ପ୍ରାର୍ଥୀଙ୍କ ସହ ଗଡ଼ ସମ୍ଭାଳୁଛନ୍ତିି ବିଧାୟକ, ପୂର୍ବତନ ବିଧାୟକ

ନବରଙ୍ଗପୁର,୭ା୨(ବି.ପ୍ର.)- ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକରେ ୩ ଜିଲା ପରିଷଦ ଜୋନ୍‌ ରହିଛି। ସମସ୍ତ ଜୋନ୍‌ରେ ଭାଜପା, କଂଗ୍ରେସ ଓ ବିଜେଡି ପ୍ରାର୍ଥୀଙ୍କ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବ। ତିନୋଟି ଜୋନ୍‌ରେ ୩୪ ହଜାର ୫୮୪ ଭୋଟର ରହିଛନ୍ତି। ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଏହି ବ୍ଲକରେ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ସହ ସରକାରଙ୍କ ଜନହିତକର ଯୋଜନା ନେଇ ଲୋକଙ୍କ ନିକଟରେ ପହଞ୍ଚୁଛନ୍ତି। ସ୍ଥାନୀୟ ସମସ୍ୟା ସହ ଶିକ୍ଷା, ଗମନାଗମନ ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ସାଧାରଣ ଲୋକଙ୍କ ରହିଥିବା ସମସ୍ୟା ପ୍ରତି ବିଧାୟକ ରନ୍ଧାରୀ ଗୁରୁତ୍ୱ ଦେଇ ଆସୁଥିବାରୁ ତାଙ୍କ ଲୋକପ୍ରିୟତା ରହିଛି। କଂଗ୍ରେସର ପୂର୍ବତନ ବିଧାୟକ ଭୂଜବଳ ମାଝି ପାପଡ଼ାହାଣ୍ଡି ବ୍ଲକ ମୈଦଲପୁରରେ ରହୁଛନ୍ତି। ସେ କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ସହ ଜିଲା ସଭାପତି ମୁନା ତ୍ରିପାଠୀ ମଧ୍ୟ ପ୍ରାର୍ଥୀଙ୍କ ସହ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ବିଜେଡିର ୨୨ ବର୍ଷର ଶାସନ ମଧ୍ୟରେ ହୋଇଥିବା ବିଭିନ୍ନ ଦୁର୍ନୀତିକୁ ପ୍ରସଙ୍ଗ କରି କଂଗ୍ରେସ ଭୋଟରଙ୍କ ନିକଟରେ ପହଞ୍ଚୁଛି। ଅନ୍ୟପକ୍ଷରେ ପୂର୍ବତନ ଏମ୍‌ପି ପର୍ଶୁରାମ ମାଝିଙ୍କ ଘର ପାପଡ଼ାହାଣ୍ଡିରେ ହୋଇଥିଲେ ମଧ୍ୟ ସେ ପ୍ରାର୍ଥୀଙ୍କ ସହ କାଁଭାଁ ବୁଲିବା ଦେଖିବାକୁ ମିଳୁଛି। ନିର୍ବାଚନ ଆସିଲେ ଭାଜପା ସଙ୍ଗଠନ ସକ୍ରିୟ ହେବା ଦ୍ୱାରା ଏହାର ପ୍ରଭାବ ସିଧାସଳଖ ପ୍ରାର୍ଥୀଙ୍କ ଉପରେ ପଡ଼ୁଥିବା ମତପ୍ରକାଶ ପାଉଛି। ଅନ୍ୟପକ୍ଷରେ ପାପଡ଼ାହାଣ୍ଡି ବ୍ଲକରେ ଭାଜପାର ବରିଷ୍ଠ କର୍ମକର୍ତ୍ତା ଗ୍ରାମୀଣ ଓ ବ୍ଲକ ସ୍ତରୀୟ କର୍ମୀଙ୍କ ଉପରେ ଆସ୍ଥାଭାଜନ ହୋଇପାରୁ ନାହାନ୍ତି। ପାପଡ଼ାହାଣ୍ଡିରେ ଭାଜପାର ସଙ୍ଗଠନ ଦୁର୍ବଳ ଥିବାରୁ ଏହି ବ୍ଲକରେ ଭାଜପା ତୃତୀୟ ସ୍ଥାନରେ ରହିବ ବୋଲି ରାଜନୈତିକ ବିଶେଷଜ୍ଞଙ୍କ ମଧ୍ୟରେ ମତପ୍ରକାଶ ପାଉଛି। ତେଣୁ ଏଠାରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର ହେବ ବୋଲି କୁହାଯାଉଛି। ପାପଡ଼ାହାଣ୍ଡି ବ୍ଲକ ଜୋନ ୧ରେ କଂଗ୍ରେସ ପକ୍ଷରୁ ଉଆଁସୁ ମାଝି, ଭାଜପାର ପ୍ରଭାକର ଜାନୀ, ବିଜେଡି ପକ୍ଷରୁ ଯଶୋବସ୍ତ ନାୟକଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ସେହିଭଳି ଜୋନ୍‌ ୨ରେ କଂଗ୍ରେସର ଅର୍ଜୁନ ଭତରା, ଭାଜପାର ତ୍ରିନାଥ ଅମନାତ୍ୟ, ବିଜେଡିର ମୋତିରାମ ନାୟକଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ମୋତିରାମ ହେଉଛନ୍ତି ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷ। ପୂର୍ବରୁ ସେ ଡାବୁଗାଁ ବିଧାୟକ ପ୍ରାର୍ଥୀ ହୋଇଥିଲେ। ଏ ନେଇ ବିଜେଡି ନିଜ ସମ୍ମାନ ରକ୍ଷା ପାଇଁ ଆପ୍ରାଣ ପ୍ରଚେଷ୍ଟା ଚଳାଇଛି। ସେହିଭଳି ଜୋନ୍‌ ୩ ରେ ବିଜେଡିର ଭାନୁମତି ପୂଜାରୀ, ଭଜପାର ଲକ୍ଷ୍ମୀ ଭତରା ଓ କଂଗ୍ରେସର ଲିପିକା ମାଝିଙ୍କ ମଧ୍ୟରେ କଡ଼ା ଟକ୍କର ହେବ। ଲିପିକା ଜଣେ ଉଚ୍ଚଶିକ୍ଷିତା ଓ ଡାକ୍ତର ଏବଂ ପୂର୍ବତନ ବିଧାୟକ ଭୁଜବଳ ମାଝିଙ୍କ ବଡ଼ ଝିଅ। ଲିପିକା ବିପକ୍ଷରେ ବିଜେଡି ପକ୍ଷରୁ ଭାନୁମତିଙ୍କୁ ପ୍ରାର୍ଥୀ କରାଯାଇଛି। ଲିପିକା ଓ ଭାନୁମତି ଦୁହେଁ ସମ୍ପର୍କରେ ମାଉସୀ ଓ ବଡ଼ମା’ ଝିଅ ଭାବେ ଦୁଇ ଭଉଣୀ। ଲିପିକାଙ୍କୁ ବାପା ଭୁଜବଳଙ୍କ ସହଯୋଗ ସହ ଉଚ୍ଚଶିକ୍ଷିତା ହୋଇଥିବାରୁ ଭୋଟର ପ୍ରାର୍ଥୀଙ୍କ ଭାବମୂର୍ତ୍ତି ଓ ଦଳକୁ ମଧ୍ୟ ନଜର ଦେବେ। ତେବେ ପାପଡ଼ାହାଣ୍ଡି ବ୍ଲକ ଡାବୁଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀର ଏକ ଅଙ୍ଗ ହୋଇଥିବାରୁ ବିଧାୟକ ମନୋହର ରନ୍ଧାରୀଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି। ସେହିପରି ପୂର୍ବତନ ବିଧାୟକ ଭୁଜବଳ ମାଝିଙ୍କ ଗଡ଼ କୁହାଯାଉଥିବା ପାପଡ଼ାହାଣ୍ଡି ବ୍ଲକରେ କଂଗ୍ରେସ ପାଇଁ ମଧ୍ୟ ସମ୍ମାନର ପ୍ରଶ୍ନ ହୋଇଛି। ତେବେ ୩ ଜୋନ୍‌ରେ ଭୋଟର କେଉଁ ପ୍ରାର୍ଥୀ ଓ ଦଳ ଉପରେ ଆସ୍ଥା ରଖି ଆଶୀର୍ବାଦ କରିବେ ତାହା ନିର୍ବାଚନ ଫଳାଫଳ ହିଁ କହିବ।


Enter your email to get our daily news in your inbox.

All Right Reserved By Dharitri.Com

ଆପଣାଇଥିଲେ ଅନ୍ୟ ଧର୍ମ: ୧୭ ଘଣ୍ଟା ହେଲା ପଡ଼ିଛି ମୃତଦେହ, ଶ୍ମଶାନରେ ମିଳୁନି

ଉମରକୋଟ,୩୧।୩(ସନ୍ତୋଷ ଶତପଥୀ): ଦୀର୍ଘ ୧୭ ଘଣ୍ଟା ହେବ ଘରେ ପଡି ରହିଛି ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ ।…

୩୩ ଭୂମିହୀନଙ୍କ ମୁହଁରେ ଫୁଟିଲା ହସ, ସମସ୍ତଙ୍କୁ ମିଳିଲା…

ଝରିଗାଁ,୧୨ା୩(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକର ଭୂମିହୀନଙ୍କୁ ବସୁନ୍ଧରା ଯୋଜନାରେ ଗୁରୁବାର ତହସିଲ ପକ୍ଷରୁ ପଟ୍ଟା ବଣ୍ଟନ କରାଯାଇଛି। ତହସିଲଦାର ସୁମନ୍ତ ପାତ୍ରଙ୍କ ସଂଯୋଜନାରେ…

ସମ୍ପର୍କୀୟ ଦେଇଥିଲେ ଖବର, ବେକରେ ଭୁଜାଲି ଲଗାଇ ହାତ ଗୋଡ଼ ବାନ୍ଧି ଲୁଟିଥିଲେ ୭୦ ଲକ୍ଷ; ୭ଜଣ ଡକାୟତଙ୍କୁ ବାନ୍ଧି ବଡ଼ ପର୍ଦ୍ଦାଫାଶ କଲା…  

ଉମରକୋଟ,୩।୩(ସନ୍ତୋଷ ସତପଥୀ): ଉମରକୋଟ ଥାନା ଅଧୀନ କୋଚନିଆମ୍ବା ଗ୍ରାମରେ ଗତ ଫେବୃଆରୀ ୨୨ ଓ ୨୩ ତାରିଖ ମଧ୍ୟରାତ୍ରିରେ ବଡ଼ ଧରଣର ଡକାୟତି ହୋଇଥିଲା। ବେକରେ ଭୁଜାଲି…

୫ ଦିନ ପରେ ମିଳିଲା ପ୍ରଧାନଶିକ୍ଷକଙ୍କ ଝୁଲନ୍ତା ମୃତଦେହ, ପାଖରୁ ମିଳିଲା…

ଝରିଗାଁ,୨୫ା୨(କିଶୋର ଚନ୍ଦ୍ର ମଣ୍ଡଳ): ନିଖୋଜ ହେବାର ୫ ଦିନ ପରେ ମିଳିଲା ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ମୃତଦେହ। ଯାହାକି ପରିବାର ଏବଂ ବିଦ୍ୟାଳୟରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।…

ଝିଅ ଅନ୍ୟଜାତିରେ ବିବାହ କରିବାରୁ ମଲାପରେ ବାପାଙ୍କୁ ମିଳିଲାନି ଚାରି କାନ୍ଧ, ବଡ଼ ପୁଅ ବି ଆସିଲେନି…

ନବରଙ୍ଗପୁର,୨୫।୨(ସଦାଶିବ ପ୍ରହରାଜ): ଆଜିର ସଭ୍ୟ ସମାଜରେ ଜାତିପ୍ରଥା ଭଳି ପରମ୍ପରା ବଞ୍ଚିରହିଛି । ଜାତିପ୍ରଥା ଯୋଗୁ ଶବକୁ ମିଳିଲାନି ଚାରି କାନ୍ଧ । ଏପରିକି ବଡ଼ ପୁଅ…

ମାରଣାସ୍ତ୍ର ଦେଖାଇ ବ୍ୟାବସାୟୀଙ୍କ ଘରୁ ଲୁଟ୍‌

ପାପଡ଼ାହାଣ୍ଡି,୨୪।୨(ସ୍ୱପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ମୈଦଲପୁରର ସଦର ବ୍ୟବସାୟୀ କାଶୀନାଥ ଗୁପ୍ତାଙ୍କ ଘରୁ ବଡ଼ ଧରଣର ଲୁଟ୍‌ ହୋଇଛି। କଳା ମୁଖା ପିନ୍ଧା ଦୁବୃର୍ତ୍ତମାନେ…

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ଶୁଭାରମ୍ଭ

ନବରଙ୍ଗପୁର,୧୪।୨(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲାରେ ସ୍ବାଧୀନତା ସଂଗ୍ରାମୀମାନଙ୍କ ଅବଦାନ ଓ ବଳିଦାନକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମନେପକାଇ ଶ୍ରଦ୍ଧାଞ୍ଜଳି ଜଣାଇବା ସହ କହିଛନ୍ତି, ଓଡ଼ିଶା ହେଉଛି କଳା…

୧୨ ଘଣ୍ଟିଆ ଉମରକୋଟ ବନ୍ଦ, କଣ ରହିଛି ପ୍ରଭାବ ଜାଣନ୍ତୁ

ଉମରକୋଟ,୧୦।୨(ସନ୍ତୋଷ ଶତପଥୀ): ଦୀର୍ଘ ଦିନର ଦାବି ପୂରଣ ନହେବାରୁ ମଙ୍ଗଳବାର ଆନ୍ଦୋଳନ ପଥକୁ ଓହ୍ଲାଇଛି ‘ଉମରକୋଟ ସଂଗ୍ରାମ ମଞ୍ଚ’ । ଆଜି ଉମରକୋଟ, ରାଇଘର, ଝରିଗାଁ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri