ଫୁସ୍‌ଫୁସ୍‌ର ଆୟୁ କମାଏ ଆଜ୍‌ବେଷ୍ଟୋସିସ୍‌

ନୂଆଦିଲ୍ଲୀ: ଆଜବେଷ୍ଟସ ସଂସ୍ପର୍ଶରେ ଦୀର୍ଘ ସମୟ ରହିଲେ ମଣିଷର ଫୁସଫୁସରେ ସଂକ୍ରମଣ ହେବା ସହ କ୍ଷତ ହୋଇ ଏଥିରୁ ରକ୍ତ କ୍ଷରଣ ହୋଇଥାଏ। ଏଭଳି ଶାରୀରିକ ସମସ୍ୟାକୁ ଡାକ୍ତରୀ ଭାଷାରେ ଆଜବେଷ୍ଟୋସିସ କୁହାଯାଏ। ଏହା ଯୋଗୁ ନିଶ୍ୱାସ ନେବାରେ କଷ୍ଟ ହେବା ସହିତ କାଶ, ଧଇଁ ପେଲିହେବା, ଛାତିରେ ଯନ୍ତ୍ରଣା ଆଦି ଲକ୍ଷଣ ଦେଖିବାକୁ ମିଳେ। ଏଭଳି ସମସ୍ୟା ଅଧିକ ଦିନ ଧରି ଲାଗି ରହିଲେ ଫୁସଫୁସ କର୍କଟ, ମେସୋଥେଲିଓମା, ପ୍ଲୁରାଲ ଫାଇବ୍ରୋସିସ, ହାର୍ଟ ସମସ୍ୟା ଆଦି ସୃଷ୍ଟି ହେବାର ଆଶଙ୍କା ଥାଏ।
ଆଜବେଷ୍ଟସ ଘରେ ବାସ କଲେ ଅବା ଆଜବେଷ୍ଟସ ତିଆରି ହେଉଥିବା ଶିଳ୍ପ ସଂସ୍ଥାରେ କାମ କଲେ ଏହି ସମସ୍ୟା ସୃଷ୍ଟି ହେବାର ଆଶଙ୍କା ଅଧିକ ରହିଥାଏ। ସମସ୍ତ ପ୍ରକାରର ଆଜବେଷ୍ଟସ ଯୋଗୁ ଏହି ସମସ୍ୟା ହୋଇଥାଏ। ଆଜବେଷ୍ଟସ ସଂସ୍ପର୍ଶରେ କେତେ ଦିନ ଧରି ସମ୍ପୃକ୍ତ ବ୍ୟକ୍ତି ରହିଛନ୍ତି ତାହା ଜାଣିବା ପରେ ଉପଯୁକ୍ତ ମେଡିକାଲ ଇମେଜିଙ୍ଗ କରି ସମସ୍ୟାକୁ ଚିହ୍ନଟ କରାଯାଏ।
ଏହା ଏକ ପ୍ରକାର ଇଣ୍ଟରସ୍ଟିସିଆଲ ପଲ୍ୟୁମୋନାରୀ ଫାଇବ୍ରୋସିସ ସମସ୍ୟା।
ଏଥି ପାଇଁ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନ ଥିଲେ ମଧ୍ୟ ଇନଫ୍ଲୁଏଞ୍ଜା ଟିକା, ନିମୋକୋକାଲ ଟିକା, ଆବଶ୍ୟକ ସଚେତନତା, ସେବାଯତ୍ନ, ଧୂମ୍ରପାନ ବନ୍ଦ ଓ ଅମ୍ଳଜାନ ଥେରାପି ଅରଦି ମାଧ୍ୟମରେ ଚିକିତ୍ସା କରାଯାଇଥାଏ। ୨୦୧୫ରେ ଏହି ସମସ୍ୟା ଯୋଗୁ ପୃଥିବୀରେ ୧୫୭,୦୦୦ ଲୋକ ଆକ୍ରାନ୍ତ ହୋଇଥିବାବେଳେ ୩,୬୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା। ଏହି ସମସ୍ୟାକୁ ପ୍ରତିରୋଧ କରିବା ପାଇଁ କେତେକ ଦେଶରେ ଆଜବେଷ୍ଟସର ବ୍ୟବହାର ଉପରେ କଟକଣା ଜାରି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri