରେ ବିକ୍ରିବଟା କରାଯିବ। ଦାରିଙ୍ଗବାଡିରେ ହୋଲସେଲ ଓ ଖୁଚୁରା ପନିପରିବା ବିକ୍ରିବଟା ଏହି ଗୋଟିଏ ସ୍ଥାନରେ ହିଁ କରାଯିବ। ଏଥିସହ ସମସ୍ତ ବସ ଗୁଡିକ ଓ ଯାତ୍ରୀବାହୀ ଅଟୋ ଏହି ମାର୍କେଟ ନିକଟ ବସଷ୍ଟାଣ୍ଡରେ ହିଁ ପାର୍କିଂ କରିବେ। ଫଳରେ ଗ୍ରାହକମାନେ ଏହି ନୂତନ ବଜାରରେ ନିଜ ମନ ପସନ୍ଦର ପନିପରିବା ସହ ଅନ୍ୟ ଦୋକାନରୁ ମାର୍କେଟିଂ କରିବା ସହଜ ହେବ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ସମସ୍ତ ଉଠାଦୋକାନୀଙ୍କୁ ଥଇଥାନ କରାଯିବ। ଆବଶ୍ୟକ ପଡିଲେ ଜମି ପାଇଁ ତହସିଲଦାରଙ୍କୁ କୁହାଯିବ। ଜମି ଯୋଗାଇଦେଲେ ଆହୁରି ସ୍ବତନ୍ତ୍ର ଜନଜାତି ହାଟ ନିର୍ମାଣ ପାଇଁ ବାଲିଗୁଡା ଆଇଟିଡିଏର ପ୍ରକଳ୍ପ ପ୍ରଶାସକଙ୍କୁ ନିବେଦନ କରାଯିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ଯେ, ପ୍ରାୟ ୧୭୦ ଜଣ ଉଠା ଦୋକାନୀ ଦୋକାନ ଗୃହ ପାଇବା ପାଇଁ ଆବେଦନ କରିଥିବା ବେଳେ ଏବେ ସୁଦ୍ଧା ୯୦ଜଣଙ୍କୁ ଦୋକାନ ଗୃହ ଯୋଗାଇଦିଆଯାଇଛି। ଆହୁରି ପ୍ରଶାସନ ପାଇଁ ଦୋକାନ ଗୃହ ର ଆବଶ୍ୟକତା ରହିଥିବାରୁ ତାକୁ ପୁରଣ ପାଇଁ ଯୁଦ୍ଧ କାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଛି ।
ସୂଚନାଯୋଗ୍ୟ ଯେ, ୫୯ନଂ ଜାତୀୟ ରାଜପଥ ଉପରୁ ଉଠା ଦୋକାନୀଙ୍କୁ ଗତ ଜାନୁୟାରୀ ୨୧ରେ ଜବରଦଖଲ ଉଚ୍ଛେଦ କରାଯାଇଥିବାବେଳେ ଥଇଥାନରେ ବିଳମ୍ବ ଯୋଗୁ ଉଠା ଦୋକାନୀ ସଂଘ ପକ୍ଷରୁ ଶୁକ୍ରବାର ତହସିଲ କାର୍ଯ୍ୟାଳୟକୁ ଘେରାଉ କରିବା ସହ ଥଇଥାନ କର ନ ହେଲେ ଆମ ପରିବାର ଲୋକଙ୍କୁ ଖାଇବାକୁ ଦେଇ ପ୍ରତିପୋଷଣ କର ବୋଲି ଦାବିରେ ବିକ୍ଷୋଭ କରିବା ସହ ଦୀର୍ଘ ସମୟ ଧରି କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ। ପରେ ବିଡିଓ ରଥ, ତହସିଲଦାର ଧୀରୋଜ ପାତ୍ର, ଆଇଆଇଆସି ସଂଗ୍ରାମ କେଶରୀ ଜେନା ପ୍ରମୁଖ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ଆଲୋଚନା ପରେ ୧୫ ଦିନ ମଧ୍ୟରେ ଥଇଥାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ପରେ ଆନ୍ଦୋଳନକାରୀମାନେ ସେଠାରୁ ଉଠିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ଫାଇନାଲରେ ଏହି ୩ ପାକିସ୍ତାନୀ ଖେଳାଳି ଭାରତ ପାଇଁ କାଳ! ମ୍ୟାଚର ମୋଡ଼ ପଲଟାଇବାରେ ମାହିର, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୧।୧୦: ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ହେଲେ ରୋମାଞ୍ଚର କୌଣସି ଅଭାବ ରହେ ନାହିଁ। ଏବେ ଏସିଆନ ଗେମ୍ସ ୨୦୨୬ର ଫାଇନାଲରେ ଦୁଇ ଦଳ…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?