ମହାପ୍ରଭୁଙ୍କ ଜମି ନିଜ ନାଁରେ କରୁଛନ୍ତି ସରକାର

ପୁରୀ ଅଫିସ,୨୧।୧୨: ମଠ ସମ୍ପତ୍ତିର ମାଲିକ ହେଲେ ମହାପ୍ରଭୁ ଶ୍ରୀଜଗନ୍ନାଥ। ହେଲେ ଜଗନ୍ନାଥ ସମ୍ପତ୍ତିର ମାଲିକ କିଏ? ରାଜ୍ୟ ସରକାର ଜଗନ୍ନାଥ ସମ୍ପତ୍ତିକୁ ଶାଗମାଛ ଦରରେ ବିକିବା ଲୋଭରେ ନିଜ ନାମରେ କରିବାକୁ ପ୍ରୟାସ କରୁଛନ୍ତି ବୋଲି ଶ୍ରୀଜଗନ୍ନାଥ ସେନା ଅଭିଯୋଗ ଆଣିଛି। ଜଗନ୍ନାଥଙ୍କ ସମସ୍ତ ଜମିକୁ ରାଜ୍ୟ ସରକାର ସୁଧ ସମେତ ଫେରାଇ ଦେବାକୁ ସେନା ଦାବି କରିଛି।
ଏଠାରେ ରବିବାର ଏକ ଖବରଦାତା ସମ୍ମିଳନୀରେ ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ରାଜସ୍ବ, ଚକବନ୍ଦୀ ଓ ବନ୍ଦୋବସ୍ତ ରେକର୍ଡ ପ୍ରସ୍ତୁତି କାର୍ଯ୍ୟାଳୟର ବହୁ ରେକର୍ଡପତ୍ରରେ ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତି ରହିଛି। ତେବେ ଏହି ସମ୍ପତ୍ତିକୁ ରାଜ୍ୟ ସରକାର ନିଜ ଅଧୀନକୁ ନେଇ ଶାଗମାଛ ଦରରେ ବିକ୍ରି କରୁଛନ୍ତି। ଏହାଦ୍ୱାରା ଶ୍ରୀଜଗନ୍ନାଥ ସମ୍ପତ୍ତି ଭୂଲୁଣ୍ଠିତ ହେଉଥିବାବେଳେ ଓଡ଼ିଆଙ୍କ ଅସ୍ମିତା ପ୍ରଭାବିତ ହେଉଛି। ୨୦୧୫ରେ ସୁପ୍ରିମ୍‌କୋର୍ଟ ରାୟ ଦେଇଥିଲେ ଯେ, ଜଗନ୍ନାଥ ସମ୍ପତ୍ତି କାହା ଅଧୀନରେ ରହିବ ନାହିଁ କିମ୍ବା ରାଜ୍ୟ ସରକାର ଏହି ସମ୍ପତ୍ତି ବାବଦକୁ ଖଜଣା ଆଦାୟ କରିବେ ନାହିଁ। ମାତ୍ର ସେହି ନିର୍ଦ୍ଦେଶନାମାର ଉଲ୍ଲଂଘନ କରାଯାଉଛି। ମାଳତୀପାଟପୁର ବସ୍‌ଷ୍ଟାଣ୍ଡର ଉଦାହରଣ ଦେଇ ପଟ୍ଟନାୟକ କହିଛନ୍ତି ଯେ, ଏହି ବସ୍‌ଷ୍ଟାଣ୍ଡ ୧୧ ଏକର ଜାଗାରେ ନିର୍ମାଣ ହୋଇଛି। ଏହାର ପ୍ରକୃତ ମୂଲ୍ୟ ପାଖାପାଖି ୪୪ କୋଟି ଟଙ୍କା ହେବ। ମାତ୍ର ଏହାକୁ ରାଜ୍ୟ ସରକାର ୨କୋଟି ଭିତରେ ବିକ୍ରି କରିଦେଇଛନ୍ତି। ସେହିଭଳି ଓପିସିଏଲର ୧୭ ଏକର ଜାଗାକୁ ୧୭ କୋଟି ଟଙ୍କାରେ ବିକ୍ରି କରିବା ପାଇଁ ପରିଚାଳନା କମିଟିରେ ନିଷ୍ପତ୍ତି ହୋଇଥିଲା। ମାତ୍ର ଏହାକୁ ୧ କୋଟି ଟଙ୍କାରେ ବିକ୍ରି କରାଯାଇଛି। ଶ୍ରୀଜଗନ୍ନାଥ ମେଡିକାଲ କଲେଜ ପାଇଁ ଥିବା ୨୫ ଏକର ଜାଗାକୁ ଦେଢ଼ କୋଟି ଟଙ୍କାରେ ବିକ୍ରି କରିଦିଆଯାଇଛି, ଯାହାର ବିକ୍ରି ମୂଲ୍ୟ ୭୫ କୋଟି ହୋଇଥାନ୍ତା। ଜଗନ୍ନାଥ ସମ୍ପତ୍ତି ବିକ୍ରି ପାଇଁ ଦୁଇଟି ବାଟ ରହିଛି। ଏହି ସମ୍ପତ୍ତିକୁ ପ୍ରଜା କିଣିପାରିବେ କିମ୍ବା ଜମି ନିଲାମ ହୋଇ ବିକ୍ରି ହେବ। ମାତ୍ର ରାଜ୍ୟ ସରକାର ଏଭଳି ପ୍ରକ୍ରିୟାକୁ ଅନୁସରଣ ନ କରି ଜଗନ୍ନାଥ ସମ୍ପତ୍ତିକୁ ନିଜ ନାମରେ କରିଛନ୍ତି। ଯାହା ଜଗନ୍ନାଥ ଜମି ବିକ୍ରି ଆଇନକୁ ଉଲ୍ଲଂଘନ କରୁଛି। ଜଗନ୍ନାଥଙ୍କ ସମସ୍ତ ଜମିକୁ ରାଜ୍ୟ ସରକାର ସୁଧ ସମେତ ଫେରାଇ ଦିଅନ୍ତୁ ବୋଲି ଶ୍ରୀଜଗନ୍ନାଥ ସେନା ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘାସ କାଟିବାକୁ ଯାଇଥିଲେ ମହିଳା, ନିଶାଦେଇ ଗଣବଳାତ୍କାର କଲେ ୫ ଯୁବକ: ଆଉ ତା’ପରେ…

ମୁଜାଫରନଗର(ଉତ୍ତର ପ୍ରଦେଶ), ୧୫ା୬ (ପି.ଟି.):ଉତ୍ତର ପ୍ରଦେଶର ମୁଜାଫରନଗର ଜିଲାରେ ଜଣେ ୨୪ ବର୍ଷୀୟା ମହିଳାଙ୍କୁ ନିଶାଦ୍ରବ୍ୟ ପିଆଇ ୫ ଜଣ ଯୁବକ ଗଣବଳାତ୍କାର କରିଥିବା ରବିବାର ପୋଲିସ…

ଚାଷଜମିରେ କାଳ ସାଜିଲା ବଜ୍ରପାତ, ନାବାଳକଙ୍କ ଜୀବନ ଗଲା,୨ ଗୁରୁତର ହୋଇ…

ଅମରପାଲି,୧୫ା୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ଗ୍ରାମରେ ରବିବାର ଅପରାହ୍ନରେ ଘଟିଥିବା ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ଦୁଇଜଣ ଯୁବକ…

ହଜାର ହଜାର ଟଙ୍କା ବଢିଲା ସୁନା-ରୁପା ଦର: ୧୦ ଗ୍ରାମ ପିଛା ଅଛି…

ନୂଆଦିଲ୍ଲୀ,୧୫।୬: ବିଶ୍ୱ ସ୍ତରରେ ଘଟୁଥିବା ଭୂରାଜନୈତିକ ପରିବର୍ତ୍ତନର ସିଧାସଳଖ ପ୍ରଭାବ ଆଜି ଘରୋଇ ଅଳଙ୍କାର ବଜାର ଉପରେ ପଡ଼ିଛି। ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି…

ବଜ୍ରପାତରେ ଚାଲିଗଲା ଯୁବକଙ୍କ ଜୀବନ

କଳାହାଣ୍ଡି,୧୫ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଗୋକୁଳେଶ୍ୱର ଗ୍ରାମର ଜଣେ ଯୁବକଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ଗୋଲକ ଗଉଡ଼(୧୮)। ରବିବାର…

ଭାରସାମ୍ୟ ହରାଇ ଟ୍ୟାଙ୍କର୍‌ ଦୁର୍ଘଟଣା: ଗାଡି ଭିତରେ ଚାପି ହୋଇଗଲେ

ଲାଞ୍ଜିଗଡ,୧୫।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣା ଓ ରାୟଗଡ଼ାକୁ ସଂଯୋଗ କରୁଥିବା ୬ନମ୍ବର ରାଜ୍ୟ ରାଜପଥ ଢ଼େପଗୁଡାଠାରେ ଏକ ଆଲୁମିନା ପାଉଡର ବୋଝେଇ ବଲକର ରବିବାର…

ମଦ ଦୋକାନକୁ ତୀବ୍ର ବିରୋଧ: ହଜାରରୁ ଅଧିକ ଲୋକଙ୍କ ଜନଆନ୍ଦୋଳନ

ତିହିଡ଼ି,୧୫।୬ (କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନସ୍ଥ ଧୂଷୁରୀ ହରିହଂସ କୀର୍ତ୍ତନ ମଣ୍ଡପ ପରିସରରେ ଆଜି ହଜାରରୁ ଅଧିକ ମହିଳା ଓ ପୁରୁଷ ଏକତ୍ରିତ…

ବ୍ୟବସାୟୀଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ: ଲୁଟି ନେଲେ ଟଙ୍କା ସହ ଲକ୍ଷାଧିକ ସୁନା ଅଳଙ୍କାର

ନୀଳଗିରି, ୧୫/୦୬,(ପ୍ରଶାନ୍ତ କୁମାର ବିଶ୍ବାଳ):କଳାକନା ବୁଲାଇଲେ ଦୁର୍ବୃତ୍ତ। ରବିବାର ରାତି ପ୍ରାୟ ୮ଟା ୩୦ ରୁ ୯ ଟା ୩୦ ମିନିଟ ସମୟରେ ଚୋରି ହୋଇଥିବାର ଅନୁମାନ।…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ନିର୍ମାଣାଧିନ ପୋଲ ତଳକୁ ଖସି ୨ ମୃତ

ନୀଳଗିରି,୧୫।୬,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ବରହମପୁର ଥାନା ଶେରଗଡ଼ ନୀଳଗିରି ଝରଣଘାଟି ରାସ୍ତା ୧୯ ନମ୍ବର ରାଜ୍ୟ ରାଜପଥର ତେଲିପାଳ ନିକଟରେ ପହିଲି ରଜ ରବିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri