ପ୍ରାର୍ଥୀଙ୍କ ସହ ଗଡ଼ ସମ୍ଭାଳୁଛନ୍ତିି ବିଧାୟକ, ପୂର୍ବତନ ବିଧାୟକ

ନବରଙ୍ଗପୁର,୭ା୨(ବି.ପ୍ର.)- ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକରେ ୩ ଜିଲା ପରିଷଦ ଜୋନ୍‌ ରହିଛି। ସମସ୍ତ ଜୋନ୍‌ରେ ଭାଜପା, କଂଗ୍ରେସ ଓ ବିଜେଡି ପ୍ରାର୍ଥୀଙ୍କ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବ। ତିନୋଟି ଜୋନ୍‌ରେ ୩୪ ହଜାର ୫୮୪ ଭୋଟର ରହିଛନ୍ତି। ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଏହି ବ୍ଲକରେ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ସହ ସରକାରଙ୍କ ଜନହିତକର ଯୋଜନା ନେଇ ଲୋକଙ୍କ ନିକଟରେ ପହଞ୍ଚୁଛନ୍ତି। ସ୍ଥାନୀୟ ସମସ୍ୟା ସହ ଶିକ୍ଷା, ଗମନାଗମନ ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ସାଧାରଣ ଲୋକଙ୍କ ରହିଥିବା ସମସ୍ୟା ପ୍ରତି ବିଧାୟକ ରନ୍ଧାରୀ ଗୁରୁତ୍ୱ ଦେଇ ଆସୁଥିବାରୁ ତାଙ୍କ ଲୋକପ୍ରିୟତା ରହିଛି। କଂଗ୍ରେସର ପୂର୍ବତନ ବିଧାୟକ ଭୂଜବଳ ମାଝି ପାପଡ଼ାହାଣ୍ଡି ବ୍ଲକ ମୈଦଲପୁରରେ ରହୁଛନ୍ତି। ସେ କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ସହ ଜିଲା ସଭାପତି ମୁନା ତ୍ରିପାଠୀ ମଧ୍ୟ ପ୍ରାର୍ଥୀଙ୍କ ସହ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ବିଜେଡିର ୨୨ ବର୍ଷର ଶାସନ ମଧ୍ୟରେ ହୋଇଥିବା ବିଭିନ୍ନ ଦୁର୍ନୀତିକୁ ପ୍ରସଙ୍ଗ କରି କଂଗ୍ରେସ ଭୋଟରଙ୍କ ନିକଟରେ ପହଞ୍ଚୁଛି। ଅନ୍ୟପକ୍ଷରେ ପୂର୍ବତନ ଏମ୍‌ପି ପର୍ଶୁରାମ ମାଝିଙ୍କ ଘର ପାପଡ଼ାହାଣ୍ଡିରେ ହୋଇଥିଲେ ମଧ୍ୟ ସେ ପ୍ରାର୍ଥୀଙ୍କ ସହ କାଁଭାଁ ବୁଲିବା ଦେଖିବାକୁ ମିଳୁଛି। ନିର୍ବାଚନ ଆସିଲେ ଭାଜପା ସଙ୍ଗଠନ ସକ୍ରିୟ ହେବା ଦ୍ୱାରା ଏହାର ପ୍ରଭାବ ସିଧାସଳଖ ପ୍ରାର୍ଥୀଙ୍କ ଉପରେ ପଡ଼ୁଥିବା ମତପ୍ରକାଶ ପାଉଛି। ଅନ୍ୟପକ୍ଷରେ ପାପଡ଼ାହାଣ୍ଡି ବ୍ଲକରେ ଭାଜପାର ବରିଷ୍ଠ କର୍ମକର୍ତ୍ତା ଗ୍ରାମୀଣ ଓ ବ୍ଲକ ସ୍ତରୀୟ କର୍ମୀଙ୍କ ଉପରେ ଆସ୍ଥାଭାଜନ ହୋଇପାରୁ ନାହାନ୍ତି। ପାପଡ଼ାହାଣ୍ଡିରେ ଭାଜପାର ସଙ୍ଗଠନ ଦୁର୍ବଳ ଥିବାରୁ ଏହି ବ୍ଲକରେ ଭାଜପା ତୃତୀୟ ସ୍ଥାନରେ ରହିବ ବୋଲି ରାଜନୈତିକ ବିଶେଷଜ୍ଞଙ୍କ ମଧ୍ୟରେ ମତପ୍ରକାଶ ପାଉଛି। ତେଣୁ ଏଠାରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର ହେବ ବୋଲି କୁହାଯାଉଛି। ପାପଡ଼ାହାଣ୍ଡି ବ୍ଲକ ଜୋନ ୧ରେ କଂଗ୍ରେସ ପକ୍ଷରୁ ଉଆଁସୁ ମାଝି, ଭାଜପାର ପ୍ରଭାକର ଜାନୀ, ବିଜେଡି ପକ୍ଷରୁ ଯଶୋବସ୍ତ ନାୟକଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ସେହିଭଳି ଜୋନ୍‌ ୨ରେ କଂଗ୍ରେସର ଅର୍ଜୁନ ଭତରା, ଭାଜପାର ତ୍ରିନାଥ ଅମନାତ୍ୟ, ବିଜେଡିର ମୋତିରାମ ନାୟକଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ମୋତିରାମ ହେଉଛନ୍ତି ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷ। ପୂର୍ବରୁ ସେ ଡାବୁଗାଁ ବିଧାୟକ ପ୍ରାର୍ଥୀ ହୋଇଥିଲେ। ଏ ନେଇ ବିଜେଡି ନିଜ ସମ୍ମାନ ରକ୍ଷା ପାଇଁ ଆପ୍ରାଣ ପ୍ରଚେଷ୍ଟା ଚଳାଇଛି। ସେହିଭଳି ଜୋନ୍‌ ୩ ରେ ବିଜେଡିର ଭାନୁମତି ପୂଜାରୀ, ଭଜପାର ଲକ୍ଷ୍ମୀ ଭତରା ଓ କଂଗ୍ରେସର ଲିପିକା ମାଝିଙ୍କ ମଧ୍ୟରେ କଡ଼ା ଟକ୍କର ହେବ। ଲିପିକା ଜଣେ ଉଚ୍ଚଶିକ୍ଷିତା ଓ ଡାକ୍ତର ଏବଂ ପୂର୍ବତନ ବିଧାୟକ ଭୁଜବଳ ମାଝିଙ୍କ ବଡ଼ ଝିଅ। ଲିପିକା ବିପକ୍ଷରେ ବିଜେଡି ପକ୍ଷରୁ ଭାନୁମତିଙ୍କୁ ପ୍ରାର୍ଥୀ କରାଯାଇଛି। ଲିପିକା ଓ ଭାନୁମତି ଦୁହେଁ ସମ୍ପର୍କରେ ମାଉସୀ ଓ ବଡ଼ମା’ ଝିଅ ଭାବେ ଦୁଇ ଭଉଣୀ। ଲିପିକାଙ୍କୁ ବାପା ଭୁଜବଳଙ୍କ ସହଯୋଗ ସହ ଉଚ୍ଚଶିକ୍ଷିତା ହୋଇଥିବାରୁ ଭୋଟର ପ୍ରାର୍ଥୀଙ୍କ ଭାବମୂର୍ତ୍ତି ଓ ଦଳକୁ ମଧ୍ୟ ନଜର ଦେବେ। ତେବେ ପାପଡ଼ାହାଣ୍ଡି ବ୍ଲକ ଡାବୁଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀର ଏକ ଅଙ୍ଗ ହୋଇଥିବାରୁ ବିଧାୟକ ମନୋହର ରନ୍ଧାରୀଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି। ସେହିପରି ପୂର୍ବତନ ବିଧାୟକ ଭୁଜବଳ ମାଝିଙ୍କ ଗଡ଼ କୁହାଯାଉଥିବା ପାପଡ଼ାହାଣ୍ଡି ବ୍ଲକରେ କଂଗ୍ରେସ ପାଇଁ ମଧ୍ୟ ସମ୍ମାନର ପ୍ରଶ୍ନ ହୋଇଛି। ତେବେ ୩ ଜୋନ୍‌ରେ ଭୋଟର କେଉଁ ପ୍ରାର୍ଥୀ ଓ ଦଳ ଉପରେ ଆସ୍ଥା ରଖି ଆଶୀର୍ବାଦ କରିବେ ତାହା ନିର୍ବାଚନ ଫଳାଫଳ ହିଁ କହିବ।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତେବାସୀ ଛାତ୍ର ଗୁରୁତର ଘଟଣା: ରାତିଅଧରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ନିଲମ୍ବିତ, ରୋଷେୟା ବହିଷ୍କୃତ

ନବରଙ୍ଗପୁର,୨୯।୧୧(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ୍‌ କୋକଡ଼ି ସେମଲା ଆଶ୍ରମ ବିଦ୍ୟାଳୟ ହଷ୍ଟେଲ ରୋଷେଇଘରେ ଗତ ୨୦ ତାରିଖରେ ପ୍ରେସରକୁକର ଫାଟି ସପ୍ତମ ଶ୍ରେଣୀ ଛାତ୍ର...

ପାଚେରି ଡେଇଁ ଗୁରୁତର ଛାତ୍ରଙ୍କୁ ଉଦ୍ଧାରକଲେ ପ୍ରଦୀପ ମାଝୀ: ଚିକିତ୍ସା ନ କରାଇ ୯ଦିନ ପର୍ଯ୍ୟନ୍ତ ହଷ୍ଟେଲରେ ତାଲା ପକାଇ ରଖିଥିଲେ

ନବରଙ୍ଗପୁର,୨୯।୧୧(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ୍‌ କୋକଡ଼ି ସେମଲା ଆଶ୍ରମ ବିଦ୍ୟାଳୟ ହଷ୍ଟେଲ ରୋଷେଇଘରେ ଗତ ୨୦ ତାରିଖରେ ପ୍ରେସରକୁକର ଫାଟି ସପ୍ତମ ଶ୍ରେଣୀ ଛାତ୍ର...

ଅନ୍ୟ ଜାତିରେ ବିବାହ କରିଥିଲେ ବାପା, ପୁଅର ମୃତଦେହ ଛୁଇଁଲେନି ସମାଜ ଲୋକେ

ଚନ୍ଦାହାଣ୍ଡି/ନବରଙ୍ଗପୁର,୨୯।୧୧(ଦିଲ୍ଲୀପ ଦାସ/ସଦଶିବ ପ୍ରହରାଜ): ଯେତେ ସଚେତନକଲେ ମଧ୍ୟ ଲୋକଙ୍କ ଭିତରେ ଏବେ ମଧ୍ୟ ଅନ୍ଧବିଶ୍ୱାସ, ଜାତିପ୍ରଥା ଭରି ରହିଛି। ଏହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି...

ବ୍ୟବସାୟୀଙ୍କ ଘରେ ସଶସ୍ତ୍ର ଡକାୟତି, ସ୍ତ୍ରୀଙ୍କୁ ଛୁରିରେ ଆକ୍ରମଣ କରି ଦୁର୍ବୃତ୍ତ ଲୁଟିନେଲେ…

ଝରିଗାଁ,୨୭ା୧୧(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ଅଞ୍ଚଳରେ ଦିନକୁ ଦିନ ଚୋରି ଡକାୟତି ବଢୁଥିବା ବେଳେ ଦୁର୍ବୃତ୍ତମାନେ କଳାକନା ବୁଲାଇ ନିର୍ଭୟରେ ବୁଲୁଛନ୍ତି। ଯାହାଫଳରେ ଅଞ୍ଚଳରେ ରହୁଥିବା...

ଝିଅ ଦେହ ଖରାପ ଖବର ପାଇ ଯାଇଥିଲେ ଦିଲ୍ଲୀ: ନିଖୋଜ ହେବାର ୪ ବର୍ଷ ପରେ ଜୀବିତ ଫେରିଲେ ବୃଦ୍ଧ 

ଉମରକୋଟ, ୨୨।୧୧(ସନ୍ତୋଷ ଶତପଥୀ): ୪ ବର୍ଷ ତଳେ ଦିଲ୍ଲୀରୁ ନିଖୋଜ ଥିବା ନବରଙ୍ଗପୁର ଜିଲା ଉମରକୋଟ ପୌରାଞ୍ଚଳ ଦଶରାପଦା ସାହିର ଲାଲୁ ହରିଜନ (୬୫) ଘରକୁ...

ପିଅନ ଥାଇ ସ୍କୁଲରେ ଝାଡ଼ୁ ମାରିଥିଲେ ଜିଲା ଶିକ୍ଷା ଅଧିକାରୀ: କାରଣ ଦର୍ଶାଅ ନୋଟିସ ସହ ଦିନକର ଦରମା ବନ୍ଦ

ନବରଙ୍ଗପୁର,୨୦।୧୧(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ଜଳଣି ମାତା ହାଇସ୍କୁଲରେ ବିଭିନ୍ନ ଅନିୟମିତତା ଓ କର୍ମଚାରୀଙ୍କ ଅବହେଳା, ଛାତ୍ରୀଛାତ୍ର ଉପସ୍ଥାପନ ବ୍ୟତିକ୍ରମ ଓ ମଧ୍ୟାହ୍ନ ଭୋଜନରେ ମେନ୍ୟୁ...

ବିଡିଓଙ୍କ ଘରେ ବୁଲିଲା କଳାକନା : ଭେଣ୍ଟିଲେଟର ଭାଙ୍ଗି ପଶିଲେ…

ନବରଙ୍ଗପୁର,୪।୧୧(ସଦାଶିବ ପ୍ରହରାଜ): ନବରଙ୍ଗପୁର ବଡିଓଙ୍କ ଘରେ ବୁଲିଲା କଳା କନା। ନବରଙ୍ଗପୁର ବ୍ଲକ ବଡିଓ ସୁନୀଲ ଖରା ଗତ ଶନିବାର ଛୁଟିରେ ରାୟଗଡାରେ ଥିବା ପରିବାରକୁ...

ବୁଝିଲେନି ସମ୍ପର୍କ: ଟାଙ୍ଗିଆରେ ହାଣି ବାପାଙ୍କୁ ମାରିଦେଲେ ପୁଅ

ଉମରକୋଟ,୨୮।୧୦(ସନ୍ତୋଷ ଶତପଥୀ): ପୁଅର ଟାଙ୍ଗିଆ ମାଡ଼ରେ ୮୦ ବର୍ଷୀଆ ବୃଦ୍ଧ ବାପାର ମୃତ୍ୟୁ ଘଟିଛି। ଏହିଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲା ଉମେରକୋଟ ବ୍ଲକ ବଡ଼ବାସିନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri