ବ୍ରିଟେନରେ ଶେଷ ତାପଜ ବିଦ୍ୟୁତ୍‌ ପ୍ଲାଣ୍ଟ ବନ୍ଦହେଲା

ଲଣ୍ଡନ,୧।୧୦: ବ୍ରିଟେନରେ କୋଇଲାରେ ଚାଲୁଥିବା ଶେଷ ତାପଜ ବିଦ୍ୟୁତ୍‌ ପ୍ଲାଣ୍ଟ ସୋମବାର ବନ୍ଦ ହୋଇଛି। ଫଳରେ ବ୍ରିଟେନରେ ଶିଳ୍ପ ବିପ୍ଳବକୁ ପ୍ରୋତ୍ସାହିତ କରି ୧୪୨ ବର୍ଷ ହେଲା ଚାଲିଆସିଥିବା କୋଇଲାରୁ ବିଦ୍ୟୁତ୍‌ ଉତ୍ପାଦନର ଯୁଗ ଶେଷ ହୋଇଛି। କେନ୍ଦ୍ରୀୟ ଇଂଲଣ୍ଡରେ ଥିବା ରାଟ୍‌କ୍ଲିଫ୍‌-ଅନ୍‌-ସୋର ଷ୍ଟେଶନ ମଧ୍ୟରାତ୍ରରେ ଏହାର ଚୂଡ଼ାନ୍ତ ଶିଫ୍ଟ ଶେଷ କରିଛି। ଏହି ପ୍ଲାଣ୍ଟରେ ୫୦ ବର୍ଷରୁ ଊର୍ଦ୍ଧ୍ୱ ହେଲା କୋଇଲାରୁ ବିଦ୍ୟୁତ୍‌ ଉତ୍ପାଦନ ହେଉଥିଲା। ୨୦୩୦ ସୁଦ୍ଧା ବ୍ରିଟେନ୍‌ର ସମସ୍ତ ବିଦ୍ୟୁତ୍‌ ପୁନଃନବୀକରଣଯୋଗ୍ୟ ଉତ୍ସରୁ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ କୋଇଲାଭିତ୍ତିକ ଶେଷ ବିଦ୍ୟୁତ୍‌ ପ୍ଲାଣ୍ଟ ବନ୍ଦ ହେବା ଏହି ଦିଗରେ ଏକ ବଡ଼ ସଫଳତା ବୋଲି କୁହାଯାଉଛି। ଏହା ଏକ ଭାବାବେଗର ଦିନ ବୋଲି ପ୍ଲାଣ୍ଟ ମ୍ୟାନେଜର ପିଟର ଓ’ଗ୍ରାଡି କହିଛନ୍ତି। ପରିବେଶ ସୁରକ୍ଷା ପାଇଁ କୋଇଲା ବ୍ୟବହାରକୁ ପର୍ଯ୍ୟାୟକ୍ରମେ ବନ୍ଦ କରିବା ଲକ୍ଷ୍ୟ ରଖିଥିବା ଜି-୭ ରାଷ୍ଟ୍ରଗୋଷ୍ଠୀ ମଧ୍ୟରୁ ବ୍ରିଟେନ ପ୍ରଥମ ଦେଶ, ଯିଏ ସମସ୍ତ କୋଇଲାଭିତ୍ତିକ ବିଦ୍ୟୁତ୍‌ ପ୍ଲାଣ୍ଟ ବନ୍ଦ କରିଦେଇଛି। ସ୍ବିଡେନ୍‌, ବେଲ୍‌ଜିୟମ ଭଳି ୟୁରୋପୀୟ ରାଷ୍ଟ୍ର ମଧ୍ୟ ପୂର୍ବରୁ ଏଭଳି ପଦକ୍ଷେପ ନେଇଛନ୍ତି।
ତେବେ ଭାରତ ଏତେଶୀଘ୍ର କୋଇଲା ନିର୍ଭରଶୀଳତାରୁ ମୁକୁଳିପାରିବନି ବୋଲି ନୀତି ବିଶାରଦମାନେ କହିଛନ୍ତି। ଭାରତ ଏକ ବିକାଶଶୀଳ ରାଷ୍ଟ୍ର ହୋଇଥିବାବେଳେ ଶକ୍ତି ଆବଶ୍ୟକତା ଯଥେଷ୍ଟ ଅଧିକ ରହିଛି। ତେଣୁ ଆଗାମୀ କେତେ ଦଶନ୍ଧି ପର୍ଯ୍ୟନ୍ତ ଭାରତକୁ କୋଇଲାରୁ ଶକ୍ତି ଉତ୍ପାଦନ କରିବାକୁ ହେବ।
ବିଶ୍ୱର ପ୍ରଥମ କୋଇଲାଚାଳିତ ତାପଜ ବିଦ୍ୟୁତ୍‌ ପ୍ଲାଣ୍ଟ ୧୮୮୨ରେ ଲଣ୍ଡନରେ ସ୍ଥାପନ ହୋଇଥିଲା। ୨୦୧୨ ପର୍ଯ୍ୟନ୍ତ ବ୍ରିଟେନ୍‌ ବିଦ୍ୟୁତ୍‌ ଉତ୍ପାଦନର ୩୯ ପ୍ରତିଶତ କୋଇଲାରୁ ମିଳୁଥିଲା। ବ୍ରିଟେନ୍‌ରେ ଶେଷ ତାପଜ ବିଦ୍ୟୁତ୍‌ ପ୍ଲାଣ୍ଟ ବନ୍ଦ ହେବା ସହ ଓଇସିଡି (ଆର୍ଥତ୍କ ସହଯୋଗ ଓ ବିକାଶ ସଂଗଠନ) ଦେଶଗୁଡ଼ିକର ଏକ-ତୃତୀୟାଂଶରୁ ଅଧିକ କୋଇଲା ମୁକ୍ତ ହୋଇପାରିଛନ୍ତି। ୨୦୩୦ ସୁଦ୍ଧା ତିନି-ଚତୁର୍ଥାଂଶ ଦେଶ କୋଇଲାମୁକ୍ତ ହେବେ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri