ଆରମ୍ଭ ହେଲା ପାଠପଢ଼ା, ପୂରଣ ହେଉନି ସିଟ୍‌

ଭୁବନେଶ୍ୱର, ୨୨।୮(ଅସମାପିକା ସାହୁ):୨୦୨୩-୨୪ ଶିକ୍ଷା ବର୍ଷ ପାଇଁ ସମସ୍ତ ଉଚ୍ଚ ମାଧ୍ୟମିକ ଓ ଉଚ୍ଚ ଶିକ୍ଷାନୁଷ୍ଠାନ ସହ ବୈଷୟିକ ଶିକ୍ଷାନୁଷ୍ଠାନରେ ପାଠପଢ଼ା ଆରମ୍ଭ ହୋଇଯାଇଛି। ଯୁକ୍ତ୨ ପ୍ରଥମ ବର୍ଷ ପାଠପଢ଼ା ଗତ ୧ ତାରିଖରୁ ଆରମ୍ଭ ହୋଇଥିବାବେଳେ ଯୁକ୍ତ୩ ଓ ପିଜି ପାଠପଢ଼ା ସୋମବାରଠାରୁ ଆରମ୍ଭ ହୋଇଛି। ହେଲେ ଏବେ ବି ଲକ୍ଷ ଲକ୍ଷ ସିଟ୍‌ ଖାଲି ପଡିଥିବାରୁ ଚିନ୍ତା ବଢ଼ିଛି। ତେଣୁ ପାଠପଢ଼ାରେ ବହୁ ବିଳମ୍ବ ହୋଇଥିଲେ ମଧ୍ୟ ସିଟ୍‌ ପୂରଣ ପାଇଁ ନାମଲେଖା ଜାରି ରହିଛି।
ମିଳିଥିବା ସୂଚନାନୁସାରେ, ୨,୧୯୧ଟି ଉଚ୍ଚ ମାଧ୍ୟମିକ ସ୍କୁଲରେ ୫,୧୬,୮୭୩ଟି ସିଟ୍‌ ରହିଛି। ସେଥିମଧ୍ୟରୁ ୩,୭୯,୦୬୬ଟି ସିଟ୍‌ ପୂରଣ ହୋଇଥିବାବେଳେ ୧,୩୭,୮୦୭ଟି ସିଟ୍‌ ଖାଲି ପଡ଼ିଛି। ଏଥିମଧ୍ୟରେ ବିଜ୍ଞାନରେ ସର୍ବାଧିକ ୫୭,୭୯୫ଟି ସିଟ୍‌ ଖାଲି ଥିବାବେଳେ କଳାରେ ୫୦,୯୬୨, ବାଣିଜ୍ୟରେ ୧୬,୫୮୯, ସଂସ୍କୃତରେ ୬,୪୪୧ ଏବଂ ଧନ୍ଦାମୂଳକ ଶିକ୍ଷାରେ ୬,୦୨୦ଟି ସିଟ୍‌ ବଳକା ପଡ଼ିଛି। ଯୁକ୍ତ୨ ପ୍ରଥମ ପର୍ଯ୍ୟାୟ ନାମଲେଖାରେ ସିଟ୍‌ ପୂରଣ ନ ହେବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ସୁଯୋଗ ଦେଇଛି। ଏଥିପାଇଁ ଗତ ୧୬ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଯେଉଁ ଛାତ୍ରୀଛାତ୍ର ଆବେଦନ କରିପାରି ନ ଥିଲେ ସେମାନେ ଏବେ ଆବେଦନ କରିପାରିବେ। ଏହି ଆବେଦନ ପ୍ରକ୍ରିୟା ୨୮ତାରିଖ ରାତି ୧୧ଟା ୫୫ ପର୍ଯ୍ୟନ୍ତ ଚାଲିବ। ସେପ୍ଟେମ୍ବର ୪ ପୂର୍ବାହ୍ନ ୧୧ଟା ୩୦ରେ ପ୍ରଥମ ମେରିଟ ଲିଷ୍ଟ ପ୍ରକାଶ ପାଇବ। ୫ ତାରିଖ ସକାଳ ୯ଟାରୁ ୭ ତାରିଖ ଅପରାହ୍ନ ୫ଟା ଭିତରେ ମନୋନୀତ ଛାତ୍ରୀଛାତ୍ର ନାମ ଲେଖାଇବେ। ୧୨ତାରିଖ ପୂର୍ବାହ୍ନ ୧୧ଟା ୩୦ରେ ସ୍ପଟ୍‌ ନାମଲେଖା ପାଇଁ ତାଲିକା ପ୍ରକାଶ ପାଇବ। ଚୟନ ହୋଇଥିବା ଛାତ୍ରୀଛାତ୍ର ୧ରୁ ୧୪ ତାରିଖ ସନ୍ଧ୍ୟା ଭିତରେ ନାମ ଲେଖାଇବେ। ତେବେ ଏହି ନାମଲେଖା ପରେ ସିଟ୍‌ ପୂରଣ ହେଉଛି କି ନାର୍ହି ତାହା ପରବର୍ତ୍ତୀ ସମୟରେ ଜଣାପଡ଼ିବ।
ଅପରପକ୍ଷେ ଯୁକ୍ତ୩ରେ ଖାଲି ପଡିଥିବା ସିଟ୍‌ ପୂରଣ ଲାଗି ଆସନ୍ତା ୨୪ରେ ଚତୁର୍ଥ ପର୍ଯ୍ୟାୟ ନାମଲେଖା ନିମନ୍ତେ ତାଲିକା ପ୍ରକାଶ ପାଇବ। ତେବେ ତୃତୀୟ ପର୍ଯ୍ୟାୟ ନାମଲେଖା ପରେ ୧,୪୩,୧୨୮ଟି ସିଟ୍‌ ବଳକା ପଡ଼ିଥିବା ଜଣାପଡ଼ିଛି। ସାମ୍ସ ପୋର୍ଟାଲରୁ ମିଳିଥିବା ସୂଚନାନୁସାରେ, ରାଜ୍ୟର ମୋଟ ୧,୦୪୦ ଡିଗ୍ରୀ କଲେଜରେ ୨,୭୦,୧୬୩ ସିଟ୍‌ ଥିବାବେଳେ ୧,୨୭,୦୩୫ଜଣ ନାମ ଲେଖାଇଛନ୍ତି। ବଳକା ସିଟ୍‌ ମଧ୍ୟରୁ କଳାରେ ୬୮,୪୨୯, ପଦାର୍ଥ ବିଜ୍ଞାନରେ ୩୦,୬୫୪, ଜୈବ ବିଜ୍ଞାନରେ ୧୬,୮୬୮, ବାଣିଜ୍ୟରେ ୨୦,୦୪୨, ସେଲ୍ଫ ଫାଇନାନ୍ସିଂରେ ୧,୨୫୫ ଏବଂ ସଂସ୍କୃତରେ ୫,୮୮୦ଟି ସିଟ୍‌ ଖାଲି ପଡ଼ିଛି। ସେହିଭଳି ପିଜି ପ୍ରଥମବର୍ଷ ପାଠପଢ଼ା ସୋମବାର ଆରମ୍ଭ ହୋଇଥିବାବେଳେ ଏଥିରେ ମଧ୍ୟ ବହୁ ସିଟ୍‌ ଖାଲି ପଡ଼ିଥିବା ଜଣାପଡିଛି। ତେଣୁ ଏହାର ନାମଲେଖା ପ୍ରକ୍ରିୟା ମଧ୍ୟ ଜାରି ରହିଛି। ଅନ୍ୟପକ୍ଷରେ ଆଇଟିଆଇରେ ୩୫ହଜାରରୁ ଊର୍ଦ୍ଧ୍ୱ ସିଟ୍‌ ଖାଲି ଥିବାବେଳେ ଡିପ୍ଲୋମାରେ ୨୯ ହାଜରରୁ ଊର୍ଦ୍ଧ୍ୱ ସିଟ୍‌ ଖାଲି ପଡିଥିବା ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଳନ ହେବ ଐତିହାସିକ ଜମ୍ବୁ ମହୋତ୍ସବ: ଅଗ୍ନିଶମ, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦେଇ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଝାମୁଯାତ୍ରାରେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ କରିବାକୁ ପ୍ରଶାସନିକ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

ସହରରେ ବୁଲୁଛି ଦନ୍ତା, ଲୋକେ ଭୟଭୀତ

ଭୁବନ,୩ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ବିଭିନ୍ନ ସ୍ଥାନରେ ଦନ୍ତାହାତୀ ଜନଗହଳିରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଦନ୍ତାହାତୀଟି ସୁକିନ୍ଦା ଅଞ୍ଚଳରୁ ଆସି ଭୁବନ…

କନିଷ୍ଠ ଶିକ୍ଷକଙ୍କୁ ନିୟମିତ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି: ପିଛିଲା ଭାବେ ମିଳିବ ମୋଟାଅଙ୍କର ଦରମା …

ଭୁବନେଶ୍ୱର,୩ା୪ (ସୁଚିସ୍ମିତା ସାହୁ):କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌)ଙ୍କୁ ନିୟମିତ କରିବା ପାଇଁ ଗୁରୁବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି କନିଷ୍ଠ ଶିକ୍ଷକମାନେ ସହକାରୀ ଶିକ୍ଷକ ଭାବେ…

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri