ମାନବ ସମାଜର ଜୀବନରେଖା

ଅଲେଖ ଚନ୍ଦ୍ର ସାମଲ

 

ନଦୀ ମାନବ ସମାଜ ପାଇଁ ଜୀବନରେଖାର ଭୂମିକା ନିର୍ବାହ କରିଆସିଛି। ମନୁଷ୍ୟକୁ ଜଳ ଯୋଗାଇ ଦେବା ସହ ଜୈବ ବିବିଧତା ସଂରକ୍ଷଣ, କୃଷି କାର୍ଯ୍ୟରେ ସହାୟତା କରିଆସିଛି ନଦୀ। ମାନବ ସଭ୍ୟତା ଗଢ଼ି ଉଠିବା ଦିନଠାରୁ ନଦୀ ଏକ ଉପକାରୀ ପ୍ରାକୃତିକ ଜଳଉତ୍ସ ଭାବେ ସର୍ବଦା ମଣିଷକୁ ସହାୟତା ଯୋଗାଇ ଆସିଛି। ନଦୀ ଉପତ୍ୟକାରେ ଅନେକ ସମୃଦ୍ଧ ସଭ୍ୟତା ଗଢ଼ି ଉଠିଥିବା ଇତିହାସରେ ବର୍ଣ୍ଣିତ। ହେଲେ ବର୍ତ୍ତମାନ ନଦୀଜଳର ଅପବ୍ୟବହାର କରାଯାଉଛି। ଶିଳ୍ପାୟନ ଯୋଗୁ ନଦୀଜଳ ଦୂଷିତ ହେବା ସହ ଅପଚୟ ହେଉଛି। ନଦୀଜଳକୁ ଶିଳ୍ପ କାର୍ଯ୍ୟରେ ବ୍ୟବହାର କରାଯାଇଥିବାବେଳେ ଏହାର ସଂରକ୍ଷଣ ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା କରାଯାଉନାହିଁ। ସେହିପରି ବିଦ୍ୟୁତ୍‌ ଉପତ୍ାଦନ, ଜଳସେଚନ ପାଇଁ ବଡ଼ ବଡ଼ ଡ୍ୟାମ୍‌ ନିର୍ମାଣ କରାଯାଉଛି । ନଦୀର ଗତିପଥ ବଦଳା ଯାଉଛି। ଏଥିଯୋଗୁ ମରୁଡ଼ି, ବନ୍ୟା, ଭଳି ପରିସ୍ଥିତି ସୃଷ୍ଟି ହେଉଛି। ନଦୀର ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରାଯାଉଛି, କିନ୍ତୁ ତାହା ଶତପ୍ରତଶତ ସଫଳ ହୋଇପାରୁନାହିଁ।
କେବଳ ଭାରତୀୟ ଜନଜୀବନ ନୁହେଁ, ସମଗ୍ର ପୃଥିବୀର ମୁଖ୍ୟ ଜୀବନ ଜୀବିକାର ଅବଲମ୍ବନ କ୍ଷେତ୍ର ହେଉଛି ପ୍ରମୁଖ ନଦୀ। ଇତିହାସ ପୃଷ୍ଠାରେ ଦେଖାଯାଇଛି, ମାନବ ସଭ୍ୟତା ପ୍ରତିଷ୍ଠା ହୋଇଥିବା ବେଳେ ସେମାନେ ସର୍ବପ୍ରଥମେ ନିଜ ଦୈନନ୍ଦିନ ଜୀବନଯାପନ ପାଇଁ ନଦୀକୂଳକୁ ଗୁରୁତ୍ୱ ଦେଉଥିଲେ। ଐତିହାସିକମାନେ ପ୍ରାମାଣିକ ଭାବରେ ଏସବୁ ଉଲ୍ଲେଖ କରିଛନ୍ତି। ଆଜି ଭାରତର ପ୍ରମୁଖ ନଦୀମାନେ ନିଜର ଗତିପଥକୁ ବାଧାବିଘ୍ନତାର ସହିତ ସମ୍ମୁଖୀନ ହେଉଛନ୍ତି। ଦିନକୁ ଦିନ ମନୁଷ୍ୟକୃତ କୁଢ଼କୁଢ଼ ଆବର୍ଜନା ନଦୀଜଳକୁ ଭୟଙ୍କର ଭାବେ ପ୍ରଦୂଷିତ ସହ ଏହାର ଗଭୀରତାକୁ କ୍ଷତବିକ୍ଷତ କରୁଛନ୍ତି। ଭାରତର ବିଶିଷ୍ଟ ଜନନାୟକ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ତାଙ୍କ ଶାସନ ସମୟରେ ଭାରତରେ ନଦୀ ସଂଯୋଗୀକରଣ ଯୋଜନାକୁ ଗୁରୁତ୍ୱ ଦେଇ ଏକ ବହୁତ ବଡ଼ ପଦକ୍ଷେପ ହାତକୁ ନେଇଥିଲେ ଓ ଏବେ କେନ୍ଦ୍ର ସରକାର ଏହି ବୃହତ୍‌ ଯୋଜନା ଉପରେ ଗୁରୁତ୍ୱ ପ୍ରଦାନ କରୁଛନ୍ତି। କିନ୍ତୁ ନଦୀ ସଂଯୋଗୀକରଣ ଯୋଜନାର କେତେ ଅଗ୍ରଗତି ହୋଇଛି ତାହା ଜଣାପଡୁନାହିଁ। ବର୍ତ୍ତମାନର ଗଙ୍ଗା ସଫେଇ ଅଭିଯାନ ଏକ ଦୃଷ୍ଟାନ୍ତମୂଳକ ଯୋଜନା କହିଲେ ଅତ୍ୟୁକ୍ତି ହେବନାହିଁ। ନଦୀଜଳ ମନୁଷ୍ୟର ପାନୀୟର ମୁଖ୍ୟ ଅବଲମ୍ବନ ହେବା ସହ କୃଷି କାର୍ଯ୍ୟ, ବିଭିନ୍ନ ବ୍ୟବସାୟ ବିପଣନ, ଗୃହପାଳିତ ପଶୁପକ୍ଷୀଙ୍କ ମୁଖ୍ୟ ଆଧାର ଏହିପରି ବିଭିନ୍ନ ଭାବରେ ଆମମାନଙ୍କୁ ପରିତୃପ୍ତି ଦେଇଥାଆନ୍ତି। କିନ୍ତୁ ଦୁଃଖର ପ୍ରସଙ୍ଗ ହେଉଛି, ଯେଉଁ ନଦୀ ଆମମାନଙ୍କୁ ପିଇବା ପାଣି ଦେଉଛି, ଆମ୍ଭମାନଙ୍କୁ ଚାଷର କ୍ଷେତକୁ ସୁଜଳା ସୁଫଳା କରୁଛି, ଆମେ ସେହି ନଦୀଜଳକୁ ପ୍ରଦୂଷିତ କରିବାରେ ପଛାଉ ନାହିଁ। ଭାରତର ଅନେକ ପ୍ରମୁଖ ସହର ଏହି ନଦୀତଟରେ ଗଢ଼ି ଉଠିଛି। ମୁମ୍ବାଇ କୁହନ୍ତୁ ବା ନୂଆଦିଲ୍ଲୀ, କାନପୁର କୁହନ୍ତୁ ବା ଆହ୍ଲାବାଦ, ହରିଦ୍ୱାର, ଋଷିକେଶ ଏପରିକି ହଜାର ବର୍ଷର ସହର ଭାବରେ ପରିଚିତ କଟକର ଦୁଇପଟେ ରାଜ୍ୟର ପ୍ରମୁଖ ନଦୀ ମହାନଦୀ ଓ କାଠଯୋଡ଼ି ବୋହି ଯାଇଛି। ନଦୀଠାରୁ ଆମେ ଏତେ ଉପକାର ପାଇ ମଧ୍ୟ ଆମ କଳକାରଖାନାର ସମସ୍ତ ବର୍ଜ୍ୟବସ୍ତୁକୁ ନଦୀଜଳ ଭିତରକୁ ଛାଡ଼ି ଦେଉଛୁ, ଯଦ୍ଦ୍ବାରା କଳକାରଖାନାର ଭୟଙ୍କର ବର୍ଜ୍ୟ ସାମଗ୍ରୀ ନଦୀଜଳକୁ ଭୟଙ୍କର ଭାବରେ ପ୍ରଦୂଷିତ କରି ଏହା ପ୍ରକାରାନ୍ତରେ ଆମ ପାଇଁ କ୍ଷତିକାରକ ସାଜିଛି। କେବଳ ସହରାଞ୍ଚଳ ନୁହେଁ, ଭାରତର ଗ୍ରାମ୍ୟ ଜନଜୀବନ ମଧ୍ୟ ଏହି ନଦୀର ଅବବାହିକାର ସ୍ମୃତିକୁ ନେଇ ଗଢ଼ି ଉଠିଛି।
ସଂପ୍ରତି ବିଶ୍ୱର ବଡ଼ ବଡ଼ ଶକ୍ତିଶାଳୀ ଦେଶମାନେ ନିଜ ନିଜ ଦେଶର ନଦୀର ସୁରକ୍ଷା ଓ ଗଭୀର ଖନନ ପାଇଁ ଅନେକ ଦୃଷ୍ଟାନ୍ତମୂଳକ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି। କେବଳ ସେତିକି ନୁହେଁ, ଦିନ ଥିଲା ବିଭିନ୍ନ ନଦୀରେ ଡଙ୍ଗାଚାଳନା କରି ଲୋକମାନେ ଯା’ଆସ କରିବା ସହ ନିଜ ଜିନିଷପତ୍ର ମଧ୍ୟ ପରିବହନ କରୁଥିଲେ। ସଡ଼କର ବିକାଶ ନ ହୋଇଥିବା ସମୟରେ ଆନ୍ତଃ ନଦୀ ପରିବହନ ବ୍ୟବସ୍ଥା ଥିଲା ମୁଖ୍ୟ ଯୋଗାଯୋଗର ମାଧ୍ୟମ। ଭାରତର ଗଙ୍ଗା, ଯମୁନା, ବ୍ରହ୍ମପୁତ୍ର, ମହାନଦୀ, ଗୋଦାବରୀ, କ୍ରିଷ୍ଣା, କାବେରୀ ପ୍ରଭୃତି ନଦୀଗୁଡ଼ିକ କେତେକ କ୍ଷେତ୍ରରେ ନିଜ ଗତିପଥ ବଦଳାଇବା ପାଇଁ ବାଧ୍ୟ ହୋଇଛନ୍ତି। କେତେକ ଘଟଣା ପାଇଁ ଆମ ପରିପାର୍ଶ୍ୱିକ ଭୌଗୋଳିକ ପରିସ୍ଥିତି ଦାୟୀ, କିନ୍ତୁ ଆଉ କିଛି ଘଟଣା ପାଇଁ ଏହା ମନୁଷ୍ୟକୃତ ତ୍ରୁଟି। ଶାସ୍ତ୍ରରେ ନଦୀମାନଙ୍କୁ ଦିବ୍ୟ ଜନନୀ ଭାବରେ ପୂଜା କରାଯାଇ ସେମାନଙ୍କ ପ୍ରତି ସମ୍ମାନ ଜଣାଯାଇଛି। ଆଜି ପର୍ଯ୍ୟନ୍ତ ଆହ୍ଲାବାଦର ବିଭିନ୍ନ ଘାଟରେ ଗଙ୍ଗା ଆଳତି ଯେଉଁମାନେ ଦେଖିଥିବେ ବା ହରିଦ୍ୱାରରେ ଗଙ୍ଗା ପୂଜନ ମହାଆଳତି ଦର୍ଶନର ଯେଉଁମାନେ ସୁଯୋଗ ପାଇଥିବେ, ସେମାନେ ଜାଣିଥିବେ ଯେ ନଦୀକୁ ଆମ ପୂର୍ବଜମାନେ କେତେ ସମ୍ମାନର ସ୍ଥାନ ଦେଉଥିଲେ। ବର୍ତ୍ତମାନର ଅନେକ ଜଳଜନିତ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ନଦୀର ସୁରକ୍ଷା ଅତ୍ୟନ୍ତ ଜରୁରୀ। ଏ କ୍ଷେତ୍ରରେ କେବଳ ପ୍ରଶାସନିକ ଦାୟିତ୍ୱ ନୁହଁ, ଆମ ସମସ୍ତଙ୍କର ଉତ୍ତରଦାୟିତ୍ୱ ନିର୍ବାହ କରିବା ଗୁରୁତ୍ୱପୂର୍ଣ୍ଣ।
– ଅବସରପ୍ରାପ୍ତ ଡିଏଫ୍‌ଓ (କେନ୍ଦୁଲିଫ୍‌)
ମୋ : ୯୪୩୭୨୫୭୧୨୩


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri