ଆଣ୍ଟାର୍କଟିକାରେ ସର୍ବବୃହତ୍‌ ହିମଶୈଳ

ଲଣ୍ଡନ,୨୧ା୫: ଜଳବାୟୁ ପରିବର୍ତ୍ତନ ଯୋଗୁ ସାରା ବିଶ୍ୱରେ ବରଫ ତରଳିବାରେ ଲାଗିଥିବାବେଳେ ଆଣ୍ଟାର୍କଟିକା ମହାଦେଶ ପୃଥିବୀର ସର୍ବବୃହତ୍‌ ବରଫଖଣ୍ଡକୁ ଜନ୍ମ ଦେଇଛି। ଭୂମଧ୍ୟସାଗରରେ ଥିବା ସ୍ପେନ୍‌ର ଲୋକପ୍ରିୟ ପର୍ଯ୍ୟଟନ କେନ୍ଦ୍ର ମାଜୋରିକା(୩୬୪୦ ବର୍ଗ କି.ମି. ବା ୧,୪୦୫ ବର୍ଗ ମାଇଲ୍‌) ଆଇଲାଣ୍ଡଠାରୁ ମଧ୍ୟ ଏହି ହିମଶୈଳର ଅୟତନ ବଡ଼ ବୋଲି ୟୁରୋପିଆନ୍‌ ସ୍ପେସ୍‌ ଏଜେନ୍ସି ପକ୍ଷରୁ ଗୁରୁବାର ସ୍ପଷ୍ଟ କରାଯାଇଛି।
ଆଣ୍ଟାର୍କଟିକାରେ ସଦ୍ୟ ସୃଷ୍ଟି ହୋଇଥିବା ବରଫଖଣ୍ଡକୁ ବୈଜ୍ଞାନିକମାନେ ‘ଏ-୭୬’ ନାଁ ଦେଇଛନ୍ତି। ଉକ୍ତ ହିମଶୈଳର ଲମ୍ବ ୧୦୯ ମାଇଲ (୧୭୫ କି.ମି.) ଓ ଚଉଡ଼ା ୧୬ ମାଇଲ (୨୫ କି.ମି.)। ଏହାର ମୋଟ ଆୟତନ ୪୩୨୦ ବର୍ଗ କି.ମି.(୧,୬୬୮ ବର୍ଗ ମାଇଲ)। ପୂର୍ବରୁ ୩,୩୮୦ ବର୍ଗ କି.ମି. ଆୟତନର ‘ଏ-୨୩ଏ’ ଆଇସ୍‌ବର୍ଗକୁ ସବୁଠୁ ବଡ଼ ହିମଶୈଳ ବୋଲି କୁହାଯାଉଥିଲା। ଓ୍ବେଡେଲ୍‌ ସାଗରରେ ‘ଏ-୭୬’କୁ ପ୍ରଥମେ ବ୍ରିଟିଶ୍‌ ଆଣ୍ଟାର୍କଟିକ୍‌ ସର୍ଭେ ପକ୍ଷରୁ ଠାବ କରାଯାଇଥିଲା, ଯେତେବେଳେ ଏହା ରୋନେ ଆଇସ୍‌ ସେଲଫଠାରୁ ବିଚ୍ଛିନ୍ନ ହୋଇଥିଲା। ଆମେରିକାର ନ୍ୟାଶନାଲ ଆଇସ୍‌ ସେଣ୍ଟର କୋପରନିକସ୍‌ ସେଣ୍ଟିନେଲ୍‌-୧ ମିଶନକୁ ବ୍ୟବହାର କରି ଉପଗ୍ରହ ଚିତ୍ର ଜରିଆରେ ଏ ସମ୍ପର୍କିତ ବିବରଣୀକୁ ସୁନିଶ୍ଚିତ କରିଛି। ଆଇସ୍‌ ସେଲଭ୍‌ସଠାରୁ ଆଇସ୍‌ବର୍ଗଗୁଡ଼ିକୁ ବିଚ୍ଛିନ୍ନ କରୁଥିବା ପ୍ରାକୃତିକ ପ୍ରକ୍ରିୟାକୁ ‘କାଲ୍‌ଭିଙ୍ଗ୍‌’ କୁହାଯାଏ। ବ୍ରିଟିଶ୍‌ ଆଣ୍ଟାର୍କଟିକ୍‌ ସର୍ଭେର ଗ୍ଲାସିୟର ଜିଓଫିଜିସିଷ୍ଟ ଆଲେକ୍ସ ବ୍ରିସ୍‌ବର୍ନ କହିଛନ୍ତି, ଓ୍ବେଡେଲ୍‌ ସି’ ରେ ବର୍ତ୍ତମାନ ଉତ୍ତାପ ନାହିଁ। କିନ୍ତୁ ଆଣ୍ଟାର୍କଟିକା ମହାଦେଶର ଅନ୍ୟଭାଗରେ ଜଳବାୟୁ ପରିବର୍ତ୍ତନ ରହିଥିବାରୁ ଏହାର ପ୍ରଭାବରେ ବିଶ୍ୱର ସର୍ବବୃହତ୍‌ ହିମଶୈଳ ଜନ୍ମ ନେଇଛି। ଏଥିଯୋଗ ସମୁଦ୍ରପତ୍ତନ ବୃଦ୍ଧିପାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଇଞ୍ଜିନିୟରିଂ ଛାଡ଼ି ଷ୍ଟ୍ରବେରି ଚାଷକୁ ଆପଣାଇଛନ୍ତି ସଫଳଚାଷୀ ଭାଗୀରଥି

କାଳିଆପାଣି,୨୬ା୩(ଅସିତ ମହାନ୍ତ): ଯାଜପୁର ଜିଲା ସୁକିନ୍ଦା ବ୍ଲକ ପିଙ୍ଗଲ ପଞ୍ଚାୟତ ଅନ୍ତର୍ଗତ ରାଇଟିକର ଗ୍ରାମର ଭାଗୀରଥି ସ୍ବାଇଁ ଇଞ୍ଜିନିୟରିଂ ବୃତ୍ତି ଛାଡ଼ି ଷ୍ଟ୍ରବେରି ଚାଷ କରି ସଫଳ…

ଧରିତ୍ରୀର ପ୍ରଭାବ; ବୁଲା କୁକୁର ଉପରେ ମୁଖ୍ୟମନ୍ତ୍ରୀ ବସ୍ ଚଢ଼ାଇ ଦେବା ଘଟଣା, ଆକ୍ସନ ମୋଡରେ ବିଡିଓ

ଗଞ୍ଜାମ,୨୬।୩ (ବିଦ୍ୟାଧର ସାହୁ):  ମୁଖ୍ୟମନ୍ତ୍ରୀ ବସ୍ ଚାଳକଙ୍କ ମନମୁଖୀ ଗାଡ଼ିଚାଳନା ଘଟଣା । ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଆକ୍ସନ ମୋଡରେ ପ୍ରଶାସନ । ଡ୍ରାଇଭରମାନଙ୍କୁ…

କଲେଜ ଫେୟାରଓ୍ବେଲ୍‌ରେ ଯୋଗଦେଇଥିଲେ ତୃପ୍ତିମୟୀ, ଘରକୁ ଫେରିବା ସମୟରେ ଘଟିଲା…

ଜଗତ୍‌ସିଂହପୁର,୨୬ା୩ (ପ୍ରମୋଦ କୁମାର ନାୟକ): ମଙ୍ଗଳବାର ପରୀକ୍ଷା ସରିଲା। ବୁଧବାର ଥିଲା ବିଦାୟକାଳୀନ ଉତ୍ସବ (ଫେୟାର୍‌ଓ୍ବେଲ)। ତେଣୁ ମନରେ ଥିଲା ଅଫୁରନ୍ତ ଆନନ୍ଦ। ନୂଆ ଶାଢ଼ି ପିନ୍ଧି…

ଗ୍ୟାସକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା: ଓଡ଼ିଶାବାସୀଙ୍କ ପାଇଁ…

ଭୁବନେଶ୍ୱର,୨୬।୩: ରାଜ୍ୟରେ ଗ୍ୟାସ, ପେଟ୍ରୋଲ ଓ ଡିଜେଲର ଅଭାବ ନାହିଁ। ଏନେଇ ଗୁରୁବାର ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି,…

ଆମେରିକାର ଭୟଙ୍କର ଚେତାବନୀ: ଇରାନ ପରାଜୟ ସ୍ବୀକାର ନ କଲେ…ଶୁଣିକି ସାରା ବିଶ୍ୱ ସ୍ତବ୍ଧ

ଓ୍ବାଶିଂଟନ୍‌,୨୬।୩: ହ୍ବାଇଟ ହାଉସ ପ୍ରେସ ସଚିବ କାରୋଲିନ ଲିଭିଟ କହିଛନ୍ତି ଯେ ଆମେରିକା ଗତ ତିନି ଦିନ ଧରି ଇରାନ ସହିତ ଆଲୋଚନା କରୁଛି ଏବଂ ଏକ…

ଗଞ୍ଜାମ ସହରରେ ଗୁଟଖା ତମାଖୁ କଳାବଜାର, ଚଢ଼ା ଦରରେ ବିକ୍ରି ଅଭିଯୋଗ

ଗଞ୍ଜାମ,୨୬।୩ (ବିଦ୍ୟାଧର ସାହୁ): ଗତ କିଛି ଦିନ ହେଲା ଗଞ୍ଜାମ ସହରରେ ଗୁଟଖା କଳା ବଜାର ହେଉଛି ।ପୂର୍ବରୁ ରାଧା ଖଇନି, ପାନ ମସଲା ବିମଳ, ସଫଳ…

ମହାନଦୀରେ ଭାସୁଛନ୍ତି ମାଳମାଳ କୁମ୍ଭୀର: ସୋଲ ଭେଳାରେ ପାର ହୋଇ ମାଛ, କଙ୍କଡ଼ା ଧରି ପରିବାର ପୋଷଣ କରୁଛନ୍ତି ମହିଳା

ମହାକାଳପଡ଼ା,୨୬ା୩ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ନଦୀ ନାଳଘେରା ବତିଘର ଅଞ୍ଚଳ ମହାନଦୀ ଅବବାହିକା ଶାଖା ନାଳଗୁଡ଼ିକରେ କୁମ୍ଭୀର ମାଳ ମାଳ…

ଭୟଭୀତ ଇରାନ: ଖୋଲାଖୋଲି କଥା ହେବାକୁ…

ଓ୍ବାଶିଂଟନ୍‌,୨୬।୩: ମଧ୍ୟପ୍ରାଚ୍ୟରେ ଆମେରିକା-ଇସ୍ରାଏଲ ମେଣ୍ଟ ଏବଂ ଇରାନ ମଧ୍ୟରେ ଶତ୍ରୁତା ଆରମ୍ଭ ହେବାର ୨୬ ଦିନ ବିତିଗଲାଣି ଏବଂ ଉଭୟ ପକ୍ଷରୁ ଆକ୍ରମଣ ଦିନକୁ ଦିନ ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri