ଆମ୍ବ ତୋଳୁଥିବା ସମୟରେ ହେଲା ବଜ୍ରପାତ: ଚାଲିଗଲା ନାବାଳିକାଙ୍କ ଜୀବନ

ଦାରିଙ୍ଗବାଡ଼ି,୨୯।୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଗୁରୁବାର ମଧ୍ୟାହ୍ନରେ କାଳବୈଶାଖୀ ପ୍ରଭାବରେ ବେହାଲ ହୋଇଛି। ବିଭିନ୍ନ ସ୍ଥାନରେ ବଜ୍ରପାତରେ ଏକାଧିକ ଲୋକଙ୍କ ବିଦ୍ୟୁତ୍‌ଚାଳିତ ସାମଗ୍ରୀ ନଷ୍ଟ ହେବା ସହ ଉକ୍ତ ବ୍ଲକ ପର୍ତ୍ତମାହା ପଞ୍ଚାୟତ ଅଞ୍ଚଳରେ ବଜ୍ରପାତରେ ଜଣେ ନାବାଳିକାଙ୍କ ଜୀବନ ଯାଇଛି। ସେହେଲେ ପେତାରବାଡ଼ି ଗ୍ରାମର ପ୍ରକାଶ ପ୍ରଧାନଙ୍କ ଝିଅ ଦିପାଳୀ(୧୧)। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଦିପାଳୀ ତାଙ୍କ ଘର ଠାରୁ ମାତ୍ର ୨ ଶହ ମିଟର ଦୂରରେ ଏକ ଆମ୍ବ ଗଛରୁ ଆମ୍ବ ତୋଳୁଥିଲେ। ସେହି ସମୟରେ ହଠାତ୍‌ ବଜ୍ରପାତ ଘଟିଥିଲା। ଫଳରେ ସେ ଘଟଣାସ୍ଥଳରେ ଟଳି ପଡ଼ିଥିଲେ। ଏନେଇ ପରିବାର ପକ୍ଷରୁ ଦାରିଙ୍ଗବାଡ଼ି ଥାନାରେ ଜଣାଇବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଆଇଆଇସି କୌଶିକ ମାଝି କହିଛନ୍ତି। କେସ୍‌ ନଂ ୭/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଥିବା ତଦନ୍ତକାରୀ ଅଧିକାରୀ ସୌମ୍ୟରଞ୍ଜନ ଜେନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘କୋର୍ଟଙ୍କ ନିଷ୍ପତ୍ତି ଆମେ ମାନିବୁ’

ବ୍ରହ୍ମପୁର ଅଫିସ,୨୬ା୧୧: ନ୍ୟାୟ ଗୁହାରି କରି ବ୍ରହ୍ମାନଗରଠାରେ ଶ୍ୱଶୁର ଘର ଆଗରେ ଧାରଣା ଜାରି ରଖିଛନ୍ତି ବୋହୂ ତପସ୍ବିନୀ ଦାଶ। ତପସ୍ବିନୀ ଭାରପ୍ରାପ୍ତ ସମାଜ ମଙ୍ଗଳ...

ନକଲି ସାର୍ଟିଫିକେଟ୍‌ରେ ଶିକ୍ଷକତା

ଭଦ୍ରକ ଅଫିସ, ୧୯।୧୧- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ସୁଅଁା ନିକଟସ୍ଥ ସୁଦର୍ଶନପୁର ଅଞ୍ଚଳର ଜଣେ ଯୁବକ ନକଲି ସାର୍ଟିଫିକେଟ ଦେଇ ୮ ବର୍ଷ ଧରି...

ବିକାଶ ଲାଗି ଅଣ୍ଟା ଭିଡିଲା ରୂପ୍‌ସା ଆଞ୍ଚଳିକ ବିକାଶ ପରିଷଦ

ରୂପ୍‌ସା,୧୯।୭(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ରୂପ୍‌ସା ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ରୂପ୍‌ସା ଡାକବଙ୍ଗଳାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରୂପ୍‌ସା ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ...

ସିଲ୍‌ଭର ଗାନ୍ଧୀଙ୍କୁ ସମ୍ବର୍ଦ୍ଧିତ କରିବେ ପ୍ରଧାନମନ୍ତ୍ରୀ

ଭଞ୍ଜନଗର,୨୭।୯(ଡି.ଏନ.ଏ)- ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ବିଶ୍ୱରେ ଶାନ୍ତି ଓ ପ୍ରଗତି ପାଇଁ ଅହିଂସାକୁ ଭାରତୀୟ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ...

ଚାଇନା ଆପ୍‌କୁ ନା, ବିକଳ୍ପ ଚାହୁଁଛନ୍ତି ଯୁବପିଢ଼ି

କଟକ ଅଫିସ,୨୧।୬: କିଛିଦିନ ହେଲା ଭାରତ ଓ ଚାଇନା ଭିତରେ ଲାଗିରହିଥିବା ତିକ୍ତତା ଓ କରୋନା ସଂକ୍ରମଣ ଭୟ ଯୋଗୁ ଚାଇନା ଓ ସେଠାକାର ଉତ୍ପାଦିତ...

କ୍ୟାନସର ପୀଡିତ ହୀନସ୍ତା: ଦଲାଲ କବଳରେ ରୋଗୀ

କେନ୍ଦୁଝର, ୨୬ା୬ (ସ୍ବ.ପ୍ର.)-ସରକାର ଗରୀବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଯୋଗାଇଦେବା ସହ କ୍ୟାନସର ରୋଗୀଙ୍କ ଲାଗି ମଧ୍ୟ ମାଗଣା ଚିକିତ୍ସା ବ୍ୟବସ୍ଥା କରିଛନ୍ତି। କିନ୍ତୁ କେନ୍ଦୁଝର...

ମାମୁଘରେ ଥିବା ବେଳେ ଗୁଳିକାଣ୍ଡରେ ଯୁବକଙ୍କ ଜୀବନ ଗଲା

ବରଗଡ଼ ଅଫିସ, ୨୨।୬: ବରଗଡ଼ ଜିଲା ଅମ୍ବାଭୋନା ଥାନା ଅନ୍ତର୍ଗତ କଲମୀ ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଗୁଳିକାଣ୍ଡ ଘଟିଛି। ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ...

କରୋନା ସଂକ୍ରମଣକୁ ପ୍ରତିହତ ନିମନ୍ତେ ଜିଲାବ୍ୟାପି ରାପିଡ୍‌ ଆଣି୍ଟଜେନ୍‌ ଟେଷ୍ଟଜାରି

ଦେବଗଡ,୧୯ା୧୨(ଡି.ଏନ.ଏ)-ଜିଲାରେ କରୋନା ସଂକ୍ରମଣକୁ ପ୍ରତିହତ ନିମନ୍ତେ ସଂକ୍ରମିତଙ୍କୁ ଚିହ୍ନଟ ପାଇଁ ଜିଲାବ୍ୟାପି ରାପିଡ୍‌ ଆଣି୍ଟଜେନ୍‌ ଟେଷ୍ଟ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ୧୯ ରୁ ୨୨ତାରିଖ...

Advertisement
Archives

Model This Week