ମାନବ ସମାଜର ଜୀବନରେଖା

ଅଲେଖ ଚନ୍ଦ୍ର ସାମଲ

 

ନଦୀ ମାନବ ସମାଜ ପାଇଁ ଜୀବନରେଖାର ଭୂମିକା ନିର୍ବାହ କରିଆସିଛି। ମନୁଷ୍ୟକୁ ଜଳ ଯୋଗାଇ ଦେବା ସହ ଜୈବ ବିବିଧତା ସଂରକ୍ଷଣ, କୃଷି କାର୍ଯ୍ୟରେ ସହାୟତା କରିଆସିଛି ନଦୀ। ମାନବ ସଭ୍ୟତା ଗଢ଼ି ଉଠିବା ଦିନଠାରୁ ନଦୀ ଏକ ଉପକାରୀ ପ୍ରାକୃତିକ ଜଳଉତ୍ସ ଭାବେ ସର୍ବଦା ମଣିଷକୁ ସହାୟତା ଯୋଗାଇ ଆସିଛି। ନଦୀ ଉପତ୍ୟକାରେ ଅନେକ ସମୃଦ୍ଧ ସଭ୍ୟତା ଗଢ଼ି ଉଠିଥିବା ଇତିହାସରେ ବର୍ଣ୍ଣିତ। ହେଲେ ବର୍ତ୍ତମାନ ନଦୀଜଳର ଅପବ୍ୟବହାର କରାଯାଉଛି। ଶିଳ୍ପାୟନ ଯୋଗୁ ନଦୀଜଳ ଦୂଷିତ ହେବା ସହ ଅପଚୟ ହେଉଛି। ନଦୀଜଳକୁ ଶିଳ୍ପ କାର୍ଯ୍ୟରେ ବ୍ୟବହାର କରାଯାଇଥିବାବେଳେ ଏହାର ସଂରକ୍ଷଣ ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା କରାଯାଉନାହିଁ। ସେହିପରି ବିଦ୍ୟୁତ୍‌ ଉପତ୍ାଦନ, ଜଳସେଚନ ପାଇଁ ବଡ଼ ବଡ଼ ଡ୍ୟାମ୍‌ ନିର୍ମାଣ କରାଯାଉଛି । ନଦୀର ଗତିପଥ ବଦଳା ଯାଉଛି। ଏଥିଯୋଗୁ ମରୁଡ଼ି, ବନ୍ୟା, ଭଳି ପରିସ୍ଥିତି ସୃଷ୍ଟି ହେଉଛି। ନଦୀର ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରାଯାଉଛି, କିନ୍ତୁ ତାହା ଶତପ୍ରତଶତ ସଫଳ ହୋଇପାରୁନାହିଁ।
କେବଳ ଭାରତୀୟ ଜନଜୀବନ ନୁହେଁ, ସମଗ୍ର ପୃଥିବୀର ମୁଖ୍ୟ ଜୀବନ ଜୀବିକାର ଅବଲମ୍ବନ କ୍ଷେତ୍ର ହେଉଛି ପ୍ରମୁଖ ନଦୀ। ଇତିହାସ ପୃଷ୍ଠାରେ ଦେଖାଯାଇଛି, ମାନବ ସଭ୍ୟତା ପ୍ରତିଷ୍ଠା ହୋଇଥିବା ବେଳେ ସେମାନେ ସର୍ବପ୍ରଥମେ ନିଜ ଦୈନନ୍ଦିନ ଜୀବନଯାପନ ପାଇଁ ନଦୀକୂଳକୁ ଗୁରୁତ୍ୱ ଦେଉଥିଲେ। ଐତିହାସିକମାନେ ପ୍ରାମାଣିକ ଭାବରେ ଏସବୁ ଉଲ୍ଲେଖ କରିଛନ୍ତି। ଆଜି ଭାରତର ପ୍ରମୁଖ ନଦୀମାନେ ନିଜର ଗତିପଥକୁ ବାଧାବିଘ୍ନତାର ସହିତ ସମ୍ମୁଖୀନ ହେଉଛନ୍ତି। ଦିନକୁ ଦିନ ମନୁଷ୍ୟକୃତ କୁଢ଼କୁଢ଼ ଆବର୍ଜନା ନଦୀଜଳକୁ ଭୟଙ୍କର ଭାବେ ପ୍ରଦୂଷିତ ସହ ଏହାର ଗଭୀରତାକୁ କ୍ଷତବିକ୍ଷତ କରୁଛନ୍ତି। ଭାରତର ବିଶିଷ୍ଟ ଜନନାୟକ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ତାଙ୍କ ଶାସନ ସମୟରେ ଭାରତରେ ନଦୀ ସଂଯୋଗୀକରଣ ଯୋଜନାକୁ ଗୁରୁତ୍ୱ ଦେଇ ଏକ ବହୁତ ବଡ଼ ପଦକ୍ଷେପ ହାତକୁ ନେଇଥିଲେ ଓ ଏବେ କେନ୍ଦ୍ର ସରକାର ଏହି ବୃହତ୍‌ ଯୋଜନା ଉପରେ ଗୁରୁତ୍ୱ ପ୍ରଦାନ କରୁଛନ୍ତି। କିନ୍ତୁ ନଦୀ ସଂଯୋଗୀକରଣ ଯୋଜନାର କେତେ ଅଗ୍ରଗତି ହୋଇଛି ତାହା ଜଣାପଡୁନାହିଁ। ବର୍ତ୍ତମାନର ଗଙ୍ଗା ସଫେଇ ଅଭିଯାନ ଏକ ଦୃଷ୍ଟାନ୍ତମୂଳକ ଯୋଜନା କହିଲେ ଅତ୍ୟୁକ୍ତି ହେବନାହିଁ। ନଦୀଜଳ ମନୁଷ୍ୟର ପାନୀୟର ମୁଖ୍ୟ ଅବଲମ୍ବନ ହେବା ସହ କୃଷି କାର୍ଯ୍ୟ, ବିଭିନ୍ନ ବ୍ୟବସାୟ ବିପଣନ, ଗୃହପାଳିତ ପଶୁପକ୍ଷୀଙ୍କ ମୁଖ୍ୟ ଆଧାର ଏହିପରି ବିଭିନ୍ନ ଭାବରେ ଆମମାନଙ୍କୁ ପରିତୃପ୍ତି ଦେଇଥାଆନ୍ତି। କିନ୍ତୁ ଦୁଃଖର ପ୍ରସଙ୍ଗ ହେଉଛି, ଯେଉଁ ନଦୀ ଆମମାନଙ୍କୁ ପିଇବା ପାଣି ଦେଉଛି, ଆମ୍ଭମାନଙ୍କୁ ଚାଷର କ୍ଷେତକୁ ସୁଜଳା ସୁଫଳା କରୁଛି, ଆମେ ସେହି ନଦୀଜଳକୁ ପ୍ରଦୂଷିତ କରିବାରେ ପଛାଉ ନାହିଁ। ଭାରତର ଅନେକ ପ୍ରମୁଖ ସହର ଏହି ନଦୀତଟରେ ଗଢ଼ି ଉଠିଛି। ମୁମ୍ବାଇ କୁହନ୍ତୁ ବା ନୂଆଦିଲ୍ଲୀ, କାନପୁର କୁହନ୍ତୁ ବା ଆହ୍ଲାବାଦ, ହରିଦ୍ୱାର, ଋଷିକେଶ ଏପରିକି ହଜାର ବର୍ଷର ସହର ଭାବରେ ପରିଚିତ କଟକର ଦୁଇପଟେ ରାଜ୍ୟର ପ୍ରମୁଖ ନଦୀ ମହାନଦୀ ଓ କାଠଯୋଡ଼ି ବୋହି ଯାଇଛି। ନଦୀଠାରୁ ଆମେ ଏତେ ଉପକାର ପାଇ ମଧ୍ୟ ଆମ କଳକାରଖାନାର ସମସ୍ତ ବର୍ଜ୍ୟବସ୍ତୁକୁ ନଦୀଜଳ ଭିତରକୁ ଛାଡ଼ି ଦେଉଛୁ, ଯଦ୍ଦ୍ବାରା କଳକାରଖାନାର ଭୟଙ୍କର ବର୍ଜ୍ୟ ସାମଗ୍ରୀ ନଦୀଜଳକୁ ଭୟଙ୍କର ଭାବରେ ପ୍ରଦୂଷିତ କରି ଏହା ପ୍ରକାରାନ୍ତରେ ଆମ ପାଇଁ କ୍ଷତିକାରକ ସାଜିଛି। କେବଳ ସହରାଞ୍ଚଳ ନୁହେଁ, ଭାରତର ଗ୍ରାମ୍ୟ ଜନଜୀବନ ମଧ୍ୟ ଏହି ନଦୀର ଅବବାହିକାର ସ୍ମୃତିକୁ ନେଇ ଗଢ଼ି ଉଠିଛି।
ସଂପ୍ରତି ବିଶ୍ୱର ବଡ଼ ବଡ଼ ଶକ୍ତିଶାଳୀ ଦେଶମାନେ ନିଜ ନିଜ ଦେଶର ନଦୀର ସୁରକ୍ଷା ଓ ଗଭୀର ଖନନ ପାଇଁ ଅନେକ ଦୃଷ୍ଟାନ୍ତମୂଳକ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି। କେବଳ ସେତିକି ନୁହେଁ, ଦିନ ଥିଲା ବିଭିନ୍ନ ନଦୀରେ ଡଙ୍ଗାଚାଳନା କରି ଲୋକମାନେ ଯା’ଆସ କରିବା ସହ ନିଜ ଜିନିଷପତ୍ର ମଧ୍ୟ ପରିବହନ କରୁଥିଲେ। ସଡ଼କର ବିକାଶ ନ ହୋଇଥିବା ସମୟରେ ଆନ୍ତଃ ନଦୀ ପରିବହନ ବ୍ୟବସ୍ଥା ଥିଲା ମୁଖ୍ୟ ଯୋଗାଯୋଗର ମାଧ୍ୟମ। ଭାରତର ଗଙ୍ଗା, ଯମୁନା, ବ୍ରହ୍ମପୁତ୍ର, ମହାନଦୀ, ଗୋଦାବରୀ, କ୍ରିଷ୍ଣା, କାବେରୀ ପ୍ରଭୃତି ନଦୀଗୁଡ଼ିକ କେତେକ କ୍ଷେତ୍ରରେ ନିଜ ଗତିପଥ ବଦଳାଇବା ପାଇଁ ବାଧ୍ୟ ହୋଇଛନ୍ତି। କେତେକ ଘଟଣା ପାଇଁ ଆମ ପରିପାର୍ଶ୍ୱିକ ଭୌଗୋଳିକ ପରିସ୍ଥିତି ଦାୟୀ, କିନ୍ତୁ ଆଉ କିଛି ଘଟଣା ପାଇଁ ଏହା ମନୁଷ୍ୟକୃତ ତ୍ରୁଟି। ଶାସ୍ତ୍ରରେ ନଦୀମାନଙ୍କୁ ଦିବ୍ୟ ଜନନୀ ଭାବରେ ପୂଜା କରାଯାଇ ସେମାନଙ୍କ ପ୍ରତି ସମ୍ମାନ ଜଣାଯାଇଛି। ଆଜି ପର୍ଯ୍ୟନ୍ତ ଆହ୍ଲାବାଦର ବିଭିନ୍ନ ଘାଟରେ ଗଙ୍ଗା ଆଳତି ଯେଉଁମାନେ ଦେଖିଥିବେ ବା ହରିଦ୍ୱାରରେ ଗଙ୍ଗା ପୂଜନ ମହାଆଳତି ଦର୍ଶନର ଯେଉଁମାନେ ସୁଯୋଗ ପାଇଥିବେ, ସେମାନେ ଜାଣିଥିବେ ଯେ ନଦୀକୁ ଆମ ପୂର୍ବଜମାନେ କେତେ ସମ୍ମାନର ସ୍ଥାନ ଦେଉଥିଲେ। ବର୍ତ୍ତମାନର ଅନେକ ଜଳଜନିତ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ନଦୀର ସୁରକ୍ଷା ଅତ୍ୟନ୍ତ ଜରୁରୀ। ଏ କ୍ଷେତ୍ରରେ କେବଳ ପ୍ରଶାସନିକ ଦାୟିତ୍ୱ ନୁହଁ, ଆମ ସମସ୍ତଙ୍କର ଉତ୍ତରଦାୟିତ୍ୱ ନିର୍ବାହ କରିବା ଗୁରୁତ୍ୱପୂର୍ଣ୍ଣ।
– ଅବସରପ୍ରାପ୍ତ ଡିଏଫ୍‌ଓ (କେନ୍ଦୁଲିଫ୍‌)
ମୋ : ୯୪୩୭୨୫୭୧୨୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri