Posted inଜାତୀୟ

ଅନୁପମ୍‌ଙ୍କ ଫଟୋ ଥିବା ନୋଟ୍‌ ଦେଇ ୧.୩ କୋଟିର ଠକେଇ

ଅହମଦାବାଦ,୧।୧୦ଗୁଜରାଟର ଅହମଦାବାଦରେ ଜଣେ ସୁନା ଓ ରୁପା ବ୍ୟବସାୟୀ ୧.୩ କୋଟି ଟଙ୍କା ଠକେଇର ଶିକାର ହୋଇଛନ୍ତି। ତାଙ୍କୁ ଠକିଥିବା ବ୍ୟକ୍ତି ଜଣକ ବଲିଉଡ୍‌ ଅଭିନେତା ଅନୁପମ ଖେର୍‌ଙ୍କ ଫଟୋ ଥିବା ୫୦୦ ଟଙ୍କିଆ ଜାଲ୍‌ ନୋଟ୍‌ ବିଡ଼ା ଧରାଇଦେଇ ଫେରାର ହୋଇଯାଇଛନ୍ତି। ଅହମଦାବାଦର ମେହୁଲ ଠକ୍କର ସେପ୍ଟେମ୍ବର ୨୩ରେ ଲକ୍ଷ୍ମୀ ଜୁଏଲର୍ସ ମ୍ୟାନେଜରଙ୍କ ଫୋନ୍‌ କଲ୍‌ ରିସିଭ୍‌ କରିଥିଲେ। ତୃତୀୟ ପକ୍ଷଙ୍କ ପାଇଁ ତାଙ୍କୁ ୨ କେ.ଜି. ସୁନା କିଣିବାର ଅଛି। ଏହାର ଦାମ୍‌ କେତେ ହେବ ବୋଲି ସେ ମେହୁଲଙ୍କୁ ପଚାରିଥିଲେ। ଲକ୍ଷ୍ମୀ ଜୁଏଲର୍ସ ସହ ୧୫ ବର୍ଷ ଧରି ବ୍ୟବସାୟ କରିଆସୁଥିବା ଠକ୍କର ୧.୬ କୋଟି ଟଙ୍କା ପଡ଼ିବ ବୋଲି କହିଥିଲେ। ଏହା ପରଦିନ ମ୍ୟାନେଜର ଠକ୍କରଙ୍କୁ ତତ୍କାଳ ସୁନା ଆବଶ୍ୟକ ଅଛି କିନ୍ତୁ ରିଅଲ ଟାଇମ୍‌ ଗ୍ରସ୍‌ ସେଟେଲ୍‌ମେଣ୍ଟ (ଆର୍‌ଟିଜିଏସ୍‌)ରେ ବୈଷୟିକ ତ୍ରୁଟି ଯୋଗୁ ଅଗ୍ରୀମ ଟଙ୍କା ନଗଦରେ ଏବଂ ଅବଶିଷ୍ଟ ଅର୍ଥ ଅନ୍‌ଲାଇନରେ ଟ୍ରାନ୍ସଫର କରାଯିବ ବୋଲି କହିଥିଲେ। ନବରଙ୍ଗପୁରା ଅଞ୍ଚଳରେ ମଧ୍ୟସ୍ଥତା କରୁଥିବା ସଂସ୍ଥା ଅଙ୍ଗାଡିଆ ଜରିଆରେ ସୁନା ବିନିମୟ କରାଯିବା ପାଇଁ ସ୍ଥିର ହୋଇଥିଲା। ଠକ୍କର ନିଜର ଜଣେ କର୍ମଚାରୀଙ୍କୁ ସୁନା ଦେବା ପାଇଁ ସେଠାକୁ ପଠାଇଥିଲେ। ସେଠାରେ ୩ ଜଣ ବ୍ୟକ୍ତି ଉପସ୍ଥିତ ଥିଲେ, ଯାହାଙ୍କ ମଧ୍ୟରୁ ଜଣେ ନୋଟ୍‌ ଗଣା ମେଶିନ୍‌ ବ୍ୟବହାର କରୁଥିଲେ। ସୁନା ହସ୍ତାନ୍ତର କରିବା ପରେ ଠକ୍କରଙ୍କ କର୍ମଚାରୀ ଅଗ୍ରୀମ ନେଇଥିବା ୧.୩ କୋଟି ଟଙ୍କା ଜାଲ୍‌ ହୋଇଥିବା ସନ୍ଦେହ କରିଥିଲେ। ବିଡ଼ା ଭିତରୁ ନୋଟ୍‌ଗୁଡ଼ିକୁ କାଢ଼ି ଦେଖିଲା ବେଳକୁ ସେଥିରେ ମହାତ୍ମା ଗାନ୍ଧୀଙ୍କ ସ୍ଥାନରେ ଅନୁପମ ଖେର୍‌ଙ୍କ ଫଟୋ ରହିଥିଲା। ସେହିପରି ଭାରତୀୟ ରିଜର୍ଭ ବ୍ୟାଙ୍କ ପରିବର୍ତ୍ତେ ଷ୍ଟାର ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଷ୍ଟାମ୍ପ ରହିଥିଲା। ଠକାମୀରରେ ପଡ଼ିଥିବା ଜାଣିବା ପରେ ଠକ୍କର ଓ ତାଙ୍କ ମ୍ୟାନେଜର ଡିଲ୍‌ ହୋଇଥିବା ସ୍ଥାନକୁ ଯାଇଥିଲେ। ବୁଝାବୁଝି ପରେ ସେମାନେ ଜାଣିବାକୁ ପାଇଥିଲେ, ଅଙ୍ଗାଡ଼ିଆ ଫାର୍ମ ସେଠାରେ ୨ ଦିନ ତଳେ ଖୋଲାଯାଇଥିଲା। ଲକ୍ଷ୍ମୀ ଜୁଏଲର୍ସ ପକ୍ଷରୁ କଲ୍‌ କରିଥିବା ବ୍ୟକ୍ତିଙ୍କ ଫୋନ୍‌ ସୁଇଚ୍‌ଅଫ୍‌ ବତାଇବାରୁ ଥାନାରେ ଏତଲା ଦିଆଯାଇଛି। ଅନୁପମ ଏହା ଜାଣି ଆଶ୍ଚର୍ଯ୍ୟ ହୋଇ କହିଛନ୍ତି, ୫୦୦ ଟଙ୍କିଆ ନୋଟ୍‌ରେ ଗାନ୍ଧିଜୀଙ୍କ ପରିବର୍ତ୍ତେ ମୋ ଫଟୋ? କିଛି ବି ଘଟିପାରେ ବୋଲି ସେ ଟୁଇଟରରେ ପ୍ରତିକ୍ରିୟା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ସର୍ବସାଧାରଣରେ ଅପମାନ ପାଇଲା ପାକିସ୍ତାନ, ଟିମ ଇଣ୍ଡିଆ କଲା ଏମିତି କାମ

ନୂଆଦିଲ୍ଲୀ,୧୪।୯: ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରି ମହିଳା ଏସିଆ କପ ୨୦୨୬ର ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ୭୨ ରନରେ ବିଜୟୀ ହୋଇଥିଲା,…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା

ନୂଆଦିଲ୍ଲୀ,୧୪ା୯(ପି.ଟି.): ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି)ଗୁଡ଼ିକ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟା ବୋଲି ବ୍ରିକ୍ସ ନେତାମାନେ ସ୍ବୀକାର କରିଛନ୍ତି ଏବଂ ଏକ ସୁସ୍ଥ ଜୀବନଶୈଳୀ…

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?