ପଲିଥିନ୍‌ ତଳେ ବିତୁଛି ବୃଦ୍ଧଙ୍କ ଜୀବନ

ମହାକାଳପଡ଼ା,୨୬ା୮(ଡି.ଏନ୍‌.ଏ.): ବିଦ୍ୟାଳୟରେ ଶିକ୍ଷକ ପାଠ ପଢ଼ାଇବା ବେଳେ ପିଲାମାନଙ୍କୁ ୩ ଚୁଲି ଝିଙ୍କାର ଉଦାହରଣ ଦେଇ କୁହନ୍ତି, ପିଲେ ସଂସାରକୁ ତୁମକୁ ଆଣିଥିବା ମା’ ହେଉଛନ୍ତି ପ୍ରଥମ ଗୁରୁ। ଦ୍ୱିତୀୟରେ ବାପା, ୩ୟରେ ପାଠ ପଢ଼ାଉଥିବା ଗୁରୁ। ତେଣୁ ତୁମକୁ ସଂସାରକୁ ଆଣିଥିବା ଓ ନିଜେ ନ ଖାଇ ତୁମ ମୁହଁରେ ଦାନା ଦେଉଥିବା ମା’ବାପାଙ୍କୁ ବୃଦ୍ଧା ଅବସ୍ଥାରେ କେବେ ବି ହଇରାଣ କରିବ ନାହିଁ। କାହିଁକି ନା ସମାଜରେ କେହି ଯଦି ତୁମ ଶୁଭ ଚିନ୍ତକ ଥାଆନ୍ତି, ସେ ହେଉଛନ୍ତି ମା’ବାପା। ହେଲେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ପେଟଛେଲା ପଞ୍ଚାୟତର ବି.ବି. କଲୋନୀ ଗ୍ରାମରେ ଏହାର ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି। ପତ୍ନୀଙ୍କ ମୃତ୍ୟୁ ପରେ ପିଲାମାନେ ପର କରି ଦେବାରୁ ସୁକୁଲାଲ ଦେବନାଥ (୭୨) ଦୀର୍ଘ ୪୦ ବର୍ଷ ହେଲା ଛିଣ୍ଡା ପଲିଥିନ୍‌ ତଳେ ଅସହାୟ ଅବସ୍ଥାରେ ଜୀବନ ବିତାଉଛନ୍ତି। ପରିବାର କହିଲେ, ପତ୍ନୀ ଆରପାରିକୁ ଯିବା ପରେ ୩ ଭେଣ୍ଡିଆ ପୁଅ ରହିଛନ୍ତି। ସେମାନେ ସୁକୁଲାଲଙ୍କୁ ନ ପଚାରିବାରୁ ବାଧ୍ୟ ହୋଇ ଏବେ ବୃଦ୍ଧ ଅବସ୍ଥାରେ ଗାଁ ଶ୍ମଶାନ ନିକଟରେ ଏକ ଖଣ୍ଡିଆ ନୂଆଣିଆଁ  ଘରେ ପଲିଥିନ୍‌ ପକାଇ ରହୁଛନ୍ତି। ନିକଟସ୍ଥ ଗାଁ ଗଣ୍ଡା, ବଜାର ଆଦି ଅଞ୍ଚଳରୁ ମାଗିଯାଚି ପେଟକୁ ମୁଠେ ଖାଇ ଦିନ କାଟି ଥାଆନ୍ତି। ଖରା, ବର୍ଷା, ଝଡ଼ବାତ୍ୟା ସମୟରେ ନୂଆଣିଆଁ  ପଲିଥିନ୍‌ ତଳେ ରହିବାକୁ ପଡୁଛି। ୧୯୯୯ ମହାବାତ୍ୟା ସମୟରେ ମଧ୍ୟ ଜୀବନ ବିକଳରେ ପଡ଼ି ରହିଥିଲି।
ଅପରପକ୍ଷରେ ସୁକୁଲାଲଙ୍କୁ ବାର୍ଦ୍ଧକ୍ୟ ଭତ୍ତା କି ରାଶନ ସାମଗ୍ରୀ କିଛି ମଳୁନାହିଁ। କେତେବେଳେ ଗଣ୍ଡେ ମିଳିଲେ ଖାଇଥାଆନ୍ତି ନ ହେଲେ ପାଣି ମୁନ୍ଦିଏ ପିଇ ଶୋଇ ପଡ଼ିଥାଆନ୍ତି। ପଲିଥିନ୍‌ ତଳେ ସୁକୁଲାଲ କେତେକ ଠାକୁରଙ୍କ ଫଟୋ ରଖି ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି। ବିପଦଆପଦ ସମୟରେ ଭଗବାନ୍‌ଙ୍କୁ ସ୍ମରଣ କରି ତାଙ୍କ ନିକଟରେ ନିଜକୁ ସମର୍ପଣ କରିଦିଏ ବୋଲି ସୁକୁଲାଲ କହିଛନ୍ତି। ବହୁ ଲୋକ ଆସି ପଚାରନ୍ତି, କାହିଁକି ଏହି ଖଣ୍ଡିଆ ପଲିଥିନ୍‌ ତଳେ ରହିଛ। ଘର ଲୋକ ପର କଲେ। କାହା ଭରସାରେ ଜୀବନ ବଞ୍ଚାଇବି। ପତ୍ନୀ ମୃତ୍ୟୁ ପରେ ନିଃସଙ୍ଗ ଜୀବନ ଅତିବାହିତ କରୁଥିବା ସେ କହିଛନ୍ତି। ତେଣୁ ଜୀବିତ ଅବସ୍ଥାରେ ଥିବା ବାପାଙ୍କୁ ପୁଅମାନେ ନିଜ ପାଖରେ ନେଇ ରଖି ସେବା ଯତ୍ନ କରିବା ଦରକାର ବୋଲି ସୁକୁଲାଲଙ୍କ ଏଭଳି ଅବସ୍ଥା ଦେଖି ବୁଦ୍ଧିଜୀବୀମାନେ କହିଛନ୍ତି। ପ୍ରଶାସନ ମଧ୍ୟ ତାଙ୍କ ପ୍ରତି ଦୃଷ୍ଟି ଦେଇ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ସାମାଜିକ କର୍ମୀ ସୁବାସ ଚନ୍ଦ୍ର ସ୍ବାଇଁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଜବତ ମାମଲା: ବନ୍ଧା ହେଲେ ବିଶ୍ୱଜିତ୍‌

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରୀ ବୁଗୁଡା ଘୋଡ଼ାପଡ଼ା ଗ୍ରାମର ଶୃତି ଭୋଳଙ୍କ ସନ୍ଦେହଜନକ ମୃତ୍ୟୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ପ୍ରେମିକାଙ୍କୁ ଡାକ୍ତରଖାନାରେ ଛାଡି ପଳାଇଥିବା ପ୍ରେମିକ ଗିରଫ

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ ): ଅସୁସ୍ଥ ପ୍ରେମିକାଙ୍କୁ ଏମ୍‌କେସିଜି ମେଡିକାଲରେ ଛାଡି ପଳାଇଥିବା ଯୁବକ ବ୍ରହ୍ମପୁର ଶ୍ରୀରାମନଗର ୧୦ମ ଲାଇନର ତ୍ରିନାଥ ସାହୁ(୩୦)ଙ୍କୁ ବଡବଜାର ଥାନା ପୋଲିସ…

ମୁଜାଗଡ଼ ବିଦ୍ୟାଳୟରେ ଯୋଗ ଦିବସ

ଭଞ୍ଜନଗର,୨୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖେଳ ପଡ଼ିଆରେ ରବିବାର ପଞ୍ଚାୟତସ୍ତରୀୟ ଜନ କଲ୍ୟାଣ ଶିବିର ସହ ଯୋଗ…

ଇରାନକୁ ପୁଣି ଆକ୍ରମଣ ଧମକ ଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୧।୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍‌ ହେବା ଯୋଗୁ ୭ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା…

ହଠାତ୍‌ ଢିଲା ହୋଇଗଲା ବସ୍‌ର ଷ୍ଟିଅରିଂ, ଡ୍ରାଇଭର ଏମିତି ଉପସ୍ଥିତି ବୁଦ୍ଧି ଖଟାଇବାରୁ…

ରିଆମାଳ,୨୧ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ସୁରଙ୍ଗିପାଳ ନିକଟରେ ଆଜି ଶୁଭଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରେଙ୍ଗାଲି ଡ୍ୟାମ୍‌…

ଧରାପଡ଼ିଲା ମଇଁଷି ବୋଝେଇ କଣ୍ଟେନର

କୋକସରା,୨୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡ଼ଙ୍ଗରିଗୁଡ଼ା ନିକଟରେ ରବିବାର ବେଆଇନ ଭାବେ ଚାଲାଣ ହେଉଥିବା ମଇଁଷି ବୋଝେଇ କଣ୍ଟେନରକୁ ପୋଲିସ ଜବତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri