ବ୍ୟବସ୍ଥା ଭଗବାନ ନୁହେଁ

ଗଣତନ୍ତ୍ରରେ ସବୁଠୁ ଊର୍ଦ୍ଧ୍ୱରେ ନାଗରିକ। ସରକାର ଗଢ଼ି କ୍ଷମତାରେ ରହୁଥିବା ବ୍ୟକ୍ତି ଅସ୍ଥାୟୀ। ଶାସନ ଦାୟିତ୍ୱ ନେଇଥିବା ବ୍ୟକ୍ତି ନିଜକୁ ସର୍ବେସର୍ବା ଭାବିଲେ ଗଣତନ୍ତ୍ରର ମୂଳଦୁଆ ଦୁର୍ବଳ ହୋଇଗଲା ବୋଲି ଧରିନେବାକୁ ହେବ। ଏବେ ଭାରତରେ କ୍ଷମତାର ସର୍ବୋଚ୍ଚରେ ଥିବା ବ୍ୟକ୍ତିଙ୍କୁ ସମାଲୋଚନା କରାଗଲେ କୁହାଯାଉଛି ଦେଶଦ୍ରୋହ କାର୍ଯ୍ୟ କରାଗଲା। ବାସ୍ତବରେ ଦେଖିଲେ ଦେଶରେ ସବୁକିଛି ଠିକ୍‌ରେ ଚାଲିବା ଲାଗି ଏକ ବ୍ୟବସ୍ଥା ବା ଢାଞ୍ଚା ସୃଷ୍ଟି କରାଯାଇଛି। କାରଣ ପୂର୍ବରୁ ହୁନ, ମୋଗଲ ଓ ବିଲାତି ଲୋକଙ୍କ ଦ୍ୱାରା ଶାସିତ ହୋଇଥିବା ଭାରତୀୟଙ୍କ ପାଇଁ କାହା ଅଧୀନରେ ପୁନର୍ବାର ନ ରହିବା ଉଦ୍ଦେଶ୍ୟରେ ଗଣତନ୍ତ୍ରକୁ ଅଗ୍ରାଧିକାର ଦିଆଯାଇଥିଲା। ସମ୍ବିଧାନରେ ଫଣ୍ଡାମେଣ୍ଟାଲ ରାଇଟ୍‌ସ ବା ମୌଳିକ ଅଧିକାର ଏବଂ ଡାଇରେକ୍ଟିଭ୍‌ ପ୍ରିନ୍ସିପୁଲ୍ସ ବା ନିର୍ଦ୍ଦେଶକ ନୀତିକୁ ସନ୍ନିବେଶିତ କରାଯାଇଛି। ଏଭଳି ନିୟମ ସୃଷ୍ଟି କରାଯିବା ପଛରେ ଏକ ମହତ୍‌ ଲକ୍ଷ୍ୟ ରହିଥିଲା। ଯଦି କେତେବେଳେ କୌଣସି ଶାସକଙ୍କ ଦ୍ୱାରା ନାଗରିକଙ୍କ ଅଧିକାରକୁ ସଙ୍କୁଚିତ ହୋଇଯିବାର ଅପଚେଷ୍ଟା ହୁଏ, ତେବେ ସେହି ନାଗରିକଙ୍କୁ ସୁରକ୍ଷା ଦେବା ସକାଶେ ସମ୍ବିଧାନରେ ବ୍ୟବସ୍ଥା କରାଯାଇଛି।
ବିଶ୍ୱବ୍ୟାପୀ ଜଣାଶୁଣା ଯେ ଚାଇନା, ଉତ୍ତର କୋରିଆ, ରୁଷିଆ ଭଳି ରାଷ୍ଟ୍ରରେ ରାଷ୍ଟ୍ରମୁଖ୍ୟ ସର୍ବେସର୍ବା ବିବେଚିତ ହେଉଥିବାରୁ ସେମାନଙ୍କୁ ସମାଲୋଚନା କଲେ ଜେଲ ଯିବାକୁ କିମ୍ବା ମୃତ୍ୟୁବରଣ କରିବାକୁ ପଡ଼ିଥାଏ। କିନ୍ତୁ ଗଣତନ୍ତ୍ରରେ ସମାଲୋଚନାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି। ଏହି ବ୍ୟବସ୍ଥାରେ ନିର୍ବାଚିତ ପ୍ରତିନିଧି ଅସ୍ଥାୟୀ ହୋଇଥିବାରୁ ନ୍ୟାୟାଳୟ ଏବଂ ଅମଲାତନ୍ତ୍ରକୁ ଭାରସାମ୍ୟ ରକ୍ଷା କରିବାର ଏବଂ ପରସ୍ପରକୁ ଜଗିବାର ଦାୟିତ୍ୱ ଦିଆଯାଇଛି। ହେଲେ ଏବେ ନ୍ୟାୟପାଳିକା ସରକାରଙ୍କ ସହ ମିଶିଯାଇଥିବାରୁ ନାଗରିକଙ୍କ କଷ୍ଟ ଆହୁରି ବଢ଼ିଯାଇଛି।
ନୂଆ ଭାରତ ଚିନ୍ତା କରୁଥିବା ଶୀର୍ଷ ନେତାମାନେ ଦଳ ଓ ନିଜର ସୁବିଧା ଲାଗି ଆଇନକାନୁନ ମୋଡ଼ିବାରେ ଲାଗିପଡ଼ିଛନ୍ତି, ଯାହା ନାଗରିକଙ୍କ ପାଇଁ ବିପଦ ସୃଷ୍ଟି କଲାଣି। ସଦ୍ୟ ଘଟଣାକୁ ଦେଖିଲେ ‘ସିଟିଜେନ୍ସ ଟୁ ସ୍ପାଏ ଅନ୍‌ ସିଟିଜେନ୍ସ’ ବା ନାଗରିକଙ୍କ ଉପରେ ନଜର ରଖିବା ପାଇଁ ନାଗରିକଙ୍କୁ ବ୍ୟବହାର କରିବା କାର୍ଯ୍ୟକ୍ରମ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ କରାଯାଇଛି। ଏଥିରେ ନାଗରିକମାନଙ୍କୁ ଭଲ୍ୟୁଣ୍ଟର ବା ସ୍ବେଚ୍ଛାସେବକ ଭାବେ ନିଯୁକ୍ତି ଦିଆଯିବ। ସେମାନେ ସୋସିଆଲ୍‌ ମିଡିଆ ମଞ୍ଚରେ ଶିଶୁଙ୍କୁ ନେଇ ଅଶ୍ଳୀଳ ଫଟୋ ଓ ଭିଡିଓ, ବଳାତ୍କାର, ଆତଙ୍କବାଦ ଏବଂ ଦେଶ ବିରୋଧୀ କାର୍ଯ୍ୟକଳାପ ଆଦି ବେଆଇନ ବିଷୟବସ୍ତୁକୁ ଚିହ୍ନଟ କରି ରିପୋର୍ଟ ଦେବେ। ଏବେକାର ଭାରତରେ ଯେଉଁ ସ୍ଥିତି ଉପୁଜିଛି, ସେଥିରୁ ମନେହେଉଛି ଯେ, ଏହି ନାଗରିକ ସେନା ବିଶେଷକରି ସରକାରରେ ଥିବା ରାଜନେତାଙ୍କ ବିରୋଧରେ ମତ ଦେଉଥିବା ବ୍ୟକ୍ତି ଏବଂ ଆକାଉଣ୍ଟ ଉପରେ କଡ଼ା ନଜର ରଖିବେ। ସେମାନଙ୍କ ବିରୋଧରେ ଦେଶଦ୍ରୋହୀ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ହେଉଛି ମୂଳଲକ୍ଷ୍ୟ। ଆଜିର ଶାସକମାନେ ପାରମ୍ପରିକ ଗଣମାଧ୍ୟମକୁ ବହୁଳମାତ୍ରାରେ ନିଜ ଅକ୍ତିଆରକୁ ନେଇ ସାରିଲେଣି। ସୋସିଆଲ ମିଡିଆର ପରିସର ବ୍ୟାପକ ଓ ମୁକ୍ତ ଚିନ୍ତନ ହୋଇଥିବାରୁ ତାହା ଉପରେ ସହଜରେ ନିୟନ୍ତ୍ରଣ ଲଗାଯାଇପାରୁ ନାହିଁ। ଟୁଇଟର ଓ ଫେସ୍‌ବୁକ୍‌ ଭଳି ବହୁରାଷ୍ଟ୍ରୀୟ କମ୍ପାନୀକୁ ସରକାରୀ ନିୟନ୍ତ୍ରଣରେ ଆଣିବା କଷ୍ଟକର ପ୍ରମାଣିତ ହେଉଛି। ସେଥିପାଇଁ ଭୟର ବାତାବରଣ ସୃଷ୍ଟି କରି ଭାରତୀୟଙ୍କୁ ଦମନ କରି ରଖିବା ଏବେ ନୂଆ ଭାରତର କୌଶଳ ଭାବେ ଜନ୍ମ ନେଇଛି। କୃଷକ ଆନ୍ଦୋଳନ ଆରମ୍ଭରୁ ସୋସିଆଲ ମିଡିଆରେ ସରକାର ବିରୋଧୀ ମତ ରଖୁଥିବା ବ୍ୟକ୍ତିବିଶେଷଙ୍କୁ ହଇରାଣ ହରକତ କରାଯାଉଛି। ଏବେଯାଏ ସରକାରଙ୍କ ସମର୍ଥକମାନେ ଲୁଚାଛପାରେ ଶାସକ ବିରୋଧୀ ମତ ରଖୁଥିବା ଲୋକଙ୍କୁ ଚିହ୍ନଟ କରୁଥିଲେ ଏବଂ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଆସୁଛି। ଏହାର ଅନେକ ଉଦାହରଣ ଜନସାଧାରଣ ଦେଖି ସାରିଲେଣି। ସଦ୍ୟ ଦିଶା ରବି ଘଟଣା ଉଲ୍ଲେଖନୀୟ। ବର୍ତ୍ତମାନ ନାଗରିକଙ୍କ ଉପରେ ନାଗରିକ ନଜର ରଖିବା କାର୍ଯ୍ୟ ଜାରି ରହିଲେ ବିରୋଧର ସ୍ବର ଦବିଯିବ। କାରଣ ଲୋକଙ୍କ ପଛରେ ଯେଉଁ ଲୋକଙ୍କୁ ଲଗାଇ ଦିଆଯିବ ସେଥିରେ ବ୍ୟବସ୍ଥା ବିରୋଧରେ କିଏ ସ୍ବର ଉଠାଉ ଥାଆନ୍ତୁ ବା ନ ଥାଆନ୍ତୁ, ଚିହ୍ନଟକାରୀଙ୍କ ତାଲିକା ଚୂଡ଼ାନ୍ତ ହେବ ଏବଂ ସେହି ଅନୁଯାୟୀ ନାଗରିକ ଦଣ୍ଡିତ ହେବା ଥୟ। ଏହା ହେଉଛି ବିଭାଜନ ରାଜନୀତିର ଶୀର୍ଷ ପଦକ୍ଷେପ। ଏହି ବ୍ୟବସ୍ଥାରେ ପଡ଼ୋଶୀ ନିଜ ପଡ଼ୋଶୀକୁ ସନ୍ଦେହରେ ଦେଖିବା ସହିତ ତାଙ୍କ ବିରୋଧରେ କାର୍ଯ୍ୟ କରିବା ପାଇଁ ଆଗେଇ ଆସିବେ। ଏଭଳି ସ୍ଥିତି ଉପୁଜିଲେ କୌଣସି କ୍ଷମତାସୀନ ବ୍ୟକ୍ତିଙ୍କୁ ପ୍ରଶ୍ନ କରିହେବ ନାହିଁ। ଏଠାରେ ଗଣତନ୍ତ୍ର ରହିବ କିମ୍ବା ନ ରହିବ ମୂଳ ପ୍ରଶ୍ନ ନୁହେଁ। ସାଧାରଣ ନାଗରିକର ସୁରକ୍ଷା ଓ ମୌଳିକ ସୁବିଧା ଦାବି କରିବା ମଧ୍ୟ ସମ୍ଭବପର ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନୀରବ ଆକ୍ରମଣ

କାଳସ୍ରୋତର ଅନବରତ ପ୍ରବାହରେ ଓଡ଼ିଶାର ସାମାଜିକ-ଆର୍ଥିକ-ସାଂସ୍କୃତିକ ସଂରଚନା ଆଜି ଏକ ଭୟାବହ, ଦୁରାରୋଗ୍ୟ ଦୁର୍ବିପାକର ସମ୍ମୁଖୀନ – ତାହା ହେଉଛି ଜବରଦଖଲ । ଏହା କେବଳ ଏକ…

କ୍ଷମତା ଓ ଅହଂ

ଭାରତରେ ପାଞ୍ଚ ବର୍ଷରେ ଥରେ ନିର୍ବାଚନ ଅନୁଷ୍ଠିତ ହୁଏ। କେହି କେହି ଜିତନ୍ତି ଓ କେହି କେହି ପରାଜିତ ହୁଅନ୍ତି। ବେଳେବେଳେ ବିଭିନ୍ନ କାରଣରୁ ଅନେକ ଯୋଗ୍ୟ…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ଏଇ ଭାରତରେ

ତେଲଙ୍ଗାନାରେ ‘ମିନି ବ୍ରାଜିଲ’ ନାଁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମିତି କା ମିନି ବ୍ରାଜିଲ ହେଉଛି ସିକନ୍ଦରାବାଦର ଭାଲ୍ଲୁର ନଗର। ଏଭଳି ନାମକରଣର କାରଣ…

ହାରିଯାଇଥିବା ଲୋକ

ବାରମ୍ବାର ବିଫଳ ହେଉଥିବା ପାଣ୍ଡବଙ୍କ ସହ କିନ୍ତୁ ଶ୍ରୀକୃଷ୍ଣ ସାଥ୍‌ ଦେଇଥିଲେ। ଯୁଦ୍ଧରେ ଭବିଷ୍ୟତର ପରାଜୟକୁ ଦେଖୁଥିବା କର୍ଣ୍ଣ ମୃତ୍ୟୁକୁ ସ୍ବାଗତ କଲେ। ହେଲେ ନିଜର ସାଥୀ…

ମମଦାନୀଙ୍କ ଦୃଷ୍ଟିକୋଣ

ଫ୍ରାନ୍ସିସ୍‌ ଫୁକୁୟାମାଙ୍କ ୧୯୯୦ ଦଶକର ‘ଇତିହାସର ସମାପ୍ତି’ ସିଦ୍ଧାନ୍ତ ଉଦାରବାଦୀ-ଗଣତାନ୍ତ୍ରିକ ପାଶ୍ଚାତ୍ୟ ଜଗତକୁ ଏକାଠି ବାନ୍ଧି ରଖିଥିଲା। ତାଙ୍କର ଯୁକ୍ତି ଥିଲା, ପାଶ୍ଚାତ୍ୟ ଉଦାରବାଦୀ-ଗଣତାନ୍ତ୍ରିକ କଲ୍ୟାଣକାରୀ ପୁଞ୍ଜିବାଦ…

ପାଠ୍ୟପୁସ୍ତକ ରାଜନୀତି

ଗୋଟିଏ ସ୍କୁଲ ବନ୍ଦ ହେଲେ ସେହି ଅଞ୍ଚଳର ପିଲାଙ୍କ ଭବିଷ୍ୟତ ନଷ୍ଟ ହୁଏ। କିନ୍ତୁ ଗୋଟିଏ ବର୍ଷର ପାଠ୍ୟପୁସ୍ତକ ନଷ୍ଟ ହେଲେ ସେହି ରାଜ୍ୟର ଲକ୍ଷାଧିକ ଛାତ୍ରୀଛାତ୍ରଙ୍କ…

ଆଧ୍ୟାତ୍ମିକତା ମୁଖା ତଳେ ସ୍ବାର୍ଥ

ଆଧୁନିକ ସମାଜରେ ଧର୍ମ ଏବଂ ଭକ୍ତିର ସ୍ବରୂପ ବଦଳିବାରେ ଲାଗିଛି । ସକାଳୁ ଉଠି ସୋସିଆଲ ମିଡିଆରେ ଦେବଦେବୀଙ୍କ ଫଟୋ ସହ ‘ଗୁଡ୍‌ ମର୍ନିଂ’ ମେସେଜ୍‌ ପଠାଇବା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri