ପକ୍ୱକେଶଙ୍କ ଦେଶ

ପାଠକେ, ପ୍ରବନ୍ଧ ଲେଖିଲା ବେଳକୁ ଭାରତୀୟ ଜନସଂଖ୍ୟାର ୫୦ ପ୍ରତିଶତଙ୍କ ବୟସ ୨୫ ବର୍ଷ ତଳେ ଏବଂ ୬୫ ପ୍ରତିଶତ ଅଛନ୍ତି ୩୫ ବର୍ଷ ଭିତରେ। ବିଭିନ୍ନ ଆନ୍ତର୍ଜାତିକ ସଂଗଠନ ଆକଳନ କରିଛନ୍ତି, ଅନ୍ତତଃ ୨୦୩୦ ପର୍ଯ୍ୟନ୍ତ ଏହି ଅଭିବୃଦ୍ଧି ଜାରି ରହିବ। ଆମ ପ୍ରଧାନମନ୍ତ୍ରୀ ଭାରତର ଡେମୋକ୍ରାଟିକ ଡିଭିଡେଣ୍ଡ (ଜନସଂଖ୍ୟାଗତ ଲାଭାଂଶ) ନେଇ ଖୁବ୍‌ ଖୁସି ଯଦିଓ ଏହାର ଯେତିକି ସୁବିଧା ଆମେ ପାଇବା କଥା ତାହା ସମ୍ଭବ ହୋଇନାହିଁ। ଏଣେ ଆକଳନ କରାଗଲାଣି, ୨୦୫୦ ବେଳକୁ ଭାରତୀୟ ଜନସଂଖ୍ୟାର ଅନ୍ତତଃ ଏକ ପଞ୍ଚମାଂଶ ୬୦ ବର୍ଷ ଛୁଇଁ ସାରିଥିବ। ସେତିକି ନୁହେଁ, ଆସନ୍ତା ୨୭ ବର୍ଷ ଭିତରେ ଭାରତରେ ବୟସ୍କ ମାନଙ୍କ ସଂଖ୍ୟା ଦୁଇ ଗୁଣ ବଢ଼ିଥିବ। ମିଳିତ ଜାତିସଂଘ ପପୁଲେଶନ ଫଣ୍ଡ୍‌ର ଏକ ରିପୋର୍ଟକୁ ଯଦି ଗୁରୁତ୍ୱ ଦିଆଯାଏ ତେବେ ୨୦୫୦ ବେଳକୁ ପୃଥିବୀର ସର୍ବାଧିକ ଯୁବତୀ ଯୁବକ ଥିବା ଦେଶ ଆମ ଭାରତରେ ରହିଥିବେ ୩୪୭ ନିୟୁତ ବୟସ୍କ।
ପାଠକେ ଜାଣନ୍ତି ଯେ ଏଇ ବର୍ଷ ଚାଇନାକୁ ଟପି ଭାରତ ପୃଥିବୀର ସର୍ବବୃହତ୍‌ ଜନସଂଖ୍ୟା ବିଶିଷ୍ଟ ଦେଶ ହେବାର ରେକର୍ଡ ହାସଲ କରିଛି। ମିଳିତ ଜାତିସଂଘ ରିପୋର୍ଟ ଯାହା ନିକଟରେ ପ୍ରକାଶିତ (ଇଣ୍ଡିଆ ଏଜିଙ୍ଗ ରିପୋର୍ଟ) ତାହା ଆଧାର କରିଛି ୨୦୧୧ ଭାରତୀୟ ଜନଗଣନା, ୨୦୧୭-୧୮ ଲଙ୍ଗିଚୁଡିନାଲ ଏଜିଙ୍ଗ ସର୍ଭେ ଇନ ଇଣ୍ଡିଆ (ଭାରତ ସରକାର) ଏବଂ ୱାଲର୍‌ଡ ପପୁଲେଶନ ପ୍ରୋଜେକ୍ସନ, ୨୦୨୨ ତଥ୍ୟକୁ। ଏହି ରିପୋର୍ଟରୁ ଜଣାପଡିଛି, ୧ ଅଗଷ୍ଟ ୨୦୨୨ ସୁଦ୍ଧା ଭାରତରେ ୧୪୯ ନିୟୁତ ନାଗରିକ ୬୦ ବର୍ଷ ବୟସ ଉପରେ ଥିଲେ ଯାହା ଜନସଂଖ୍ୟାର ୧୦.୫ ପ୍ରତିଶତ ଥିଲା। ବର୍ତ୍ତମାନର ରିପୋର୍ଟ ଦର୍ଶାଇଛି ଯେ, ଏହି ସଂଖ୍ୟା ୨୦୫୦ ସୁଦ୍ଧା ଆଉ ୧୦.୩ ପ୍ରତିଶତ ବୃଦ୍ଧି ପାଇ ୩୪୭ ନିୟୁତରେ ପହଞ୍ଚିବ। ଆଉ ସେଇ ସମୟରେ ୧୫-୫୯ ବର୍ଷ ବୟସ ବନ୍ଧନୀରେ ରହିଥିବା ଜନସଂଖ୍ୟା ସ୍ବାଭାବିକ ଭାବେ ହ୍ରାସ ପାଇବ। ଅର୍ଥାତ୍‌ ଭାରତକୁ ଆଉ ଯୁବପିଢ଼ିର ଭାରତ କହିହେବ ନାହିଁ। ପୃଥିବୀ ବାବଦରେ କୁହାଯାଇଛି ଯେ, ୨୦୫୦ ସୁଦ୍ଧା ୬୦ ବର୍ଷ ଏବଂ ତଦୂର୍ଦ୍ଧ୍ୱ ବୟସ୍କଙ୍କ ସଂଖ୍ୟା ୨.୧ ବିଲିୟନ ହୋଇଥିବ; ଯେଉଁଥିରୁ ୧.୭ ବିଲିୟନ ଥିବେ ଦୁର୍ବଳ ଅର୍ଥନୀତିରେ। ଏବେ ଏମାନଙ୍କ ସଂଖ୍ୟା ପୃଥିବୀରେ ୧.୧ ବିଲିୟନ, ଯାହା ପୃଥିବୀ ଜନସଂଖ୍ୟାର ୧୩.୯ ପ୍ରତିଶତ। କୁହାଯାଉଛି ଉନ୍ନତ ଅର୍ଥନୀତିରେ ଏବେ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ସଂଖ୍ୟା ୨୬ ପ୍ରତିଶତ ରହିଛି, ଯାହା ୨୦୫୦ ଆଡ଼କୁ ୩୪ ପ୍ରତିଶତରେ ପହଞ୍ଚତ୍ବ। ଅଧିକ ଉପାର୍ଜନ/ଆୟ ସହିତ ଯୋଡ଼ି ହୋଇ ରହିଛି ଉନ୍ନତ ସ୍ବାସ୍ଥ୍ୟସେବା ଏବଂ ଗୁଣାତ୍ମକ ଜୀବନ। ଅନ୍ୟପକ୍ଷରେ ଅସ୍ବଚ୍ଛଳ ଅର୍ଥନୀତିରେ ଏହି ବୃଦ୍ଧି ଆନୁପାତିକ ନ ହୋଇ ବର୍ତ୍ତମାନର ୧୧.୫ ପ୍ରତିଶତରୁ ୨୦୫୦ ସୁଦ୍ଧା ସୀମିତ ରହିବ ୨୦ ପ୍ରତିଶତରେ। ଜଣାପଡ଼ିଛି ହିମାଚଳ ପ୍ରଦେଶ, ପଞ୍ଜାବ, କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଓଡ଼ିଶା, ଗୁଜରାଟ, ଉତ୍ତରାଖଣ୍ଡ, ହରିୟାଣା ଓ ମହାରାଷ୍ଟ୍ରରେ ବୟସ୍କଙ୍କ ଅଭିବୃଦ୍ଧି ହାର ୧୦ ପ୍ରତିଶତରୁ ୧୬.୫ ପ୍ରତିଶତ ବଢ଼ିବ ଏବଂ ଭାରତର ଅନ୍ୟାନ୍ୟ ଅଞ୍ଚଳରେ ଏହା ୭.୭ ପ୍ରତିଶତରୁ ୧୦ ପ୍ରତିଶତ ଭିତରେ ରହିବ। କେରଳରେ ବୟସ୍କମାନଙ୍କ ସଂଖ୍ୟା ସର୍ବାଧିକ ହେବ। ଯଦିଓ ଏହା ଖୁସିର କଥା ଯେ ଭାରତରେ ଜନସଂଖ୍ୟା ବୃଦ୍ଧି ପ୍ରାକୃତିକ ଭାବରେ ଯଥେଷ୍ଟ ନିୟନ୍ତ୍ରିତ ହୋଇ ସାରିଛି, ତେବେ ଆଗକୁ ଆମ ପାଇଁ ଚିନ୍ତାର ଯଥେଷ୍ଟ କାରଣ ଅଛି। ତାହା ହେଉଛି ଆଉ ୩୦ ବର୍ଷ ପରେ ଭାରତର ଶ୍ରମଶକ୍ତି ବୟସ୍କ ପାଲଟି ସାରିଥିବ। ଆମ ଦେଶରେ ପ୍ରଜନନ ହ୍ରାସ ପାଇଛି, ଯାହା ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ ୫ ଅନୁସାରେ ମହିଳାଙ୍କ ପିଛା ୨ ସନ୍ତାନ, କିନ୍ତୁ ଯୋଜନାବିତ୍‌ମାନେ କୁହନ୍ତି ସେତିକି ଯଥେଷ୍ଟ ନୁହେଁ।
ଭାରତୀୟ ବୟସ୍କମାନଙ୍କ ମଧ୍ୟରେ ୫୦.୯ ପ୍ରତିଶତଙ୍କ ପାଇଁ ନିଯୁକ୍ତି ସୁଯୋଗ ନାହିଁ। ସେତିକି ନୁହେଁ, ଦେଶରେ ଅନ୍ତତଃ ୪୦ ପ୍ରତିଶତ ବୟସ୍କ ଖୁବ୍‌ ଗରିବ; ଯେଉଁଥିରେ ୧୮.୭ ପ୍ରତିଶତଙ୍କ କୌଣସି ନିଜସ୍ବ ଆୟ ନାହିଁ। ଆକଳନ କରାଯାଇଛି ଯେ ମହିଳାମାନଙ୍କ ସ୍ଥିତି ଆହୁରି ଖରାପ। ୭୦-୭୯ ବର୍ଷ ବୟସ ବନ୍ଧନୀରେ ୭୦ ପ୍ରତିଶତ ମହିଳା ଏବଂ ୬୦-୬୯ ବର୍ଷ ବୟସ ବନ୍ଧନୀରେ ୪୦ ଭାଗ ସେମାନଙ୍କ ସ୍ବାମୀକୁ ହରେଇ ଅଧିକ ଅସୁରକ୍ଷିତ ହୋଇପଡ଼ିଛନ୍ତି।
ପାଠକେ, ବୟସକୁ ତ ଅଟକେଇ ହେବନାହିଁ, ତେବେ ଭାରତ ପାଇଁ ଯାହା ସବୁଠୁ ଚିନ୍ତାଜନକ ତାହା ହେଉଛି ସ୍ବାସ୍ଥ୍ୟସେବା, ପେନ୍‌ସନ ଯୋଜନା/ପରିଣତ ବୟସରେ ରୋଜଗାର ଏବଂ ବିଶେଷ ଭାବରେ ପରିଣତ ବୟସରେ ସେବା ଶୁଶ୍ରୂଷା। ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧୀନରେ ପାଲିଏଟିଭ କେୟାର (ଉପଶମକାରୀ ସେବା) ରହିଛି ବୋଲି ଯଦିଓ କୁହାଯାଉଛି ଏହା ଖୁବ୍‌ ସୀମିତ ଏବଂ ଆପଣ କହିପାରନ୍ତି ସାଙ୍କେତିକ।
ସରକାରୀ ସୁବିଧା ବାବଦରେ ଘରୋଇ ଡାକ୍ତରଖାନା ଏବଂ ଗୋଷ୍ଠୀ ସହାୟତାରେ ସକ୍ରିୟ ଥିବା ଅନୁଷ୍ଠାନରେ ଏମିତି ସୁବିଧା ବେଶ୍‌ ବ୍ୟୟବହୁଳ। ଏଣେ ଭାରତରେ କର୍କଟ, ବୃକ୍‌କ, ଆଲଝିମର, ପାରକିନ୍‌ସନ, ଏଏଲଏସ୍‌ ଏବଂ ହୃଦ୍‌ରୋଗୀଙ୍କ ସଂଖ୍ୟା ପ୍ରତିଦିନ ବଢ଼ି ବଢ଼ି ଚାଲିଛି; ଯେଉଁମାନେ ପରିଣତ ବୟସରେ ଉପଶମକାରୀ ସେବା ଶୁଶ୍ରୂଷା ଆବଶ୍ୟକ କରନ୍ତି। ବାକି ରହିଲା ନିଜ ପରିବାରରେ ବୟସ୍କମାନଙ୍କ ଯତ୍ନ। ପାଠକେ ଜାଣନ୍ତି ଯେ ଏକଦା ଦେବଭୂମି ଭାରତରେ ବୟସ୍କମାନଙ୍କୁ ଈଶ୍ୱର ଜ୍ଞାନ କରାଯାଉଥିଲା। ଦୁଃଖ ହେଉଛି ଆମ ସମୟରେ ଏହା ସାଙ୍କେତିକ ହୋଇ ଯାହା ରହିଛି। ଓଲଟି ସେମାନଙ୍କ ଉପରେ ହିଂସା ବଢୁଛି। ପରିବାର ପାଇଁ ସେମାନେ ବୋଝ ହୋଇ ରହୁଛନ୍ତି। ନିକଟରେ ଶେଷ ହୋଇଥିବା ଏକ ସର୍ଭେ ଅନୁସାରେ ୯.୬ ପ୍ରତିଶତରୁ ୬୧.୭ ପ୍ରତିଶତ ବୟସ୍କମାନଙ୍କ ଉପରେ ପ୍ରତ୍ୟକ୍ଷ ନଚେତ୍‌ ପରୋକ୍ଷରେ ଅତ୍ୟାଚାର ହେଉଛି ଏବଂ ଏଥିରୁ ୩୫ ପ୍ରତିଶତଙ୍କ କ୍ଷେତ୍ରରେ ପୁଅମାନେ ହିଁ ଉତ୍ପୀଡ଼ନର କାରଣ। ଦୁର୍ବ୍ୟବହାର ଭିତରେ ରହିଛି ଗାଳି, ମାଡ଼ ଓ ଅବହେଳା ଏବଂ ଆହୁରି ଦୁର୍ଭାଗ୍ୟଜନକ ହେଉଛି, ବେଶ୍‌ ଶିକ୍ଷିତ ଓ ସମ୍ପନ୍ନ ପରିବାରମାନଙ୍କରେ ମଧ୍ୟ ଏସବୁ ଘଟୁଛି। ସମ୍ଭବତଃ ଅଧିକ ଘଟୁଛି। ୨୦୧୧ ଜନଗଣନା ତଥ୍ୟ ଅନୁସାରେ ଆମ ରାଜ୍ୟରେ ଅନ୍ତତଃ ୪୦ ଲକ୍ଷ ଥିଲେ ୬୦ କିମ୍ବା ତଦୂର୍ଦ୍ଧ୍ୱ ବୟସର। ୭ ବର୍ଷ ତଳେ ଆକଳନ ହୋଇଥିଲା ଯେ ୨୦୨୬ ସୁଦ୍ଧା ଓଡ଼ିଶାରେ ବୟସ୍କ ନାଗରିକଙ୍କ ସଂଖ୍ୟା ଏହାର ମୋଟ ଜନସଂଖ୍ୟାର ୧୩.୮ ପ୍ରତିଶତରେ ପହଞ୍ଚିବ। ଏଇଠି କହିରଖେ ଯେ ୨୦୧୧ ଜନଗଣନା ଅନୁସାରେ ରାଜ୍ୟରେ ୪୦ ଲକ୍ଷ ବା ଏହାର ଜନସଂଖ୍ୟାର ୯.୫ ପ୍ରତିଶତ ୬୦ ବର୍ଷ ଉପରେ ରହିଥିଲେ, ଯାହା ଜାତୀୟ ହାରାହାରିଠୁ ଅଧିକ ଥିଲା (ଜାତୀୟ ହାରାହାରି ଥିଲା ୮.୬ ପ୍ରତିଶତ)। ଆପଣ ଚିନ୍ତା କରିପାରନ୍ତି।

– ଶୈଳେନ୍ଦ୍ର ଦ୍ୱିବେଦୀ
ମୋ:୯୪୩୭୧୩୭୦୬୦


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

ଅପହୃତ କଳାକୃତି

ଆମ ରାଜ୍ୟର ଶିଳ୍ପୀମାନେ ନିପୁଣ କାରିଗରି କୌଶଳ ପ୍ରୟୋଗକରି ନିହାଣ ମୁନରେ ପଥର ଦେହରେ ଜୀବନ୍ତ କଳାକୃତି ନିର୍ମାଣ କରିପାରୁଥିଲେ। ସେଥିରେ ଦୈନନ୍ଦିନର ଜୀବନଶୈଳୀ ସହ ଆମ…

ସ୍ଥିରତାକୁ ଗୁରୁତ୍ୱ

ସିବିଆଇ ନିର୍ଦ୍ଦେଶକ ଭାବରେ ପ୍ରବୀଣ ସୁଦ୍‌ଙ୍କ କାର୍ଯ୍ୟକାଳ ଆଉ ୧ବର୍ଷ ବଢ଼ିିବା ଅପ୍ରତ୍ୟାଶିତ ନ ଥିଲା। ଔପଚାରିକ ଭାବରେ, ସରକାର ନିରନ୍ତରତା ଏବଂ ସ୍ଥିରତା ନାମରେ ଏହି…

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

ପରିସ୍ଥିତିର ଦାସ ମଣିଷ

ମହାନ୍‌ ମାନବବାଦୀ ନେତା ଆବ୍ରାହମ୍‌ ଲିଙ୍କନ ଥରେ କହିଥିଲେ, ”ମୁଁ ମୋର ସାମ୍ନା କରିଥିବା ପରିସ୍ଥିତିର ଫଳ“ ଅର୍ଥାତ୍‌ ସେ ଯେଉଁ ଆସନରେ ମଣ୍ଡିତ ଥିଲେ ତାହା…

ଜୀବନ ନଦୀର ଦୁଇ କୂଳ

ଶ୍ରଦ୍ଧାବାନ୍‌ ଲଭ୍ୟତେ ଜ୍ଞାନମ୍‌ ଓ ସଂଶୟାତ୍ମା ବିନଶ୍ୟତି’ର ମହତ୍ତ୍ୱ ହୃଦୟଙ୍ଗମ କରିବା ଉଚିତ। ଜ୍ଞାନ ପାଇଁ ସଂଶୟହୀନତା ଓ ଶ୍ରଦ୍ଧା ଉଭୟ ଆବଶ୍ୟକ, ଠିକ୍‌ ଯେପରି ଆଲୋକ…

ରଣନୀତିରୁ ଲାଭ

ଆମେରିକା ପୃଥିବୀର ଯେ କୌଣସି ସ୍ଥାନରେ ସାମରିକ ଆକ୍ରମଣ କରିବାକୁ ସକ୍ଷମ। ଏହାସହ ଅନ୍ୟ ଦେଶ ଉପରେ କ୍ଷତିକାରକ ଟାରିଫ୍‌ ଓ ପ୍ରତିବନ୍ଧକ ଲଗାଇବା ଏବଂ ସହଯୋଗୀଙ୍କ…

ରତନପୁରର ରାବଣ

ଛତିଶଗଡ଼ ବିଳାସପୁର ନିକଟରେ ଥିବା ରତନଗଡ଼ ବା ରତନପୁର ଦୁର୍ଗ ଏକଦା ମଧ୍ୟପ୍ରଦେଶର ଏକ ଅଂଶ ଥିଲା। ଏହି ଦୁର୍ଗରେ ରାବଣର ଏକ ବିରଳ ତଥା ଚମତ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri